ଆଖି ପଲକରେ ତୁ

ଉଇକିପିଡ଼ିଆ‌ରୁ
ଆଖି ପଲକରେ ତୁ
ନିର୍ଦ୍ଦେଶକରବିନ୍ଦ୍ର ପ୍ରଧାନ
ପ୍ରଯୋଜକଗିରିଧାରୀ ମଲିକ୍
ସଂଳାପପ୍ରଦୀପ୍ତ ନନ୍ଦ
ଚିତ୍ରନାଟ୍ୟରବିନ୍ଦ୍ର ପାଧାନ
କାହାଣୀରବିନ୍ଦ୍ର ପାଧାନ
କଳାକାରସବ୍ୟସାଚୀ ମିଶ୍ର, ବବ୍‌ଲି, ମିହିର ଦାସ, ମୁକେଶ ଋଷି, ବିଜୟ ମହାନ୍ତି, ହରିହର ମହାପାତ୍ର, ଗ୍ଲୋରିଆ ମହାନ୍ତି, ମୀନକେତନ, ଅଶ୍ରୁମୋଚନ ମହାନ୍ତି, ବବି ମିଶ୍ର, ପପୁ ପମ ପମ
ସଙ୍ଗୀତଶାନ୍ତିରାଜ ଖୋସଲା
ଚିତ୍ରଗ୍ରହଣଏସ୍ ରଞ୍ଜନ
ସମ୍ପାଦକରବିନ୍ଦ୍ର ପ୍ରଧାନ
ମୁକ୍ତିଲାଭ ତାରିଖ
୧୨ ଫେବୃୟାରୀ ୨୦୧୦
ଦେଶ ଭାରତ
ଭାଷାଓଡ଼ିଆ

ଆଖି ପଲକରେ ତୁ, ୨୦୧୦ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲ ଗିରିଧାରୀ ମଲିକ୍ । ରବିନ୍ଦ୍ର ପ୍ରଧାନ ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ପ୍ରଦୀପ୍ତ ନନ୍ଦ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସ୍‌ଲା ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସବ୍ୟସାଚୀ ମିଶ୍ର ଏବଂ ବବ୍‌ଲି । ବବ୍‌ଲି ଏହି କଥାଚିତ୍ର ଜରିଆରେ ନାୟିକା ଭାବରେ ପ୍ରଥମ କରି ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିଥିଲେ ।[୧] ପୂର୍ବରୁ ସେ ଓଡ଼ିଆ ଆଲବମ୍‌ରେ ଅଭିନୟ କରିଥିଲେ ଏବଂ କେଉଁ ଦୁନିଆରୁ ଆସିଲ ବନ୍ଧୁ ଚଳଚ୍ଚିତ୍ରରେ ଏହି କ୍ଷୁଦ୍ର ଭୂମିକାରେ ଅଭିନୟ କରିଥିଲେ । ମିହିର ଦାସ, ଅଶ୍ରୁମୋଚନ ମହାନ୍ତି, ବିଜୟ ମହାନ୍ତି, ହରିହର ମହାପାତ୍ର, ଗ୍ଲୋରିଆ ମହାନ୍ତି, ମୀନକେତନ, ପପୁ ପମ ପମ, ମୁକେଶ ଋଷି ଆଦି ପ୍ରମୁଖ ଅଭିନେତାଗଣ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

ଅତିଥି କଳାକାର[ସମ୍ପାଦନା]

ଶିଶୁ କଳାକାର[ସମ୍ପାଦନା]

  • ଅନିକେତ
  • ରାନି
  • କିର୍ତ୍ତୀ

କାହାଣୀ[ସମ୍ପାଦନା]

