Jump to content

ସମ୍ବଲପୁରୀ ଭାଷା

ଉଇକିପିଡ଼ିଆ‌ରୁ
(କୋଶଳିରୁ ଲେଉଟି ଆସିଛି)
ସମ୍ବଲପୁରୀ ଓଡ଼ିଆ
ପଶ୍ଚିମ ଓଡ଼ିଆ, କୋଶଲି, କୋଶଳୀ
Native toଭାରତ
ଅଞ୍ଚଳଓଡ଼ିଶାର ପଶ୍ଚିମାଞ୍ଚଳ ଜିଲ୍ଲାସମୂହ (ଦେବଗଡ଼, ବରଗଡ଼, ନୂଆପଡ଼ା, କଳାହାଣ୍ଡି, ବୌଦ୍ଧ, ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ସବଡିଭିଜନ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଜିଲ୍ଲା)
ମାତୃଭାଷୀ
[]
ଇଣ୍ଡୋ-ଇଉରୋପୀୟ
ଓଡ଼ିଆ[][][]
ଭାଷା କୋଡ୍
ISO ୬୩୯-୩spv
ଗ୍ଲୋଟୋଲୋଗsamb1325

ସମ୍ବଲପୁରୀ ଓଡ଼ିଆ ଭାଷା (କୋଶଳୀକୋସଲି ନାମରେ ମଧ୍ୟ ଜଣା) ଏକ ଓଡ଼ିଶାରେ ପଶ୍ଚିମାଞ୍ଚଳରେ କଥିତ ଏକ ଭାଷା ପ୍ରକାର । ଏହା ପଶ୍ଚିମ ଓଡ଼ିଆ, କୋସଲି, ସମଲପୁରୀ ଓଡ଼ିଆ ଆଦି ନାମରେ ମଧ୍ୟ ଜଣା ।[] କୋଶଳ ଓ କୋଶଳୀ ନିକଟରେ ପ୍ରତିଷ୍ଠିତ ଏକ ବିବାଦୀୟ ନାମ ଓ କୋଶଳ ଅଞ୍ଚଳ ମଧ୍ୟରେ ପୁରାତନ କୋଶଳ ସାମ୍ରାଜ୍ୟ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି ।[][]

ଏହାର ବକ୍ତାମାନେ ସମ୍ବଲପୁରୀକୁ ଏକ ଭିନ୍ନ ଭାଷା ଭାବେ ଗଣନ୍ତି ଓ ଅନ୍ୟମାନେ ଏହାକୁ ଓଡ଼ିଆ ଭାଷାର ଏକ ଉପଭାଷା ଭାବେ ଗଣନ୍ତି ।[] ସମ୍ବଲପୁରୀ ଓଡ଼ିଆ କହୁଥିବା ଲୋକେ ଆନୁଷ୍ଠାନିକ ଯୋଗାଯୋଗରେ ମାନକ ଓଡ଼ିଆ ବ୍ୟବହାର କରିଥାନ୍ତି ।[] ଚାରୋଟି ଜିଲ୍ଲାରେ କଥିତ ପ୍ରକାରକୁ ଭିତ୍ତିକରି ୨୦୦୬ ମସିହାରେ କରାଯାଇଥିବା ଏକ ସର୍ବେକ୍ଷଣ ଅନୁସାରେ ସମ୍ବଲପୁରୀ ଓଡ଼ିଆରେ ତିନି-ଚତୁର୍ଥାଂଶ ଶବ୍ଦ ମାନକ ଓଡ଼ିଆ ସହ ସମାନ ।[୧୦]

ସମ୍ବଲପୁରୀ ଓଡ଼ିଆ ଓଡ଼ିଶାର ନିମ୍ନୋକ୍ତ ଜିଲ୍ଲାରେ କଥିତ: ସମ୍ବଲପୁର (ଏହି ଅଞ୍ଚଳର ମୁଖ୍ୟ ସାଂସ୍କୃତିକ ଏବଂ ବାଣିଜ୍ୟିକ କେନ୍ଦ୍ର ସମ୍ବଲପୁର ସହର), ଦେବଗଡ଼, ବରଗଡ଼, ନୂଆପଡ଼ା, କଳାହାଣ୍ଡି, ବୌଦ୍ଧ, ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ସବଡିଭିଜନ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଜିଲ୍ଲା । ସମ୍ବଲପୁରୀ ଓଡ଼ିଆ ବକ୍ତାମାନେ ମଧ୍ୟ ପଡ଼ୋଶୀ ଛତିଶଗଡ଼ଝାଡ଼ଖଣ୍ଡର କେତେକ ଅଞ୍ଚଳରେ ବସବାସ କରିଥାନ୍ତି ।

