ସୋମନାଥ
| ସୋମନାଥ ମନ୍ଦିର સોમનાથ મંદિર |
|
|---|---|
|
|
|
| ଦିଗବାରେଣି: | 20°53′16.9″N 70°24′5.0″E / 20.888028°N 70.40139°Eଦିଗବାରେଣି: 20°53′16.9″N 70°24′5.0″E / 20.888028°N 70.40139°E |
| Name | |
| ମୂଳ ନାଆଁ: | Somnath Mandir |
| ': | सोमनाथ मन्दिर |
| ଅବସ୍ଥାନ | |
| ଦେଶ: | ଭାରତ |
| ରାଜ୍ୟ: | ଗୁଜରାଟ |
| ଜିଲ୍ଲା: | ଜୁନାଗଡ଼ |
| ସ୍ଥାନ: | ବେରାଭଲ |
| ତିଆରି ଶୈଳୀ ଓ ଚଳଣି | |
| ମୂଖ୍ୟ ଦେବାଦେବୀ: | ସୋମନାଥ (ଶିବ) |
| ପର୍ବପର୍ବାଣୀ: | ମହା ଶିବରାତ୍ରି |
| ତିଆରି ଶୈଳୀ: | ମନ୍ଦିର |
| ଇତିହାସ | |
| ପ୍ରତିଷ୍ଠା ତାରିଖ: | ୧୯୫୧ (ବର୍ତ୍ତମାନ ଗଢ଼ଣ) |
| ପ୍ରତିଷ୍ଠାତା: | ସର୍ଦାର ବଲ୍ଲଭଭାଇ ପଟେଲ (ବର୍ତ୍ତମାନ ଗଢ଼ଣ) |
| ମନ୍ଦିର ବୋର୍ଡ଼: | Shree Somnath Trust of Gujarat |
| ବେବସାଇଟ: | somnath.org |
ସୋମନାଥ, ଦ୍ଵାଦଶ ଜ୍ୟୋତିର୍ଲିଙ୍ଗଙ୍କ ମଧ୍ୟରେ ପ୍ରଥମ।ଏହା ଗୁଜରାଟ ବେରାବଲ ନିକଟସ୍ଥ ପ୍ରଭାସ ପାଟଣ ଠାରେ ବିରାଜମାନ।
ବିଷୟସୂଚୀ |
ପୌରାଣିକ [ସମ୍ପାଦନା]
ପୌରାଣିକ ମତେ ନକ୍ଷତ୍ରପତି ଚନ୍ଦ୍ରଦେବ ବା ସୋମ ପ୍ରଥମେ ଏହି ପ୍ରଭାସ ପତନରେ ନିଜ ଶ୍ୱଶୁର ଦକ୍ଷଙ୍କ ଅଭିଶାପରୁ ଜାତକ୍ଷୟ ବା ରାଜଯକ୍ଷ୍ମା ରୋଗରୁ ମୁକ୍ତି ପାଇବା ପାଇଁ ଭଗବାନ ଶିବଙ୍କର ଆରାଧନା କରି ଆରୋଗ୍ୟ ଲାଭ କରିଥିଲେ । ସେହିଦିନଠାରୁ ଏହି ଜ୍ୟୋତିର୍ଲିଙ୍ଗ ସୋମନାଥ ମହାଦେବ ନାମରେ ପ୍ରସିଦ୍ଧ । ପୌରାଣିକ ମତରେ ପ୍ରଥମେ ସୋମଦେବ ପ୍ରଭୁଙ୍କ ପାଇଁ ସୁନାରେ ମନ୍ଦିର ନିର୍ମାଣ କରିଥିଲେ । ପରବର୍ତ୍ତୀ ସମୟରେ ସୂର୍ଯ୍ୟଦେବ ମଧ୍ୟ ସୋମନାଥଙ୍କ ନିମନ୍ତେ ରୌପ୍ୟ ମନ୍ଦିର ନିର୍ମାଣ କରିଥିଲେ । ସମୟଚକ୍ରରେ ଏହିସବୁ ମନ୍ଦିର ଧ୍ଵଂସ ହୋଇଯାଇଥିବା ବେଳେ ଦ୍ଵାପର ଯୁଗରେ ଶ୍ରୀକୃଷ୍ଣ ସୋମନାଥଙ୍କ ମନ୍ଦିର କାଠରେ ତିଆରି କରିଥିବାବେଳେ ଶେଷ ମନ୍ଦିରଟି ରାଜା ଭୀମଦେବଙ୍କ ଦ୍ଵାରା ପଥରରେ ନିର୍ମିତ ହୋଇଥିଲା । ହଜାର ହଜାର ବର୍ଷ ଧରି ଶ୍ରଦ୍ଧାଳୁ ଭକ୍ତମାନେ ସୋମନାଥଙ୍କ ମହିମାକୁ ଉପଲବ୍ଧି କରିଆସୁଛନ୍ତି ।
ଇତିହାସ [ସମ୍ପାଦନା]
