Jump to content

ଗଜପତି ଜିଲ୍ଲା

(Gajapati districtରୁ ଲେଉଟି ଆସିଛି)
ଗଜପତି ଜିଲ୍ଲା
ଓଡ଼ିଶାର ଜିଲ୍ଲା
ଓଡ଼ିଶାରେ ଅବସ୍ଥିତି
ଓଡ଼ିଶାରେ ଅବସ୍ଥିତି
Coordinates: 18°53′N 84°12′E / 18.88°N 84.2°E / 18.88; 84.2
ଦେଶ ଭାରତ
ରାଜ୍ୟ ଓଡ଼ିଶା
ବ୍ଲକ & ତହସିଲ
ଜିଲ୍ଲା ଗଠନ୨ ଅକ୍ଟୋବର ୧୯୯୨
Named forମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ
ସଦର ମହକୁମାପାରଳାଖେମୁଣ୍ଡି
ବ୍ଲକ & ତହସିଲଗୋଷାଣୀ
କାଶୀନଗର
ଗୁମ୍ମା
ରାୟଗଡ଼ା
ନୂଆଗଡ଼
ରା. ଉଦୟଗିରି
ମୋହନା
Government
  ଜିଲ୍ଲାପାଳଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ, ଭାପ୍ରସେ
  ଜିଲ୍ଲା ଆରକ୍ଷୀ ଅଧିକ୍ଷକଶ୍ରୀମତୀ ସ୍ୱାତୀ ଏସ. କୁମାର, ଭାଆସେ
  ସାଂସଦ (ବ୍ରହ୍ମପୁର)ଡଃ. ପ୍ରଦୀପ କୁମାର ପାଣିଗ୍ରାହୀ, ଭାଜପା
  ବିଧାୟକଦାଶରଥୀ ଗମାଙ୍ଗ କଂଗ୍ରେସ, (ମୋହନା)
ରୂପେଶ କୁମାର ପାଣିଗ୍ରାହୀ ବିଜଦ,(ପାରଳାଖେମୁଣ୍ଡି)
Area
  ସମୁଦାୟ3850 km2 (1,490 sq mi)
  Rank୧୬ତମ
Elevation
850 m (2,790 ft)
Population
 (୨୦୨୪)[]
  Total୮୧୪୭୨୨
  Rank୨୮ତମ
  Density212/km2 (550/sq mi)
Demonymଗଜପତିଆ
ଭାଷାସମୂହ
  ସରକାରୀଓଡ଼ିଆ, ଇଂରାଜୀ
  ଅନ୍ୟ ସ୍ଥାନୀୟ ଭାଷାସଉରା  କୁଇ
Time zoneUTC+୫:୩୦ (ଭାମସ)
ପିନ
୭୬୧ xxx
ଟେଲିଫୋନ କୋଡ଼୦୬୮୧୫ ପାରଳାଖେମୁଣ୍ଡି
୦୬୮୧୬ ମୋହନା
୦୬୮୧୭ ଆର. ଉଦୟଗିରି
ଯାନବାହାନ ପଞ୍ଚୀକରଣOD-20
ଓଡ଼ି-୨୦
ନିକଟତମ ନଗରବ୍ରହ୍ମପୁର
ଲିଙ୍ଗ ଅନୁପାତ୧୦୪୬ /
ସାକ୍ଷରତା୫୩.୪୯%
ଲୋକ ସଭା ନିର୍ବାଚନ ମଣ୍ଡଳୀବ୍ରହ୍ମପୁର
ଓଡ଼ିଶା ବିଧାନ ସଭା
 
ପାଣିପାଗAw (Köppen)
ଆର୍ଦ୍ରତା1,403.3 millimetres (55.25 in)
ମଧ୍ୟମ ଗ୍ରୀଷ୍ମ ତାପମାତ୍ରା41 °C (106 °F)
ମଧ୍ୟମ ଶୀତ ତାପମାତ୍ରା16 °C (61 °F)
Websitewww.gajapati.nic.in