ଭୌଗୋଳିକ ବଣ୍ଟନ

[ସମ୍ପାଦନା]

୨୦୧୧ ଜନଗଣନାରେ ଭାରତରେ ୨.୬୩ ନିୟୁତ ଲୋକ ନିଜର ଭାଷା ସମ୍ବଲପୁରୀ ବୋଲି ଘୋଷଣା କରିଥିଲେ, ପ୍ରାୟ ସମସ୍ତେ ଓଡ଼ିଶାର ବାସିନ୍ଦା ଥିଲେ।[୧୧]

ଏହି ବକ୍ତାମାନେ ମୁଖ୍ୟତଃ ବରଗଡ଼ (୧୧,୩୦,୦୦୦), ସୁବର୍ଣ୍ଣପୁର (୩,୬୪,୦୦୦), ବଲାଙ୍ଗୀର (୩,୩୫,୦୦୦), ସମ୍ବଲପୁର (୨,୭୫,୦୦୦), ଝାରସୁଗୁଡା (୨,୪୫,୦୦୦), ନୁଆପଡା (୧,୪୫,୦୦୦), ବୌଦ୍ଧ (୯୦,୭୦୦), ସୁନ୍ଦରଗଡ଼ (୪୨,୭୦୦) ଏବଂ କଳାହାଣ୍ଡି ( ୧୧,୫୪୫ ) ଜିଲ୍ଲାରେ ବସବାସ କରିଥାନ୍ତି ।[୧୨]

ଲିପି 

[ସମ୍ପାଦନା]

ସମ୍ବଲପୁରୀକୁ ଓଡ଼ିଆ ଲିପିରେ ଲେଖାଯାଇଥାଏ । ଅତୀତରେ ଏହାକୁ ଦେବନାଗରୀ ଲିପିରେ ଲେଖାଯାଉଥିଲା ବୋଲି ମତ ପ୍ରକାଶ ପାଇ ପରେ ୨୦ଶ ଶତକ ପରଠାରୁ ଓଡ଼ିଆ ଲିପିରେ ଲେଖା ପ୍ରତିଷ୍ଠା ପାଇଲା । ଅଧୁନା ସାହିତ୍ୟିକ ରଚନାସମୂହରେ ମୁଖ୍ୟତଃ ଓଡ଼ିଆ ବ୍ୟବହାର ହୋଇଛି ।[୧୩]


ବୈଶିଷ୍ଟ୍ୟ

[ସମ୍ପାଦନା]

ନିମ୍ନରେ ମାନକ ଓଡ଼ିଆ ସହିତ ବୈଶିଷ୍ଟ୍ୟ ଏବଂ ତୁଳନା ତାଲିକା ଦିଆଯାଇଛି:[୧୪]

