ଗୋଟେ ଶୁଆ ଗୋଟେ ଶାରୀ

ଉଇକିପିଡ଼ିଆ‌ରୁ
ଗୋଟେ ଶୁଆ ଗୋଟେ ଶାରୀ
ନିର୍ଦ୍ଦେଶକମୃତ୍ୟୁଞ୍ଜୟ ସାହୁ
ପ୍ରଯୋଜକନିରଞ୍ଜନ ରଣା
ସଂଳାପନିର୍ମଳ ନାୟକ
ଚିତ୍ରନାଟ୍ୟମୃତ୍ୟୁଞ୍ଜୟ ସାହୁ
କାହାଣୀଗୀତାଞ୍ଜଳୀ ରଣା
କଳାକାରଅନୁଭବ ମହାନ୍ତି
ବର୍ଷା ପ୍ରିୟଦର୍ଶିନୀ
ମୀନକେତନ
ସଲିଲ ମିତ୍ର
ପ୍ରଜ୍ଞା ଖଟୁଆ
ସଙ୍ଗୀତପ୍ରେମ ଆନନ୍ଦ
ରବିନାରାୟଣ ନନ୍ଦ
ଚିତ୍ରଗ୍ରହଣଅଭିରାମ ମିଶ୍ର
ସମ୍ପାଦକଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ
୧୨ ଫେବୃଆରୀ ୨୦୧୬
ଦେଶ ଭାରତ
ଭାଷାଓଡ଼ିଆ

ଗୋଟେ ଶୁଆ ଗୋଟେ ଶାରୀ, ୨୦୧୬ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି ଚଳଚ୍ଚିତ୍ରର ପ୍ରଯୋଜନା କରିଥିଲେ ନିରଞ୍ଜନ ରଣା ଏବଂ ନିର୍ଦ୍ଦେଶନା ଦେଇଥିଲେ ମୃତ୍ୟୁଞ୍ଜୟ ସାହୁ ।[୧][୨] ମା ତାରିଣୀ ଫିଲ୍ମ ପ୍ରଡକ୍ସନ ବ୍ୟାନରରେ ଏହି ଚଳଚ୍ଚିତ୍ରଟି ନିର୍ମିତ ହୋଇଥିଲା । ଏହି ବ୍ୟାନନର ଷଷ୍ଠ ଚଳଚ୍ଚିତ୍ର ଥିଲା ଗୋଟେ ଶୁଆ ଗୋଟେ ଶାରୀ ।[୩] ଏହି ଚଳଚ୍ଚିତ୍ରରର କାହାଣୀ ଲେଖିଥିଲେ ଗୀତାଞ୍ଜଳୀ ରଣା ଏବଂ ସଂଳାପ ଲେଖିଥିଲେ ନିର୍ମଳ ନାୟକ । ପ୍ରେମ ଆନନ୍ଦ ଏବଂ ରବିନାରାୟଣ ନନ୍ଦ ଏହି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ଅରୁଣ ମନ୍ତ୍ରୀ ଚଳଚ୍ଚିତ୍ରର ଗୀତଗୁଡ଼ିକର ରଚନା କରିଥିଲେ । ଉଦିତ ନାରାୟଣ, ଇରା ମହାନ୍ତି, ହ୍ୟୁମାନ ସାଗର ପ୍ରମୁଖ ଏହି ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ ।[୪]

ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନାୟକ ଅନୁଭବ ଏବଂ ନାୟିକା ବର୍ଷା ପ୍ରିୟଦର୍ଶିନୀ[୫] ସଲିଲ ମିତ୍ର, ପ୍ରଜ୍ଞା ଖଟୁଆ ଆଦି ଚଳଚ୍ଚିତ୍ରର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି ଚଳଚ୍ଚିତ୍ରର ଗୀତ ରଚନା କରିଥିଲେ ଗୀତିକାର ଅରୁଣ ମନ୍ତ୍ରୀ, ବିଜୟ ମଲ୍ଲ, ସୁବ୍ରତ ସ୍ୱାଇଁ ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ[୭] ଓ ରବିନାରାୟଣ ନନ୍ଦ । ଉଦିତ ନାରାୟଣ, ଇରା ମହାନ୍ତି, ହ୍ୟୁମାନ ସାଗର ଏବଂ କୁମାର ବାପି ପ୍ରମୁଖ କଣ୍ଠଶିଳ୍ପୀ ଗଣ ଏହି ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ ।[୪]

ଗୀତ[ସମ୍ପାଦନା]

କ୍ରମଗୀତଗାୟକସମୟ
1."ଗୋଟେ ଶୁଆ ଗୋଟେ ଶାରୀ" ୦୪:୩୪
2."ଟିକେ ଚଗଲା ଟିକେ ରଙ୍ଗିଲା"ଇରା ମହନ୍ତି୦୫:୦୭
3."ହାଏରେ ହାଏ ହାଏ" ୦୪:୫୬
4."ଆଜି କାଇଁ ମୋତେ ରେ" ୦୨:୨୬
5."ଆ'ରେ ଆ'ରେ"ଇରା ମହାନ୍ତି୦୪:୦୨

ଆଧାର[ସମ୍ପାଦନା]

  1. "Ollywood Release – Odia Movies Mun Khanti Odia Jhia & Bhairab - EnewsOdia.Com". enewsodia.com/. Odisha: E News ଓଡ଼ିଆ. 8 September 2017. Archived from the original on 16 January 2019. Retrieved 16 January 2019.
  2. "କାଲି ପରଦାକୁ 'କୁଇନ୍' ରୂପରେ ଆସିବେ ବର୍ଷା ପ୍ରିୟଦର୍ଶିନୀ | Sambad". ସମ୍ବାଦ. sambad.in. 14 January 2020. Retrieved 19 January 2020.
  3. "Gote Sua Gote Sari (ଗୋଟେ ଶୁଆ ଗୋଟେ ଶାରୀ) - 2016 Romantic Drama Odia Film". Odia Portal. Retrieved 28 July 2017.
  4. ୪.୦ ୪.୧ "Gote Shua Gote Shari". Odia Movie Database. Retrieved 28 July 2017.
  5. "ବର୍ଷାଙ୍କ ସହ କେବଳ ଗୋଟିଏରେ ଅନୁଭବ". ସମ୍ବାଦ. 22 December 2016. Retrieved 28 July 2017.
  6. "ଏ ବର୍ଷ ଗୋଟିଏ ସିନେମାରେ ବର୍ଷା ପ୍ରିୟଦର୍ଶିନୀ | Sambad". Sambad. 15 October 2017. Archived from the original on 2 September 2018. Retrieved 2 September 2018.
  7. "ଜନ୍ମଦିନରେ ବିଜୁଙ୍କୁ ପ୍ରେମ୍ ଆନନ୍ଦଙ୍କ ଶ୍ରଦ୍ଧାଞ୍ଜଳି : ବହୁଚର୍ଚ୍ଚିତ ଫିଲ୍ମ 'ବିଜୁ ବାବୁ'ର ଗୀତ ରେକର୍ଡିଂ କଲେ". Sambad (in Odia). Odisha. 23 January 2019. Archived from the original on 23 January 2019. Retrieved 23 January 2019.{{cite news}}: CS1 maint: unrecognized language (link)

ବାହାର ଆଧାର[ସମ୍ପାଦନା]