ଚଢ଼େଇଆ ନାଚ
ଚଢ଼େଇଆ ନାଟ | |
---|---|
ମାଧ୍ୟମ | ଗୀତ-ନାଟ |
ସଂସ୍କୃତି | ଓଡ଼ିଆ ଚଳଣି |
ସୃଷ୍ଟି | ବାଲେଶ୍ୱର, ଓଡ଼ିଶା ଭାରତ |
ଗୀତ-ସଙ୍ଗୀତ | ଚଢ଼େଇଆ ସଙ୍ଗୀତ |
କଳାକାର | ଚଢ଼େଇଆ, ଚଢ଼େଇଆଣି |
ଚଢ଼େଇଆ ନାଟ ବା ଚଢ଼େଇଆ ନାଚ ଏକ ପାରମ୍ପାରିକ ଓଡ଼ିଆ ଗୀତ-ନାଟ/ନୃତ୍ୟ କଳା । ଏହି ନୃତ୍ୟକଳାଟି ଦଣ୍ଡ ନାଚର ଏକ ପ୍ରକାରଭେଦ ଓ ମୟୂରଭଞ୍ଜ ଛଉ ନାଚ ସହିତ ଏହାର ବହୁ ସମାନତା ପରିଲେକ୍ଷିତ କରାଯାଏ ।[୧] ଏହା ବିଶେଷକରି ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜର ଗ୍ରାମାଞ୍ଚଳରେ ପରିବେଷଣ କରାଯାଏ । ଏଥିରେ ଜଣେ ପୁରୁଷ ଓ ଜଣେ ମହିଳା ଯୋଡ଼ି ହୋଇ ନାଚିଥାନ୍ତି । ନର୍ତ୍ତକଙ୍କୁ ଚଢ଼େଇଆ ଓ ନର୍ତ୍ତକୀଙ୍କୁ ଚଢ଼େଇଆଣୀ କୁହାଯାଇଥାଏ । ଏକ ବାଦନ ଦଳ ଗୀତ ବୋଲିଥାନ୍ତି ଯାହାର ତାଳେ ତାଳେ ଚଢ଼େଇଆ ଓ ଚଢ଼େଇଆଣୀ ଅଭିନୟ କରି ନାଚିଥାନ୍ତି । ନାଚ ମାଧ୍ୟମରେ ମଉସା ଓ ଚୌକିଆ ହାସ୍ୟ ଅଭିନୟକରି ଲୋକଙ୍କର ମନୋରଞ୍ଜନ କରିଥାନ୍ତି । ନାଚରେ ହାରମୋନିୟମ, ଢୋ଼ଲ ଓ କୁବୁଜି ଆଦି ବାଦ୍ୟଯନ୍ତ୍ରର ବ୍ୟବହାର କରାଯାଇଥାଏ । ପ୍ରୋସ୍ଚାହନର ଅଭାବ ତଥା ନୂତନ ପିଢିଙ୍କର ଅନାଗ୍ରହ ଏହି ଲୋକନୃତ୍ୟକୁ ବିଲୁପ୍ତପ୍ରାୟ ଅବସ୍ଥାକୁ ଆଣିସାରିଲାଣି । [୨]
ଇତିହାସ
[ସମ୍ପାଦନା]ଚଢ଼େଇଆ ହେଉଛନ୍ତି କେଳା ଓ ଶବର । ସେମାନେ ବଣ ଜଙ୍ଗଲରୁ ଚଢ଼େଇ ଧରି ବିକିବା, ସାପ ଧରି ଗାଁ ଗଣ୍ଡାରେ ସାପ ଖେଳାଇ ଜୀବନ ଚଳାଇଥାନ୍ତି । କେଳୁଣି ବା ଶବରୁଣି ଗାଁରେ ବୁଲି ଚିତା କୁଟାଇଥାନ୍ତି । ସେମାନଙ୍କର ଜୀବନ ଜୀବିକା ଚଳଣି ଓ ପରମ୍ପରାକୁ ନେଇ ଚଢ଼େଇଆ ନାଟର ଆରମ୍ଭ ।[୩]
ଚଢ଼େଇଆ ନାଟବେଳେ ବୋଲାଯାଉଥିବା ଗୀତକୁ ଚଢ଼େଇଆ ସଙ୍ଗୀତ କୁହାଯାଏ ।
ସୁସଙ୍ଗୀ, ସୁରଙ୍ଗୀ, ସୁରସ, ପ୍ରେମାଂଶ
ଭଙ୍ଗା ସଂଗିନୀ ମୋ ଗଳାର ହାର ରସିକା ରମଣୀ ରସ ବିଲାସିନୀ
ଚାଷୀ-ମୋହିନୀ ମୋ ପ୍ରୀତି ସୁଧାର ॥
ଆଧାର
[ସମ୍ପାଦନା]- ↑ "ଆର୍କାଇଭ୍ କପି". Archived from the original on 2012-05-20. Retrieved 2014-03-26.
{{cite web}}
: Cite has empty unknown parameter:|1=
(help) - ↑ ସମାଜ ୨୬/୦୩/୨୦୧୪ ପୃଷ୍ଠା ୧୬
- ↑ ମହାରଣା, ସୁଦର୍ଶନ (୨୦୦୬). ଉନ୍ନୟନୀ, ବାଲେଶ୍ୱରର ଅବଲୁପ୍ତ କଳା ଓ ସଂସ୍କୃତି. ବାଲେଶ୍ୱର. pp. ୯୮-୯୯.
{{cite book}}
: CS1 maint: location missing publisher (link)