କିଛି ପ୍ରମୁଖ ବୈଶିଷ୍ଟ୍ୟଗୁଡ଼ିକ ମଧ୍ୟରେ ରହିଛି-

  • r-ପ୍ରବେଶ(r-insertion): ସମ୍ବଲପୁରୀ କ୍ରିୟାପଦର ଶେଷରେ /r/ ଧ୍ୱନିର ଯୋଗ(insertion) କିମ୍ବା ପ୍ରବେଶ (paragogue) ।
  • ଶବ୍ଦ ମଧ୍ୟସ୍ଥ ସ୍ୱରବର୍ଣ୍ଣ ବିଲୋପ: କିଛି ଶବ୍ଦ ମଧ୍ୟସ୍ଥ ସ୍ୱରବର୍ଣ୍ଣର ସମନ୍ୱୟ, -ai ଦ୍ବୈତସ୍ବର(diphthongs) ଦେଖାଯାଇଥାଏ ବ୍ୟତିକ୍ରମ ସହିତ ଅର୍ଥାତ୍ ଶବ୍ଦର ମଧ୍ୟର ସ୍ୱର ହଟିଯାଇବାକୁ ମଧ୍ୟସ୍ଥ ସ୍ୱର ବିଲୋପ କୁହାଯାଏ, କିନ୍ତୁ -ai ଯୋଗ ଥିଲେ ହଟେ ନାହିଁ ।
  • ସ୍ୱର ସମନ୍ୱୟ (Vowel Harmony) : /o/ ସ୍ୱରର ସ୍ଥାନରେ /u/ ସ୍ୱର ବ୍ୟବହାର । ଏହି ପରିବର୍ତ୍ତନ ବାଲେଶ୍ୱରୀ ଓଡ଼ିଆ ଉପଭାଷାରେ ଓ କିଛି ପରିମାଣରେ ଗଞ୍ଜାମୀ ଓଡ଼ିଆ ଉପଭାଷାରେ ମଧ୍ୟ ଦେଖିବାକୁ ମିଳେ ।
  • ଶବ୍ଦ-ଶେଷ ସ୍ୱରବର୍ଣ୍ଣ ବିଲୋପ : ଶବ୍ଦ-ଶେଷ ସ୍ୱରବର୍ଣ୍ଣ ବିଲୋପ ( Schwa ବିଲୋପ ଦେଖନ୍ତୁ ) ଘଟିଥାଏ ଅର୍ଥାତ୍ ଶବ୍ଦର ଶେଷରେ ଥିବା ଅ ସ୍ୱର ହଟିଯିବାକୁ ଶେଷ ସ୍ୱର ବିଲୋପ କୁହାଯାଏ ।
  • ଧ୍ୱନିଶୀଳ ମୂର୍ଦ୍ଧନ୍ୟ ବ୍ୟଞ୍ଜନର ବ୍ୟବହାର : ଧ୍ୱନିଶୀଳ ମୂର୍ଦ୍ଧନ୍ୟ ପାର୍ଶ୍ୱ ସମୀପୀୟ [ɭ] (ଳ) ର ଅଭାବ ଏବଂ ଧ୍ୱନିଶୀଳ ମୂର୍ଦ୍ଧନ୍ୟ ନାସିକ୍ୟଧ୍ୱନି [ɳ] (ଣ) ର ସୀମିତ ବ୍ୟବହାର ।[୧୫]

ଧ୍ୱନିଶୀଳ ମୂର୍ଦ୍ଧନ୍ୟ ବ୍ୟଞ୍ଜନବର୍ଣ୍ଣ

ମାନକ ଓଡ଼ିଆ ସମ୍ବଲପୁରୀ ଇଂରାଜୀ
କଣ କଣ୍ what

ଶବ୍ଦ ମଧ୍ୟସ୍ଥ ସ୍ୱରବର୍ଣ୍ଣ ବିଲୋପ ବା ଶବ୍ଦମଧ୍ୟର ସ୍ୱରବର୍ଣ୍ଣ ହଟିଯିବା

ମାନକ ଓଡ଼ିଆ ସମ୍ବଲପୁରୀ ଇଂରାଜୀ
ପଢ଼ିବା ପଢ଼୍‌ବାର୍ to study
ଗାଧେଇବା ଗାଧ୍‌ବାର୍ to bath
ହସିବା ହସ୍‌ବାର୍ to laugh
ବୁଲିବା ବୁଲ୍‌ବାର୍ to roam
ରାନ୍ଧିବା ରାନ୍ଧ୍‌ବାର୍ to cook
ଖେଳିବା ଖେଲ୍‌ବାର୍ to play

ଶବ୍ଦ ମଧ୍ୟର ସ୍ୱରବର୍ଣ୍ଣ ହଟିଯିବାର ବ୍ୟତିକ୍ରମ : -ai ଦ୍ୱୈତସ୍ୱରରେ (diphthongs) ଦେଖିବାକୁ ମିଳେ ଅର୍ଥାତ୍ — ଶବ୍ଦ ମଧ୍ୟର ସ୍ୱର ସାଧାରଣତଃ ହଟିଯାଏ, କିନ୍ତୁ -ai ଯୋଡ଼ା ଥିଲେ ହଟେ ନାହିଁ

ମାନକ ଓଡ଼ିଆ ସମ୍ବଲପୁରୀ ଇଂରାଜୀ
ଖାଇବା ଖାଏବାର୍ to eat
ଗାଇବା ଗାଏବାର୍ to sing
ପାଇବା ପାଏବାର୍ to get
ହାଇ ହାଇ yawn
ଗାଇ ଗାଏ cow

ସ୍ୱରବର୍ଣ୍ଣ ସମନ୍ୱୟ (Vowel Harmony) : 'ଓ' ଧ୍ୱନିରୁ 'ଉ' ଧ୍ୱନିକୁ ପରିବର୍ତ୍ତନ — ଏହି ବିଶେଷତା ବାଲେଶ୍ୱରୀ ଓଡ଼ିଆ ଉପଭାଷାରେ ମଧ୍ୟ ଦେଖାଯାଏ