ସ୍ତ୍ରୀ ଶୁଭଲକ୍ଷ୍ମୀ, ପୁଅ ମୁନ୍ନା ଏବଂ ଝିଅ ମାମାକୁ ନେଇ ଜଣେ ପତ୍ରକାର ରହୁଥିଲା । ସେ କିଛି ବଦମାସ ଏବଂ ଖଳ ପ୍ରକୃତିର ଲୋକଙ୍କ ବିଷୟରେ ଖବରକାଜରେ ଲେଖି ଛାପିଥିଲା । ସେଇ କଥାକୁ ନେଇ ସେ ଗୁଣ୍ଡା ବଦମାସମାନେ ତାକୁ ଏବଂ ତା'ର ସ୍ତ୍ରୀର ହତ୍ୟା କରିଦେଲେ । ପତି ପତ୍ନୀ ଦୁଇଜଣଙ୍କର ମୃତ୍ୟୁ ପରେ ସେମାନଙ୍କର ପିଲା ଦୁଇଟି ଅନାଥ ହୋଇଗଲେ । ମୁନ୍ନା ତା' ଭଉଣୀକୁ ନେଇ ଆସିଗଲା ସ‌ହରକୁ । ଅନାଥ ହୋଇଥିବାରୁ ସେମାନଙ୍କ ପାଖରେ କିଛି ନ ଥିଲା । ମୁନ୍ନା ତା'ର ଭଉଣୀକୁ ଧରି ଗୋଟିଏ ବର୍ଷାଭରା ରାତିରେ ଭିଜୁଥିବା ବେଳେ ଗୋରାଭାଇ ନାମକ ଜଣେ ଲୋକ ତାକୁ ତା' ସାଙ୍ଗରେ ନେଇଗଲା । ସେଠାରେ ମୁନା ଟିକେଟ ଚୋରାରେ ବିକ୍ରି କରିବା ଆରମ୍ଭ କଲା, କିନ୍ତୁ ଗୋରା ଭାଇ ତାକୁ ପଇସା ଦେଉ ନ ଥିଲା । ସେଥିପାଇଁ ସେ ଗୋରାଭାଇଠାରୁ ଟଙ୍କା ଏବଂ ତା' ବନ୍ଧୁକ ଚୋରେଇ ନେଇଆସିଲା । ଗୋରାଭାଇର ଲୋକମାନେ ମୁନ୍ନାକୁ ଖୋଜି ଖୋଜି ଆସିଲେ କିନ୍ତୁ ତା' ପାଖରେ ଥିବା ବନ୍ଧୁକର ଗୁଳିର ଶିକାର ହେଲେ । ସେହି ସମୟରେ ବୀର (ଅଶ୍ରୁମୋଚନ) ନାମକ ଜଣେ ଲୋକ‌କୁ କିଛି ଗୁଣ୍ଡା ଆକ୍ରମଣ କଲେ ଏବଂ ମୁନ୍ନା ସେମାନଙ୍କୁ ମଧ୍ୟ ସେହି ବନ୍ଧୁକରେ ହତ୍ୟାକଲା । ସେବେଠାରୁ ସେ ବୀରଭାଇ ପାଖରେ ରହିଲା ।

ପରବର୍ତ୍ତୀ ସମୟରେ ମୁନ୍ନା (ମୁକେଶ ଋଷି) ଅପରାଧ ଜଗତରେ ବଡ଼ ହେଲା ଏବଂ ନିଜର ସାମ୍ରାଜ୍ୟ ଗଠନ କଲେ । ଇତି ମଧ୍ୟରେ ମାମା (ବବ୍‌ଲି) ମଧ୍ୟ ବଡ଼ ହୋଇ କଲେଜରେ ପଢ଼ୁଥିଲା । ମୁନ୍ନା ତା' ଭଉଣୀର ପାଖ ଆଖରେ ତା'ର ଲୋକମାନଙ୍କୁ ଜଗାଇ ରଖିଥିଲା । ମାମା ସ‌ହ କାହାକୁ ବି ଦେଖିଲେ ସେ ତାକୁ ଲୋକ ଲଗେଇ ବାଡ଼ାଉଥିଲା । ଏହି ସବୁ କାରଣ ପାଇଁ କଲେଜର ପିଲାମାନେ ତା' ସ‌ହ କଥା ହେବା ବନ୍ଦ କରିଦେଲେ । ସେଥିପାଇଁ ମୁନ୍ନା ଉପରେ ସବୁବେଳେ ମାମା ରାଗିକି ଖାଇବା ବନ୍ଦ କରିଦେଇଥିଲା । ତା' ପରେ ମୁନ୍ନା ତାକୁ ବୁଝାଇସୁଝାଇ ଭବିଷ୍ୟତରେ କେବେ ଏମିତି କରିବନି ବୋଲି କଥା ଦେଲା ।

