ବିବାହ

ଉଇକିପିଡ଼ିଆ ରୁ

ବଂଶ ରକ୍ଷା ଓ ସମାଜ ରକ୍ଷା ସକାଶେ ପୁରୁଷ ଓ ସ୍ତ୍ରୀର ମିଳନ ବା ପରିଣୟ ବିବାହ ଭାବେ ପରିଚିତ ୤ ବିବାହ ହିନ୍ଦୁମାନଙ୍କର ଦଶବିଧ ସଂସ୍କାର(ଗର୍ଭାଧାନ, ପୁଂସବନ, ସୀମାନ୍ତୋନ୍ନୟନ, ଜାତକର୍ମ, ନାମକରଣ, ଅନ୍ନପ୍ରାଶନ, ଚୂଡ଼ାକରଣ, ଉପନୟନ, ସମାବର୍ତ୍ତନ, ବିବାହ) ମଧ୍ୟରୁ ଗୋଟିଏ ୤ ପ୍ରାଚୀନ ହିନ୍ଦୁମାନଙ୍କ ମଧ୍ୟରେ ଅଷ୍ଟବିଧ ବିବାହ ପ୍ରଚଳିତ ଥିଲା

ଭିତର ଚିଜ

[ଏହାକୁ ବଦଳାନ୍ତୁ] ବ୍ରାହ୍ମ

କନ୍ୟାପିତା କନ୍ୟାକୁ ବସ୍ତ୍ରାଳଙ୍କାର ଦ୍ଵାରା ଭୂଷିତ କରି ବିଦ୍ଵାନ ଓ ସଦାଚାରସମ୍ପନ୍ନ ବରକୁ ସ୍ଵୟଂ ଆମନ୍ତ୍ରଣ ପୂର୍ବକ ବେଦୋକ୍ତ ବିଧିରେ କନ୍ୟାଦାନ କରିବା ୤

[ଏହାକୁ ବଦଳାନ୍ତୁ] ଦୈବ

ଜ୍ୟୋତିଷ୍ଟୋମାଜି ଯଜ୍ଞରେ ଯଜ୍ଞକର୍ତ୍ତା ପୁରୋହିତଙ୍କୁ ଦୈବକାର୍ଯ୍ୟ ସିଦ୍ଧି କାମନାରେ ଅଳଙ୍କୃତ କନ୍ୟାକୁ ସମ୍ପ୍ରଦାନ କରିବା ୤

[ଏହାକୁ ବଦଳାନ୍ତୁ] ଆର୍ଯ୍ୟ

ଯାଗାଦି ଅବଶ୍ୟକର୍ତ୍ତବ୍ୟ କର୍ମର ସାହାଯ୍ୟାର୍ଥେ ବରଠାରୁ ଗୋଟିଏ ବା ହଳେ ବଳୀବର୍ଦ୍ଦ ନେଇ ତାହାଙ୍କ ହସ୍ତରେ ବିଧି ଅନୁରୂଅ କନ୍ୟାଦାନ କରିବା ୤

[ଏହାକୁ ବଦଳାନ୍ତୁ] ପ୍ରାଜାପତ୍ୟ

ତୁମ୍ଭେମାନେ ଉଭୟେ ଗାର୍ହସ୍ଥ୍ୟ ଧର୍ମ ଆଚରଣ କର କନ୍ୟାପିତା ଏହା କହି ଯଥାବିଧି ବରକୁ କନ୍ୟାଦାନ କରିବା ୤

[ଏହାକୁ ବଦଳାନ୍ତୁ] ଆସୁର

କନ୍ୟାକୁ କିଣି କରି ଗ୍ରହଣ ପୂର୍ବକ ବିବାହ କରିବା ୤

[ଏହାକୁ ବଦଳାନ୍ତୁ] ଗାନ୍ଧର୍ବ

କନ୍ୟା ଓ ବରର ପରସ୍ପର ଅନୁରାଗ ବଶତଃ ମିଳନ ୤ ମିଳନ ପରେ ହୋମାଦି ବିଧି ସମ୍ପାଦନ ପୂର୍ବକ ବିବାହ ସିଦ୍ଧ ହୁଏ ୤

[ଏହାକୁ ବଦଳାନ୍ତୁ] ରାକ୍ଷସ

କନ୍ୟାପକ୍ଷୀୟ ଲୋକମାନଙ୍କୁ ହାଣି ମାରି ରୋରୁଦ୍ୟମାନା କନ୍ୟାକୁ ବଳପୂର୍ବକ ହରଣ କରି ବିବାହ କରିବା ୤

[ଏହାକୁ ବଦଳାନ୍ତୁ] ପୈଶାଚ

ନିର୍ଜନରେ ନିଦ୍ରା ବା ମଦ୍ୟପାନ ଦ୍ଵାରା ଅଚେତନା ବା ଉନ୍ମତ୍ତା କନ୍ୟାର ସହବାସ ପୂର୍ବକ ତାହାକୁ ପତ୍ନୀ ରୂପେ ଗ୍ରହଣ ୤

[ଏହାକୁ ବଦଳାନ୍ତୁ] ବିବାହାଙ୍ଗ

ଗୃହ୍ୟସୂତ୍ରମତେ ବିବାହ କର୍ମରେ ବରକନ୍ୟାଙ୍କର କର୍ତ୍ତବ୍ୟ ୧୩ଗୋଟି ଭିନ୍ନ ଭିନ୍ନ ଅନୁଷ୍ଠାନର ବିବରଣି ମିଳେ: ପାଣିଗ୍ରହଣ, ବିବାହ ହୋମ, ଲାଜ ହୋମ, ଅଶ୍ମାରୋହଣ, ସପ୍ତପଦୀ, ଧୃବଦର୍ଶନ, ଯାନାରୋହଣ, ବିବାହାଗ୍ନିକୁ ସଙ୍ଗରେ ନେଇ ଗମନ, ଗୃହପ୍ରବେଶ, ଚତୁର୍ଥୀ କର୍ମ, ଗୃହାଗ୍ନିପରିଚରଣ, ପକ୍ଷାଦିରେ ସ୍ଥାଳିପାକ, ଗର୍ଭାଧାନ

[ଏହାକୁ ବଦଳାନ୍ତୁ] ଆଧାର

ନିଜର ଟୁଲ
ନେମସ୍ପେସ

ନିଆରା
କାମ
ଦିଗବାରେଣି
ଯୋଗାଯୋଗ
ସହଯୋଗ କରନ୍ତୁ
ଉପକରଣ
ଅଲଗା ଭାଷା