ଉପନିଷଦ

ଉଇକିପିଡ଼ିଆ‌ରୁ

ଉପନିଷଦ ହିନ୍ଦୁ ଧର୍ମର ଦାର୍ଶନିକ ଗ୍ରନ୍ଥ ସମୂହ । ଉପନିଷଦ ମାନଙ୍କରେ ସନାତନ ହିନ୍ଦୁ ଧର୍ମର ମୂଳ ସିଦ୍ଧାନ୍ତ ସମୂହର ବର୍ଣ୍ଣନା ମିଳେ । ଏହାକୁ ଶ୍ରୁତି ବା ବେଦର ଏକ ଅଂଶ ଭାବରେ ଗ୍ରହଣ କରାଯାଏ । ଉପନିଷଦ ସମୂହ ପରମତତ୍ତ୍ୱ ବ୍ରହ୍ମ, ଆତ୍ମା ଓ ମୋକ୍ଷର ବର୍ଣ୍ଣନା କରନ୍ତି ।

ବୈଦିକ ସାହିତ୍ୟର ଶେଷ ଅଂଶ ହୋଇଥିବାରୁ ଏହାକୁ ବେଦାନ୍ତ ମଧ୍ୟ କୁହାଯାଏ । ପରବର୍ତ୍ତୀ କାଳରେ ବିକଶିତ ବେଦାନ୍ତ ଦର୍ଶନ ଉପନିଷଦ ସମୂହ ଉପରେ ପର୍ଯ୍ୟବସିତ । ବ୍ରହ୍ମ , ଜୀବାତ୍ମା ଓ ଉଭୟଙ୍କ ମଧ୍ୟରେ ସମ୍ପର୍କ ଉପନିଷଦ ସମୂହର ପ୍ରଧାନ ବ୍ୟକ୍ତବ୍ୟ ଏବଂ ନିଜ ସ୍ୱରୂପକୁ ଜାଣିବା ହେଉଛି ଏହାର ପରମ ଲକ୍ଷ୍ୟ । ହିନ୍ଦୁ ଧର୍ମର ବିଭିନ୍ନତା ପୂର୍ଣ୍ଣ ଅନେକ ମତବାଦ ଏହି ଉପନିଷଦ ସମୂହରୁ ବିକଶିତ ।

ଦୁଇଶହରୁ ଅଧିକ ଉପନିଷଦ ରହିଛି ତନ୍ମଧ୍ୟରୁ ବାରଟି ପ୍ରଧାନ । ଏହି

ଆଧାର[ସମ୍ପାଦନା]

ଅଧିକ ତଥ୍ୟ[ସମ୍ପାଦନା]