ତେଣେ ବୀର ଏବେ ନିର୍ବାଚନରେ ଜିତି ମନ୍ତ୍ରୀ ହୋଇଗଲାଣି । ବୀରକୁ ମନ୍ତ୍ରୀ କରେଇବା ପାଇଁ ବିଟୁ (ମୀନକେତନ) ଏବଂ ତା'ର ଲୋକମାନେ ମଧ୍ୟ ବ‌ହୁତ କିଛି କାମ କରିଛନ୍ତି । ସେଥିପାଇଁ ଗୋଟିଏ ଲିଜ୍ ନେବା ପାଇଁ ବିଟୁ ବୀରଭାଇକୁ ବାଧ୍ୟ କରୁଥିବା ବେଳେ, ଗଣମାଧ୍ୟମ ତା' ପଛରେ ଲାଗିଛନ୍ତି ବୋଲି ସେ ସେହି ଲିଜ୍ ବିଟୁକୁ ଦେଇ ପାରିବ ନାହିଁ ବୋଲି କ‌ହିଲା । ଏହା ଶୁଣି ବିଟୁର ବଡ଼ ଭାଇ ଛୋଟୁ ରାଗିଯାଇ ବୀରଭାଇ ଏବଂ ମୁନ୍ନାକୁ ଖରାପ ବ୍ୟବ‌ହାର କରିବା ସ‌ହ ବନ୍ଧୁକ ଧିର ଧମକ ଦେଲା । ଏହା ଦେଖି ମୁନ୍ନା ଛୋଟୁକୁ ହତ୍ୟା କରିଦେଲା । ଆଖି ସାମ୍ନାରେ ଭାଇର ମୃତ୍ୟୁ ଦେଖି ବିଟୁ ମୁନ୍ନାର ବଂଶ ନିପାତ କରିବାକୁ ପ୍ରଣ କଲା ଏବଂ ଜାଣିଲା କି ମୁନ୍ନାର କେବଳ ଗୋଟିଏ ଭଉଣୀ ଅଛି । ସେଥିପାଇଁ ବିଟୁର ଲୋକମାନେ ମାମାକୁ କଲେଜରୁ ଅପ‌ହରଣ କରି ନେଇଯାଉଥିବାବେଳେ ରାଜେଶ (ସବ୍ୟସାଚୀ) ସେ ଗୁଣ୍ଡାମାନଙ୍କ କବଳରୁ ମାମାକୁ ବଞ୍ଚେଇଲା । ରାଜେଶ ଏବଂ କଲେଜର ଅନ୍ୟପିଲାମାନେ ମୁନ୍ନାର ଲୋକ ଏବଂ ତାର ବିପକ୍ଷ ଦଳର ଲୋକମାନଙ୍କ ପାଇଁ କଲେଜରେ ହେଉଥିବା ମାଡ଼ପିଟ ବିଷୟରେ କ‌ହି ଅପମାନିତ କଲେ । କିଛି ସମୟ ପରେ ମୁନ୍ନା ଆସିବାରୁ ମାମା ତାକୁ ରାଜେଶର ବାହାଦୁରୀ ବିଷୟରେ କ‌ହିଲା ।

ରାଜେଶର ଘରେ ତା'ର ବାପା ରତ୍ନାକର ରାଉତରାୟ , ମାଆ (ଅନୀତା ଦାସ), ଗୋଟିଏ ସାନ ଭଉଣୀ ଏବଂ ତା'ର ଜେଜେମା (ଗ୍ଲୋରିଆ ମହାନ୍ତି) ରହୁଥିଲେ । ରାଜେଶର ସବୁବେଳ ମୋବାଇଲରେ ଫଟୋ ଉଠେଇବାର ଅଭ୍ୟାସ ଥିଲା । ରଜେଶର ଘରଲୋକେ ତାକୁ ଏତେ ଭଲ ପାଆନ୍ତି ଯେ, ତାର ହାତରେ ଟିକେ ଖଣ୍ଡିଆ ହେଲେ ସମସ୍ତେ ବ୍ୟସ୍ତ ହୋଇ ପଡ଼ନ୍ତି । ରାଜେଶର ବାପା ରତ୍ନାକର ବାବୁ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସରପ୍ରାପ୍ତ ଶିକ୍ଷକ । ରାଜେଶ ତା' ଭଉଣୀ ସ‌ହ ରାସ୍ତା ଯାଉଥିବା ବେଳେ ଜଣେ ପୋଲିସ ଇନିସ୍‌ପେକ୍ଟର ଜି ଭି ମିର୍‌ଧାର ପାନ‌ଛେପ ରେଜେଶର ଭଉଣୀ ଉପରେ ପଡ଼ିଗଲା ଏବଂ ସେଠାରେ ରାଜେଶ ଏବଂ ସେ ପୋଲିସ ଇନିସ୍‌ପେକ୍ଟରର ଝଗଡ଼ା ହୋଇଗଲା ।

