ଯୋଗ

ଉଇକିପିଡ଼ିଆ‌ରୁ


Yogi sitting in a garden

An article related to
ହିନ୍ଦୁ ଧର୍ମ

Hinduism

Hinduଇତିହାସ

Portal:Hinduism

Hinduism Portal
Hindu Mythology Portal

ଯୋଗ (ଇଂରାଜୀ:Yoga (/ˈjɡə/; ସଂସ୍କୃତ: योग, Listen) ପ୍ରାଚୀନ ଭାରତରେ ପ୍ରାୟ ୬୦୦୦ ବର୍ଷ ପୂର୍ବେ ବିକଶିତ ହୋଇଥିବା ଶରୀର,ମନ ଓ ଆତ୍ମାକୁ ସଂଯମ କରିବାର ଏକ ଆଧ୍ୟାତ୍ମିକ ପଦ୍ଧତି । ଯୋଗର ଅନେକ ଅନେକ ଶାଖା ଓ ଅଭ୍ୟାସ ରହିଛି । ଏହାର ହିନ୍ଦୁଧର୍ମ, ବୌଦ୍ଧଧର୍ମଜୈନଧର୍ମରେ ବିଭିନ୍ନ ସାଧନା ମାର୍ଗ ରହିଛି । ଯୋଗର ବହୁ ଶାଖା ମଧ୍ୟରେ ରାଜଯୋଗ ଓ ହଠଯୋଗ ବିଶେଷ ପ୍ରସିଦ୍ଧ ।

ପତଞ୍ଜଳିଙ୍କୁ ଶେଷନାଗଙ୍କର ଅବତାର ବୋଲି କୁହାଯାଏ

ପ୍ରାକ୍ ବୈଦିକ ଯୁଗରୁ ଯୋଗର ଉତ୍ପତ୍ତି ବୋଲି ଗ୍ରହଣ କରାଯାଏ । ସିନ୍ଧୁ ଉପତ୍ୟକା ସଭ୍ୟତାରୁ ମିଳିଥିବା ମୁଦ୍ରାରେ ଯୋଗାସନରେସ୍ଥିତ ପଶୁପତିଙ୍କ ଛବି ଯୋଗର ପ୍ରାଚୀନତା ପ୍ରତିପାଦନ କରେ । ଋକ ବେଦରେ ମଧ୍ୟ ଯୋଗର ଉଲ୍ଲେଖ ମିଳିଥାଏ । ବିଭିନ୍ନ ଉପନିଷଦରେ ଥିବା ବର୍ଣ୍ଣନା ଅନୁଯାୟୀ ଯୋଗର ବ୍ୟବହାର ବହୁ ପୁରାତନ । ବୌଦ୍ଧସୂତ୍ର ମାନଙ୍କରେ ମଧ୍ୟ ଯୋଗର ଉଲ୍ଲେଖ ରହିଛି । ତେବେ, ପତଞ୍ଜଳିଙ୍କ ଯୋଗସୂତ୍ର ଯୋଗ ସମ୍ବନ୍ଧରେ ପ୍ରଥମ ଗ୍ରନ୍ଥ, ଯାହା ଯୋଗର ମାନସିକ ଓ ଦାର୍ଶନିକ ବାଖ୍ୟା କରିଥାଏ । ବୈଦିକ ଷଡଦର୍ଶନ ମଧ୍ୟରୁ ଯୋଗ ଅନ୍ୟତମ, ଯାହା ପତଞ୍ଜଳୀଙ୍କ ଯୋଗସୂତ୍ର ଉପରେ ଆଧାରିତ । ଯୋଗର ବିଭିନ୍ନ ମାର୍ଗ ସମ୍ପର୍କରେ ଭଗବତ୍ ଗୀତାରେ ବିସ୍ତୃତ ବର୍ଣ୍ଣନା ରହିଛି ।

ଯୋଗ ମୁଦ୍ରାରେ ବୁଦ୍ଧ

ଯୋଗ ହେଉଛି ସାଧନାର ଅନ୍ତର୍ଚେତନାର ବିକାଶ ଓ ମହାଚେତନା ସଙ୍ଗରେ ମିଳନର ପ୍ରକ୍ରିୟା । ଯୋଗର ଆକ୍ଷରିକ ଅର୍ଥ ହେଉଛି ମହାଚେତନା ପରମାତ୍ମା ସହିତ ଅନ୍ତର୍ଚେତନା ଜୀବାତ୍ମାର ମିଶ୍ରଣ ।

ଯୋଗ ଶବ୍ଦର ଉତ୍ପତ୍ତି[ସମ୍ପାଦନା]