ସୋମନାଥର ଅର୍ଥ ହେଉଛି ଚନ୍ଦ୍ରଙ୍କ ସୁରାକ୍ଷାକରୀ। ଶିବପୁରାଣ ଅନୁସାରେ ସୃଷ୍ଟିକର୍ତା ବ୍ରହ୍ମା ଓ ପାଳନକର୍ତା ବିଷ୍ଣୁଙ୍କ ମଧ୍ୟରେ କଳହ ହେବାରୁ ସେମାନଙ୍କୁ ପରୀକ୍ଷା କରିବାକୁ ଶିବଙ୍କର ଏକ ଅଲୋକ ରଶ୍ମି ସ୍ଵର୍ଗ ମର୍ତ୍ୟ ଓ ପାତାଳ ଫୁଟି ବାହାରିଲା । ଏହି ଅଲୋକ ଶିଖାର ପ୍ରାନ୍ତକୁ ଠାବ କରିବା ଲାଗି ବିଷ୍ନୁ ଆସିଲେ ମର୍ତ୍ୟକୁ ଓ ବ୍ରହ୍ମା ଗଲେ ସ୍ଵର୍ଗକୁ । ବ୍ରହ୍ମା ଆଲୋକ ରଶ୍ମିର ପ୍ରାନ୍ତକୁ ଦେଖିଲେ ବୋଲି ମିଛ କହିଲେ, ଶେଷରେ ବିଷ୍ନୁ ପରାଜୟ ସ୍ଵୀକର କଲେ । ଶିବ ଏକଥା ଜାଣି ପାରି ଏକ ଦ୍ଵିତୀୟ ଅଲୋକ ସ୍ତମ୍ଭ ଭାବରେ ଆବିର୍ଭୂତ ହେଲେ ଏବଂ ବ୍ରହ୍ମାଙ୍କୁ ମିଛ କହିବାଲାଗି ଅଭିଶାପଦେଲେ ଯେ ମର୍ତ୍ୟରେ କୌଣସି ଉତ୍ସବ ରେ ସେ ପୂଜା ପାଇବେ ନାହିଁ । ସୃଷ୍ଟି ଥିବା ପର୍ଯ୍ୟନ୍ତ ସମସ୍ତେ ବିଷ୍ନୁଙ୍କୁ ପୂଜା କରିବେ ଏହି ଅଲୋକ ରଶ୍ମି ହେଉଛି ଜ୍ୟୋତିର୍ଲିଙ୍ଗ ଏହାର ଏକ ଅଂଶ ହେଉଛନ୍ତି ଭଗବାନ ଶିବ । ଜ୍ୟୋତିର୍ଲିଙ୍ଗ ପୀଠରେ ଶିବଙ୍କୁ ଏକ ଅଲୋକ ସ୍ତମ୍ଭ ବା ଲିଙ୍ଗ ରୂପରେ ପୂଜା କରାଯାଏ । ଏହି ସ୍ତମ୍ଭ ଭଗବାନ ଶିବଙ୍କ ପ୍ରତୀକ । ସଧାରଣତଃ ୬୪ ଜ୍ୟୋତିର୍ଲିଙ୍ଗ ଥିବା ବିଶ୍ଵାସ କରାଯାଏ ସେଥିମଧ୍ୟରୁ ୧୨ଟି ପୀଠ ହେଉଛି ଅତି ପବିତ୍ର ମଧ୍ୟରେ ସୋମନଥ ଅନ୍ୟତମ ।
ମନ୍ଦିର [ସମ୍ପାଦନା]
ଦ୍ଵାପର ଯୁଗରେ ଭଗବନ ଶ୍ରୀକୃଷ୍ନ ଚନ୍ଦନ କାଠରେ ସୋମନାଥ ମନ୍ଦିର ନିର୍ମାଣ କରିଥିବା ବିଶ୍ଵାସ କରଯାଏ । ଗୁଜୁରାଟର ଆଜିର ସୋମନାଥ ମନ୍ଦିର ଏଭଳି ନିର୍ମାଣ କରାଯାଇଛି ମନ୍ଦିର ନିକଟ ସମୁଦ୍ର କୂଳରୁ ଅଣ୍ଟାର୍କଟିକା ପର୍ୟନ୍ତ ସରଳ ରେଖାରେ କୌଣସି ଭୂଖଣ୍ଡ ନହିଁ । କେବଳ ରହିଛି ପାଣି ମୁସଲମାନଙ୍କ ଦ୍ଵରା ୧୬ ଥର ଲୁଣ୍ଠନ ହୋଇଥିବା ସୋମନାଥ ମନ୍ଦିର ୧୯୪୭ ରେ ପୁନଃନିର୍ମାଣ କରାଯାଇଛି ।[୧]
ପୂଜା ଓ ପର୍ବପର୍ବାଣୀ [ସମ୍ପାଦନା]
ଆହୁରି ଦେଖନ୍ତୁ [ସମ୍ପାଦନା]
ଆଧାର [ସମ୍ପାଦନା]
ବାହାର ତଥ୍ୟ [ସମ୍ପାଦନା]
| ଉଇକିପିଡ଼ିଆ କମନସରେ: ସୋମନାଥ ଉପରେ ମାଧ୍ୟମ ରହିଅଛି |
- Official Website
- Somath Jyotirlinga
Travel information related to Gujarat at Wikivoyage- ଓପନ ଡାଇରେକ୍ଟୋରି ପ୍ରୋଜେକ୍ଟରେ ଥିବା ସୋମନାଥ
|
||||||||||||||||||||||||||||||||||||||