Jump to content

ଶୈଳଜ ରବି

ଉଇକିପିଡ଼ିଆ‌ରୁ
ଶୈଳଜ ରବି
ଜନ୍ମ ଓ ଜନ୍ମସ୍ଥାନରବୀନ୍ଦ୍ରନାଥ ସାହୁ
୧୯୪୨
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୦୨
ସନ୍ତାନଓମ୍ ଅଭିଜ୍ଞାନ ସାହୁ (ପୁଅ)
ସମ୍ପର୍କୀୟବବିତା ସାହୁ (ବୋହୁ)

ରବୀନ୍ଦ୍ରନାଥ ସାହୁ (ଜନ୍ମ: ୧୯୪୨,[] ଶୈଳଜ ରବି ଭାବେ ଜଣାଶୁଣା) ଜଣେ ଓଡ଼ିଆ ସାହିତ୍ୟିକ ଓ ସର୍ବୋଦୟ କର୍ମୀ ।[] ୧୯୭୫ ମସିହାରେ ଘୋଷିତ ଜରୁରୀ ପରିସ୍ଥିତି ସମୟରେ ୬ ମାସ କାରାବରଣ କରିଛନ୍ତି । ସେ ଓଡ଼ିଆ ଭାଷାରେ କବିତା ଓ ନନ୍ଦନତତ୍ତ୍ୱ, ଲୋକବିଦ୍ୟା, ସାହିତ୍ୟତତ୍ତ୍ୱ ଓ କଳା ସଂପର୍କିତ ତୁଳନାତ୍ମକ ଓ ଆନ୍ତର୍ବିଦ୍ୟାଭିତ୍ତିକ ପ୍ରବନ୍ଧ ଆଦି ରଚନା କରିଛନ୍ତି । ସେ ୨୦୦୨ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇ ପ୍ରତ୍ୟାଖାନ କରିଥିଲେ ।[] ସେ ଓଡ଼ିଆରେ 'ଐକତାନ' ଓ ଇଂରାଜୀରେ 'Parents & Pedagogues' ନାମକ ପତ୍ରିକା ସଂପାଦନ କରିଛନ୍ତି । ଜଣେ ଚିତ୍ରଶିଳ୍ପୀ ଭାବେ ସେ ଅନେକ ପୁସ୍ତକର ପ୍ରଛଦ ଆଙ୍କିଛନ୍ତି ।[]

ରଚନାବଳୀ

[ସମ୍ପାଦନା]

ସମ୍ପାଦନା

[ସମ୍ପାଦନା]
  • ରଚନା ସଂଗ୍ରହ / ମନମୋହନ ଚୌଧୁରୀ - ୨୦୦୮ (ଶିକ୍ଷାସନ୍ଧାନ)
  • ପଥିକୃତ - ୨୦୦୪ (ଲୋହିଆ ଏକାଡେମୀ ଟ୍ରଷ୍ଟ)
  • ମାଳତୀ ଦେବୀ: ଚଉଦଟି ଚିତ୍ରପଟ - ୧୯୮୪ (ଗ୍ରନ୍ଥମନ୍ଦିର, କଟକ)
  • ସଚ୍ଚି ରାଉତରାୟ ଚୟନିକା
  • ରବି ରାୟ – ରେମିନିସେମ୍‌ସ୍ (ଇଂ) []

କବିତା

[ସମ୍ପାଦନା]
  • ନର୍ବାଚିତ କବିତା - ୨୦୦୧ (କାହାଣୀ ପ୍ରକାଶନୀ, କଟକ)
  • ପାଠକ ନିର୍ବାଚିତ ଚାଳିଶଟି କବିତା (ଦୀନବନ୍ଧୁ ପଣ୍ଡାଙ୍କଦ୍ୱାରା ସଂପାଦିତ) - ୨୦୦୩ (ଶବ୍ଦଲୋକ, କଟକ)
  • ମିଛୁଆ ଗାଈଆଳ ଟୋକା ମଲାପୂର୍ବରୁ ଗାଇଥିବା ଗୀତ
  • ଦାରୁ ୨୦୧୫
  • ପାଷାଣ୍ଡ ସତୀ
  • ଧାର୍ମିକ ଅବୋଲକରା କାହାଣୀ

ପ୍ରବନ୍ଧ/ସମାଲୋଚନା

[ସମ୍ପାଦନା]
  • ଯାତ୍ରା ପେଣ୍ଡାଲରେ ହାମଲେଟ୍ - ୨୦୧୨ (ପ୍ରବାହ, ଯାଜପୁର)[]
  • ସଂସ୍କୃତିର ନବକଳେବର ୨୦୧୩
  • ଆଧ୍ୟାତ୍ମିକ ବିଚାର ୨୦୧୯ (ଆମ ଓଡ଼ିଶା, ଭୁବନେଶ୍ୱର)
  • A Strange Beggar (ବିନୋବା ଭାବେଙ୍କ ଜୀବନୀ)

ଅନୁବାଦ

  • କେନୋପନିଷଦ
  • ଅଦ୍ୱେତ ମକରନ୍ଦ (ମୂଳ: ଲକ୍ଷ୍ମୀଧର କବି)
  • ଭଗତ ସିଂହ : ନିର୍ବାଚିତ ଭାଷଣ ଓ ରଚନା (ମୂଳ ସଂପାଦନା: ଡି ଏନ୍ ଗୁପ୍ତା)

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  1. ୧.୦ ୧.୧ "ରାଷ୍ଟ୍ରକଲ୍ୟାଣ ପାଇଁ ସକ୍ରିୟ ସକ୍ରିୟ ସମାଜସେବୀ ସଂଗଠନ ଆବଶ୍ୟକ". ସକାଳ. p. ୮. Archived from the original on 4 September 2022. Retrieved 4 September 2022.
  2. "ଚତୁର୍ଥ ପେନ୍ ଇନ୍ ବୁକ୍ସ ଯୁବ ଲେଖକ ପୁରସ୍କାର – ସମ୍ମାନିତ ହେଲେ ୧୦ ଲେଖକ". www.odisha.live. odisha live. Archived from the original on 17 August 2021. Retrieved 17 August 2021.
  3. sahityacharcha (2024-08-30). "ବରିଷ୍ଠ କବି ଶୈଳଜ ରବିଙ୍କ ସହ ଏକ ସାରସ୍ୱତ ଆଳାପ". Sahitya Charcha (in ଆମେରିକୀୟ ଇଂରାଜୀ). Retrieved 2024-09-02.
  4. "ବହି | ଓଡ଼ିଆ ବିଭବ Odia Bibhaba". odiabibhaba.in. Retrieved 2024-09-02.
  5. "National Library Online Catalogue". www.opac.nationallibrary.gov.in/. national library govt of India. Retrieved 17 August 2021.