ସ୍ଵାମୀ ବିବେକାନନ୍ଦ
| ସ୍ଵାମୀ ବିବେକାନନ୍ଦ | |
|---|---|
ଚିକାଗୋ ସହରରେ ସ୍ଵାମୀ ବିବେକାନନ୍ଦ, ସେପ୍ଟେମ୍ବର ୧୮୯୩ । ଚିତ୍ରର ବାମପଟେ ବିବେକାନନ୍ଦ ନିଜ ହସ୍ତାକ୍ଷରରେ ଲେଖିଛନ୍ତି: ଏକ ଅସୀମିତ, ପବିତ୍ର, ଶୁଦ୍ଧ ଭାବ ଓ ଗୁଣରେ ପରିପୂର୍ଣ୍ଣ ସେହି ପରମାତ୍ମାଙ୍କ ନିକଟରେ ମୁଁ ନତ ମସ୍ତକ ।” |
|
| ଜନ୍ମ ତାରିଖ | ୧୨ ଜାନୁଆରି ୧୮୬୩ |
| ଜନ୍ମସ୍ଥାନ | କଲିକତା |
| ଜନ୍ମ ନାମ | ନରେନ୍ଦ୍ର ନାଥ ଦତ୍ତ |
| ତିରୋଧାନ | ୪ ଜୁଲାଇ, ୧୯୦୨ (୩୯ ବର୍ଷ) |
| ତିରୋଧାନ ସ୍ଥାନ | ବେଲୁଡ଼ ମଠ, କଲିକତା, ଭାରତ |
| ଦର୍ଶନ | ବେଦାନ୍ତ |
| ଖ୍ୟାତ | ହିନ୍ଦୁ ଧର୍ମଗୁରୁ, ବେଦାନ୍ତ ପ୍ରଚାର |
| ରଚନାବଳୀ | ରାଜ ଯୋଗ, କର୍ମ ଯୋଗ, ଭକ୍ତି ଯୋଗ, ଓ ଜ୍ଞାନ ଯୋଗ |
| ବାଣୀ | ବହୁରୁପେ ସମ୍ମୁଖେ ତୁମର, ଛାଡ଼ି କାହିଁ ଖୋଜୁଛ ଈଶ୍ଵର ? ଜୀବେ ପ୍ରେମ କରେ ଯେଉଁ ଜନ, ସେଇ ମାତ୍ର ସେବଇ ଈଶ୍ଵର ।[୧] |
ସ୍ୱାମୀ ବିବେକାନନ୍ଦ ସାରା ବିଶ୍ଵରେ ଏକ ପରିଚିତ ନାମ । ସନାତନ (ହିନ୍ଦୁ) ଧର୍ମକୁ ବିଶ୍ଵଦରବାରରେ ପରିଚିତ କରିବାରେ ତାଙ୍କର ଅବଦାନ ଅତୁଳନୀୟ । ସେ ୧୮୯୩ ମସିହା ଆମେରିକାର ଚିକାଗୋ ବିଶ୍ଵଧର୍ମ ସମ୍ମିଳନୀରେ ହିନ୍ଦୁଧର୍ମର ପ୍ରତିନିଧିତ୍ୱ କରିଥିଲେ। ସେଠାରେ ସେ ହିନ୍ଦୁ ଧର୍ମ ଉପରେ ମର୍ମସ୍ପର୍ଶୀ ଭାଷଣଦେଇ ଇତିହାସ ରଚନା କରିଥିଲେ । ୧୮୬୩ ମସିହା ଜାନୁଆରୀ ୧୨ ତାରିଖର କଲିକତାର ସିମିଳାପଲ୍ଲୀରେ ବିଶ୍ଵନାଥ ଦତ୍ତ ଓ ଭୁବନେଶ୍ଵରୀ ଦେବୀଙ୍କର ପ୍ରଥମ ପୁତ୍ରରୁପେ ଜନ୍ମଗ୍ରହଣ କରିଥିଲେ । ଛୋଟବେଳୁ ତାଙ୍କ ମନରେ ଧର୍ମଭାବ ପରିଲକ୍ଷିତ ହୋଇଥିଲା । ତାଙ୍କର ଏକ ମାତ୍ର ଆକାଂକ୍ଷା ଥିଲା ଭଗବତ ଦର୍ଶନ । ସେ ପାଠପଢ଼ିବା ସମୟରେ ବ୍ରାହ୍ମସମାଜଭୁତ ହୋଇ ନିୟମିତ ଉପାସନାରେ ଯୋଗ ଦେଉଥିଲେ । ଭଗବାନଙ୍କୁ ଆନ୍ତରିକ ଦର୍ଶନ କରିବାକୁ ଚାହୁଁଥିବା ବଳିଷ୍ଠଦେହ ଓ ଦୃଢ଼ମନର ଅଧିକାରୀ ସ୍ଵାମୀ ବିବେକାନନ୍ଦ ରାମକୃଷ୍ଣ ପରମହଂସ ଙ୍କୁ ଗୁରୁରୁପେ ବରଣ କରିଥିଲେ । ରାମକୃଷ୍ଣ ନିଜର ମହାନ ଭାବାଦର୍ଶ ପ୍ରସାର କାର୍ଯ୍ୟ ବିବେକାନନ୍ଦଙ୍କ ଦ୍ୱାରା ସମ୍ପାଦିତ କରାଇଥିଲେ । ଗୌରବମୟ ଭାରତୀୟ ସଂସ୍କୁତି ବିବେକାନନ୍ଦଙ୍କୁ ବହୁତ ଆନନ୍ଦ ଦେଇଥିଲା କିନ୍ତୁ ଭାରତର ଜନସାଧାରଣଙ୍କର ଦ୍ରାରିଦ୍ୟ ଓ ଅଶିକ୍ଷା ତାଙ୍କୁ ବ୍ୟଥିତ କରିଥିଲା । ମାତ୍ର ୨୬ ବର୍ଷ ବୟସରେ ସେ ଗେରୁଆ ପୋଷାକ ଧାରଣ କରିଥିଲେ ଓ ତା ପରେ ପାଶ୍ଚାତ୍ୟ ଭ୍ରମଣ କରି ସଂପୂର୍ଣ୍ଣ ବିଶ୍ଵରେ ହିନ୍ଦୁ ଧର୍ମ ଓ ବେଦାନ୍ତର ପ୍ରଚାର ଓ ପ୍ରସାର କରିଥିଲେ ।[୨][୩]
ବିଷୟସୂଚୀ |
ଜୀବନୀ [ସମ୍ପାଦନା]
ବଂଶ ପରିଚୟ [ସମ୍ପାଦନା]
ଜନ୍ମ ଓ ବାଲ୍ୟ ଜୀବନ [ସମ୍ପାଦନା]
୧୮୬୩ ଖ୍ରୀ. ଜାନୁଆରୀ ୧୨ ତାରିଖ ମକର ସଂକ୍ରାନ୍ତି ଦିନ ପ୍ରତ୍ୟୁଷରେ କଲିକତାର ସିମଳାପଲ୍ଲୀରେ ବିଶ୍ଵନାଥ ଦତ୍ତ ଓ ଭୁବନେଶ୍ଵରୀ ଦେବୀଙ୍କ ପ୍ରଥମ ପୁତ୍ର ରୁପେ ନରେନ୍ଦ୍ରନାଥ ଦତ୍ତ ଜନ୍ମ ଗ୍ରହଣ କରିଥିଲେ । କାଶୀର ବିଲେଶ୍ଵର ମହାଦେବଙ୍କ ପ୍ରସନ୍ନତାରୁ ଜନ୍ମହେଇଥିବାରୁ ତାଙ୍କ ଡାକ ନାମ ବିଲେ ଓ ପୁରା ନାମ ଥିଲା ନରେନ୍ଦ୍ରନାଥ ।
କଲେଜ ଜୀବନ [ସମ୍ପାଦନା]
୧୭ ବର୍ଷ ବୟସରେ ପ୍ରଥମଶ୍ରେଣୀରେ ଏଣ୍ଟ୍ରାସ ପାସ କରିବା ପରେ ସେ ଏକ ବର୍ଷ ପ୍ରେସିଡେଣ୍ଟ କଲେଜରେ ପଢ଼ି, ବାକି ତିନିବର୍ଷ ଜେନେରାଲ୍ ଆସେମ୍ଲି ଇନଷ୍ଟିଚ୍ୟୁଟରେ ସ୍ନାତକୋତ୍ତର ପଢ଼ିଥିଲେ ।[୪]
ରାମକୃଷ୍ଣଙ୍କ ସାନ୍ନିଧ୍ୟରେ [ସମ୍ପାଦନା]
୧୮୮୧ ମସିହାର ନଭେମ୍ବର ମାସରେଶ୍ରୀ ରାମକୃଷ୍ଣ ସହିତ ସାକ୍ଷାତ ନରେନ୍ଦ୍ରଙ୍କର ଜୀବନ ଧାରାଟିକୁ ପରିବର୍ତ୍ତିତ କରିଦେଇଥିଲା ।
ବରାହନଗର ମଠରେ [ସମ୍ପାଦନା]
