ଅନନ୍ତ ମହାପାତ୍ର

ଉଇକିପିଡ଼ିଆ‌ରୁ
ଅନନ୍ତ ମହାପାତ୍ର
Born (1936-06-15) ୧୫ ଜୁନ ୧୯୩୬ (ବୟସ ୮୭)
Alma materରେଭେନ୍ସା ମହାବିଦ୍ୟାଳୟ
Occupation(s)ନାଟ୍ୟକାର, ନିର୍ଦ୍ଦେଶକ ଓ ଅଭିନେତା
Parent(s)ଜଷ୍ଟିସ ହରିହର ମହାପାତ୍ର , ହରିପ୍ରିୟା ଦେବୀ
Awardsକବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ (ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀଦ୍ୱାରା ପ୍ରଦତ୍ତ)

ଅନନ୍ତ ମହାପାତ୍ର (ଜନ୍ମ : ୧୫ ଜୁନ ୧୯୩୬) ଜଣେ ଓଡ଼ିଆ ନାଟ୍ୟକାର, ନିର୍ଦ୍ଦେଶକ ଓ ଅଭିନେତା ।[୧] ୧୯୫୦ ଦଶକରୁ ସେ ମଞ୍ଚ, ବେତାର, ଟେଲିଭିଜନ ନାଟକ ସହିତ ସକ୍ରିୟ । ସେ ୧୦୦ରୁ ଅଧିକ ନାଟକର ନିର୍ଦ୍ଦେଶନା କରିଛନ୍ତି । ତାଙ୍କୁ ୨୦୧୯ ମସିହା ନିମନ୍ତେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନରେ ସମ୍ମାନୀତ କରାଯାଇଥିଲା ।[୨]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ଅନନ୍ତଙ୍କ ଜନ୍ମ କଟକ ସହରରେ ହୋଇଥିଲା । ଜଷ୍ଟିସ ହରିହର ମହାପାତ୍ର ଥିଲେ ତାଙ୍କର ପିତା । ତାଙ୍କ ମାତାଙ୍କ ନାମ ଥିଲା ହରିପ୍ରିୟା ଦେବୀ । ପିଲାବେଳରୁ ସେ ହକି, ଫୁଟବଲ ଓ ଭଲିବଲ ଖେଳପ୍ରତି ଆଗ୍ରହୀ ଥିଲେ । ଅଭିନୟ ପ୍ରତି ମଧ୍ୟ ସେ ପିଲାଦିନରୁ ଆଗ୍ରହୀ ଥିଲେ ଓ ୧୯୫୦ ମସିହାରେ ଆକାଶବାଣୀ କଟକରୁ ପ୍ରସାରିତ ହେଉଥିବା ଶିଶୁ ସଂସାର କାର୍ଯ୍ୟକ୍ରମ ତାଙ୍କୁ ଅଭିନୟ ପ୍ରତି ଅଧିକ ଆକର୍ଷିତ କରିଥିଲା । ୧୯୫୨ ମସିହାରେ ସେ ଆହ୍ଲାବାଦଠାରେ ପାଠ ପଢ଼ୁଥିବା ସମୟରେ ନର୍ଥ ଇଣ୍ଡିଆନ ଥିଏଟର ସଂସ୍ପର୍ଶରେ ଆସିଥିଲେ ଓ ଏହା ନାଟକ ପାଇଁ ତାଙ୍କୁ ବାଟ କଢ଼େଇଥିଲା ।

ନାଟକ ଓ ଚଳଚ୍ଚିତ୍ର ଜୀବନ[ସମ୍ପାଦନା]

ଅନନ୍ତ ମହାପାତ୍ର ୧୦୦ରୁ ଉର୍ଦ୍ଧ ନାଟକରେ ନିର୍ଦ୍ଦେଶନା କରିଛନ୍ତି । ୧୯୫୬ ମସିହାରେ ରେଭେନ୍ସା ମହାବିଦ୍ୟାଳୟରେ ନାଟ୍ୟକାର ବିଶ୍ୱଜିତ ଦାସଙ୍କ ନାଟକରେ ତାଙ୍କୁ ଅଭିନୟ ଓ ନିର୍ଦ୍ଦେଶନା କରିବାର ସୁଯୋଗ ମିଳିଥିଲା । ଏହି ନାଟକଟି ଲୋକପ୍ରିୟ ହୋଇଥିଲା ଓ ତାଙ୍କ ନାଟ୍ୟଯାତ୍ରାର ମୂଳଦୁଆ ପକାଇଥିଲା । ସେ ଅଖିଳ ମୋହନ ପଟ୍ଟନାୟକ, ପାରମିତା ଶତପଥୀ, ପ୍ରସନ୍ନ ହୋତା, ଯଶୋଧାରା ମିଶ୍ର ଆଦିଙ୍କ ଗପକୁ ନାଟ୍ୟରୂପ ଦେଇଛନ୍ତି । ସେ ସବୁ ମଞ୍ଚ ଓ ଟେଲିଫିଲ୍ମ ମାଧ୍ୟମରେ ପ୍ରଦର୍ଶିତ କରିଛନ୍ତି । ୧୯୮୨ ମସିହାରେ ସେ ଫକୀର ମୋହନ ସେନାପତିଙ୍କ ମାମୁକୁ ଟେଲିଫିଲ୍ମ ରୂପ ଦେଇଥିଲେ । ସେହିପରି ୧୯୯୫ ମସିହାରେ ଗୋପୀନାଥ ମହାନ୍ତିଙ୍କ ଅମୃତର ସନ୍ତାନ ଉପନ୍ୟାସକୁ ରେଡ଼ିଓରେ ଦଶଟି ଅଧ୍ୟାୟରେ ପଢ଼ିଥିଲେ ।

