ମହାକାଳେଶ୍ଵର ଜ୍ୟୋତିର୍ଲିଙ୍ଗ

ଉଇକିପିଡ଼ିଆ ରୁ
ମହାକାଳେଶ୍ଵର ଜ୍ୟୋତିର୍ଲିଙ୍ଗ
ମହାକାଳେଶ୍ଵର ଜ୍ୟୋତିର୍ଲିଙ୍ଗ is located in Madhya Pradesh
ମହାକାଳେଶ୍ଵର ଜ୍ୟୋତିର୍ଲିଙ୍ଗ
Location in Madhya Pradesh
ଦିଗବାରେଣି: 23°10′58″N 75°46′6″E / 23.18278°N 75.76833°E / 23.18278; 75.76833ଦିଗବାରେଣି: 23°10′58″N 75°46′6″E / 23.18278°N 75.76833°E / 23.18278; 75.76833
Name
ମୂଳ ନାଆଁ: Shri Mahakaleshwar Jyotirling
ଅବସ୍ଥାନ
ଦେଶ: ଭାରତ
ରାଜ୍ୟ: ମଧ୍ୟ ପ୍ରଦେଶ
ଅବସ୍ଥାନ: ଉଜ୍ଜୟିନୀ
ତିଆରି ଶୈଳୀ ଓ ଚଳଣି
ମୂଖ୍ୟ ଦେବାଦେବୀ: ମହାକାଳେଶ୍ଵର (ଶିବ)

ମହାକାଳେଶ୍ଵର , ଭାରତବର୍ଷର ବିଭିନ୍ନ ଅଞ୍ଚଳରେ ଅବସ୍ତିତ ଦ୍ଵାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରେ ଅନ୍ୟତମ । ମଧ୍ୟ ପ୍ରଦେଶର ଶିପ୍ରାନଦୀ ତୀରବର୍ତ୍ତି ଉଜ୍ଜୟିନୀ ବା ଧାରାନଗରୀରେ ରୁଦ୍ରସାଗର ହ୍ରଦତୀରରେ ଏହି ମନ୍ଦିର ଅବସ୍ତିତ। ଏଠାରେ ଶିବଲିଙ୍ଗ ସ୍ଵୟଂମ୍ଭୁ ରୂପେ ପରି ପ୍ରକାଶ ହୋଇଥିବା ବିଶ୍ଵାସ କରାଯାଏ ।[୧] ଏଠାରେ ମହାକାଳେଶ୍ଵର ଦକ୍ଷିଣମୂଖୀ ହୋଇଥିବାରୁ ,ତାଙ୍କୁ ଦକ୍ଷିଣମୂର୍ତ୍ତି ମଧ୍ୟ କୁହାଯାଏ । [୨]

କିମ୍ବଦନ୍ତୀ[ସମ୍ପାଦନା]

