ହିନ୍ଦୁ ଦେବଦେବୀ

ଉଇକିପିଡ଼ିଆ‌ରୁ
(ହିନ୍ଦୁ ଦେବାଦେବୀରୁ ଲେଉଟି ଆସିଛି)


ମହର୍ଷି ଯାସ୍କ ନିରୁକ୍ତ ଗ୍ରନ୍ଥରେ ଦେବତାମାନଙ୍କୁ ସାଧାରଣତଃ ତିନିଭାଗରେ ବିଭକ୍ତ କରିଛନ୍ତି । ସେମାନେ ପୃଥିବୀ ସ୍ଥାନୀୟ ଦେବତା, ଅନ୍ତରୀକ୍ଷ ସ୍ଥାନୀୟ ଦେବତା ଓ ଦ୍ୟୁସ୍ଥାନୀୟ ଦେବତା ଭାବେ ପରିଚିତ । ପୃଥିବୀ, ଅଗ୍ନି, ସୋମ, ବୃହସ୍ପତି, ନଦୀ ଆଦି ପୃଥିବୀ ସ୍ଥାନୀୟ ଦେବତା ଭାବେ ସ୍ୱୀକୃତ । ଇନ୍ଦ୍ର, ଅପାମ, ନପାତ, ରୁଦ୍ର, ବାୟୁ ପର୍ଯ୍ୟନ, ମାତରିଶ୍ୱା ଆଦି ଅନ୍ତରୀକ୍ଷ ସ୍ଥାନୀୟ ଦେବତା ଭାବେ ଗୃହୀତ । ଦୌସ, ବରୁଣ, ମିତ୍ର, ସୂର୍ଯ୍ୟ, ସବିତୃ, ପୂଷନ୍, ବିଷ୍ଣୁ, ଆଦିତ୍ୟ, ଉଷମ୍ ଓ ଅଶ୍ୱିନୀ କୁମାର ପ୍ରମୁଖ ଦୌସ୍ଥାନୀୟ (ଦ୍ୟୁସ୍ଥାନୀୟ) ଦେବତା ଅଟନ୍ତି । ଏହା ବ୍ୟତୀତ ବିଶ୍ୱକର୍ମା, ତ୍ୱଷ୍ଟା, ପ୍ରଜାପତି, ମନ୍ୟୁ, ଶ୍ରଦ୍ଧା ଆଦି କେତେକ କାଳ୍ପନିକ ଦେବତାଭାବେ ଗୃହୀତ ହୋଇଥାନ୍ତି ।[୧]

ଦେବ[ସମ୍ପାଦନା]

  • ତ୍ରିଦେବ: ବ୍ରହ୍ମା, ବିଷ୍ଣୁଶିବ
  • ପଞ୍ଚ ଦେବତା: ଗଣେଶ, ବିଷ୍ଣୁ, ମହାଦେବ, ପାର୍ବତୀସୂର୍ଯ୍ୟ
  • ଅଷ୍ଟଭୈରବ: ମହାଭୈରବ, ସଂହାର ଭୈରବ, ଅସିତାଙ୍ଗ ଭୈରବ, ରୁରୁଭୈରବ, କାଳଭୈରବ, କ୍ରୋଧ ଭୈରବ, ତାମ୍ରଚୂଡ଼ ଭୈରବ ଓ ଚନ୍ଦ୍ରଚୂଡ଼ ଭୈରବ
  • ଦ୍ୱାଦଶ ମାଧବ: ଆଦି ମାଧବ, ବରାହ ମାଧବ, ଅନନ୍ତ ମାଧବ, ଯୋଗ ମାଧବ, ଚମ୍ପକ ମାଧବ, ହରିହର ମାଧବ, ସିଦ୍ଧ ମାଧବ, ଗଦାଧର ମାଧବ, ପୁରୁଷୋତ୍ତମ ମାଧବ, ନରକାନ୍ତକ ମାଧବ, ଭୋଗ ମାଧବ ଓ ବାସୁଦେବ ମାଧବ
  • ରାମ: ସୀତାପତି ରାମ, ଧନୂର୍ଦ୍ଧାରୀ ରାମ
  • କୃଷ୍ଣ
  • କାର୍ତ୍ତିକେୟ
  • ହନୁମାନ
  • ଇନ୍ଦ୍ର
  • ଗଣେଶ: ଏକଦନ୍ତ, ମହାକାୟ, କପିଳ, ଗଜକର୍ଣ୍ଣ, ଲମ୍ବୋଦର, ବିକଟ, ବିଘ୍ନନାଶ, ବିନାୟକ, ଧୂମ୍ରକେତୁ, ଗଣାଧ୍ୟକ୍ଷ, ଭାଲଚନ୍ଦ୍ର, ଗଜାନନ
  • ବରାହ: ଯଜ୍ଞ ବରାହ, ଲକ୍ଷ୍ମୀ ବରାହ, ଶ୍ୱେତ ବରାହ
  • ନାରାୟଣ: ଅନନ୍ତଶାୟୀ ନାରାୟଣ, ଲକ୍ଷ୍ମୀ ନାରାୟଣ
  • ନୃସିଂହ: ଅଭୟ ନୃସିଂହ, ଲକ୍ଷ୍ମୀ ନୃସିଂହ, ଉଗ୍ର ନୃସିଂହ, ଭୀମ ନୃସିଂହ, ବୀର ନୃସିଂହ

