ଜ୍ୟୋତିର୍ଲିଙ୍ଗ
ବ୍ରହ୍ମା-ବିଷ୍ଣୁ-ମହେଶ୍ଵରଙ୍କୁ ହିନ୍ଦୁଧର୍ମ ବିଶ୍ଵାସରେ ସୃଷ୍ଟି,ସ୍ଥିତି ଓ ସଂହାରର ନିୟନ୍ତା ରୂପେ ବିବେଚନା କରାଯାଏ ।ମହେଶ୍ଵର ଶିବ ସୃଷ୍ଟିର ସମସ୍ତ ଅନିଷ୍ଟକାରୀ, ଅପଶକ୍ତି, ଅନ୍ୟାୟ ଓ ଅନୀତିକୁ ସଂହାର କରି ସଂସାରକୁ ସୁଖଶାନ୍ତି ପ୍ରଦାନ କରନ୍ତି । ସେ ଦେବଦେବ ମହାଦେବ-ସତ୍ୟ, ଶିବ, ସୁନ୍ଦର ଆଶୁବର ପ୍ରଦାନକାରୀ ଆଶୁତୋଷ । ସେ ଅକାଳମୃତ୍ୟୁ ହରଣର ମହାଶକ୍ତି ମୃତ୍ୟୁଞ୍ଜୟ । ସାଗର ମନ୍ଥନରୁ ଜାତ ହଳାହଳ ବିଷ ପ୍ରକୋପରୁ ସମଗ୍ର ସୃଷ୍ଟିକୁ ରକ୍ଷା କରିବା ପାଇଁ ଶିବ ସେହି ବିଷ ନିଜେ ପାନ କରିଦେବାରୁ ତାଙ୍କର କଣ୍ଠ ନୀଳବର୍ଣ୍ଣ । ତେଣୁ ତାଙ୍କର ନାମ ନୀଳକଣ୍ଠ ମୃତ୍ୟୁଞ୍ଜୟ । ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରି ଶିବଙ୍କ କୃପାରୁ ମନୁଷ୍ୟ ଅକାଳ ମୃତ୍ୟୁକୁ ଜୟ କରିପାରେ । ଶିବ ପଞ୍ଚାକ୍ଷର ମନ୍ତ୍ର ଓଁ ନମଃ ଶିବାୟ ଜପର ଫଳ ସ୍ଵରୂପ ମନୁଷ୍ୟ ସଦଜ୍ଞାନ ଲାଭକରି ସାଂସାରିକ ଦୁଃଖତାପରୁ ମୁକ୍ତି ପାଏ ।ଜୀବଜଗତର ଜନ୍ମ ମୃତ୍ୟୁର କାଳ ସ୍ଵରୂପ ଶିବ ହେଉଛନ୍ତି ମହାକାଳେଶ୍ଵର ।
ଶିବଙ୍କର ତେଜୋଦୀପ୍ତ ଜ୍ୟୋତିଙ୍କର ସ୍ଵୟଂପ୍ରକିଆଶ ହିଁ ଜ୍ୟୋତିର୍ଲିଙ୍ଗ । ଫାଲ୍ଗୁନ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ରାତ୍ରିରେ ଶିବ ଦିବ୍ୟଜ୍ୟୋତିସ୍ତମ୍ଭ ରୂପରେ ଆବିର୍ଭୂତ ହୋଇଥିବାରୁ ଏହି ତିଥିଟି ପବିତ୍ର ମହାଶିବରାତ୍ରି ରୂପେ ପାଳିତ ହେଉଅଛି । ଭକ୍ତ ମାନେ ଶିବ ମନ୍ଦିରରେ ସାରା ରାତ୍ରି ପ୍ରଦୀପ ପ୍ରଜ୍ଜ୍ଵଳନ ପୂର୍ବକ ଶିବ ଆରାଧନା ବ୍ରତ ପାଳନ କରୁଥିବାରୁ ଏହା ମହାଶିବରାତ୍ରି ବା ଜାଗରଯାତ୍ରା ରୂପେ ପ୍ରସିଦ୍ଧ ।ପୌରାଣିକ ବର୍ଣ୍ଣନା ଅନୁସାରେ ଦେବଦେବ ମହାଦେବ ଜ୍ୟୋତିସ୍ଵରୂପ ଜ୍ୟୋତିସ୍ତମ୍ଭ ବା ଜ୍ୟୋତିର୍ଲିଙ୍ଗ ରୂପେ ଭାରତର ବାର ଗୋଟି ପବିତ୍ର ସ୍ଥଳରେ ଆବିର୍ଭୂତ ହୋଇ ଦ୍ଵାଦଶ ଜ୍ୟୋତିର୍ଲିଙ୍ଗ ରୂପେ ପୁଜା ପାଉଛନ୍ତି ।[୧]
