ମୀନକେତନ
ମୀନକେତନ ଦାସ | |
|---|---|
ମୀନକେତନ ଦାସ | |
| ଜନ୍ମ | ମଇ ୭, ୧୯୬୧ |
| ମୃତ୍ୟୁ | ୩୦ ଜୁନ ୨୦୧୭ (ବୟସ ୫୬) |
| ମୃତ୍ୟୁର କାରଣ | ଅଗ୍ନାଶହ କର୍କଟ |
| ବୃତ୍ତି | ଅଭିନେତା (ଓଡ଼ିଆ) |
| ସକ୍ରିୟ ବର୍ଷ | ୧୯୯୫ - ୨୦୧୮ |
| ବୈବାହିକ-ସାଥୀ | କାଞ୍ଚନବାଳା ଦାସ |
ମୀନକେତନ ଓଡ଼ିଆ କଥାଚିତ୍ର ଜଗତର ଜଣେ ଖଳ ତଥା ହାସ୍ୟ ଅଭିନେତା ଥିଲେ । ବଡ଼ ପରଦା ସଙ୍ଗେ ସଙ୍ଗେ ସେ ଛୋଟ ପରଦାରେ ମଧ୍ୟ ଅନେକ ଅଭିନୟ କରିଥିଲେ । ମୀନକେତନ କିଛି ଯାତ୍ରାରେ ନାଟକର ନିର୍ଦ୍ଦେଶନା ଦେବା ସହ ଅଭିନୟ ମଧ୍ୟ କରିଥିଲେ ।

କଥାଚିତ୍ର ଜୀବନ
[ସମ୍ପାଦନା]ଦୁଇ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ସେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଅଭିନୟ କରିଥିଲେ । ଏହି ଲମ୍ବା ସମୟର ଯାତ୍ରା ମଧ୍ୟରେ ସେ ପାଖାପାଖି ୧୦୦ରୁ ଉର୍ଦ୍ଧ୍ୱ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ୧୯୮୪ରେ ମୁକ୍ତିଲାଭ କରିଥିବା ଗଙ୍ଗଶିଉଳୀ ଚଳଚ୍ଚିତ୍ର ତାଙ୍କର ଅଭିନୟର ଯାତ୍ରାରେ ଏକ ପରିବର୍ତ୍ତନ ଆଣିଦେଇଥିଲା ।[୧] ସେ ମଧ୍ୟ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ର ଥିଲେ । ମୀନକେତନ ଓଡ଼ିଆ ଚଳଚ୍ଚିତ୍ର ସହ ଓଡ଼ିଆ ଯାତ୍ର ଜଗତରେ ମଧ୍ୟ କିଛି ନାଟକର ନିର୍ଦ୍ଦେଶନା ଦେଇଥିଲେ ଏବଂ ଅଭିନୟ କରିଥିଲେ ।[୨] ୨୦୧୬ ମସିହାର ମୀମାଂସା ଚଳଚ୍ଚିତ୍ରରେ ଅଭିନୟ ପାଇଁ ସେ "ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା" ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ ।[୩]
ମୃତ୍ୟୁ
[ସମ୍ପାଦନା]ଅଗ୍ନାଶୟ କର୍କଟ ଯୋଗୁ, ୨୦୧୭ ଜୁନ ୩୦ତାରିଖରେ ଭୁବନେଶ୍ୱରସ୍ଥିତ ତାଙ୍କ ବାସଭବନରେ ମୀନକେତନଙ୍କର ପରଲୋକ ଘଟିଥିଲା ।[୪]
ଅଭିନୀତ କଥାଚିତ୍ର