ଦେହତ୍ୟାଗର କିଛିଦିନ ପୂର୍ବରୁ ରାମକୃଷ୍ଣ ନରେନ୍ଦ୍ର ଆଦି କେତେଜଣ ଯୁବକ ଭକ୍ତଙ୍କୁ ତ୍ୟାଗ ମନ୍ତ୍ରରେ ଦୀକ୍ଷୀତ କରିଥିଲେ । ତାଙ୍କର ତିରୋଧନ ପରେ ନରେନ୍ଦ୍ର ଯୁବକ ଗୁରୁଭାଇ ମାନଙ୍କୁ ଏକତ୍ର କରି ବରାହନଗରରେ ଗୋଟିଏ ପରିତ୍ୟକ୍ତ ଭଙ୍ଗା ଘର ନେଇ ମଠ ସ୍ଥାପନା କରିଥିଲେ । ଗୁରୁଦେବଙ୍କ ସାଧନାକୁ ନିଜ ଜୀବନରେ ଫୁଟାଏ ତୋଳିବା ପାଇଁ ସେମାନେ ତୀବ୍ର ତପସ୍ୟା, ଶାସ୍ତ୍ର ଅନୁଶୀଳନ, ଭଜନ, କୀର୍ତନ ଓ ବିଦ୍ୟାଚର୍ଚ୍ଚାରେ ବ୍ରତୀ ହେଲେ । ଶ୍ରୀ ରାମକୃଷ୍ଣ - ତ୍ୟାଗୀ ସଙ୍ଘର ମୂଳ ପତ୍ତନ ହେଲା ବରାହନଗର ମଠରେ । ୧୮୮୭ ଖ୍ରୀ. ର ପ୍ରଥମ ଭାଗରେ ନରେନ୍ଦ୍ର ଗୁରୁଭାଇ ମାନଙ୍କ ସହିତ ବିରଜା ହୋମ କରି ସନ୍ୟାସ ନେଲେ ଓ ନୂତନ ନାମ ଓ ବେଶରେ ଭୁଷିତ ହେଲେ । ତାଙ୍କ ଜୀବନର ନୂତନ ବ୍ରତ ହେଲା ଆତ୍ମନୋ ମୋକ୍ଷାର୍ଥ ଜଗଦ୍ଦିତାୟ ଚ ।[୫]
ପରିବ୍ରାଜକ ବିବେକାନନ୍ଦ [ସମ୍ପାଦନା]
୧୮୮୮ ସାଲରେ ପରିବ୍ରାଜକ ବେଶରେ ମଠ ତ୍ୟାଗ କରନ୍ତି ବିବେକାନନ୍ଦ । ପରିବ୍ରାଜକ ଜୀବନରେ ତାଙ୍କ ସହିତ ଥିଲା ଦଣ୍ଡ, କମଣ୍ଡଳୁ ଓ ତାଙ୍କର ଦୁଇଟି ପ୍ରିୟ ଗ୍ରନ୍ଥ -ଗୀତା ଓ ଈଶାନୁସରଣ । ସେ ପାଞ୍ଚ ବର୍ଷ ଧରି ଭାରତରେ ସର୍ବତ୍ର ଭ୍ରମଣ କରି ଧର୍ମ ସଂପ୍ରଦାୟ ଓ ସମାଜ ବ୍ୟାବସ୍ଥା ସହିତ ପରିଚିତ ହୋଇଥିଲେ।[୬][୭]
ପ୍ରଥମ ପାଶ୍ଚାତ୍ୟ ଭ୍ରମଣ [ସମ୍ପାଦନା]
ଚୀନ, ଜାପାନ ଓ କାନାଡା ହୋଇ ସେ ଆମେରିକାର ଚିକାଗୋ ସହରରେ ପହଞ୍ଚିଥିଲେ ୧୮୯୩ ର ଜୁଲାଇ ମାସରେ ।[୮]
ଭାରତ ପ୍ରତ୍ୟାବର୍ତ୍ତନ [ସମ୍ପାଦନା]
ରାମକୃଷ୍ଣ ମଠ ଓ ରାମକୃଷ୍ଣ ମିଶନ ପ୍ରତିଷ୍ଠା [ସମ୍ପାଦନା]
ଆଧ୍ୟାତ୍ମିକ ଦିଗଦର୍ଶନ ପାଇଁ ଓ ଶିବଜ୍ଞାନରେ ଜୀବସେବା ପାଇଁ ୧୮୯୭ ମସିହାରେ ରାମକୃଷ୍ଣ ମଠ ଓ ରାମକୃଷ୍ଣ ମିଶନ ପ୍ରତିଷ୍ଠା କରିଥିଲେ ।
ଦ୍ଵୀତୀୟ ପାଶ୍ଚାତ୍ୟ ଭ୍ରମଣ [ସମ୍ପାଦନା]
