କୃଷ୍ଣଚନ୍ଦ୍ର କର

ଉଇକିପିଡ଼ିଆ‌ରୁ
କୃଷ୍ଣଚନ୍ଦ୍ର କର
ଜନ୍ମ୧୯୦୭
ମୂଳବସନ୍ତ,କଟକ
ମୃତ୍ୟୁନଭେମ୍ବର ୨, ୧୯୯୫(୧୯୯୫-୧୧-୦୨)
କଟକ
ଜାତୀୟତାଭାରତୀୟ
ପ୍ରସିଦ୍ଧିତରୁଣ ଶବ୍ଦକୋଷ

କୃଷ୍ଣଚନ୍ଦ୍ର କର(୧୯୦୭-୧୯୯୫) ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ସମ୍ବର୍ଦ୍ଧିତ ସାହିତ୍ୟିକ ଓ ସମାଲୋଚକ ଥିଲେ ।[୧] ସେ ଉଭୟ ଓଡ଼ିଆଓ ଇଂରାଜୀ ଭାଷାରେପୁସ୍ତକ ରଚନା କରିଛନ୍ତି । ତାଙ୍କ ଜୀବନର ମୁଖ୍ୟଭାଗ କଟକରେ ଅତିବାହିତ ହୋଇଥିଲା ।

ଜୀବନୀ[ସମ୍ପାଦନା]

କୃଷ୍ଣଚନ୍ଦ୍ର, କଟକ ଜିଲ୍ଲାର ମୂଳବସନ୍ତ ଗ୍ରାମରେ ୧୯୦୭ ମସିହାରେ ଜନ୍ମଗ୍ରହଣ କରିଥିଲେ । ବାଲ୍ୟଜୀବନ ଗାଁରେ ହିଁ ବିତିଥିଲା । ଗ୍ରାମପରିବେଶ ତାଙ୍କୁ ଲେଖକ ହେବାକୁ ପ୍ରେରଣା ପ୍ରଦାନ କରିଥିଲା । ପ୍ରଥମେ ସହକାରୀ ଶିକ୍ଷକ ଭାବରେ ଚାକିରି ଆରମ୍ଭ କରିଥିଲେ ମଧ୍ୟ ଚାକିରି ଛାଡି "କଟକ ଟ୍ରେଡିଂ କମ୍ପାନି"ରେ ଯୋଗ ଦେଇଥିଲେ । ପରବର୍ତ୍ତୀ ସମୟରେ ସେ ବାଳକୃଷ୍ଣ କରଙ୍କ "ସାରସ୍ୱତ ପ୍ରେସ" ଓ ନୀଳକଣ୍ଠଙ୍କ "ନବ ଭାରତ ମୁଦ୍ରଣାଳୟ", "ଓଡ଼ିଶା ଗଭରମେଣ୍ଟ ପ୍ରେସ" ଆଦି ଅନୁଷ୍ଠାନରେ କାମ କରିଥିଲେ । ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷର ସେ ଥିଲେ ସହ-ସମ୍ପାଦକ ।

୧୯୯୫ ନଭେମ୍ବର ୨ତାରିଖରେ ତାଙ୍କର ପରଲୋକ ଘଟିଥିଲା ।[୨]

ସାହିତ୍ୟ ସର୍ଜନା[ସମ୍ପାଦନା]