୧୯୬୪ ମସିହାରେ ସେ ନାଟ୍ୟସଂସ୍ଥା ସୃଜନୀ ଓ ୧୯୭୦ ଦଶକରେ ଉତ୍କଳ ରଙ୍ଗମଞ୍ଚ ଟ୍ରଷ୍ଟ ପ୍ରତିଷ୍ଠା କରିଥିଲେ ।[୩] ଥିଏଟର ଇନ ମୋସନ ନାମରେ ସେ ଅନ୍ୟ ଏକ ନାଟ୍ୟ ସଂସ୍ଥା ମଧ୍ୟ ପ୍ରତିଷ୍ଠା କରିଥିଲେ ।

୧୯୭୫ ମସିହାରେ ସେ ବତୀଘର ଚଳଚ୍ଚିତ୍ରର ନିର୍ଦ୍ଦେଶନା କରିଥିଲେ ।

ରଚିତ/ନିର୍ଦ୍ଦେଶିତ ନାଟକ[ସମ୍ପାଦନା]

  • ସାଗର ମନ୍ଥନ
  • ମାଣିକ ଯୋଡ଼ି

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ - ୨୦୨୧ (୨୦୧୯ବର୍ଷ ପାଇଁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀଦ୍ୱାରା ପ୍ରଦତ୍ତ)[୪]
  • ଡକ୍ଟରେଟ - ୨୦୧୯ (ରେଭେନ୍ସା ବିଶ୍ୱବିଦ୍ୟାଳୟ)[୫]
  • ବିଶ୍ୱ ନାଟ୍ୟ କଂଗ୍ରେସ, ଲଣ୍ଡନ ତରଫରୁ ସମ୍ମାନୀତ
  • ନାଟ୍ୟ ସୌଧ ସଂସ୍ଥାନ, କଲିକତା ତରଫରୁ ସମ୍ମାନୀତ
  • ଆଇ.ଆଇ.ଏ.ଏସ, ସିମଲା ତରଫରୁ ସମ୍ମାନୀତ
  • ଇନଟାକ, ଭୁବନେଶ୍ୱର ତରଫରୁ ସମ୍ମାନୀତ[୬]

ଆଧାର[ସମ୍ପାଦନା]

  1. "Theatre in Odisha & Anant Mahapatra". www.orissadiary.com. orissa diary. Archived from the original on 31 August 2021. Retrieved 31 August 2021. {{cite web}}: |archive-date= / |archive-url= timestamp mismatch; 21 ଜାନୁଆରୀ 2021 suggested (help)
  2. "ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ ପ୍ରଦାନ ସମାରୋହ". No. ସମ୍ବାଦ ୩୧/୦୮/୨୦୨୧ ଭୁବନେଶ୍ୱର ସଂସ୍କରଣ. ଇଷ୍ଟର୍ଣ୍ଣ ମିଡ଼ିଆ. 31 August 2021. Archived from the original on 31 August 2021. Retrieved 31 August 2021.
  3. "Anant Mohapatra and Kumkum Mohanty to receive the Odisha Sangeet Natak Akademi highest honour". www.odishanewstimes.com. odisha news times. Archived from the original on 31 August 2021. Retrieved 31 August 2021.
  4. "Odisha Sangeet Natak Akademi Awards Announced For 2019 & 2020". www.pragativadi.com. pragativadi. Archived from the original on 31 August 2021. Retrieved 31 August 2021.
  5. "Silence Speaks a lot". www.orissapost.com. orissapost. Archived from the original on 31 August 2021. Retrieved 31 August 2021.
  6. "ବ୍ୟକ୍ତିତ୍ୱ". ଧରିତ୍ରୀ ଛୁଟିଦିନ ଡିସେମ୍ବର ୧୨-୧୮, ୨୦୨୧ ପୃଷ୍ଠା ୬. ଧରିତ୍ରୀ. Archived from the original on 13 December 2021. Retrieved 13 December 2021.

ଅଧିକ ତଥ୍ୟ[ସମ୍ପାଦନା]