ଦେବୀ[ସମ୍ପାଦନା]

  • ମହାଦେବୀ: ମହାକାଳୀ, ମହାଲକ୍ଷ୍ମୀ ଓ ମହାସରସ୍ୱତୀ
  • ସପ୍ତମାତୃକା: ବାରାହୀ, ଐନ୍ଦ୍ରୀ, ବୈଷ୍ଣବୀ, ବ୍ରାହ୍ମୀ, କୌମାରୀ, ମାହେଶ୍ୱରୀ ଓ ନାରସିଂହୀ
  • ଅଷ୍ଟଚଣ୍ଡୀ: ଉଗ୍ରଚଣ୍ଡା, ପ୍ରଚଣ୍ଡା, ଚଣ୍ଡୋଗ୍ରା, ଚଣ୍ଡନାୟିକା, ଅତିଚଣ୍ଡା, ଚାମୁଣ୍ଡା, ଚଣ୍ଡା ଓ ଚଣ୍ଡବତୀ
  • ଅଷ୍ଟଭୈରବୀ: ସିଦ୍ଧେଶ୍ୱରୀ, ନୀଳାକ୍ଷୀ, ଉତ୍ତରେଶ୍ୱରୀ, ଭଗବତୀ, କ୍ରୋଟବୀଶ୍ୱରୀ, ଭୀମାବତୀ, କ୍ରୋଡ଼ବାସିନୀ ଓ ସନ୍ଥେଶ୍ୱରୀ
  • ନବଦୁର୍ଗା: ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଧମାତା, କାତ୍ୟୟନୀ, କାଳରାତ୍ରୀ ଓ ମହାଗୌରୀ
  • ଦଶମହାବିଦ୍ୟା: କାଳୀ, ତାରା, ଷୋଡ଼ଶୀ, ଭୁବନେଶ୍ୱରୀ, ଭୈରବୀ,ଛିନ୍ନାମସ୍ତା, ଧୂମାବତୀ, ବଗଳାମୁଖୀ, ମାତଙ୍ଗୀ ଓ କମଳା
  • ଆଦି ପରାଶକ୍ତି
  • ଦେବୀ
  • ସରସ୍ୱତୀ
  • ଲକ୍ଷ୍ମୀ
  • ସତୀ
  • ପାର୍ବତୀ
  • ଦୁର୍ଗା
  • ସୀତା
  • ରାଧା

ଆଧାର[ସମ୍ପାଦନା]

  1. ଲଛମନ ରାଉତ, ସଂଚାର, ପୃଷ୍ଠା-୧୪, ମଙ୍ଗଳବାର ୧୭ ସେପ୍ଟେମ୍ବର ୨୦୧୩

ଅଧିକ ତଥ୍ୟ[ସମ୍ପାଦନା]