କୃଷ୍ଣଚନ୍ଦ୍ର ଜୀବନୀ, ଗଳ୍ପ ଓ ଶିଶୁସାହିତ୍ୟରେ ଲେଖନୀ ଚାଳନା କରିଥିଲେ ମଧ୍ୟ ସେ ତରୁଣ ଶବ୍ଦକୋଷ ରଚୟିତା ଭାବରେ ସେ ବେଶି ପରିଚିତ । ଏହା ୧୯୬୬ ମସିହାରେ ପ୍ରକାଶ ପାଇଥିଲା ।[୩] ତରୁଣ ଶବ୍ଦକୋଷ ଓଡ଼ିଆ ଭାଷାରୁ ଇଂରାଜୀକୁ ଶବ୍ଦାନ୍ତର ହୋଇଥିବା ବେଳେ, ତାଙ୍କ ରଚିତ ନିୟୁ ମେଥଡ଼ ଇଙ୍ଗ୍ଲିଷ ଡିକ୍ସନାରୀ(New Method English Dictionary) ଇଂରାଜୀ ଭାଷାରୁ ଓଡ଼ିଆକୁ ଶବ୍ଦାନ୍ତର ସୁବିଧା ପ୍ରଦାନ କରେ । ରାମାୟଣ ଓ ଶକୁନ୍ତଳା ନାମକ ସେ ଦୁଇଟି ପୁସ୍ତକ ରଚନା କରିଥିଲେ । ଋତୁ ସଂହାର ଓ ହଂସ ଦୂତମ ନାମରେ ତାଙ୍କର ଦୁଇଟି କବିତା ସଂକଳନ ମଧ୍ୟ ରହିଛି । ପରି ରାଇଜ, କୁହୁକ ରାଇଜ, ପଞ୍ଚତନ୍ତ୍ର ଓ ଆଦି ଯୁଗର ଗଳ୍ପମାଳା ଆଦି ଶିଶୁସାହିତ୍ୟ ମଧ୍ୟ ରଚନା କରିଛନ୍ତି । କପିଳ ଦେବ ଆଦି ବିଭିନ୍ନ ଐତିହାସିକ ବ୍ୟକ୍ତିତ୍ୱଙ୍କ ଜୀବନୀ ଲେଖିଛନ୍ତି । ତାଙ୍କର ଚର୍ଚ୍ଚିତ ଇଂରାଜୀ ପୁସ୍ତକ ମଧ୍ୟରୁ "The Maharaja : As I Knew Him" ଅନ୍ୟତମ । ତାଙ୍କର ପ୍ରାୟ ୧୨୭ ଖଣ୍ଡ ପୁସ୍ତକ ପ୍ରକାଶ ପାଇଛି ।

ରଚନାବଳି[ସମ୍ପାଦନା]

କାବ୍ୟ ସଂକଳନ[ସମ୍ପାଦନା]

  • ଋତୁସଂହାର
  • ଖଣ୍ଡାଧାର
  • ହଂସଦୂତ
  • ପିଲାଙ୍କ ଋତୁସଂହାର

ଗାଥା[ସମ୍ପାଦନା]

  • ଗାଥାୟନୀ

କବିତା ସଂକଳନ[ସମ୍ପାଦନା]

  • କବିତା ସଞ୍ଚାୟନୀ

ନିବନ୍ଧ[ସମ୍ପାଦନା]

  • ଗଦ୍ୟ ସଞ୍ଚୟନୀ

ନାଟକ ଓ ଲୋକନାଟ୍ୟ[ସମ୍ପାଦନା]

  • କର୍ଣ୍ଣର୍ଜୁନ
  • ଅବିଧାନ

ଉଚ୍ଚାଙ୍ଗ ସାହିତ୍ୟ[ସମ୍ପାଦନା]

  • ବିଲ୍ୱମଙ୍ଗଳ
  • ସ୍ୱାଧୀନତାର କାହାଣୀ
  • ଆଦିଯୁଗ ଗଳ୍ପ
  • ବାଗ୍ମୀ ବିଶ୍ୱନାଥ
  • ମରୁସମ୍ଭବ
  • ଉତ୍କଳ ପତନ
  • ମରି ଅମର

କିଶୋର ସାହିତ୍ୟ[ସମ୍ପାଦନା]

  • ମହାଭାରତ କଥା(ଭାଗ ୧,୨)
  • ଉପନିଷଦ କଥା(ଭାଗ ୧,୨)
  • ପୁରାଣ ପ୍ରଭା(ଭାଗ ୩,୪)
  • ସାଧନା ଓ ସିଦ୍ଧି(ଭାଗ ୧,୨,୩)
  • ବଣ ପାହାଡ଼ର ସାଥି
  • ଆକାଶ ରହସ୍ୟ
  • ଜାତକ କାହାଣୀ

ଶିଶୁ ସାହିତ୍ୟ[ସମ୍ପାଦନା]

  • ଲବ କୁଶ
  • ପର୍ଶୁରାମ
  • ପୁରାଣ କାହାଣୀ(ଭାଗ ୧,୨)
  • ଅଭିମନ୍ୟୁ
  • ଜନ୍ମେଞ୍ଜୟ
  • ଋଷି କଥା(ଭାଗ ୧,୨)
  • ସତି
  • ସୁନା ରାଇଜ
  • ପକ୍ଷିରାଜା
  • ଉତ୍କଳର ବରପୁତ୍ର(ଭାଗ ୧,୨)

ଅମର ଚରିତ[ସମ୍ପାଦନା]