ଭଗ୍ନ ସ୍ଵାସ୍ଥ ସତ୍ତେ ବିବେକାନନ୍ଦ ପୂନର୍ବାର ୧୮୯୯ ମସିହାର ଜୁନ ମାସରେ ପାଶ୍ଚାତ୍ୟ ଉଦ୍ଦେଶ୍ୟରେ ଯାତ୍ରା କରିଥିଲେ । ସଙ୍ଗରେ ଥିଲେ ଭଗିନୀ ନିବେଦିତା ଓ ସ୍ଵାମୀ ତୁରିୟାନନ୍ଦ । ସେ ସ୍ଵଳ୍ପ ସମୟ ଇଂଲଣ୍ଡରେ ଅବସ୍ଥାନ କରିବା ପରେ ଆମେରିକା ଉଦ୍ଦେଶ୍ୟରେ ଯାତ୍ରା କରିଥିଲେ ।
ଶେଷ ଜୀବନ [ସମ୍ପାଦନା]
ବିବେକାନନ୍ଦ ନିଜର ଶେଷ ଜୀବନ ବେଲୁଡ଼ ମଠରେ ଅତିବାହିତ କରିଥିଲେ । ସେ ୪ ଜୁଲାଇ, ୧୯୦୨ ରେ ସମାଧିସ୍ଥ ଅବସ୍ଥାରେ ଦେହ ତ୍ୟାଗ କରିଥିଲେ ।
ଶିକ୍ଷା ଓ ଦର୍ଶନ [ସମ୍ପାଦନା]
- ଆମର ପବିତ୍ର ମାତ୍ରୁଭୁମି ଧର୍ମ ଓ ଦର୍ଶନର ଦେଶ - ଧର୍ମବୀର ଗଣଙ୍କ ଜନ୍ମସ୍ଥାନ । କେବଳ ଏହି ଦେଶରେ ହି ସୂଦୂର ଅତୀତରୁ ବର୍ତମାନ କାଳ ପର୍ୟନ୍ତ ମାନବ ଜୀବନର ମହତ୍ତର ଆଦର୍ଶ ଗୁଡ଼ିକ ବିଦ୍ୟମାନ ଅଛି ।
ପ୍ରଭାବ [ସମ୍ପାଦନା]
ରଚନା [ସମ୍ପାଦନା]
ଆହୁରି ଦେଖନ୍ତୁ [ସମ୍ପାଦନା]
ଜୀବନୀ ଗ୍ରନ୍ଥ [ସମ୍ପାଦନା]
ଆଧାର [ସମ୍ପାଦନା]
- ↑ ସ୍ୱାମୀ ବିବେକାନନ୍ଦଙ୍କ ବାଣୀ ଓ ରଚନା, ଷଷ୍ଠ ଖଣ୍ଡ, ପୃଷ୍ଠା ୨୧୦, ରାମକୃଷ୍ଣ ମଠ ଭୂବନେଶ୍ଵର,୧୯୯୧
- ↑ Jestice, Phyllis G. (2004). Holy People of the World. ପ୍ରକାଶକ: ABC-CLIO. pp. 899.
- ↑ Von Dehsen, Christian D. (1999). Philosophers and Religious Leaders. ପ୍ରକାଶକ: Greenwood Publishing Group. p. 191.
- ↑ ସ୍ୱାମୀ ବିବେକାନନ୍ଦ
- ↑ ଯୁଗନାୟକ ବିବେକାନନ୍ଦ(ବଙ୍ଗଳା), ସ୍ଵାମୀ ଗମ୍ଭୀରାନନ୍ଦ, କଲିକତା, ୨୦୦୮
- ↑ Richards, Glyn (1996). Vivekananda. A Source-Book of Modern Hinduism. ପ୍ରକାଶକ: Routledge. pp. 77-78.
- ↑ P. R. Bhuyan. Swami Vivekananda. p. 12.
- ↑ P. R. Bhuyan, Swami Vivekananda, p. 15
ଅଧିକ ତଥ୍ୟ [ସମ୍ପାଦନା]
|
|||||||||||||||||||
|
|||||||||||||||||||||||||||||||||||||
|
||||||||||||||||||||||||||||||||||||||