ବିଷୟସୂଚୀ |
ଦ୍ଵାଦଶ ଜ୍ୟୋତିର୍ଲିଙ୍ଗ [ସମ୍ପାଦନା]
| # | ଜ୍ୟୋତିର୍ଲିଙ୍ଗ | ପ୍ରତିଛବି | ରାଜ୍ୟ | ସ୍ଥାନ | ବର୍ଣ୍ଣନା |
|---|---|---|---|---|---|
| 1 | ସୋମନାଥ | ଗୁଜରାଟ | ପ୍ରଭାସ ତୀର୍ଥ | ଦ୍ଵାଦଶ ଜ୍ୟୋତିର୍ଲିଙ୍ଗଙ୍କ ମଧ୍ୟରେ ପ୍ରଥମ।ଏହା ଗୁଜରାଟ ବେରାବଲ୍ ନିକଟସ୍ଥ ପ୍ରଭାସ ପାଟଣ ଠାରେ ବିରାଜମାନ। | |
| 2 | ମଲ୍ଲିକାର୍ଜୁନ | ଆନ୍ଧ୍ର ପ୍ରଦେଶ | ଶ୍ରୀଶୈଳମ୍ ପର୍ବତ | ଏହା ଆନ୍ଧ୍ର ପ୍ରଦେଶର କୃଷ୍ଣାନଦୀ କୂଳସ୍ଥ ଶ୍ରୀଶୈଳମ୍ ପର୍ବତରେ ବିରାଜମାନ। | |
| 3 | ମହାକାଳେଶ୍ଵର | ମଧ୍ୟ ପ୍ରଦେଶ | ଉଜ୍ଜୟିନୀ | ମଧ୍ୟ ପ୍ରଦେଶର ଶିପ୍ରାନଦୀ ତୀରବର୍ତ୍ତି ଉଜ୍ଜୟିନୀ ଠାରେ ବିରାଜମାନ। | |
| 4 | ଓଁକାରେଶ୍ଵର | ମଧ୍ୟ ପ୍ରଦେଶ | ନର୍ମଦା ନଦୀ, ମଧ୍ୟସ୍ଥଳରେ ଓଁ ଆକାର ଏକ ଦ୍ବୀପ | ମଧ୍ୟ ପ୍ରଦେଶର ନର୍ମଦା ନଦୀ ମଧ୍ୟସ୍ଥଳରେ ଓଁ ଆକାରର ଏକ ଦ୍ଵୀପରେ ବିରାଜମାନ। | |
| 5 | କେଦାରନାଥ | ଉତ୍ତରାଖଣ୍ଡ | ହିମାଳୟ ପର୍ବତ କୋଳସ୍ଥ | ଉତ୍ତରାଖଣ୍ଡର ରାଜ୍ୟର ଗଡ଼ୱାଲ ଅଞ୍ଚଳରେ ସମୁଦ୍ର ପତ୍ତନରୁ ପ୍ରାୟ ୩୫୮୧ ମିଟର ଉଚ୍ଚ କେଦାର ଉପତ୍ୟକାରେ ପବିତ୍ର ମନ୍ଦାକିନୀ ନଦୀ ତଟରେ ଶ୍ରୀକେଦାରନାଥ ଜ୍ୟୋତିର୍ଲିଙ୍ଗଙ୍କ ମନ୍ଦିର ଅବସ୍ତିତ । ଭଗବାନ ଶିବ ଶ୍ରୀକେଦାରନାଥ ଜ୍ୟୋଲିର୍ଲିଙ୍ଗ ରୂପେ ହିମାଳୟ କୋଳରେ ବିରାଜ ମାନ ହେଇଛନ୍ତି । ହିନ୍ଦୁଶାସ୍ତ୍ର,ପୁରାଣ ଓ ପୁରାତନ ରଚନାମାନଙ୍କରେ ଏହି ଅଞ୍ଚଳକୁ କେଦାରଖଣ୍ଡ ଭାବେ ବର୍ଣ୍ଣନା କରାଯାଇଛି । | |
| 6 | ଭୀମାଶଙ୍କର | ମହାରାଷ୍ଟ୍ର | ପୁଣେର ସହ୍ୟାଦ୍ରି ପର୍ବତ | ମହାରାଷ୍ଟ୍ରର ପୁଣେର ଅଦୁରବର୍ତ୍ତୀ ସହ୍ୟାଦ୍ରି ପର୍ବତମାଳାରେ ବିରାଜମାନ। | |
| 7 | କାଶୀ ବିଶ୍ଵନାଥ | ଉତ୍ତର ପ୍ରଦେଶ | ବାରଣାସୀ | ଉତ୍ତର ପ୍ରଦେଶର କାଶୀ ବନାରସ ବା ବାରଣାସୀ ଠାରେ ବିରାଜମାନ। | |