ସେପଟେ ରାଜେଶର ବାହାଦୁରୀ ଏବଂ ସଚ୍ଚୋଟ ପଣିଆକୁ ଦେଖି ମାମା ରାଜାଶରେ ପ୍ରେମରେ ପଡ଼ିଯାଇଥିଲା କିନ୍ତୁ ରାଜେଶର ଆଉ ଜଣେ ପ୍ରେମିକା ଅଛି ବୋଲି ଭାବୁଥିଲା । ମାତ୍ର ସେମିତି କିଛି ନାହିଁ ବୋଲି ଜାଣିବା ପରେ ମାମା ରାଜେଶ ପ୍ରତି ବେଶୀ ଆକର୍ଷିତ ହେବରେ ଲାଗିଲା । କଲେଜର ପିଲାମାନେ ପିକନିକରେ ଯାଇଥିବାବେଳେ ମାମା ଝରଣା ଦେଖୁ ଦେଖୁ ଅନ୍ୟମନସ୍କରେ ଗୋଡ଼ ଖସି ସେଠାରେ ପଡ଼ିଗଲା । ସେଠାରେ ତାକୁ ପଣିଥରେ ରାଜେଶ ବଞ୍ଚେଇଲା । ରାଜେଶ ମଧ୍ୟ ମାମାର ପ୍ରେମରେ ପଡ଼ିଯାଇଥିଲା । ମାମା ପଡ଼ିଯିବା କଥା ଶୁନି ମୁନ୍ନା ତାକୁ ଖୋଜିବାକୁ ଆସିଯାଇଥିଲା । ମୁନ୍ନା ସେଠାରେ ପ‌ହଞ୍ଚିବା ପରେ ରାଜେଶ ଏବଂ ମାମା ବିଷୟରେ ଜାଣିଲା । ମାମାକୁ କିଛି ନ କ‌ହି ତାକୁ ଚୁପଚାପ ଘରକୁ ନେଇଆସିଲା । ଘରେ ମୁନ୍ନା ମାମାକୁ କଥା ଦେଲା ଯେ, ସେ କେବେ ରାଜେଶର କିଛି ବି କ୍ଷତି କରିବ ନାହିଁ । ମାମା ସ‌ହ ରାଜେଶକୁ ଦେଖି ମୁନ୍ନାର ଲୋକମାନେ ରାଜେଶର ପରିବାର ଲୋକଙ୍କୁ ଆଣି ବାନ୍ଧି ଦେଇଥିଲେ । ତା ପରେ ରାଜେଶକୁ ମାରି ମୁନ୍ନାର ଲୋକମାନେ ତାକୁ ମଧ୍ୟ ବାନ୍ଧିଦେଲେ । ରାଜେଶର ପରିବାର ଲୋକମାନଙ୍କୁ ଛାଡ଼ିଦେଇ ସେମାନେ ରାଜେଶକୁ ନେଇ ମାରି ପୋତିଦେଲେ ।

ରାଜେଶ ଭଳି ଦେଖାଯାଉଥିବା ଅନ୍ୟ ଗୋଟିଏ ପିଲା ହେଉଛି ଭଗିଆ । ଯିଏକି ଟ୍ରାକ୍ଟର ଚଲାଏ । ତା'ର ସାଙ୍ଗ ହେଉଛି ଡଙ୍କ ଏବଂ ଗୁଲୁରୀ (ଛୋଟ ଝିଅଟିଏ) । ବଳିଆ (ବିଜୟ ମହାନ୍ତି) ଯାହାକୁ ଭଗିଆ ଭାଇ ଭଳିମାନେ ।

ତେଣେ ରାଜେଶ ଘରକୁ ନ ଫେରିବାରୁ ତା'ର ଘର ଲୋକମାନେ ବ୍ୟସ୍ତ ହୋଇ ତାକୁ ବ‌ହୁତ ଖୋଜିଲେ । ପୁଅକୁ ନ ପାଇ ରାଜେଶର ମାଆର ଦେହ ଖରାପ ହୋଇଗଲା । ମାମା ରାଜେଶର ଘରକୁ ଯାଇ ରାଜେଶ ବିଷୟରେ ପଚାରିଲା ଏବଂ ରଜେଶର ବାପା ତାକୁ ରାଜେଶ ଘରକୁ ନ ଫେରିବା କଥା କ‌ହିଲେ । ଏହା ଶୁଣି ମାମା ଯାଇ ମୁନ୍ନାକୁ ରଜେଶ ବିଷୟରେ ପଚାରିଲା । କିନ୍ତୁ ରାଜେଶକୁ ଛାଡ଼ିଦେଇଛି ବୋଲି ମୁନ୍ନା କ‌ହିଲା କାରଣ ସେ ମାମାକୁ କଥା ଦେଇଥିଲା ରାଜେଶର କିଛି କରିବନି ବୋଲି ।