  • ଭକ୍ତକବି ମଧୁସୂଦନ
  • କବିବର ରାଧାନାଥ
  • ସାମନ୍ତ ଚନ୍ଦ୍ରଶେଖର
  • ସୁଢ଼ଳ ଦେବ
  • ପୁରୁଷତ୍ତମ ଦେବ
  • ମୁକୁନ୍ଦ ଦେବ
  • କୁଳବୃଦ୍ଧ ମଧୁସୂଦନ
  • ଉତ୍କଳମଣି ଗୋପବନ୍ଧୁ
  • କର୍ମବୀର ଗୌରୀଶଙ୍କର - ୧୯୫୫[୪]
  • ଶୁଦ୍ରମୁନୀ ଶାରଳା
  • ପୁରାଣ ପ୍ରଭା(ଭାଗ ୧,୨)
  • ସେଯୁଗର ଗପ(ପଞ୍ଚତନ୍ତ୍ର)
  • ସେଯୁଗର ଛାତ୍ର
  • ପଞ୍ଚତନ୍ତ୍ର ଗଳ୍ପ(ଭାଗ ୧,୨,୩)
  • ଭାରତ ଗୌରବ(ଭାଗ ୧,୨)
  • ନାନା ଦେଶର ଉପକଥା(ଭାଗ ୧,୨)

ଶିଶୁ ଉପନ୍ୟାସ(ସୁନାରାଇଜ ସିରିଜ)[ସମ୍ପାଦନା]

  • ସୁନା ପଡୁଆ
  • ସୁନା ବଉଦ
  • ସୁନା ଚଢ଼େଇ
  • ସୁନା ପଞ୍ଜୁରୀ
  • ସୁନା ବଇଁଶି
  • ସିନା ଚାଙ୍ଗୁଡି

କୁହୁକ ରାଇଜ ସିରିଜ[ସମ୍ପାଦନା]

  • କୁହୁକ ଘୋଡ଼ା
  • କୁହୁକ କୋଠି
  • କୁହୁକ ଜହ୍ନ
  • କୁହୁକ ଦୀପ
  • କୁହୁକ ରାଣୀ
  • କୁହୁକୁ ମାଳା

ପରୀମହଲ ସିରିଜ[ସମ୍ପାଦନା]

  • ସରଗ ପରୀ
  • ଗୋଲାପୀ ପରୀ
  • ଶାଗର ପରୀ
  • ଝରଣା ପରୀ
  • ସପନ ପରୀ
  • ଜୋଛନା ପରୀ

ସାଧବ ଘର କଥା ସିରିଜ[ସମ୍ପାଦନା]

  • ସାଧବ ବୁଢ଼ା
  • ସାଧବ ବୁଢ଼ୀ
  • ସାଧବ ପୁଅ
  • ସାଧବ ଝିଅ
  • ସାଧବ ବୋହୁ
  • ସାଧବ ନାତୀ

ଅନ୍ୟାନ୍ୟ[ସମ୍ପାଦନା]

  • Rämayana in Ordisi pata painting[୧]
  • ତରୁଣ ଶବ୍ଦକୋଷ[୨]
  • Makers of Modern Orissa[୩]
  • ହଜିଲା ଦିନର ସ୍ମୃତି(ଆତ୍ମଚରିତ)[୪]
  • ସ୍ୱାମୀ ଭୈରବାନନ୍ଦ[୫]
  • New Method English to oriya dictionary[୫]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ସମ୍ବର୍ଦ୍ଧିତ : ୧୯୭୧-୭୨[୬]

ଆଧାର [ସମ୍ପାଦନା]

  1. Encyclopaedia of Education, Culture and Children's Literature: v. 4. Children's literature and education. Deep & Deep Publications. 2009. pp. 25–. ISBN 978-81-8450-151-3.
  2. "ତରୁଣ ଶବ୍ଦକୋଷର ସଂକଳକ". ସମ୍ବାଦ ୦୨/୧୧/୨୦୧୬ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨. Archived from the original on 5 November 2016. Retrieved 2 November 2016.
  3. Krushna Chandra Kar (1966). Taruṇa śabdakosha: caubana hajāra śabdara paricaẏa samvaḷita. Grantha mandira.
  4. J. K. Samal; Pradip Kumar Nayak (1996). Makers of Modern Orissa: Contributions of Some Leading Personalities of Orissa in the 2nd Half of the 19th Century. Abhinav Publications. pp. 52–. ISBN 978-81-7017-322-9.
  5. A professor of English (1964). New Method English-Oriya Dictionary: Containing about 28,000 Word-meanings and a Supplement of Technical Terms. A. Mahapatra.
  6. http://odishasahityaakademi.org/ovation1.php