ମାନକ ଓଡ଼ିଆ ସମ୍ବଲପୁରୀ ଇଂରାଜୀ
ଶୋଇବା ସୁଇବାର୍ to sleep
ଖୋଜିବା ଖୁଜ୍‌ବାର୍ to search

ସ୍ୱର ଧ୍ୱନି ଦୀର୍ଘ ହେବା : ବ୍ୟଞ୍ଜନମଧ୍ୟରେ ଆସୁଥିବା ବା ଦେଖାଯାଉଥିବା ସ୍ୱରବର୍ଣ୍ଣଗୁଡ଼ିକ ଦୀର୍ଘ ରୂପରେ ଉଚ୍ଚାରିତ ହୁଏ

ମାନକ ଓଡ଼ିଆ ସମ୍ବଲପୁରୀ ଇଂରାଜୀ
ପାଣି ପାଏନ୍ water
ଚାରି ଚାଏର୍ four

ବ୍ୟଞ୍ଜନ ପରିବର୍ତ୍ତନ — 'ଳ'(ḷ) ଧ୍ୱନି 'ଲ'(l) କୁ ପରିବର୍ତ୍ତିତ ହେବା

ମାନକ ଓଡ଼ିଆ ସମ୍ବଲପୁରୀ ଇଂରାଜୀ
ଫଳ ଫଲ୍ fruit

ଶବ୍ଦର ଶେଷରେ ଥିବା ସ୍ୱର (ଅଧିକାଂଶରେ ‘ଅ’ ଧ୍ୱନି) ହଟିଯାଇବା — ଏହା ସମ୍ବଲପୁରି ଭାଷାର ଏକ ବିଶେଷ ଲକ୍ଷଣ

ମାନକ ଓଡ଼ିଆ ସମ୍ବଲପୁରୀ ଇଂରାଜୀ
ଭଲ ଭଲ୍ good
ବାଘ ବାଘ୍ tiger
କୁକୁର କୁକୁର୍ dog
ଲୋକ ଲୋକ୍ people
ଗଛ ଗଛ୍ tree
ଫୁଲ ଫୁଲ୍ flower
ଭାତ ଭାତ୍ rice
ଘର ଘର୍ house

ସମ୍ବଲପୁରୀ ଶବ୍ଦ

ମାନକ ଓଡ଼ିଆ ସମ୍ବଲପୁରୀ ଇଂରାଜୀ
ମାଛ ଝୁରି fish
ବାଣ ଫଟ୍କା firecracker

ସାହିତ୍ୟ

[ସମ୍ପାଦନା]

ଉନବିଂଶ ଶତାବ୍ଦୀର ଶେଷ ଯାଏ ସମ୍ବଲପୁରୀ ଭାଷାରେ କୌଣସି ଲିଖିତ ସାହିତ୍ୟ ନଥିଲା । ଏହି ଭାଷାରେ ଲିଖିତ କିଛି ପ୍ରସ୍ତର ଖୋଦନ, ତାମ୍ର  ଫଳକ କିମ୍ବା ତାଳପତ୍ର ଲିଖନ ଅଦ୍ୟାବଧି ମିଳିନାହିଁ । ୧୮୯୧ ମସିହାରେ ଦେବଗଡ ରାଜ୍ୟରୁ ପ୍ରକାଶିତ ସମ୍ବଲପୁର ହିତୈଷିଣୀକୁ ପ୍ରଥମ ସମ୍ବଲପୁରୀ ପ୍ରକାଶନ ବୋଲି ଗ୍ରହଣ କରାଯାଏ ।[୧୬] ଏଥିରେ ମଧୁସୂଦନ ନାମକ ବ୍ୟକ୍ତିଙ୍କଦ୍ୱାରା ଲିଖିତ ସମ୍ବଲପୁର ଅଞ୍ଚଳର ପ୍ରାଚୀନ କବିତା ନାମରେ ଏକ କବିତା ପ୍ରକାଶିତ ହୋଇଥିଲା । ତାହାର ଏକ ଅଂଶ ଏହିପରି ,

"କୁହ ଗୋ ଦୁତୀ ମୁଇ କେନତା କରସିଁ ଗୋ 

ନନ୍ଦପୁଅ ଆଙ୍ଖେ ଦେଖଲେ ବଡା କାବା ଲଗଶି ଗୋ "

