Jump to content

ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ଭାରତ)

ଉଇକିପିଡ଼ିଆ‌ରୁ
ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗUGC India Logo.png
ଛୋଟ ନାଆଁUGC
ମୂଳ ଲକ୍ଷGyan-Vigyan Vimuktaye (Knowledge Liberates)
ସ୍ଥାପନା1956 (1956)
ମୁଖ୍ୟାଳୟNew Delhi
ଅବସ୍ଥାନIndia
Chairmanପ୍ରଫେସର ବେଦ ପ୍ରକାଶ
ଅନୁମୋଦନDepartment of Higher Education, Ministry of Human Resource Development
ୱେବ୍‌ସାଇଟugc.ac.in

ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ  (UGC India), ଭାରତ ସରକାରଙ୍କ ଏକ ସାମ୍ବିଧାନିକ ସଂସ୍ଥାନ । ଏହା ଇଉଜିସି ଆକ୍ଟ–୧୯୫୬[]ଦ୍ୱାରା ଭାରତର ମାନବ ସମ୍ବଳ ବିକାଶ ବିଭାଗ ଅଧୀନରେ ସ୍ଥାପିତ ହୋଇ ଦେଶରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ସହଯୋଗ, ନିର୍ଣାୟ ଓ ମାନ ରକ୍ଷଣ ଦିଗରେ କାର୍ଯ୍ୟ କରିଥାଏ । ଏହି ପ୍ରତିଷ୍ଠାନ ଭାରତର ବିଶ୍ୱବିଦ୍ୟାଳୟମାନଙ୍କୁ ସ୍ୱୀକୃତି ପ୍ରଦାନ କରିବା ସହ ସ୍ୱୀକୃତି ପ୍ରାପ୍ତ ବିଶ୍ୱବିଦ୍ୟାଳୟ ଓ କଲେଜ ମାନଙ୍କୁ ଅନୁଦାନ ରାଶି ବଣ୍ଟନର ବ୍ୟବସ୍ଥା କରିଥାଏ । ଏହାର ମୁଖ୍ୟାଳୟ ନୂଆ ଦିଲ୍ଲୀ  ଠାରେ ଅବସ୍ଥିତ ଓ ଏହାର ୬ ଗୋଟି ଆଞ୍ଚଳିକ କାର୍ଜ୍ୟାଳୟ ପୁନେ, ଭୋପାଲ, କଲିକତା, ହାଇଦରାବାଦ, ଗୁଆହାଟୀବାଙ୍ଗାଲୋରଠାରେ ରହିଛି । ପ୍ରଫେସର ବେଦ ପ୍ରକାଶ ଏହାର ପ୍ରଥମ ଚେୟାର ମେନ ଭାବରେ ଅଧିଷ୍ଠିତ ହେଇଥିଲେ ।[] []

ଭାରତର ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଇଂଲଣ୍ଡର ବିଶ୍ୱବିଦ୍ୟାଳୟ ଆୟୋଗର ଢାଞ୍ଚାରେ ଗଠିତ ହେଇଥିଲା । ଇଂଲଣ୍ଡର ଆୟୋଗ ବ୍ରିଟିଶ ସରକାରଙ୍କୁ ସେଠାକାର ବିଶ୍ୱବିଦ୍ୟାଳୟ ମାନଙ୍କୁ ଅନୁଦାନ ଦେବା ବିଷୟରେ ସରକାରଙ୍କୁ ପରାମର୍ଶ ପ୍ରଦାନ କରୁଥିଲା ଓ ତାହା ୧୯୧୯ ମସିହାରେ ସ୍ଥାପିତ ହେଇ ୧୯୮୯ ମସିହା ଯାଏ କାର୍ଯ୍ୟ କରିଥିଲା । 

ଇତିହାସ 

[ସମ୍ପାଦନା]

ପ୍ରଥମେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ୧୯୪୫ ମସିହାରେ ସ୍ଥାପିତ ହେଇ ତାହା ତତ୍କାଳୀନ ୩ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ , ଯଥା , ଆଲିଗଡ , ବନାରସଦିଲ୍ଲୀ ବିଶ୍ୱବିଦ୍ୟାଳୟର ଦେଖ ରେଖ କରୁଥିଲା । କ୍ରମଶଃ ଏହି ବ୍ୟବସ୍ଥା ୧୯୪୭ ମସିହାରେ ଭାରତରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟ ପାଇଁ ପରିବର୍ଧିତ ହେଇଥିଲା । []