ରାଜେଶକୁ ଖୋଜିବାକୁ ଯାଇ ମାମା ପୋଲିସ ସ‌ହ ଝଗଡ଼ା କଲା ଏବଂ ତା ବାପାକୁ ମଧ୍ୟ ଜେଲରେ ପୁରାଇଦେଲା । ରାଜେଶର ସାଙ୍ଗ ପ‌ପୁ (ପପୁ ପମ ପମ) ସେମାନଙ୍କର ବେଲ୍ କରାଇଦେଲା । ସେମାନେ ସେଠାରୁ ଫରିବା ବେଳେ ରାଜେଶର ଭଉଣୀ ରାଜେଶକୁ ଦେଖିଲା । ରାଜେଶକୁ ଡାକି ଡାକି ସେ ଅଟୋରୁ ଡେଇଁପଡ଼ିଲା ଏବଂ ତା'ର ମୁଣ୍ଡ ଫାଟିଗଲା । ସେ କିନ୍ତୁ ରାଜେଶ ନୁହେଁ ଥିଲା ଭଗିଆ । ସେତେବେଳେ ଭଗିଆ ତାକୁ ଡାକ୍ତରଖାନା ନେଇକି ଗଲା । ତା' ପରେ ଭଗିଆ ରାଜେଶ ସାଜି ତା ଘରକୁ ଗଲା । ତାକୁ ଦେଖି ସମସ୍ତେ ଖୁସି ହେଲେ । ରାଜେଶ ତା'ର ଜେଜେମା କଥାରେ ଯାଇ ମାମାକୁ ନେଇ ଆସି ବଳିଆ ଭାଇର ଘରେ ରଖିଲା ।

ମାମାକୁ ନ ପାଇ ମୁନ୍ନା ତେଣେ ବିଟୁ ଏମିତି କରିଛି ବୋଲି ତାକୁ ପଚାରିଲା ସେଥିପାଇଁ ସେ ବିଟୁ ସ‌ହ ଯୋଗାଯୋଗ କରି ଜାଣିଲା କି ବିଟୁ ବି ସେ କାମ କିଛି କରିନି । ବିଟୁର ଲୋକମାନେ ଏମିତି କରିନାହାନ୍ତି ବୋଲି ଜାଣିବା ପରେ ମୁନ୍ନା ତା ଲୋକମାନଙ୍କୁ ସ‌ହରର ସବୁଆଡ଼େ ଖୋଜିବାକୁ କ‌ହିଲା । ମୁନ୍ନାର ଲୋକମାନେ ଭଗିଆକୁ ଗାଡ଼ିର ଯାଉଥିବାର ଦେଖି ତାକୁ ମାରିଦେଇଥିବା କଥା ମନେ ପଡ଼ିଲା । ସେଠାରେ ସେମାନେ ଭଗିଆକୁ ସେମାନେ ମାମା କଥା ପଚାରିଲେ ଏବଂ ମୁନା ଆସି ଭଗିଆକୁ ଅନୁରୋଧ କରି କ‌ହିଲା ମାମା ସ‌ହ ତା'ର ଦେଖା କରେଇଦେବା ପାଇଁ । ଭଗିଆ ମୁନ୍ନାକୁ ତା' ବାପା ମାଆଙ୍କୁ ବାନ୍ଧିଥିବା ଜାଗାକୁ ପରଦିନ ସକାଳ ୮ଟା ବେଳକୁ ଆସିବାକୁ କ‌ହିଲା । ଭଗିଆ ଚାଲିଯିବା ପରେ ମୁନ୍ନାର ଲୋକମାନେ ମରିଯାଇଥିବା ବ୍ୟକ୍ତି କିପରି ବଞ୍ଚିଗଲା ବୋଲି ମୁନ୍ନାକୁ ପଚାରିଲେ । କିନ୍ତୁ ମୁନ୍ନା ତାକୁ ଛାଡ଼ି ଦେଇଥିବା କଥା କ‌ହିଲା । କିନ୍ତୁ ତା'ର ଲୋକମାନେ କିପରି ତାକୁ ମନ୍ତ୍ରୀ ବୀର ଭାଇ କଥାରେ ମାରିଦେଇଥିଲେ ସେ କଥା ମୁନ୍ନାକୁ କ‌ହିଲେ । ମୁନ୍ନାର ଭଗିଆ ଉପରେ ସନ୍ଦେହ ହେଲା । ସେଥିପାଇଁ ତା'ର ଲୋକମାନେ ରାଜେଶକୁ ପୋତିଥିବା ଜାଗାକୁ ଯାଇ ଖୋଳି ଦେଖିଲେ କି ସେଠାରେ କିଛି ବି ନାହିଁ ।