[ସମ୍ପାଦନା]| ମସିହା | ଚଳଚ୍ଚିତ୍ର | ଭୂମିକା |
|---|---|---|
| ୨୦୧୬ | ମୀମାଂସା | |
| ୨୦୧୬ | ଲଭ୍ ଷ୍ଟେସନ | ଅତିଥି କଳାକାର |
| ୨୦୧୬ | ଦେଲେ ଧରା କଥା ସରେ | |
| ୨୦୧୬ | ଝିଅଟା ବିଗିଡ଼ିଗଲା | |
| ୨୦୧୬ | ଅଗସ୍ତ୍ୟ | ସଦାନନ୍ଦ ସେଠୀ |
| ୨୦୧୬ | ଟାଇଗର | |
| ୨୦୧୬ | ହେଲା ମତେ ପ୍ରେମ ଜର | |
| ୨୦୧୬ | ଗୋଟେ ଶୁଆ ଗୋଟେ ଶାରୀ | |
| ୨୦୧୫ | ଜଗା ହାତରେ ପଘା(୨୦୧୫) | ଶଙ୍କର |
| ୨୦୧୫ | ସୁପର ମିଛୁଆ | ରୋମିଓର ମାମୁଁ |
| ୨୦୧୫ | ନୂଆ ନୂଆ ପ୍ରେମରେ | ପୋଲିସ ଇନସ୍ପେକ୍ଟର |
| ୨୦୧୫ | ଇସ୍କ ତୁ ହି ତୁ | ବବି ଭାଇ |
| ୨୦୧୫ | ଯିଏ ଯାହା କହୁ ମୋର ଢୋ | ହଜାରି ଶଙ୍କର |
| ୨୦୧୪ | ଆମେତ ଟୋକା ଶଣ୍ଢ ମାର୍କା | |
| ୨୦୧୪ | କିଡ୍ନାପ୍ | |
| ୨୦୧୪ | ଜୟ ହିନ୍ଦ୍ | |
| ୨୦୧୪ | ସିନ୍ଦୂର | ବଲ୍ଲଭ ରାୟ |
| ୨୦୧୩ | ଗଡ଼ବଡ଼ | ଭାଇ (ମୀନକେତନ) |
| ୨୦୧୩ | ଟଙ୍କା ତତେ ସଲାମ | ମୀନକେତନ |
| ୨୦୧୩ | ବ୍ୟାଚେଲର | ଚନ୍ଦ୍ରଭାନୁ ପଟ୍ଟନାୟକ/ଟାଇଗର |
| ୨୦୧୩ | ମୁଁ ଦିୱାନା ତୋ' ପାଇଁ | ପୋଲିସ ଏସ୍.ଆଇ. ନୀଳାଚଳ |
| ୨୦୧୩ | ହରି ଓମ ହରି | ଜଗନ୍ନାଥ ପଟ୍ଟନାୟକ |
| ୨୦୧୩ | ହାତ ଧରି ଚାଲୁଥା | ସଂଗ୍ରାମ |
| ୨୦୧୩ | ଅଶୋକ ସମ୍ରାଟ | ସ୍ୱାମିଜୀ |
| ୨୦୧୩ | ଟାର୍ଗେଟ୍ | ନାରୁ ଭାଇ |
| ୨୦୧୩ | ଦିୱାନା ଦିୱାନୀ | ସଞ୍ଜୁର ବାପା |
| ୨୦୧୩ | ମାଇଁ ଲଭ୍ ଷ୍ଟୋରୀ | ପ୍ରଶାନ୍ତ |
| ୨୦୧୩ | ନଈ ସେପାରୀ କନକ ଗୋରୀ | ଦୂର୍ଜତି ସାମନ୍ତରାୟ |
| ୨୦୧୩ | ମୋ' ଦୁନିଆ ତୁ ହିଁ ତୁ | |
| ୨୦୧୨ | ଲଭ ମାଷ୍ଟର | ବିକ୍ରମ ପ୍ରତାପ |
| ୨୦୧୨ | ଚାନ୍ଦ ନା ତମେ ତାରା | |
| ୨୦୧୨ | ଓମ୍ ସାଇ ରାମ୍ | |
| ୨୦୧୨ | ବ୍ୟାଡ଼୍ ଗାର୍ଲ | |
| ୨୦୧୨ | ରଙ୍ଗିଲା ଟୋକା | ଲକ୍ଷ୍ମୀଧର ପ୍ରଧାନ |
| ୨୦୧୨ | ଇଡିଅଟ୍ | ଗୋବର୍ଦ୍ଧନ |