ବିଶ୍ୱବିଦ୍ୟାଳୟ ସ୍ତରୀୟ ଶିକ୍ଷାର ମାନ ବୃଦ୍ଧି ଓ ଉନ୍ନୟନ କାର୍ଯ୍ୟ ତଦାରଖ କରି ସରକାରଙ୍କୁ ସୁପାରିସ କରିବା ନିମନ୍ତେ ୧୯୪୯ ମସିହାରେ ସର୍ବପଲ୍ଲୀ ରାଧାକୃଷ୍ଣାନଙ୍କ ଅଧ୍ୟକ୍ଷତାରେ " ବିଶ୍ୱବିଦ୍ୟାଳୟ ଶିକ୍ଷା କମିଶନ " ଗଠିତ ହେଲା । ଏହାର ସୁପାରିସ ଅନୁସାରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗକୁ ଇଂଲଣ୍ଡର ବିଶ୍ୱବିଦ୍ୟାଳୟ ଆୟୋଗର କାର୍ଯ୍ୟକାରିତା ଢାଞ୍ଚାରେ ପୁନର୍ଗଠନ କରାଯାଇଥିଲା । ୧୯୫୨ ମସିହାରେ କେନ୍ଦ୍ର ସରକାର ଦେଶର ସମସ୍ତ ବିଶ୍ୱବିଦ୍ୟାଳୟ ଓ ଅନ୍ୟ ପ୍ରମୁଖ ଉଚ୍ଛଶିକ୍ଷା ପ୍ରତିଷ୍ଠାନ ମାନଙ୍କୁ UGC ଅଧୀନରେ ରଖି UGC ମାଧ୍ୟମରେ ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନର ନିଷ୍ପତ୍ତି ନେଲେ । ୧୯୫୩ ମସିହା ଡିସେମ୍ବର ୨୮ ତାରିଖରେ ଭାରତର ତତ୍ କାଳୀନ ଶିକ୍ଷା , ପ୍ରକୃତିକ ସମ୍ପଦ ଓ ବୈଜ୍ଞାନିକ ଗବେଷଣା ମନ୍ତ୍ରୀ ମୌଳନା ଅବଦୁଲ କାଲାମ ଆଜାଦ ପୁନଃ ଗଠିତ  UGCକୁ ଉଦ୍ ଘାଟନ କରିଥିଲେ ।  

ନଭେମ୍ବର ୧୯୫୬ ମସିହାରେ ଭାରତୀୟ ପାର୍ଲିଆମେଣ୍ଟ ରେ " ବିଶ୍ୱବିଦ୍ୟାଳୟ ଅନୁଦାନ କମିଶନ ଆଇନ , ୧୯୫୬ " ଗୃହିତ ହେଲା ପରେ ଏହା ଏକ ସାମ୍ବିଧାନିକ ପ୍ରତିଷ୍ଠାନ ଭାବରେ ସ୍ୱୀକୃତ ହେଇ ରହିଲା । 

ଏହାର ମୁଖ୍ୟାଳୟ ବାହାଦୁର ଶାହ ଜାଫର ମାର୍ଗ , ନୂଆ ଦିଲ୍ଲୀଠାରେ ରହିଥିଲା । ୧୯୯୪ଓ ୧୯୯୫ ମସିହାରେ ଏହାକୁ ବିକେନ୍ଦ୍ରିୟ-କରଣ କରାଯାଇ ପୁନେ , ହାଇଦରାବାଦ , କଲିକତା , ଭୋପାଲ , ଗୁଆହାଟିବାଙ୍ଗାଲୋରଠାରେ ୬ଟି ଆଞ୍ଚଳିକ କେନ୍ଦ୍ର ସ୍ଥାପନ କରାଗଲା ।[]ନୂଆ ଦିଲ୍ଲୀ ମୁଖ୍ୟାଳୟକୁ ମଧ୍ୟ ପରିବର୍ଦ୍ଧନ କରାଯାଇ ଦୁଇଟି ନୂତନ କେନ୍ଦ୍ର ଫିରୋଜ ଶାହ ମାର୍ଗଦିଲ୍ଲୀ ବିଶ୍ୱବିଦ୍ୟାଳୟର ଦକ୍ଷିଣ ପରସରରେ କର୍ଜୟାଳୟ ଖୋଳାଗଲା ।[]


