ଦିଲ୍ଲୀପ ଦାସ
ଦେଖଣା
ଦିଲ୍ଲୀପ ଦାସ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ଆସିକା, ଗଞ୍ଜାମ | ୧୫ ଜୁନ ୧୯୪୨
ମୃତ୍ୟୁ | ୧୨ ଅକ୍ଟୋବର ୨୦୨୧ ମୁମ୍ବାଇ | (ବୟସ ୭୯)
ଶିକ୍ଷାନୁଷ୍ଠାନ | ବିଶ୍ୱଭାରତୀ, ଶାନ୍ତି ନିକେତନ |
ଦିଲ୍ଲୀପ ଦାସ (୧୫ ଜୁନ ୧୯୪୨ - ୧୨ ଅକ୍ଟୋବର ୨୦୨୧) ଜଣେ ଓଡ଼ିଆ କବି ଥିଲେ । ନିଜ କାବ୍ୟ ପୁସ୍ତକ ସୁଦୂରରୁ ଅନେକ ଦୂର ପାଇଁ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା ।[୧]
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ଦିଲ୍ଲୀପ ଦାସ ୧୯୪୨ ମସିହାରେ ଗଞ୍ଜାମ ଜିଲ୍ଲାର ଆସିକାଠାରେ ଜନ୍ମଗ୍ରହଣ କରିଥିଲେ । ସେ ବିଶ୍ୱଭାରତୀ ଶାନ୍ତିନିକେତନରେ ଶିକ୍ଷାଲାଭ କରିଥିଲେ । ପରେ ଅଧ୍ୟାପନା ବୃତ୍ତିକୁ ଆବୋରୀ, ଜଣେ ଅଧ୍ୟକ୍ଷ ଭାବରେ ଅବସର ଗ୍ରହଣ କରିଥିଲେ । ତାଙ୍କ ପତ୍ନୀଙ୍କର ପରଲୋକ ଘଟିସାରିଛି । ପରିବାରରେ ତାଙ୍କ ପୁଅ ସ୍ୱାଗତ, ଶାଶ୍ୱତ, ବୋହୁ ମନୀଷା, ଝିଅ ମିନାକ୍ଷୀ ଓ ଜ୍ୱାଇଁ ଦେବୀପ୍ରସନ୍ନ ଅଛନ୍ତି ।
୨୦୨୧ ମସିହା ଅକ୍ଟୋବର ୧୨ ତାରିଖରେ ମୁମ୍ବାଇଠାରେ ତାଙ୍କର ପରଲୋକ ଘଟିଥିଲା ।
ରଚନାବଳୀ
[ସମ୍ପାଦନା]- ସୁଦୂରରୁ ଅନେକ ଦୂର
- ବିଲୁପ୍ତ ସାମ୍ରାଜ୍ୟ
- ପକ୍ଷୀଟି ବସିଛି ଡାଳରେ
- ଛାଇତା ପୋଖରୀ ଜଳରେ
- ବୁଡ଼ି ଯାଉଥିବା ଦେଶ
- ନୀଳମାଧବ
- ଦିବ୍ୟା[୨]
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୯୮
ଆଧାର
[ସମ୍ପାଦନା]- ↑ "ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କୃତ ପୁସ୍ତକ ଓ ଲେଖକ". www.http://odishasahityaakademi.org/. odisha sahitya akademi. p. ୮. Archived from the original on 13 October 2021. Retrieved 13 October 2021.
{{cite web}}
: External link in
(help)|website=
- ↑ "କବି ଦିଲ୍ଲୀପ ଦାସଙ୍କ ପରଲୋକ". No. ସମ୍ବାଦ ୧୩/୧୦/୨୦୨୧ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୦. ଇଷ୍ଟର୍ଣ୍ଣ ମିଡ଼ିଆ. 13 October 2021. Archived from the original on 13 October 2021. Retrieved 13 October 2021.