ମହର୍ଷି ମହାବିଦ୍ୟାଳୟ

ଉଇକିପିଡ଼ିଆ‌ରୁ
ମହର୍ଷି ମହାବିଦ୍ୟାଳୟ
Latin: Maharishi College Of Natural Law
ସ୍ଥାପିତ1982
ପ୍ରକାରସର୍ବସାଧାରଣ
ଅବସ୍ଥାନଭୁବନେଶ୍ୱର, ଓଡ଼ିଶା, ଭାରତ
ପରିସର୪ ଏକର
ୱେବସାଇଟhttp://www.maharishicollegebbsr.org/


ମହର୍ଷି ମହେଶ ଯୋଗୀଙ୍କ ନାମରେ ନାମିତ, ଏହି ମହାବିଦ୍ୟାଳୟଟି ଭୁବନେଶ୍ୱରର କେନ୍ଦ୍ରାଞ୍ଛଳ ସହିଦନଗରଠାରେ ଅବସ୍ଥିତ । [୧] [୨]

ଇତିହାସ[ସମ୍ପାଦନା]

ମହର୍ଷି ମହେଶ ଯୋଗୀଙ୍କ ଅନୁଦାନଦ୍ୱାରା ଏହି ଅନୁଷ୍ଠାନଟି ୧୯୮୨ ମସିହାରେ ଭୁବନେଶ୍ୱରଠାରେ ପ୍ରତିଷ୍ଠା କରାଯାଇଥିଲା । +୨ ପାଠ୍ୟକ୍ରମର ଶିକ୍ଷାଦାନ ପାଇଁ ୧୯୮୩-୮୪ ଶିକ୍ଷା ବର୍ଷରେ ଏହି ଅନୁଷ୍ଠାନଟି, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡି଼ଶା ସହ ଅନୁବନ୍ଧିତ ହୋଇଥିଲା । ଆରମ୍ଭରୁ କେବଳ ପୁଅପିଲାମାନେ ଏଠାରେ ଶିକ୍ଷାଗ୍ରହଣ କରୁଥିଲେ । ୧୯୮୮-୮୯ ଶିକ୍ଷାବର୍ଷରୁ ଝିଅମାନେ ମଧ୍ୟ ଏହି ଅନୁଷ୍ଠାନରେ ଶିକ୍ଷାଗ୍ରହଣର ସୁଯୋଗ ପାଇଲେ । ଏହି ବର୍ଷରୁ +୩ ଶିକ୍ଷାଦାନ ମଧ୍ୟ ଆରମ୍ଭ କରାଯାଇଥିଲା । ୧୯୯୩-୯୪ ମସିହାରୁ ଅନୁଷ୍ଠାନଟି ଉତ୍କଳ ବିଶ୍ୱବିଦ୍ୟାଳୟସହ ଅନୁବନ୍ଧିତ ହୋଇଥିଲା । [୩] ପ୍ରଫେସର ଡ଼. ଗୋକୁଳାନନ୍ଦ ମହାପାତ୍ର ଏହି ମହାବିଦ୍ୟାଳୟର ପ୍ରଥମ ଅଧ୍ଯକ୍ଷ(୨୮.୦୭.୧୯୮୨ - ୨୦.୦୫.୧୯୮୪) ଭାବରେ କାର୍ଯ୍ୟକରିଥିଲେ ।

ଆଧାର[ସମ୍ପାଦନା]

  1. http://orissa.gov.in/institutes/institutes.htm
  2. Ed. K.R. Gupta (1 January 2000). Directory Of Libraries In India3rd Rev. Ed. Vol# 2. Atlantic Publishers & Dist. pp. 1280–. ISBN 978-81-7156-984-7. Retrieved 11 July 2013.
  3. http://rtiodisha.gov.in/dept_home.php?id=12&oid=2704&sid=2[permanent dead link]

ବାହାର ଲିଙ୍କ[ସମ୍ପାଦନା]