" ଦିଶୁ ଥିସୀ କାଳିଆ ତାର୍ ତାର୍ 

ପିନ୍ଧି ଥିସୀ ହଳଦିଆ ଜର୍ ଜର୍

ଧୋବ ଫର୍ ଫର୍ ଟେ ଜନବାରୀର୍ ଟେ ବେକେ ଉଲେଇ ହେସୀ ଗୋ " 

ତାହାପରେ ୧୯୦୦ ମସିହାରୁ ୧୯୧୦ ମସିହା ମଧ୍ୟରେ ଭୁଲାମନ ଚଉତିଶା, ଯତନ ନାମକ ଜଣେ ବ୍ୟକ୍ତିଙ୍କଦ୍ୱାରା ରଚିତ ହେଇଥିଲା । 

ସେହି ସମୟ କାଳ ମଧ୍ୟରେ ଚଇତନ ଦାସଙ୍କଦ୍ୱାରା "ଚଢ଼େଇ ଚଉତିଶା" ରଚିତ ହେଇ ପ୍ରକାଶିତ ହେଇଥିଲା । ବାଲାଜି ମେହେର ନାମକ ବ୍ୟକ୍ତି "ଗୁଣ୍ଡିଆ" , "ଗଉଡ ଗମନ" , "କୁମ୍ଭାର ପସରା" ଓ "ସୁନାରି ପସରା " ନାମର ଲେଖନ ପ୍ରକାଶିତ କରିଥିଲେ । ୧୯୧୫ରୁ ୧୯୨୫ ମସିହା ମଧ୍ୟରେ "ଲକ୍ଷ୍ମଣ ପତି ଓ କପିଲେଶ୍ବର ମହାପାତ୍ର ମଧ୍ୟ କିଛି ସମ୍ବଲପୁରୀ ଲେଖାବଳି ପ୍ରକାଶ କରିଥିଲେ । 

ଏହି କ୍ରମରେ ୧୮୯୧ ମସିହାରୁ ୧୯୪୭ ମସିହା ଯାଏଁ ୩୫ଟି ସମ୍ବଲପୁରୀ କବିତା ପ୍ରକାଶିତ ହେଇଥିବାର ତଥ୍ୟ ମିଳେ । [୧୭] ୧୮୯୧ ପୂର୍ବବର୍ତ୍ତୀ ଯୁଗକୁ ସମ୍ବଲପୁରୀ ଭାଷାର "ଅନ୍ଧାର ଯୁଗ" କୁହାଯାଏ । ୧୯୭୦ ମସିହାରେ ପ୍ରଥମ କରି କବି ସତ୍ୟନାରାୟଣ ବହିଦାର ପ୍ରଚୁର ପରିମାଣରେ ସମ୍ବଲପୁରୀ ସାହିତ୍ୟ ଲେଖିବା ସହ ଅନ୍ୟମାନଙ୍କୁ ସେ ଦିଗରେ ଦିଗଦର୍ଶନ ଦେଇଥିଲେ । ସେ ସମ୍ବଲପୁରୀ ସାହିତ୍ୟକୁ ଏକ ସ୍ୱତନ୍ତ୍ର ଶୈଳୀର ଭାଷା ବୋଲି ସିଦ୍ଧ କରିବା ସହ ତାଙ୍କ ପରେ ଅନେକ ଲେଖକ ସେ ଦିଗରେ ଅଗ୍ରଣୀ ଭୂମିକା ନେଇ ଅନେକ ସମ୍ବଲପୁରୀ ଲେଖା ମାନ ପ୍ରକାଶ କରିଥିଲେ । ସେହିପରି କିଛି ଲେଖକ , ଯାହାଙ୍କର ଲେଖା ସମ୍ବଲପୁରୀ ସାହିତ୍ୟକୁ ଋଦ୍ଧିମନ୍ତ କରିଥିଲା ତାଙ୍କର ନାମ ନିମ୍ନରେ ଦିଆଗଲା , ( ଏହି ତାଲିକା କେବଳ ମାତ୍ର ଏକ ସୂଚକ ଓ ଏହା ସମ୍ପୂର୍ଣ୍ଣ ନୁହେଁ ) 

