ଶୈଳବାଳା ମହିଳା ମହାବିଦ୍ୟାଳୟ

ଉଇକିପିଡ଼ିଆ‌ରୁ
ଶୈଳବାଳା ମହିଳା ମହାବିଦ୍ୟାଳୟ
(ବର୍ତ୍ତମାନ "ଶୈଳବାଳା ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟ")
Sailabala Women's College, Cuttack
ସ୍ଥାପିତ୧୯୪୬
ପ୍ରକାରସର୍ବସାଧାରଣ
ଅଧ୍ୟକ୍ଷଡଃ ସଂଯୁକ୍ତା ମହାପାତ୍ର
ଅବସ୍ଥାନକଟକ, ଓଡ଼ିଶା, ଭାରତ
ପରିସରମଧୁସୁଦନ ମାର୍ଗ, କଟକ
ଅନୁବନ୍ଧନବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ( ଭାରତ )
ୱେବସାଇଟshailabalawomenscollege.com

ଶୈଳବାଳା ମହିଳା ମହାବିଦ୍ୟାଳୟ (ବର୍ତ୍ତମାନ "ଶୈଳବାଳା ମହିଳା"ସ୍ୱୟଂଶାସିତ ମହାବିଦ୍ୟାଳୟ) କଟକର ମଧୁସୁଦନ ମାର୍ଗରେ ଅବସ୍ଥିତ । ଏହା ଓଡ଼ିଶା ସରକାରଙ୍କ ପରିଚାଳିତ ଏକ ଯୁକ୍ତ ଦୁଇ, ସ୍ନାତ ତଥା ସ୍ନାତକୋତ୍ତର ପାଠ୍ୟକ୍ରମ ଥିବା ଏକ ସାରକାରୀ ମହାବିଦ୍ୟାଳୟ । ଏହା ଓଡ଼ିଶାର ପ୍ରଥମ ସ୍ନାତକ (ଡିଗ୍ରୀ)ମହିଳା ମହାବିଦ୍ୟାଳୟ ।[୧]

ଇତିହାସ[ସମ୍ପାଦନା]

ବିଶିଷ୍ଟ ସମାଜସେବୀ ତଥା ମଧୁବାବୁଙ୍କ ପାଳିତା କନ୍ୟା ଶୈଳବାଳା ଦାସଙ୍କ ନାମରେ ନାମିତ ଏହି ବିଦ୍ୟାଳୟ ୧୯୪୬ ମସିହାରେ ପ୍ରତିଷ୍ଟିତ । ୧୯୧୩ରେ ଶୈଳବାଳାଙ୍କ ଉଦ୍ୟମରେ ରେଭେନ୍ସା ବାଳିକା ବିଦ୍ୟାଳୟ ପରିସରରେ ଆନ୍ତର୍ମାଧ୍ୟମିକ ଶ୍ରେଣୀର ପାଠପଢ଼ା ଆରମ୍ଭ ହୋଇଥିଲା । ଏଇଠୁ ହିଁ ରାଜ୍ୟର ପ୍ରଥମ ମହିଳା କଲେଜ ଶୈଳବାଳା ମହିଳା ମହାବିଦ୍ୟାଳୟର ଭିତ୍ତିଭୂମି ପଡ଼ିଥିଲା ।[୨] ଶୈଳବାଳା କଲେଜ ପାଇଁ ନିଜ ବାସଗୃହକୁ ଦାନ କର୍ଦେଇଥିଲେ । ୧୯୪୬ରେ ଏହି ଇଣ୍ଟରମେଡିଏଟ ମହିଳା କଲେଜ ପ୍ରଥମ ଶ୍ରେଣୀ ମାନ୍ୟତା ଲାଭ କରିଥିଲା । ୧୯୫୨ ମସିହା ଅପ୍ରେଲ ୨୮ରେ ଶୈଳବାଳା ମହିଳା କଲେଜର ନୂତନ ଗୃହ ଉଦ୍‌ଘାଟିତ ହେଲା । ମଧୁବାବୁଙ୍କ ସ୍ମୃତିରେ ଏହାର ନାମ "ମଧୁସୂଦନ ମହିଳା ମହାବିଦ୍ୟାଳୟ" ରଖିବାକୁ ଶୈଳବାଳା ପ୍ରସ୍ତାବ ଦେଇଥିଲେ। ମାତ୍ର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ନାରୀ ଶିକ୍ଷାରେ ଶୈଳବାଳାଙ୍କ ବିଶେଷ ଅବଦାନ ପାଇଁ ଏହାର ନାମ " ଶୈଳବାଳା ମହିଳା ମହାବିଦ୍ୟାଳୟ" ରଖିଥିଲେ ।

ପାଠ୍ୟକ୍ରମ[ସମ୍ପାଦନା]

ମହାବିଦ୍ୟାଳୟରେ ଯୁକ୍ତ ଦୁଇ(+୨), ଯୁକ୍ତ ତିନି(+୩) ସହିତ ସ୍ଣାତକୋତ୍ତର ପାଠ୍ୟକ୍ରମର ସୁବିଧା ରହିଛି । ଯୁକ୍ତ ଦୁଇ ସ୍ତରରେ କଳା, ବିଜ୍ଞାନ ତଥା ବ୍ୟବସାୟିକ (vocational); ଯୁକ୍ତ ତିନି ସ୍ତରରେ କଳା ଓ ବିଜ୍ଞାନ ଏବଂ ସ୍ନାତକୋତ୍ତର ସ୍ତରରେ ଇତିହାସ, ଗୃହ ବିଜ୍ଞାନ ଓ ସଂସ୍କୃତ ପାଠ୍ୟକ୍ରମର ବ୍ୟବସ୍ଥା ରହିଛି ।

ଏତଦ୍‌ବ୍ୟତୀତ ମହାବିଦ୍ୟାଳୟରେ ଦୁଇଟି ସ୍ୱ-ବିତ୍ତପୋଷଣ (self-financing) ପାଠ୍ୟକ୍ରମ ଯଥା; ସୂଚନା ପ୍ରଦ୍ୟୋଦିକୀ(Information Technology) ଏବଂ କମ୍ପ୍ୟୁଟର ବିଜ୍ଞାନ ପାଠ୍ୟକ୍ରମର ବ୍ୟବସ୍ଥା ରହିଛି ।

ବିଶିଷ୍ଟ ଛାତ୍ର[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Odisha College Forum". Retrieved 12 July 2017.

ବାହାର ଲିଙ୍କ[ସମ୍ପାଦନା]