କିମ୍ବଦନ୍ତୀ ଅନୁଯାୟୀ ପ୍ରାଚୀନ ଅବନ୍ତିର ରାଜଧାନୀ ଅବନ୍ତିକା (ପରବର୍ତ୍ତି କାଳରେ ଉଜ୍ଜୈନ)ରେ ଏକଦା ଶାସନ କରୁଥିଲେ ରାଜା ଚନ୍ଦ୍ରସେନ । ସେଥିଲେ ଶିବଙ୍କର ପରମ ଭକ୍ତ । ଦିନେ ରାଜା ମନ୍ତ୍ରପାଠ ପୂର୍ବକ ପ୍ରାସାଦ ମଧ୍ୟସ୍ଥ ମନ୍ଦିରରେ ଶିବପୂଜାରେ ବ୍ୟସ୍ତ ଥାଆନ୍ତି । ରାସ୍ତାରେ ଯାଉଥିଲା ଶ୍ରୀକର ନାମକ ଚଷାପିଲା ଟିଏ । ମନ୍ତ୍ର ଧ୍ଵନି ଶୁଣି ସେ ମଧ୍ୟ ଦେବ ଆରାଧନା ପାଇଁ ଇଛା କଲା । ତେବେ ରାଜରକ୍ଷୀମାନେ ତାକୁ ଅର୍ଦ୍ଧଚନ୍ଦ୍ର ଦେଇ ସେହି ସ୍ଥାନରୁ ବାହର କରିଦେଲେ । ଶ୍ରୀକର କୈଣସି ପ୍ରଦିବାଦ ନକରି ସିଧା ଚାଲିଲା ନଗରୀ ଉପକଣ୍ଠରେ ପ୍ରବାହିତ କ୍ଷିପ୍ରା ନଦୀ କୂଳକୁ ଓ ସେଠାରେ ବସି ଆରମ୍ଭ କଲା ଲିଙ୍ଗ-ପୂଜନ । ଠିକ ସେହି ସମୟରେ ଚନ୍ଦ୍ରସେନଙ୍କର ଦୁଇ ପ୍ରମୁଖ ଶତ୍ରୁ ରାଜା ରିପୁଦମନ ଏବଂ ସିଂହାଦିତ୍ୟ ଦୂଷଣ ନାମକ ରାକ୍ଷସର ସହାୟତା ନେଇ ମିଳିତ ଭାବେ ଉଜ୍ଜୈନ ଆକ୍ରମଣ କଲେ । ସେମାନଙ୍କର ଅଚାନକ ଆକ୍ରମଣର ସମ୍ମୁଖୀନ ହୋଇନପାରି ଚନ୍ଦ୍ରସେନ ଜଙ୍ଗଲ ମଧ୍ୟକୁ ପଳାୟନ କଲେ । ଶତ୍ରୁମାନେ ଅଧିକ ସାହାସ ପାଇ ମୂଖ୍ୟତଃ ଶିବଭକ୍ତ ପ୍ରଜାଙ୍କ ଉପରେ ଯାବତୀୟ ଅତ୍ୟାଚାର ଚଳାଇଲେ । ରାଜାଙ୍କ ମୂଖ୍ୟ ପୂଜକ ବୃଦ୍ଧି ଶୁଣିଲେ ଯେ ରାଜଧାନୀ ବାହାରେ ଶ୍ରୀକର ନାମକ ବାଳକ ପ୍ରାର୍ଥନାରତ । ସେ ମଧ୍ୟ ଯାଇ ଶ୍ରୀକର ସହିତ ଯୋଗ ଦେଲେ । ସେମାନଙ୍କ ପ୍ରାର୍ଥନାରେ ସନ୍ତୁଷ୍ଟ ହୋଇ ମହାକାଳ ରୂପରେ ଉଭା ହେଲେ ଶିବ । ଚନ୍ଦ୍ରସେନଙ୍କ ଶତ୍ରୁମାନେ ପରାଜିତ ହେଲେ ଏବଂ ନିହତ ହେଲା ଦୁଷଣ । ଚନ୍ଦ୍ରସେନ ଫେରି ପାଇଲେ ନିଜର ରାଜ୍ୟ । ନଗର ମଧ୍ୟରେ ମହାକାଳରୂପୀ ଶିବ ଅବସ୍ଥାନ କରନ୍ତୁ ବୋଲି ଶ୍ରୀକର ଭୋଳାନାଥଙ୍କ ଠାରୁ ବର ଚାହିଁଲା । ସେହି ଦିନ ଠାରୁ ଉଜ୍ଜୈନରେ ପୂଜା ପାଇଆସୁଛନ୍ତି ମହାକାଳେଶ୍ଵର ।[୩] [୪][୫]

ଇତିହାସ[ସମ୍ପାଦନା]

ମନ୍ଦିର[ସମ୍ପାଦନା]

ପୂଜା ଓ ପର୍ବପର୍ବାଣୀ[ସମ୍ପାଦନା]

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

ବାହାର ତଥ୍ୟ[ସମ୍ପାଦନା]