ବୃତ୍ତିଗତ ପରିଷଦ 

[ସମ୍ପାଦନା]

UGC,  CSIRର ସହାୟତାରେ କଲେଜ ଓ ବିଶ୍ୱବିଡାଳୟ [] ମାନଙ୍କରେ ଶିକ୍ଷକ ନିଯୁକ୍ତି ପାଇଁ ଜାତୀୟ ଶିକ୍ଷକ ନିଯୁକ୍ତି ପରିକ୍ଷ୍ୟା ପରିଚାଳନା କରିଥାଏ । ୨୦୦୯ ମସିହାରୁ ଭାରତୀୟ ସ୍ନାତକ ସ୍ତରୀୟ ଓ ସ୍ନାତକୋତ୍ତର ସ୍ତରୀୟ  ଶିକ୍ଷାଦାନ ପାଇଁ ଏହି ପରିକ୍ଷ୍ୟାରେ ଉତ୍ତୀର୍ଣ ହେବା ବାଧ୍ୟତାମୂଳକ କରାଯାଇଥାଏ ।Ph. D . ଡିଗ୍ରୀ ପାଇଥିବା କଶେତରରେ ଏହି ଯୋଗ୍ୟତାରେ ୫ ପ୍ରତିଶତ କୋହଳ କରାଯାଇଥାଏ ।  

ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କୁ ମାନ୍ୟତା ଦେବା ପାଇଁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ନିମ୍ମ ଉଲ୍ଲିଖିତ ୧୫ଟି ସ୍ୱଯାଂଶାସିତ ସାମ୍ବିଧାନିକ ଅନୁଷ୍ଠାନର ସହାୟତା ନେଇଥାଏ । [][]

  • All India Council for Technical Education (AICTE)
  • Distance Education Council (DEC)
  • Indian Council of Agricultural Research (ICAR)
  • Bar Council of India (BCI)
  • National Council for Teacher Education (NCTE)
  • Rehabilitation Council of India (RCI)
  • Medical Council of India (MCI)
  • Pharmacy Council of India (PCI)
  • Indian Nursing Council (INC)
  • Dental Council of India (DCI)
  • Central Council of Homoeopathy (CCH)
  • Central Council of Indian Medicine (CCIM)
  • National Council for Rural Institutes (NCRI)
  • State Councils of Higher Education (SCHE)
  • Council of Architecture

ଭବିଷ୍ୟତ 

[ସମ୍ପାଦନା]