ଯୋଗ ଶବ୍ଦ ସଂସ୍କୃତ "ଯୁଜ୍" ଧାତୂରୁ ଆସିଅଛି, ଯାହାର ଅର୍ଥ : "ଏକତ୍ର କରିବା, ଯୁକ୍ତ କରିବା ବା ଯୁକ୍ତ ଅବସ୍ଥା" ଅଟେ । ଆଧ୍ୟାତ୍ମିକ ଅର୍ଥରେ ଏହା ଜୀବାତ୍ମା ଓ ପରମାତ୍ମାଙ୍କ ମିଳନକୁ ବୁଝାଏ । ଯୋଗ ଶବ୍ଦର ଆହୁରି ଅନେକ ଅର୍ଥ ରହିଛି, ଯଦିଓ ଏକ ଆଧ୍ୟାତ୍ମିକ, ମାନସିକ, ଶାରୀରିକ ଶୃଙ୍ଖଳା ଭାବରେ ଏହାର "ଯୁକ୍ତ" ଅର୍ଥକୁ ବୁଝାଯାଏ ।

ଯୋଗ ଓ ବିଭିନ୍ନ ମତବାଦ[ସମ୍ପାଦନା]

ହିନ୍ଦୁ ଧର୍ମରେ ଯୋଗ[ସମ୍ପାଦନା]

ଯୋଗ ପାରମ୍ପରିକ ବୈଦିକ ସଡ଼ ଦର୍ଶନ ମଧ୍ୟରେ ଅନ୍ୟତମ । ଯୋଗର ପ୍ରୟୋଗ ଓ ମାର୍ଗକୁ ନେଇ ଅନେକ ଶାଖା ରହିଛି । ସବୁ ଶାଖା ମୁଖ୍ୟତଃ ଯୋଗର ମୂଳ ନିୟମ ଗୁଡିକ, ଏକାଗ୍ରତା ଓ ମାନସିକ ନିୟନ୍ତ୍ରଣ ଉପରେ ଆଧାରିତ । ଯୋଗର ନିମ୍ନସ୍ଥ ମୁଖ୍ୟ ଶାଖା ସବୁ ବର୍ତ୍ତମାନ ମଧ୍ୟ ରହିଛି ।

  • ରାଜ ଯୋଗ
  • ହଠ ଯୋଗ
  • ଲୟ ଯୋଗ
  • କୁଣ୍ଡଳିନୀ ଯୋଗ
  • କର୍ମ ଯୋଗ
  • ଜ୍ଞାନ ଯୋଗ
  • ଭକ୍ତି ଯୋଗ ଇତ୍ୟାଦି

ରାଜ ଯୋଗ[ସମ୍ପାଦନା]

ମହର୍ଷି ପତଞ୍ଜଳି ପ୍ରଣୀତ ଯୋଗସୂତ୍ର ଉପରେ ଆଧାରିତ ଯୋଗକୁ ରାଜଯୋଗ କୁହାଯାଏ । ଏହି ଗ୍ରନ୍ଥ ଖୀ.ପୂ. ପ୍ରଥମ ଶତାବ୍ଦୀରେ ପ୍ରଣୀତ ହୋଇଥିବା ଅନୁମାନ କରାଯାଏ । ଏହି ଗ୍ରନ୍ଥରେ ଯୋଗର ନାନାଦି ଦାର୍ଶନିକ ଓ ଆଧ୍ୟାତ୍ମିକ ବାଖ୍ୟା ରହିଛି । ଏହି ଗ୍ରନ୍ଥରେ ଅଷ୍ଟାଙ୍ଗ ଯୋଗ ସାଧନ - ଯମ, ନିୟମ, ଆସନ, ପ୍ରାଣାୟମ, ପ୍ରତ୍ୟାହାର, ଧାରଣା, ଧ୍ୟାନ ଓ ସମାଧିର ବର୍ଣ୍ଣନା ରହିଛି । ଜଣେ ସାଧକ ସାଧନାଦ୍ୱାରା ଏହି ଯୋଗାଙ୍ଗ, ବା ଯୋଗର ଅଙ୍ଗମାନଙ୍କୁ ଅଭ୍ୟାସ କରି ଶେଷରେ କୈବଲ୍ୟ ପ୍ରାପ୍ତ ହୋଇଥାଏ ।

ହଠ ଯୋଗ[ସମ୍ପାଦନା]

ହଠ ଯୋଗ ବିଭିନ୍ନ ଆସନ, ବନ୍ଧ, ମୁଦ୍ରା ଆଦିଦ୍ୱାରା ଶାରୀରିକ ନିୟନ୍ତ୍ରଣର ପ୍ରଣାଳୀ ଅଟେ । ଯୋଗର ଏହି ଶାଖା ବିଶେଷ ରୂପେ ପ୍ରସିଦ୍ଧ ଏବଂ ବହୁଳ ଭାବେ ବ୍ୟବହୃତ । ହଠ ଯୋଗ ଶରୀରକୁ ନମନୀୟ ଓ ଶକ୍ତିଶାଳୀ କରିଥାଏ ଏବଂ ଅଭୂତପୂର୍ବ ଶାରୀରିକ କ୍ଷମତା ବିକାଶ କରିବାରେ ସାହାଯ୍ୟ କରିଥାଏ । ଏହି ଯୋଗ ମୁଖ୍ୟତଃ ରାଜଯୋଗର ପୂର୍ବ ପ୍ରସ୍ତୁତି ରୁପରେ ଅଭ୍ୟାସ କରାଯାଏ ।

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

ବାହାର ତଥ୍ୟ[ସମ୍ପାଦନା]