Jump to content

ବ୍ୟୋମକେଶ ତ୍ରିପାଠୀ

ଉଇକିପିଡ଼ିଆ‌ରୁ
(Byomkesh Tripathyରୁ ଲେଉଟି ଆସିଛି)
ବ୍ୟୋମକେଶ ତ୍ରିପାଠୀ
ଜନ୍ମ(1929-01-19)୧୯ ଜାନୁଆରୀ ୧୯୨୯


[]
ମୃତ୍ୟୁ୧୦ ମଇ ୧୯୯୭(1997-05-10) (ବୟସ ୬୮)
ମୃତ୍ୟୁର କାରଣହୃଦଘାତ
ଶିକ୍ଷାସ୍ନାତକ (ବିଜ୍ଞାନ)
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ, କଲିକତା ବିଶ୍ୱବିଦ୍ୟାଳୟ
ପ୍ରସିଦ୍ଧିନାଟ୍ୟକାର, ଅଭିନେତା ଓ ନିର୍ଦ୍ଦେଶକ
ପିତାମାତାଗୋବିନ୍ଦ ତ୍ରିପାଠୀ, ସତୀ ଦେବୀ
ସମ୍ପର୍କୀୟବିଶ୍ଵକେଶ ତ୍ରିପାଠୀ
ପୁରସ୍କାରଜୟଦେବ ପୁରସ୍କାର, ୧୯୯୩

ବ୍ୟୋମକେଶ ତ୍ରିପାଠୀ (୧୯ ଜାନୁଆରୀ ୧୯୨୯ - ୧୦ ମଇ ୧୯୯୭), ଜଣେ ଓଡ଼ିଆ ନାଟ୍ୟକାର[], ଅଭିନେତା[] ଓ ନିର୍ଦ୍ଦେଶକ ଥିଲେ । ସେ ପ୍ରାୟ ୭୧ଟି ନାଟକରେ ନିର୍ଦ୍ଦେଶକ ଅବା ଅଭିନେତା ଭାବେ କାମ କରିଥିଲେ । ସେ ଅନ୍ନପୂର୍ଣ୍ଣା ଥିଏଟର ସହ ଜଡ଼ିତ ରହିଥିଲେ । ନାଟକ ବ୍ୟତୀତ, ସେ ପ୍ରାୟ ୨୫ଟି ଓଡ଼ିଆ କଥାଚିତ୍ରରେ ଅଭିନୟ କରିଛନ୍ତି ।[]

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ବ୍ୟୋମକେଶ, ୧୯୨୯ ମସିହାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଥିଲେ ସାହିତ୍ୟିକ ଗୋବିନ୍ଦ ତ୍ରିପାଠୀ । ମାତାଙ୍କ ନାମ ଥିଲା ସତୀ ଦେବୀ । ୧୯୫୮ ମସିହାରେ ସେ କଲିକତା ବିଶ୍ୱବିଦ୍ୟାଳୟରୁ ବିଜ୍ଞାନରେ ସ୍ନାତକ ଶିକ୍ଷା ସମାପ୍ତ କରି, ନାଟକ ଶିକ୍ଷା ପାଇଁ ଏସିଆନ ଥିଏଟର ଇନଷ୍ଟିଚ୍ୟୁଟରେ ଯୋଗ ଦେଇଥିଲେ । ଏହି ଅନୁଷ୍ଠାନ ପରେ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ ନାମରେ ନାମିତ ହୋଇଥିଲା ।

ସାହିତ୍ୟ ସର୍ଜନା

[ସମ୍ପାଦନା]