 ୧୯୭୬ ମସିହାରେ ଭାରତର ଶିକ୍ଷ୍ୟ ରାଷ୍ଟ୍ର ମନ୍ତ୍ରୀ ଭାରତର ନୂତନ ଯୋଜନା ବିଷୟରେ ଘୋଷଣା କରି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଓ ସର୍ବ ଭାରତୀୟ ବଇସେୟିକ ଶିକ୍ଷା ପରିଷଦ ସ୍ଥାନରେ ଏକ ଉଛ କ୍ଷ୍ୟମତା [୧୦] ପ୍ରାପ୍ତ କମିଶନ , " ଉଚ ଶିକ୍ଷା ଓ ଗବେଷଣା ପାଇଁ ଜାତୀୟ କମିଶନ " ( NCHER) ଗଠନ ପାଇଁ ପ୍ରସ୍ତାବ ଦେଇଥିଲେ । ଏହାଦ୍ୱାରା ଶିକ୍ଷାଓ ଗବେଷଣା  ର ମାନ ନିର୍ଧାରଣ , ସହଯୋଗ ସ୍ଥାପନ , ପରିଚାଳନା ଓ ନିରନ୍ତର ଉନ୍ନୟନ ପାଇଁ ବ୍ୟବସ୍ଥା ହେଇ ପାରିବ । ଏହି ନୂତନ ପ୍ରତିଷ୍ଠାନରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ସମେତ[୧୧] ଅନ୍ୟ ପ୍ରତିଷ୍ଠାନଗୁଡ଼ିକ ସମାର୍ଜିତ କରିବା ପାଇଁ ପାର୍ଲିଆମେଣ୍ଟରେ ବିଧେୟକ ଅଣା ଯାଇଛି । ଏଥିରେ ଡାକ୍ତରୀ ଓ ଆଇନ ଶିକ୍ଷା [୧୨]କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି  ।  ତେବେ ଏହି ବ୍ୟବସ୍ଥାକୁ ବିହାର , କେରଳ , ପଞ୍ଜାବ , ତାମିଲନାଡୁ ଓ ପଶ୍ଚିମ ବଙ୍ଗ ରାଜ୍ୟ ସମୂହ ବିରୋଧ ପ୍ରକଟ କରିଥିଲେ ମଧ୍ୟ ସାଧାରଣ ସମ୍ମତି ପ୍ରଦାନ କରିଥିଲେ ।  ୨୦୧୫ ମସିହାରେ କେନ୍ଦ୍ର ସରକାର " National Institutional of Ranking Framework" ନାମକ ଏକ ପ୍ରତିଷ୍ଠାନ ଆରମ୍ଭ କଲେ ।ଏହି ପ୍ରତିଷ୍ଠାନ ଭାରତର ସମସ୍ତ ଉଛ ଶିକ୍ଷା ପ୍ରତିଷ୍ଠାନକୁ ଗୁଣବତ୍ତା ଅନୁସାରେ ତାଲିକା କୃତ କରିବା । [୧୩] ୨୦୧୬-୧୭ ମସିହା[୧୪]ରୁ ଦେଶର ସମସ୍ତ ଉଛ ଶିକ୍ଷାନୁଷ୍ଠାନରେ କେନ୍ଦ୍ରୀକୃତ ଓଁ ଲାଇନ ପ୍ରବେଶ ( ଏଡମିସନ ) ପାଇଁ ଆଦେଶ ପ୍ରଦାନ କରିଛନ୍ତି ।ଏତଡ ମଧ୍ୟରେ UGCଦ୍ୱାରା ଭରତରେ ଭରତରେ ଚାଲି ଥିବା ୨୨ଟି ନକଲି ବିଶ୍ୱବିଦ୍ୟାଳୟ ଠାବ କରିଛନ୍ତି । ସେହି ମଧ୍ୟରୁ ଉତ୍ତର ପ୍ରଦେଶରେ ୯ଟି , ଦିଲ୍ଲୀରେ ୫ଟି , ପଶ୍ଚିମ ବଙ୍ଗରେ ୨ଟି ଓ ବିହାର , ଓଡ଼ିଶା , ମହାରାଷ୍ଟ୍ର , କେରଳ , କର୍ଣାଟକତାମିଲନାଡୁରେ ଗୋଟିଏ ଲେଖା ଅନ୍ତର୍ଭୁକ୍ତ । [୧୫]

ଆଧାର 

[ସମ୍ପାଦନା]
  1. "UGC Act-1956" (PDF). mhrd.gov.in/. Secretary, University Grants Commission. Retrieved 1 February 2016.
  2. [୧]
  3. University Grants Commission
  4. "University Grants Commission - Genesis". University Grants Commission. Retrieved 16 May 2016.
  5. "About Western Regional Office". University Grants Commission. Retrieved 16 May 2016.
  6. "About Eastern Regional Office". University Grants Commission. Retrieved 16 May 2016.
  7. "CSIR UGC 2013". Archived from the original on 2013-10-02. Retrieved 2017-01-23.
  8. "Higher education in India". Department of Higher Education, Ministry of Human Resource Development, Government of India. Archived from the original on July 18, 2011. Retrieved 2009-11-16.
  9. "Professional Councils". University Grants Commission. Retrieved 2 July 2016.
  10. "UGC, AICTE to be scrapped: Sibal". iGovernment.in. Retrieved 29 November 2011.
  11. Reporter, BS (March 6, 2013). "States oppose national panel for higher education and research". Business Standard. Retrieved 10 December 2013.
  12. TNN (Oct 5, 2013). "Major push to change the face of higher education". Times of India. Retrieved 10 December 2013.
  13. "New ranking system portal goes online, UGC tells all varsities to register".
  14. "UGC Asks All Universities To Ensure Online Admission System".
  15. "UGC lists 22 fake universities on its website". India Today. Archived from the original on 11 July 2016. Retrieved 11 July 2016.

ବାହାର ଲିଙ୍କ 

[ସମ୍ପାଦନା]