ନଈ ସେପାରୀ କନକ ଗୋରୀ
ନଈ ସେପାରୀ କନକ ଗୋରୀ | |
---|---|
ନିର୍ଦ୍ଦେଶକ | ପଙ୍କଜ ପାଢ଼ୀ |
ପ୍ରଯୋଜକ | ଅଜୟ ମହାନ୍ତି |
ସଂଳାପ | ଦେବ ପ୍ରସାଦ ଦାସ |
କାହାଣୀ | ଅଜୟ ମହାନ୍ତି |
କଳାକାର | ପାର୍ଥ ସାରଥୀ ରାୟ, ରାଲି ନନ୍ଦ, ରୋଜି, ମିହିର ଦାସ, ଅପରାଜିତା ମହାନ୍ତି, ଦେବୁ ବୋଷ, ଜୟୀରାମ ସାମଲ |
ସଙ୍ଗୀତ | ମହେନ୍ଦ୍ର ଆଚାର୍ଯ୍ୟ, ଅଜୟ ମହାନ୍ତି |
ଚିତ୍ରଗ୍ରହଣ | ଗଗ୍ରିନ୍ ମିଶ୍ର |
ସମ୍ପାଦକ | ମାନସ ରଞ୍ଜନ ପାତ୍ର |
ମୁକ୍ତିଲାଭ ତାରିଖ | ୧ ମାର୍ଚ୍ଚ ୨୦୧୩ |
ଦେଶ | ![]() |
ଭାଷା | ଓଡ଼ିଆ |
ନଈ ସେପାରୀ କନକ ଗୋରୀ, ୨୦୧୩ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଜୟ ମହାନ୍ତି । ଅନନ୍ୟା ଚଳଚ୍ଚିତ୍ର ପ୍ରଯୋଜନା ସଂସ୍ଥା ଅଧିନରେ ଏହି ଚଳଚ୍ଚିତ୍ରଟିର ନିର୍ମାଣ କରାଯାଇଥିଲା । ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଅଜୟ ମହାନ୍ତି ଏବଂ ସଂଳାପ ରଚନା କରିଥିଲେ ଦେବ ପ୍ରସାଦ ଦାସ । ପଙ୍କଜ ପାଢ଼ୀ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।
ଏହି ଚଳଚ୍ଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ପାର୍ଥ ସାରଥୀ[୧] ରାୟ ଏବଂ ରାଲି ନନ୍ଦ ।[୨] ମିହିର ଦାସ, ଅପରାଜିତା ମହାନ୍ତି, ମୀନକେତନ, ସମରେଶ ରାଉତରାୟ, ଦେବୁ ବୋଷ, ଜୟୀରାମ ସାମଲ, ପ୍ରୀତିରାଜ ଶତପଥୀ ଆଦି କଳାକାରମାନେ ଚଳଚ୍ଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୩]
ବିଷୟସୂଚୀ
ଅଭିନୟ[ସମ୍ପାଦନା]
- ପାର୍ଥ ସାରଥୀ ରାୟ[୪]- ଅବିନାଶ
- ରାଲି ନନ୍ଦ- କନକ
- ରୋଜି[୫]- ନିଳୀମା
- ମିହିର ଦାସ- ବିଭୁ
- ଅପରାଜିତା ମହାନ୍ତି- ଲକ୍ଷ୍ମୀ
- ଦେବୁ ବୋଷ- ରଞ୍ଜିତ ପଟ୍ଟନାୟକ
- ଜୟୀରାମ ସାମଲ- ଗୁଣ୍ଡୁଚି
- ଦେବୀ ବାରିକ- ଦୁଶାସନ
- ମିଲି ମହାନ୍ତି- ଦମୟନ୍ତୀ
- ବନମାଳି ପାଣ୍ଡିଆ- ଗନ୍ଧମାର୍ଦ୍ଧନ
- ଥିନ୍- ତିମା
- ସଞ୍ଜୟ- ଗାଁ ଲୋକ
- ସୁଭାଷିସ- ସନିଆ
- ଲଭ୍ଲି ଅହମଦ୍- ଆଇଟମ୍ ନର୍ତ୍ତକୀ
- ଦେବ ପ୍ରସାଦ ଦାସ- ପାଗଳଲୋକ
- ମୀନକେତନ- ଧୃଜତି ସାମନ୍ତରାୟ
- ପୁରେନ୍ଦୁ ଦତ୍ତ- ଅନାଙ୍ଗ ଗଡ଼ନାୟକ
- ଚକ୍ରଧର ଜେନା
- ମୁନ୍ନା ଖାନ୍- ପୋଲିସ୍ ଆଇ.ଜି.