ଗଜପତି ଜିଲ୍ଲା, ଓଡ଼ିଶାର ଦକ୍ଷିଣରେ ଥିବା ଏକ ଜିଲ୍ଲା । ଗଜପତି ଜିଲ୍ଲାର ନାମକରଣ ମହାରାଜା ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ନାରାୟଣ ଦେଓ , ଯିଏକି ପାରଳାଖେମୁଣ୍ଡି ଜମିଦାରୀର ପୂର୍ବତନ ରାଜା ସାହେବ ତଥା ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ଥିଲେ। ଯାହାଙ୍କର ଅବଦାନ ଯୋଗୁଁ ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ଗଠନ ସମ୍ଭବ ହୋଇପାରିଥିଲା ଏବଂ ପାରଳାଖେମୁଣ୍ଡି ଜମିଦାରୀ ଓଡ଼ିଶାରେ ଅବସ୍ଥାପିତ ହୋଇପାରିଛି । ୧୯୯୨ ମସିହାର ଅକ୍ଟୋବର ୨ ତାରିଖରୁ ଗଜପତି ଜିଲ୍ଲା ଗଞ୍ଜାମ ଜିଲ୍ଲାଠାରୁ ସ୍ୱତନ୍ତ୍ର ଭାବରେ ଜିଲ୍ଲାର ମାନ୍ୟତା ହାସଲ କରିଥିଲା । ତେବେ ଏହା ଗଞ୍ଜାମ ଜିଲ୍ଲାର ପାରଳାଖେମୁଣ୍ଡି ଉପଖଣ୍ଡରେ ନାମିତ ଥିଲା । ତାହା ବର୍ତ୍ତମାନ ଗଜପତି ଜିଲ୍ଲା ନାମିତ ହୋଇଛି । ବର୍ତ୍ତମାନ ମୋଟରେ ୭ଟି ତହସିଲ, ୭ଟି ବ୍ଲକ, ୧୫୩୪ଟି ଗ୍ରାମ, ୧୪୯ ଗ୍ରାମ ପଞ୍ଚାୟତ, ୧୧ଟି ପୋଲିସ ଥାନା ରହିଛି ।

୩,୮୫୦ ବର୍ଗ କିଲୋମିଟର କ୍ଷେତ୍ରଫଳରେ ଗଜପତି ଜିଲ୍ଲା ରହିଛି ଓ ଏହା ୧୮ ଡିଗ୍ରୀ ୪୪ ମିନିଟରୁ ୧୯ ଡିଗ୍ରୀ ୩୦ ମିନିଟ ଉତ୍ତର ଅକ୍ଷାଂଶ ଏବଂ ୮୩ ଡିଗ୍ରୀ ୪୮ ମିନିଟରୁ ୮୪ ଡିଗ୍ରୀ ୦୮ ମିନିଟ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ଗଜପତି ଜିଲ୍ଲାର ପାଣିପାଗ ପ୍ରାୟ ୧୨.୫ ଡିଗ୍ରୀରୁ ୪୨ ଡିଗ୍ରୀ ପାରଦ ଓ ବାର୍ଷିକ ବର୍ଷାପାତ ହାରାହାରି ୧୯୨୫.୬ ମିଲିମିଟର ଅଟେ । ଏହି ଜିଲ୍ଲାର ଦକ୍ଷିଣ ପଟେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ , ପୂର୍ବ ପଟେ ଗଞ୍ଜାମ ଜିଲ୍ଲା ,ପଶ୍ଚିମ ପଟେ ରାୟଗଡ଼ା ଜିଲ୍ଲା ଓ ଉତ୍ତର ପଟେ କନ୍ଧମାଳ ଜିଲ୍ଲା ରହିଛି।

ଇତିହାସ

[ସମ୍ପାଦନା]