| ୨୦୧୨ | ତୁ ମୋ ଆରମ୍ଭ ତୁ ମୋ ଶେଷ | ସୁଧୀର |
| ୨୦୧୨ | ଗୁଡ୍ ବୟ | ପୋଲିସ ଇନସ୍ପେକ୍ଟର ମୀନକେତନ |
| ୨୦୧୨ | ଶପଥ | ମହିମା |
| ୨୦୧୨ | ଥୁକୁଲ୍ | ପଞ୍ଚମର ମାମୁଁ |
| ୨୦୧୧ | ବାଳୁଙ୍ଗା ଟୋକା | ଚିକୁର ବାପା |
| ୨୦୧୧ | ମୁଁ ପ୍ରେମୀ ମୁଁ ପାଗଳ | କଲେଜ ଅଧକ୍ଷ |
| ୨୦୧୧ | ଚୋରି ଚୋରି ମନ ଚୋରି | |
| ୨୦୧୧ | ୧୪୩ ଆଇ ଲଭ ୟୁ | ରସ ରଙ୍ଗ ପଣ୍ଡା |
| ୨୦୧୧ | ପ୍ରେମ୍ ୱେଡ୍ସ ପ୍ରିୟା | ରଙ୍ଗିଲା |
| ୨୦୧୧ | ହିରୋ | ଶକ୍ତିର ବାପା |
| ୨୦୧୧ | ଲୋଫର୍ | ରେଷ୍ଟୁରାଣ୍ଟ ମାଲିକ |
| ୨୦୧୧ | ମୋଷ୍ଟ ୱାଣ୍ଟେଡ଼ | ବାବୁ ଭାଇ |
| ୨୦୧୦ | ଓମ ନମଃ ଶିବାୟ | ନାଗ ଭୂଷଣ ମହାନ୍ତି |
| ୨୦୧୦ | ଦିୱାନା | ମୋହନ ମହାନ୍ତି(TTI) |
| ୨୦୧୦ | ମେଘ ସବାରୀରେ ଆସିବ ଫେରୀ | ସ୍ମଶାନ ଜଗୁଆଳୀ |
| ୨୦୧୦ | ଏଇ ମିଳନ ଯୁଗ ଯୁଗର | |
| ୨୦୧୦ | ଶଶୁର ଘର ଜିନ୍ଦାବାଦ | ଡମ୍ପୁରୁ ମାମୁଁ |
| ୨୦୧୦ | ପହିଲି ରଜ(ଓଡ଼ିଆ ଚଳଚ୍ଚିତ୍ର) | ବାଦଶାହା |
| ୨୦୧୦ | ମୁଁ କ'ଣ ଏତେ ଖରାପ | ଦିଗମ୍ବର ମହାନ୍ତି |
| ୨୦୧୦ | ଆଖି ପଲକରେ ତୁ | ବିଜୁ ସାମନ୍ତ |
| ୨୦୦୯ | କେଉଁ ଦୁନିଆରୁ ଆସିଲ ବନ୍ଧୁ | ସାପୁଆ କେଳା |
| ୨୦୦୯ | ଶତ୍ରୁ ସଂହାର | ଇନସ୍ପେକ୍ଟର ସୁରେଶ ଗଡ଼ନାୟକ |
| ୨୦୦୯ | ଆ'ରେ ସାଥି ଆ | ରାମ |
| ୨୦୦୯ | ଧୀରେ ଧୀରେ ପ୍ରେମ ହେଲା | ହାଡ଼ୁ ଚମ୍ପତ୍ତି |
| ୨୦୦୮ | ତୋ ବିନା ଭଲ ଲାଗେନା | ଶଙ୍କର |
| ୨୦୦୮ | ବନ୍ଦେ ଉତ୍କଳ ଜନନୀ | ବିଧାୟକ ଗୋପବନ୍ଧୁ ବେହେରା |
| ୨୦୦୮ | ଜୀଅନ୍ତା ଭୂତ | ଡୋମ୍ବୋ |
| ୨୦୦୭ | କାଳୀଶଙ୍କର | ମଣ୍ଟୁ |
| ୨୦୦୭ | ଚକା ଚକା ଭଉଁରୀ | ରଘୁ |
| ୨୦୦୭ | ଧଉଳି ଏକ୍ସପ୍ରେସ୍ | ମାଧାବ |
| ୨୦୦୭ | ନାରୀ ନୁହେଁ ତୁ ନାରାୟଣୀ | |
| ୨୦୦୭ | ଫେରିଆ ମୋ ସୁନା ଭଉଣୀ | |