- ପପୁ ଖୁଣ୍ଟିଆ- ପୋଲିସ୍ ଡ଼ି.ଏସ୍.ପି
- ଅଜୟ ମହାନ୍ତି- ଡାକବାଲା
- ଅଜୟ ପାଢ଼ୀ- ମାଗୁଣିଆ
- କୁନି ପଣ୍ଡା- ଜାମ୍ବବାଟି
- ସଚ୍ଚି ପଣ୍ଡା- ଜଗବନ୍ଧୁ
- ଗଙ୍ଗାଧର ପ୍ରଧାନ- ହରିଆ
- ସମରେଶ ରାଉତରାୟ- ରାଙ୍ଗା
- ପ୍ରିତୀରାଜ ଶତପଥୀ- ବିଭୁ
- କୁସୁମ ତ୍ରୀପାଠୀ- ସନିଆର ପତ୍ନୀ
ଗୀତ ଓ ସଙ୍ଗୀତ[ସମ୍ପାଦନା]
ଏହି ଚଳଚ୍ଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମହେନ୍ଦ୍ର ଆଚାର୍ଯ୍ୟ ଏବଂ ଅଜୟ ମହାନ୍ତି । ସଚ୍ଚି ମହାନ୍ତି, ବିଜୟ ମଲ୍ଲ, ମହେନ୍ଦ୍ର ଆଚାର୍ଯ୍ୟ, ରାଜା ଅର୍ଦ୍ଧେନ୍ଦୁ ଶେଖର ମହାନ୍ତି, ଗୀତା ଖୁଣ୍ଟିଆ ଆଦି ଗୀତିକାରମାନେ ଚଳଚ୍ଚିତ୍ରଟିର ଗୀତ ରଚନା କରିଥିଲେ । ତୃପ୍ତି ଦାସ, ଶ୍ରୀକାନ୍ତ ଦାସ, ତପୁ ମିଶ୍ର, ପମି, ଅରବିନ୍ଦ, ଚିତ୍ରବନ୍ଧୁ ମହାନ୍ତି, ଅଜୟ ମହାନ୍ତି, ମହେନ୍ଦ୍ର ଆଚାର୍ଯ୍ୟ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ[ସମ୍ପାଦନା]
ଗୀତ | ରଚନା | କଣ୍ଠଦାନ |
---|---|---|
ଆଗେ ଦେଖ ପିଛେ ଦେଖ | ||
ରାଧାମାଧବ ଘେନ ପ୍ରଣତି ମୋର | ||
ମୋ ମନ ଭିତରେ ତୁ | ||
ଯାହାକୁ ପଚାର | ||
କଟକୁ ଆଇଚି କଟକ ବାବୁ | ||
ଆଲୋ ମୋ ଲାଲପରି |
ପୁରସ୍କାର[ସମ୍ପାଦନା]
ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ପ୍ରଦାନ କରାଯାଉଥିବା ୨୪ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ଶ୍ରେଷ୍ଠ ଚିତ୍ର ଗ୍ରହଣ (ପ୍ରମୋଦ ପତି ସମ୍ମାନ) ‘ନଈ ସେପାରୀ କନକ ଗୋରୀ’ର ଚିତ୍ରଗ୍ରହଣକାରୀ ଗଗ୍ରିନ୍ ମିଶ୍ରଙ୍କୁ ମିଳିଥିଲା, ଶ୍ରେଷ୍ଠ ଗୀତିକାର ପୁରସ୍କାର ବିଜୟ ମଲ୍ଲଙ୍କୁ ମିଳିଥିଲା ଏବଂ ଶ୍ରେଷ୍ଠ ଶବ୍ଦଗ୍ରହଣକାରୀ ପୁରସ୍କାର ମଧ୍ୟ ଏହି ଚଳଚ୍ଚିତ୍ର ପ୍ରାପ୍ତ କରିଥିଲା ।[୬]
ଆଧାର[ସମ୍ପାଦନା]
- ↑ "ଖୁବ୍ ଶୀଘ୍ର ଆସୁଅଛି ନୂଆ ଓଡ଼ିଆ ସିନେମା 'ନଈ ସେପାରୀ କନକ ଗୋରୀ'". ଓଡ଼ିଆ ସାଇଟ୍. Retrieved 24 August 2016.
- ↑ "Nai Separi Kanaka Gori Oriya Film – Songs, Wallpapers, Videos, photos". FullOdisha.com. Retrieved 24 August 2016.
- ↑ "Nai separi kanaka Gori released". Odia Live. 1 March 2013. Retrieved 24 August 2016.
- ↑ PANDA, NAMITA (13 September 2012). "Actor returns with a bang". The Telegraph. Archived from the original on 3 July 2018. Retrieved 3 July 2018.
- ↑ "Nai Separi Kanaka Gori". eodisha.com. Retrieved 24 August 2016.
- ↑ "୨୪ତମ ରାଜ୍ୟ ଚଳଚ୍ଚିତ୍ର ଓ ପ୍ରଥମ ଟେଲି ପୁରସ୍କାର ଘୋଷିତ". ଇସ୍ପାତ ନଗରୀ ହାଲଚାଲ. 10 December 2013. Retrieved 24 August 2016.
ବାହାର ଆଧାର[ସମ୍ପାଦନା]
- ନଈ ସେପାରୀ କନକ ଗୋରୀ ଇଣ୍ଟରନେଟ ମୁଭି ଡାଟାବେସରେ