ଗଜପତି ରାଜବଂଶର ଇତିହାସ ଆଜି ମଧ୍ୟ ଗଜପତି ଜିଲ୍ଲାର ଇତିହାସରେ ସ୍ୱର୍ଣ ଅକ୍ଷରରେ ଲିପିବଦ୍ଧ ହୋଇରହିଛି । ଗଜପତି ଜିଲ୍ଲାର ଐତିହାସିକ ଦସ୍ତବେଜରୁ ଜଣାଯାଏ ଯେ , ଏହାର ଇତିହାସ ସାଧାରଣତଃ ମହାରାଜା ଶ୍ରୀ ଶ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ନାରାୟଣ ଦେଓଙ୍କ ରାଜାଭିଶେଖ ଦିନଠାରୁ ଗଣନା କରାଯାଏ । ପାରଳାଖେମୁଣ୍ଡି ମହାରାଜା ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ନାରାୟଣ ଦେଓ ଜଣେ ବିଚକ୍ଷଣ ତଥା ସର୍ବଗୁଣସମ୍ପନ୍ନ ରାଜା ଥିଲେ , ଯିଏ କି ଓଡ଼ିଶାରେ ପ୍ରାୟତଃ ସାତଶହ ବର୍ଷରୁ ଉର୍ଦ୍ଧ ପ୍ରଭାବ ବିସ୍ତାର କରିଥିବା ଗଜପତି ରାଜବଂଶୀୟ ରାଜା ଥିଲେ । ସେହି ସମୟରେ ଓଡ଼ିଶାର ସୀମା ଉତ୍ତରରେ ଗଙ୍ଗାଠାରୁ ଦକ୍ଷିଣରେ ନେଲୁର ଜିଲ୍ଲାର ଉଦୟଗିରି ପର୍ଯ୍ୟନ୍ତ ବିସ୍ତୃତ ଥିଲା । ସମଗ୍ର ଗଞ୍ଜାମ ଜିଲ୍ଲା ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ଥିଲା । ପଞ୍ଚଦଶ ଶତାଦ୍ଧିର ଶେଷ ଭାଗରେ କଲାହୋମ , କପିଳେନ୍ଦ୍ର ଦେବଙ୍କ ପୁତ୍ର ଏଠାରେ ଆଧିପତ୍ୟ ବିସ୍ତାର କରି ନିଜର ରାଜବଂଶ ପାରଳାଖେମୁଣ୍ଡିଠାରେ ସ୍ଥାପନ କରିଥିଲେ । ସେହି ସମୟରେ ଗଞ୍ଜାମ ଜିଲ୍ଲାର ଦକ୍ଷିଣ ପଶ୍ଚିମ ଭାଗରେ ଥିବା ପାରଳାଖେମୁଣ୍ଡିରେ ଜମିଦାରୀ ପ୍ରଥା ପ୍ରଚଳିତ ଥିଲା ଓ ମାଲିୟା ସମ୍ପ୍ରଦାୟର ଜନଜାତି ଏଠାରେ ପ୍ରଭାବ ବିସ୍ତାର କରିଥିଲେ । ଉପଲବ୍ଧ ଥିବା ଅଭିଲେଖ ତଥା ଦସ୍ତବେଜରୁ ଜଣାଯାଏ ଯେ , ମହାରାଜା ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ନାରାୟଣ ଦେଓ ହେଉଛନ୍ତି ସେହି ବ୍ୟକ୍ତିତ୍ୱ , ଯିଏ କି ଓଡ଼ିଶାକୁ ଏକ ସ୍ୱତନ୍ତ୍ର ପ୍ରଦେଶ ଗଠନ କରିବାରେ ତଥା ପରଳାଖେମୁଣ୍ଡିକୁ ନବ ଗଠିତ ଓଡ଼ିଶା ପ୍ରଦେଶରେ ମିଶାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଗଜପତି ଜିଲ୍ଲା ୧୯୯୨ ମସିହା ଅକ୍ଟୋବର ୨ ତାରିଖଠାରୁ ଏକ ସ୍ୱତନ୍ତ୍ର ଜିଲ୍ଲା ଭାବରେ କାର୍ଯ୍ୟକ୍ଷମ ହୋଇ ଆସୁଅଛି। ଏଠାରେ ଥିବା ବିଭିନ୍ନ ସ୍ତୂପ , ପ୍ରାସାଦ ତଥା ଅନ୍ୟାନ୍ୟ କଳାକୃତି ଗଜପତି ଜିଲ୍ଲାର ଐତିହ୍ୟକୁ ଓଡ଼ିଶା ପ୍ରଦେଶର ଇତିହାସରେ ଏକ ସ୍ୱତନ୍ତ୍ର ସ୍ଥାନ ପ୍ରଦାନ କରିଛି । ଗଜପତି ରାଜ ପ୍ରସାଦ , ବୃନ୍ଦାବନ ପ୍ୟାଲେସ ପରି ପ୍ରସାଦ ତଥା ସେରଙ୍ଗ, ମହେନ୍ଦ୍ରଗିରି ଓ ଜିରାଙ୍ଗଠାରେ ଥିବା ସ୍ତୂପ ତଥା ଦର୍ଶନୀୟ ସ୍ଥାନ ସମୂହ ଏହାର ଐତିହାସିକ ଗୁରୁତ୍ୱକୁ ଉପସ୍ଥାପନ କରୁଅଛି ।