  1. ସତ୍ୟନାରାୟଣ ବହିଦାର (୧୯୧୩-୧୯୮୦) - ତାଙ୍କର ପ୍ରଥମ କବିତା "ଅନୁଭୂତି" ୧୯୩୧ ମସିହାରେ ପ୍ରକାଶିତ ହେଇଥିଲା । ସେ ୧୧୯ଟି କବିତା ସହ ଏକ ସଂକ୍ଷିପ୍ତ ସମ୍ବଲପୁରୀ ବ୍ୟାକରଣ ପୁସ୍ତକ ପ୍ରକାଶ କରିଥିଲେ ।[୧୮]
  2. ଖଗେଶ୍ୱର ସେଠ - ସେ "ପାଏର୍ଚ୍ଛା ସତୀ" ୧୯୪୯ ମସିହାରେ ଲେଖିଥିଲେ ।
  3. ଇନ୍ଦ୍ରମଣି ସାହୁ (୧୯୨୩-୨୦୦୬‌) - ସେ "ଝରମଲ୍ଲୀ" (୧୯୫୩) ଏବଂ "କୋଶଳୀ ରାମାୟଣ" (୧୯୯୭) ଲେଖିଥିଲେ ।
  4. ହଳଧର ନାଗ (ଜନ୍ମ: ୩୧ ମାର୍ଚ୍ଚ ୧୯୫୦) - ସମ୍ବଲପୁରୀ ଭାଷାକୁ ସେ ବରଦାନ ସଦୃଶ ।[୧୯] ସେ ବିଭିନ୍ନ ସମ୍ବଲପୁରୀ କବିତା ଲେଖିଛନ୍ତି, ଯଥା: "ମହାସତୀ ଉର୍ମିଳା", "ଅଛିଆ" ଇତ୍ୟାଦି । ତାଙ୍କ ଲେଖାଗୁଡ଼ିକ ଏକାଠି ଗୁନ୍ଥାଯାଇ "ଲୋକକବି ହଳଧର ଗ୍ରନ୍ଥାବଳୀ" ଏବଂ "ସୁରାଟ" ପ୍ରସ୍ତୁତ କରାଯାଇଛି । ୨୦୧୬ ମସିହାରେ ତାଙ୍କୁ ପଦ୍ମଶ୍ରୀ ଉପାଧିରେ ଆଭୂଷିତ କରାଯାଇଥିଲା ।[୨୦]

ଆଧାର 

[ସମ୍ପାଦନା]
  1. "Sambalpuri". Ethnologue.
  2. Bulletin of the Anthropological Survey of India. Director, Anthropological Survey of India, Indian Museum. 1979.
  3. Chitrasen Pasayat (1998). Tribe, Caste, and Folk Culture. Rawat Publications.
  4. Subodh Kapoor (2002). The Indian Encyclopaedia: La Behmen-Maheya. Cosmo Publications. pp. 4240–. ISBN 978-81-7755-271-3.
  5. ଛାଞ୍ଚ:E21
  6. Dash 1990, pp. 4–5.
  7. G. Sahu 2001, pp. 7–8.
  8. G.K. Sahu 2002, pp. 1–2.
  9. Patel (n.d.) cited in Mathai & Kelsall (2013, p. 3)
  10. Mathai & Kelsall 2013, pp. 4–6. The precise figures are 75 – 76%. This was based on comparisons of 210-item wordlists.
  11. Office of the Registrar General & Census Commissioner, India. "C-16: Population by mother tongue, India – 2011". Retrieved 14 October 2022.
  12. Office of the Registrar General & Census Commissioner, India. "C-16: Population by mother tongue, Odisha – 2011". Retrieved 16 December 2022.
  13. Mathai & Kelsall 2013, p. 3.
  14. Dash, Suhasini (2019), Phonological Variations between Odia and Sambalpuri Optimality Theoretic Approach (PDF)
  15. ଆଧାର ଭୁଲ: ଅଚଳ <ref> ଚିହ୍ନ; kbt ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  16. Sambalpur Hiteishini, Vol III, Issue 1500, 1891.
  17. Panda, Sasanka Sekhar, " JHULPUL ", Chitrotpala Publications, Cuttack, 2003, {{ISBN|81-86556-33-8
  18. "Satya Narayan Granthabali", compiler – Shyam Sunder Dhar, Friends Emporium, Sambalpur, 2001.
  19. http://www.telegraphindia.com/1100925/jsp/Odisha/story_12978196.jsp
  20. Mar 30, Dipak K. Dash | TNN | Updated:; 2016; Ist, 17:15. "5 PhD theses on this class III-dropout poet | India News - Times of India". The Times of India (in ଇଂରାଜୀ). Retrieved 2019-08-20. {{cite web}}: |last2= has numeric name (help)CS1 maint: extra punctuation (link) CS1 maint: numeric names: authors list (link)