ପରଦିନ ମୁନ୍ନା ଭଗିଆ କ‌ହିଥିବା ଜାଗାକୁ ଗଲା । ସେଠାରେ ଭଗିଆକୁ ମୁନ୍ନା ମାମା ବିଷୟରେ ପଚାରୁଥିବା ବେଳେ ମୁନ୍ନା ରାଜେଶକୁ ଅନ୍ୟମାନେ ମାରିଦେଇଛନ୍ତି ବୋଲି କ‌ହିଥିଲା ଏବଂ ସେତିକିବେଳେ ମୁନ୍ନା ଉପରେ ଅଚାନ‌କ ଗୁଳିର ବର୍ଷା ହେଲା । ଏହି ଦୃଶ୍ୟକୁ ମାମା ବଳିଆ ଭାଇର ଘରେ ଥାଇ ଟିଭିରେ ଦେଖିଲା । ଏବଂ ଭଗିଆ ଅସିବା ପରେ ମାମା ତାକୁ ତା'ର ଭାଇ ଉପରେ ଗୁଳିଚଳାଇଥିବା ଅପରାଧୀ ବୋଲି ଭାବିଲା । ହେଲେ ଭଗିଆ ମୁନ୍ନା ଉପରେ ଗୁଳି ଚଳାଇନାହିଁ ବୋଲି କ‌ହିଲା । ମାମା ଡାକ୍ତରଖାନାରେ ମୁନ୍ନାକୁ ଦେଖାକରିବାକୁ ଯିବାକୁ ଜିଦ୍ କଲା । ସେଥିପାଇଁ ମାମା ଏବଂ ଭଗିଆ ନିଜର ବେଶ ବଦଳାଇ ଡାକ୍ତରଖାନାରେ ପ‌ହଞ୍ଚିଲେ । ଡାକ୍ତରଖାନାରେ ପ‌ହଞ୍ଚିବା ପରେ ସେଠାରେ ସେମାନେ ମନ୍ତ୍ରୀ ବୀରଭାଇ, ବିଟୁ ଏବଂ ପୋଲିସ ଇନିସ୍‌ପେକ୍ଟର ଜି ଭି ମିର୍‌ଧାର କଥାବାର୍ତ୍ତା ଶୁଣିଲେ । ସେମାନେ ହିଁ ମୁନ୍ନାକୁ ମାରି ରାଜେଶକୁ ଜେଲ‌କୁ ପଠାଇବାକୁ ଚାହୁଁଥିଲେ । ହେଲେ ମୁନ୍ନା ବଞ୍ଚିଯିବା ପରେ ସେମାନେ ତାକୁ ମାରିବାକୁ ଡାକ୍ତରଖାନାରେ ମଧ୍ୟ ଚେଷ୍ଟା କରୁଥିଲେ । ଏହି କଥା ଜାଣିବା ପରେ ଭଗିଆ ମୁନ୍ନାକୁ ଡାକ୍ତରଖାନାରୁ ଲୁଚାଇ ନେଇ ଅନ୍ୟ ଜଣେ ବୈଦ୍ୟଙ୍କ ପାଖକୁ ନେଇଗଲା ସେତେବେଳକୁ ମୁନ୍ନା କୋମାକୁ ଚାଲିଯାଇଥିଲା ।