| ୨୦୦୬ | ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ | ଶମ୍ଭୁ |
| ୨୦୦୬ | ତୁ ଏକା ଆମ ସାହା ଭରସା | ବିକ୍ରମ |
| ୨୦୦୫ | ଓମ୍ ଶାନ୍ତି ଓମ୍ | ଦୁର୍ଗା ପ୍ରସାଦ |
| ୨୦୦୩ | ନାରୀ ଆଖିରେ ନିଆଁ | |
| ୨୦୦୩ | ଏଇଠି ସ୍ୱର୍ଗ ଏଇଠି ନର୍କ | |
| ୨୦୦୩ | ମା ମଙ୍ଗଳା | |
| ୨୦୦୩ | ବିଧାତା (୨୦୦୩ର ଚଳଚ୍ଚିତ୍ର) | ରଙ୍ଗା |
| ୨୦୦୨ | ପୁଅ ମୋର ଜଗତ ଜିତା | ଇନସ୍ପେକ୍ଟର ଦୁଶାସନ ସ୍ୱାଇଁ |
| ୧୯୯୯ | ପ୍ରେମ ବନ୍ଧନ | ଦିଲୀପ ବଳିଆରସିଂହ |
| ୧୯୯୯ | ଧର୍ମ ନିକିତି | ବିଲ୍ଲା |
| ୧୯୯୯ | ମା’ ଓ ମମତା (୧୯୯୯ର ଓଡ଼ିଆ କଥାଚିତ୍ର) | ମହାଜନ |
| ୧୯୯୮ | ସହର ଜଳୁଚି | |
| ୧୯୯୮ | ଗଙ୍ଗଶିଉଳୀ | |
| ୧୯୯୬ | ନୀଳ ମାଷ୍ଟରାଣୀ | |
| ୧୯୯୫ | ରକତ କହିବ କିଏ କାହାର | ମାଇକେଲ |
| ୧୯୯୫ | ମୋ ମନ ଖାଲି ତୋରି ପାଇଁ | ଲାଖୁଆ |
ଆଧାର
[ସମ୍ପାଦନା]- ↑ "Being 'evil' in films brings out the 'good' in an actor: Minaketan". Odisha News 360. 12 August 2016. Archived from the original on 18 August 2016. Retrieved 22 August 2016.
- ↑ "ଆରପାରିରେ ଅଭିନେତା ମୀନକେତନ". Odisha News Agency. 1 July 2017. Archived from the original on 17 December 2017. Retrieved 26 October 2017.
- ↑ "ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର". ପ୍ରମେୟ ୨୦/୧୨/୨୦୧୭ ପୃଷ୍ଠା ୫. Archived from the original on 22 December 2017. Retrieved 20 December 2017.
- ↑ http://odishatv.in/odisha/body-slider/minaketan-who-won-hearts-lost-battle-against-cancer-225058/
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ମୀନକେତନ