| 8 | ତ୍ର୍ୟମ୍ବକେଶ୍ଵର | ମହାରାଷ୍ଟ୍ର | ନାସିକ ନିକଟସ୍ଥ ଗୋଦାବରୀ ନଦୀର ଉତ୍ପତ୍ତି ସ୍ଥଳ | ମହାରାଷ୍ଟ୍ରର ନାସିକ ନିକଟସ୍ଥ ଗୋଦାବରୀ ନଦୀର ଉତ୍ପତ୍ତି ସ୍ଥଳ ରେ ବିରାଜମାନ। | |
| 9 | ବୈଦ୍ୟନାଥ | ଝାଡ଼ଖଣ୍ଡ | ଦେଓଘର ବା ବୈଦ୍ୟନାଥ | ଝାଡ଼ଖଣ୍ଡ ରାଜ୍ୟର ବୈଦ୍ୟନାଥ ଧାମରେ ବିରାଜମାନ। | |
| 10 | ନାଗେଶ୍ଵର | ଗୁଜରାଟ | ଦ୍ଵାରକା ନିକଟସ୍ଥ | ଗୁଜୁରାଟର ଦ୍ଵାରକା ନିକଟରେ ବିରାଜମାନ। | |
| 11 | ରାମେଶ୍ଵର | ତାମିଲନାଡୁ | ରାମେଶ୍ଵରମ | ତାମିଲନାଡୁର ରାମେଶ୍ଵରମ ଠାରେ ବିରାଜମାନ। | |
| 12 | ଘୃଷ୍ଣେଶ୍ଵର | ମହାରାଷ୍ଟ୍ର | ଅଉରଙ୍ଗାବାଦ-ଦୌଲତାବାଦ-ଏଲୋରା ନିକଟ | ମହାରାଷ୍ଟ୍ର ଅଉରଙ୍ଗାବାଦ-ଦୈଉଲତାବାଦ-ଏଲୋରା ନିକଟରେ ବିରାଜମାନ। |
ଆହୁରି ଦେଖନ୍ତୁ [ସମ୍ପାଦନା]
ଆଧାର [ସମ୍ପାଦନା]
- ↑ www.mahashivratri.org/about-lord-shiva.html
- ↑ http://www.shaivam.org/siddhanta/sp/spjyoti.htm
- ↑ http://en.wikipedia.org/wiki/Jyotirlinga
ବାହାର ତଥ୍ୟ [ସମ୍ପାଦନା]
| ଉଇକିପିଡ଼ିଆ କମନସରେ: Jyotirlingas ଉପରେ ମାଧ୍ୟମ ରହିଅଛି |
- About Jyotirlingas and Other Shiva temples
- About Bhimasankar Jyotirlinga
- Baidyanath Dham Deoghar
- Details of 12 Jyotirlingas
- Learn about the Jyotirlingams
- The 12 Jyotirlingas with the story Lord Shiva
- [୧]
- [୨]
- Jyotirlingas on Google Maps
- Shortest round trip to all Jyothirlingas
|
||||||||||||||||||||||||||||||||||||||
| ଏହି ଲେଖାଟି ଏକ ଅସଂପୂର୍ଣ୍ଣ ଲେଖା, ଆପଣ ଏହାକୁ ଏଠାରେ ବଦଳାଇ ଉଇକିପିଡ଼ିଆକୁ ଉନ୍ନତ କରିପାରିବେ । |