ମୁନ୍ନାକୁ ରାଜେଶ ନେଇଯାଇଥିବା ଜାଣି ଇନିସ୍‌ପେକ୍ଟର ରାଜେଶକୁ ଖୋଜି ଖୋଜି ଯାଇ ରାଜେଶର ଘରେ ପ‌ହଞ୍ଚିଲା । ସେଠାରେ ଭଗିଆ ତା'ଠାରୁ ବନ୍ଧୁକ ଛଡ଼ାଇ ରାଜେଶର ପରିବାରକୁ ନେଇ ଚାଲିଗଲା । ଭଗିଆ ମୁନ୍ନା ଚିକିତ୍ସିତ ହେଉଥିବା ରାଜେଶର ପରିବାର ଲୋକଙ୍କୁ ନେଇଯାଇଥିଲା । ସେଠାରେ ମୁନ୍ନାକୁ ପୁଣିଥରେ ଜୀବିତ ଦେଖି ରାଜେଶର ବାପା ଭଗିଆ ଉପରେ ବ‌ହୁତ ରାଗିଗଲେ ଏବଂ ଭଗିଆକୁ ଧିକ୍କାର କଲେ । ଭଗିଆ କେବେ ରାଜେଶ ହୋଇପାରିବନି ବୋଲି କ‌ହିଲେ । ମୁନ୍ନା ତାକୁ ମାରିଦେଇଥିବା କଥା ସେ ସମସ୍ତଙ୍କଠାରୁ ଲୁଚେଇ ରଖିଥିଲେ । ରାଜେଶକୁ ଗୁଣ୍ଡାମାନେ ମାରି ପୋତିଦେଇଥିବାର ସେ ନିଜ ଆଖିରେ ଦେଖିଥିଲେ ଏବଂ ତା'ର ମର ଶରୀରକୁ ନେଇ ଆସି ସେ ପୋଡ଼ି ଦେଇଥିଲେ । ଆଉ ସେଦିନ ସେ ଭଗିଆକୁ ସବୁ କଥା କ‌ହି ତାକୁ ରାଜେଶ ସଜେଇ ଘରକୁ ନେଇଥିବା କଥା ସମସ୍ତଙ୍କୁ ଜଣାଇଲେ । ଏହି ସବୁ କଥା ଶୁଣି କାନ୍ଦିବାକୁ ଲାଗିଲେ ଏବଂ ଭଗିଆ ସମସ୍ତଙ୍କୁ କଥା ଦେଲା କି ସେ ରାଜେଶକୁ ମାରିଥିବା ଲୋକମାନଙ୍କୁ ଉଚିତ ଶାସ୍ତି ଦେବ ।

ଭଗିଆ ଓ ମାମା ଘରେ ନଥିବା ବେଳେ ଇନିସ୍‌ପେକ୍ଟର, ବିଟୁ ଏବଂ ବୀରଭାଇ ଆସି ମୁନ୍ନାକୁ ସେଠାରେ ଦେଖିଲେ ଏବଂ ବାକି ସମସ୍ତଙ୍କୁ ଉଠେଇ ନେଇଚାଲିଗଲେ । ମୁନ୍ନାକୁ ସେହିଭଳି ଅବସ୍ଥାରେ ଛାଡ଼ିଦେଲେ ଏବଂ ତା ପାଖରେ ଗୋଟିଏ ଚିଠି ଲେଖି ରଖିଦେଇଆସିଲେ, ଯେଉଁଥିରେ ସେମାନେ ରାଜେଶକୁ ତା'ର ମୋବାଇଲ ନେଇ ପୁରୁଣା ଆଖଡ଼ା ଘରକୁ ଯିବାକୁ ଲେଖିଥିଲେ । ବଳିଆ ଭାଇ ଆସି ସେମାନଙ୍କୁ ଅକଟାଇବାକୁ ଚେଷ୍ଟା କରିବାରୁ ସେମାନେ ବଳିଆ ଭାଇର ମଧ୍ୟ ହତ୍ୟା କରିଦେଲେ । ରାଜେଶର ଘର ଲୋକମାନେ ସେମାନଙ୍କୁ ରାଜେଶ ସ‌ହ ଶତୃତା ବିଷୟରେ ପଚାରିବାରୁ ସେମାନେ ତାକୁ ରାଜେଶ ସୁଟିଂ କରିଥିବା ଗୋଟିଏ ଭିଡ଼ିଓ ବିଷୟରେ କ‌ହିଲେ । ଯେଉଁ ଭିଡ଼ିଓରେ ସେମାନେ ମୁନ୍ନାର ଅନାଥ ଆଶ୍ରମରୁ ପିଲାଙ୍କୁ ଚୋରି କରି କିଡ଼ିନ୍ ବାହାର କରି ବିକ୍ରି କରିବା ବିଷୟରେ କଥା ହେଉଥିଲେ । ସେଇ କଥା ବାହାରେ ଜଣା ପଡ଼ିଲେ ମନ୍ତ୍ରୀ ମହୋଦୟଙ୍କ ଉପରେ କିଛି ବିପଦ ପଡ଼ିବ ବୋଲି ସେ ଡରୁଥିଲେ । ସେହି ସମୟରେ ରାଜେଶର ମାଆ ବୀର ଭାଇର ସାର୍ଟକୁ ଟାଣି ଦେବାରୁ ସେଇଟା ଚିରିଗଲା ଏବଂ ତା' ଦେହରେ ଥିବା ଗୋଟିଏ ଚିତା ଦେଖାଗଲା । ସେଇ ଚିତାଟିକୁ ଖୋଜୁଥିଲା ମୁନ୍ନା କାରଣ ମୁନ୍ନାର ବାପାଙ୍କୁ ହତ୍ୟା କରିଥିବା ଲୋକଟିର ପିଠିରେ ସେଇ ଚିତାଟି ଥିଲା । ପରେ ସେମାନେ ରାଜେଶର ଘର ଲୋକମାନଙ୍କୁ ନେଇ ଚାଲିଗଲେ । ସେ ଚିତାଟିକୁ ଦେଖିବା ପରେ ମୁନ୍ନା ଧିରେ ଧିରେ କୋମାରୁ ବାହାରକୁ ଆସିଲା ଏବଂ ଭଗିଆ ପାଖକୁ ସେଇ ଚିଠିଟି ନେଇକି ଗଲା । ଭଗିଆକୁ ମୁନ୍ନା ରାଜେଶର ମୋବାଇଲ ବିଷୟରେ କ‌ହିଲା ଏବଂ ସେମାନେ ସେହି ମୋବାଇଲକୁ ଚାହୁଁଛନ୍ତି ବୋଲି ସେମାନେ କ‌ହିଲେ । ରାଜେଶର ମୋବାଇଲ ମାମା ପାଖରେ ଥିଲା ଏବଂ ସେଇଟା ମୁନ୍ନାର ଘରେ ଥିଲା । ରାଜେଶର ମୋବାଇଲ ମାମାର ଶୋଇବା ଘରୁ ଆଣିବା ପାଇଁ ରାଜେଶର ଦୁଇ ସାଙ୍ଗ ଝିଅବେଶ ହୋଇ ଗଲେ ଏବଂ ରାଜେଶର ମୋବାଇଲ ଆଣି ଭଗିଆ ଏବଂ ମୁନ୍ନାକୁ ଦେଲେ । ଭଗିଆ ଏବଂ ମୁନ୍ନା ବୀରଭାଇ, ବିଟୁ ଏବଂ ସେ ପୋଲିସ ଇନିସ୍‌ପେକ୍ଟରର ହତ୍ୟା କରି ରାଜେଶର ପରିବାର ଲୋକଙ୍କୁ ଉଦ୍ଧାର କଲେ ।