ତାଙ୍କ ସାନ ଭାଇ ବିଶ୍ଵକେଶ ତ୍ରିପାଠୀ ତାଙ୍କ ରଚିତ ନାଟକ ଏକ-ଦୁଇ-ତିନ, ରାଜ ମୁକୁଟ, କଂସାକବାଟ, ସିଂହ ଦ୍ୱାର, ଜାଗରଣ, ତୋଳା କନିଆ, ଅଖଣ୍ଡ ଜ୍ୟୋତି, ସୁନା ଫରୁଆ, ମାଟିର ସ୍ୱର୍ଗ, ହେମ ହରିଣୀ, ଗୋପନ କଥା, ସତୀ ପରୀକ୍ଷାଶ୍ରୀକୃଷ୍ଣ ଳୀଳାକୁ ପାଞ୍ଚଟି ଗ୍ରନ୍ଥଖଣ୍ଡରେ ସଂକଳନ କରି ପ୍ରକାଶ କରିଥିଲେ । ତାଙ୍କ ଦ୍ୱାରା ଅନୁବାଦ କରାଯାଇଥିବା ତିନୋଟି ନାଟକ ରାଜା ଅଡିପସ, ଆଣ୍ଟିଗୋନିମୁଦ୍ରା ରାକ୍ଷାସ ଏହି ସଂକଳନ ଗୁଡ଼ିକରେ ମଧ୍ୟ ସ୍ଥାନିତ ହୋଇଥିଲେ ।[]

ରଚିତ ନାଟକ

[ସମ୍ପାଦନା]

ସେ ୧୩ଟି ମୌଳିକ ରଚନା ସହ ୩ଟି ନାଟକର ଅନୁବାଦ କରିଥିଲେ ।[]

  • ଏକ-ଦୁଇ-ତିନ
  • ରାଜମୁକୁଟ
  • କଂସାକବାଟ
  • ସିଂହଦ୍ୱାର
  • ଜାଗରଣ
  • ତୋଳାକନିଆ
  • ଅଖଣ୍ଡଜ୍ୟୋତି
  • ସୁନାଫରୁଆ
  • ମାଟିର ସ୍ୱର୍ଗ
  • ହେମହରିଣୀ
  • ଗୋପନ କଥା
  • ସତୀ ପରୀକ୍ଷା
  • ଶ୍ରୀକୃଷ୍ଣଲୀଳା
  • ରାଜା ଅଡିପସ (ଅନୁବାଦ ନାଟକ)
  • ଆଣ୍ଟିଗୋନି (ଅନୁବାଦ ନାଟକ)
  • ମୁଦ୍ରା ରାକ୍ଷସ (ଅନୁବାଦ ନାଟକ)

ଅଭିନୀତ କଥାଚିତ୍ର

[ସମ୍ପାଦନା]

ପୁରସ୍କାର ଓ ସମ୍ମାନ

[ସମ୍ପାଦନା]
  1. Amaresh Datta (1988). Encyclopaedia of Indian Literature: devraj to jyoti. Sahitya Akademi. pp. 1093–. ISBN 978-81-260-1194-0.
  2. Contemporary Indian Literature. S.L. Shastry. 1972.
  3. Natya: Theatre Arts Journal. Bharatiya Natya Sangh. 1966.
  4. http://www.financialexpress.com/old/ie/daily/19970511/13150573.html
  5. "Collected works of playwright Byomakesh Tripathy released". OdishaBytes. 22 September 2017. Archived from the original on 15 April 2026. Retrieved 15 April 2026.
  6. "Legendry Byomakesh Tripathy's sixteen plays in five volumes released". India Whispers. Retrieved 11 August 2020.
  7. "ସେଦିନ ଏଦିନ". ନିତିଦିନ ନଜର ୨୫ ଅପ୍ରେଲ ୨୦୨୧ (ନଜର ୨୫ ଅପ୍ରେଲ ୨୦୨୧). 3 May 2021. Archived from the original on 3 May 2021. Retrieved 3 May 2021.
  8. http://orissa.gov.in/e-magazine/orissaannualreference/ORA-2011/pdf/114.pdf

ଅଧିକ ତଥ୍ୟ

[ସମ୍ପାଦନା]