ଶୈଳଜ ରବି
ଦେଖଣା
(Sailaja Rabiରୁ ଲେଉଟି ଆସିଛି)
ଶୈଳଜ ରବି | |
---|---|
ଜନ୍ମ ଓ ଜନ୍ମସ୍ଥାନ | ରବୀନ୍ଦ୍ରନାଥ ସାହୁ ୧୯୪୨ |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୦୨ |
ସନ୍ତାନ | ଓମ୍ ଅଭିଜ୍ଞାନ ସାହୁ (ପୁଅ) |
ସମ୍ପର୍କୀୟ | ବବିତା ସାହୁ (ବୋହୁ) |
ରବୀନ୍ଦ୍ରନାଥ ସାହୁ (ଜନ୍ମ: ୧୯୪୨,[୧] ଶୈଳଜ ରବି ଭାବେ ଜଣାଶୁଣା) ଜଣେ ଓଡ଼ିଆ ସାହିତ୍ୟିକ ଓ ସର୍ବୋଦୟ କର୍ମୀ ।[୨] ୧୯୭୫ ମସିହାରେ ଘୋଷିତ ଜରୁରୀ ପରିସ୍ଥିତି ସମୟରେ ୬ ମାସ କାରାବରଣ କରିଛନ୍ତି । ସେ ଓଡ଼ିଆ ଭାଷାରେ କବିତା ଓ ନନ୍ଦନତତ୍ତ୍ୱ, ଲୋକବିଦ୍ୟା, ସାହିତ୍ୟତତ୍ତ୍ୱ ଓ କଳା ସଂପର୍କିତ ତୁଳନାତ୍ମକ ଓ ଆନ୍ତର୍ବିଦ୍ୟାଭିତ୍ତିକ ପ୍ରବନ୍ଧ ଆଦି ରଚନା କରିଛନ୍ତି । ସେ ୨୦୦୨ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇ ପ୍ରତ୍ୟାଖାନ କରିଥିଲେ ।[୧] ସେ ଓଡ଼ିଆରେ 'ଐକତାନ' ଓ ଇଂରାଜୀରେ 'Parents & Pedagogues' ନାମକ ପତ୍ରିକା ସଂପାଦନ କରିଛନ୍ତି । ଜଣେ ଚିତ୍ରଶିଳ୍ପୀ ଭାବେ ସେ ଅନେକ ପୁସ୍ତକର ପ୍ରଛଦ ଆଙ୍କିଛନ୍ତି ।[୩]
ରଚନାବଳୀ
[ସମ୍ପାଦନା]ସମ୍ପାଦନା
[ସମ୍ପାଦନା]- ରଚନା ସଂଗ୍ରହ / ମନମୋହନ ଚୌଧୁରୀ - ୨୦୦୮ (ଶିକ୍ଷାସନ୍ଧାନ)
- ପଥିକୃତ - ୨୦୦୪ (ଲୋହିଆ ଏକାଡେମୀ ଟ୍ରଷ୍ଟ)
- ମାଳତୀ ଦେବୀ: ଚଉଦଟି ଚିତ୍ରପଟ - ୧୯୮୪ (ଗ୍ରନ୍ଥମନ୍ଦିର, କଟକ)
- ସଚ୍ଚି ରାଉତରାୟ ଚୟନିକା
- ରବି ରାୟ – ରେମିନିସେମ୍ସ୍ (ଇଂ) [୪]
କବିତା
[ସମ୍ପାଦନା]- ନର୍ବାଚିତ କବିତା - ୨୦୦୧ (କାହାଣୀ ପ୍ରକାଶନୀ, କଟକ)
- ପାଠକ ନିର୍ବାଚିତ ଚାଳିଶଟି କବିତା (ଦୀନବନ୍ଧୁ ପଣ୍ଡାଙ୍କଦ୍ୱାରା ସଂପାଦିତ) - ୨୦୦୩ (ଶବ୍ଦଲୋକ, କଟକ)
- ମିଛୁଆ ଗାଈଆଳ ଟୋକା ମଲାପୂର୍ବରୁ ଗାଇଥିବା ଗୀତ
- ଦାରୁ ୨୦୧୫
- ପାଷାଣ୍ଡ ସତୀ
- ଧାର୍ମିକ ଅବୋଲକରା କାହାଣୀ
ପ୍ରବନ୍ଧ/ସମାଲୋଚନା
[ସମ୍ପାଦନା]- ଯାତ୍ରା ପେଣ୍ଡାଲରେ ହାମଲେଟ୍ - ୨୦୧୨ (ପ୍ରବାହ, ଯାଜପୁର)[୫]
- ସଂସ୍କୃତିର ନବକଳେବର ୨୦୧୩
- ଆଧ୍ୟାତ୍ମିକ ବିଚାର ୨୦୧୯ (ଆମ ଓଡ଼ିଶା, ଭୁବନେଶ୍ୱର)
- A Strange Beggar (ବିନୋବା ଭାବେଙ୍କ ଜୀବନୀ)
ଅନୁବାଦ
- କେନୋପନିଷଦ
- ଅଦ୍ୱେତ ମକରନ୍ଦ (ମୂଳ: ଲକ୍ଷ୍ମୀଧର କବି)
- ଭଗତ ସିଂହ : ନିର୍ବାଚିତ ଭାଷଣ ଓ ରଚନା (ମୂଳ ସଂପାଦନା: ଡି ଏନ୍ ଗୁପ୍ତା)
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୨ (ଶୈଳଜ ରବି: ନିର୍ବାଚିତ କବିତା ପାଇଁ)
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "ରାଷ୍ଟ୍ରକଲ୍ୟାଣ ପାଇଁ ସକ୍ରିୟ ସକ୍ରିୟ ସମାଜସେବୀ ସଂଗଠନ ଆବଶ୍ୟକ". ସକାଳ. p. ୮. Archived from the original on 4 September 2022. Retrieved 4 September 2022.
- ↑ "ଚତୁର୍ଥ ପେନ୍ ଇନ୍ ବୁକ୍ସ ଯୁବ ଲେଖକ ପୁରସ୍କାର – ସମ୍ମାନିତ ହେଲେ ୧୦ ଲେଖକ". www.odisha.live. odisha live. Archived from the original on 17 August 2021. Retrieved 17 August 2021.
- ↑ sahityacharcha (2024-08-30). "ବରିଷ୍ଠ କବି ଶୈଳଜ ରବିଙ୍କ ସହ ଏକ ସାରସ୍ୱତ ଆଳାପ". Sahitya Charcha (in ଆମେରିକୀୟ ଇଂରାଜୀ). Retrieved 2024-09-02.
- ↑ "ବହି | ଓଡ଼ିଆ ବିଭବ Odia Bibhaba". odiabibhaba.in. Retrieved 2024-09-02.
- ↑ "National Library Online Catalogue". www.opac.nationallibrary.gov.in/. national library govt of India. Retrieved 17 August 2021.