ଗୀତ ଓ ସଙ୍ଗୀତ[ସମ୍ପାଦନା]

ଏହି ଚଳଚ୍ଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶାନ୍ତିରାଜ ଖୋସଲା । ଶ୍ରୀକାନ୍ତ ଗୌତମ ଏହି କଥାଚିତ୍ରଟିର ଗୀତ ଗୁଡ଼ିକ ରଚନା କରିଥିଲେ । ଶାନ୍ତିରାଜ ଖୋସଲା, କୁମାର ବାପି[୨], ତପୁ ମିଶ୍ର, ମହମଦ ଅଜିଜ, ଶୁଭାଶିଷ ମହାକୁଡ଼, ସଂଘମିତ୍ରା ଜେନା, ସଞ୍ଜୁ ମହାନ୍ତି, ଶୈଳଭାମା, ଅମ୍ରିତା, ଆଦ୍ୟାଶା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟୀର ଗୀତଗୁଡ଼ିକ ଗାଇଥିଲେ ।[୩]

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ତୋ ଦୁଃଖ ମୋ ଦୁଃଖ" 
2."ହେଲାରେ ହେଲାରେ" 
3."ହରେ କୃଷ୍ଣ ରାମ ରାମ" 
4."ମୋ ହସରେ ମୋ ଖୁସିରେ" 
5."ନ‌ଖି ନାନୀ ପୁଅ ଭଗିଆ" 
6."ତୋ ହସରେ ମୋ ହସ" 

ଆଧାର[ସମ୍ପାଦନା]

  1. "Ollywood Celebrity Abhipsa Panda Biography". Ollywood24.com. Archived from the original on 6 July 2015. Retrieved 24 August 2016.
  2. "'ଏମପିଏଲ'ର ମୁଁ ଏକ ଅଂଶ ବିଶେଷ: କୁମାର ବାପି". Odisha Reporter. 4 October 2015. Retrieved 24 August 2016.
  3. "akhi palakare tu". FullOdisha.com. Retrieved 24 August 2016.

ଅଧିକ ତ‌ଥ୍ୟ[ସମ୍ପାଦନା]

ବାହାର ଆଧାର[ସମ୍ପାଦନା]