ଭୂଗୋଳ

[ସମ୍ପାଦନା]

ଗଜପତି ଜିଲ୍ଲାର ଆୟତନ ୩,୮୫୦ ବର୍ଗ କିମି୤

ଗଜପତି ଜିଲ୍ଲାର ମୁନିସିଂଠାରୁ ସେରଙ୍ଗା ଯାଏ ରାସ୍ତା କଡ଼ରେ ଧାନକ୍ଷେତ

ଅବସ୍ଥିତି

[ସମ୍ପାଦନା]

ଜନସଂଖ୍ୟା

[ସମ୍ପାଦନା]

୨୦୧୧ ଜନଗଣନା[] ଅନୁସାରେ, ଗଜପତି ଜିଲ୍ଲାର ମୋଟ ଲୋକସଂଖ୍ୟା ୫,୭୫,୮୮୦ | ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୫,୦୫,୩୫୪ ଓ ସହରାଞ୍ଚଳରେ ୭୦,୫୨୬ ଲୋକ ବାସ କରନ୍ତି [] |

  • ପୁରୁଷ: ୨,୮୨,୦୪୧
  • ମହିଳା: ୨,୯୩,୮୩୯
    • ଛ ବର୍ଷରୁ କମ: ୮୨,୭୭୭
  • ସାକ୍ଷରତା ହାର ୫୪.୨୯%
    • ପୁରୁଷ: ୬୫.୫୮%
    • ମହିଳା: ୪୩.୫୯%

ସଦର ମହକୁମା

[ସମ୍ପାଦନା]

ତହସିଲ

[ସମ୍ପାଦନା]

ଗ୍ରାମ ପଞ୍ଚାୟତ

[ସମ୍ପାଦନା]

ମୋଟ ୧୪୯ ଗ୍ରାମ ପଞ୍ଚାୟତ(୨୦୧୭ ମସିହାରୁ) ତନ୍ମଧ୍ୟରୁ

  • ମୋହନା ତହସିଲ ଅଧିନରେ: ୩୯ଟି
  • ଆର‌. ଉଦୟଗିରି ତହସିଲ ଅଧିନରେ: ୧୭ଟି
  • ନୂଆଗଡ଼ ତହସିଲ ଅଧିନରେ: ୧୯ଟି
  • ଗୁମ୍ମା ତହସିଲ ଅଧିନରେ: ୨୦ଟି
  • କାଶିନଗର ତହସିଲ ଅଧିନରେ: ୧୨ଟି
  • ଗୋଷାଣି (ପାରଳାଖେମୁଣ୍ଡି) ତହସିଲ ଅଧିନରେ: ୨୧ଟି
  • ରାୟଗଡ଼ ତହସିଲ ଅଧିନରେ: ୨୧ଟି

ଲୋକସାଂଖିକ

[ସମ୍ପାଦନା]
ଗଜପତି ଜିଲ୍ଲାର ଦ୍ୱିତୀୟ କଥିତ ଭାଷା ସଉରା କହୁଥିବା ଏକ ବକ୍ତା

୨୦୧୧ ଭାରତୀୟ ଜନଗଣନା ଅନୁସାରେ ଜିଲ୍ଲା ଜନସଂଖ୍ୟାର ୪୧.୫୧% ଲୋକଙ୍କ ପ୍ରଥମ ଭାଷା ଓଡ଼ିଆ, ଆଉ ତା'ପରେ କ୍ରମରେ ସଉରା (୩୪.୪୯%), ତେଲୁଗୁ (୧୫.୫୩%), କୁଇ (୫.୫୪%), ଏବଂ କୁଭି (୧.୨୫%) ଥିଲା।

ପର୍ଯ୍ୟଟନ ସ୍ଥଳ

[ସମ୍ପାଦନା]

ଜଣାଶୁଣା ଲୋକ

[ସମ୍ପାଦନା]

ଅଧିକ ତଥ୍ୟ

[ସମ୍ପାଦନା]
  1. ଆଧାର ଭୁଲ: ଅଚଳ <ref> ଚିହ୍ନ; districtcensus ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  2. Census 2011: Odisha: Provisional Population Totals
  3. Census 2011: Odisha: Rural Urban Distribution