ଶ୍ରାଦ୍ଧ
ଶ୍ରାଦ୍ଧକର୍ମରେ ଅନ୍ତରର ଶ୍ରଦ୍ଧା ହେଉଛି ମୁଖ୍ୟ ଅନ୍ତରର ଶ୍ରଦ୍ଧା ନଥାଇ କୌଣସି କାର୍ଯ୍ୟ ଫଳଦାୟକ ହୁଏ ନାହିଁ । ଜଣେ ଗୃହସ୍ଥ ପକ୍ଷରେ ବର୍ଷକ ମଧ୍ୟରେ ଚାରିଗୋଟି ଶ୍ରାଦ୍ଧ ସ୍ୱତନ୍ତ୍ର ଭାବେ କରିବାର ବ୍ୟବସ୍ଥା ଅଛି, ଯଥା: ପିତୃଶ୍ରାଦ୍ଧ, ମାତୃଶ୍ରାଦ୍ଧ, ମହାଳୟା ଶ୍ରାଦ୍ଧ ଓ ଦୀପଦାନ ବା ପୟାଶ୍ରାଦ୍ଧ ପ୍ରତିବର୍ଷ ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥିଠାରୁ ଅପରପକ୍ଷ ଆରମ୍ଭ ହୋଇ ସେହି ମାସର ଅମାବାସ୍ୟା ତିଥିରେ, ମହାଳୟା ଶ୍ରାଦ୍ଧ ପରେ, ପିତୃପକ୍ଷର ପରିସମାପ୍ତି ହୁଏ ଏହି ପିତୃପକ୍ଷରେ ପ୍ରତ୍ୟେକ ଦିନ ପାର୍ବଣ ଶ୍ରାଦ୍ଧ ମହାଳୟା ବିଧିବିଧାନରେ କରଣୀୟ ଏହି ପକ୍ଷରେ ପିତୃପୁରୁଷମାନେ ନିଜନିଜର ଆତ୍ମୀୟ ମାନଙ୍କଠାରୁ ତିଳୋଦକ ଓ ଅନ୍ନବ୍ୟଞ୍ଜନ ପାଇବାକୁ ଆଗ୍ରହୀ ଥାଇ ମର୍ତ୍ତ୍ୟମଣ୍ଡଳକୁ ଅବତରଣ କରିଥାନ୍ତି ପ୍ରତ୍ୟେକ ଦିନ ତର୍ପଣ, ଶ୍ରାଦ୍ଧ ଓ ପିଣ୍ଡଦାନ କରି ତୃପ୍ତି କରିବାର ଅନୁକୂଳ ସମୟ ଅସୁବିଧାବଶତଃ ପ୍ରତ୍ୟେକ ଦିନ ଶ୍ରାଦ୍ଧ ନ କରି ପାରିଲେ ଅନ୍ତତଃପକ୍ଷେ ପିତାଙ୍କର ଦେହାନ୍ତ ଯେଉଁ ତିଥିରେ ହୋଇଥିବ, ସେହିଦିନ ଶ୍ରାଦ୍ଧ କରିବା ବିଧେୟ କିନ୍ତୁ ଅମାବାସ୍ୟା ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ତର୍ପଣ ଚାଲୁ ରଖିବାକୁ ହେବ ପ୍ରତ୍ୟହ ତର୍ପଣ ପରେ ବୈଶ୍ୱଦେବ କରିବା ଉଚିତ, କାରଣ ବୈଶ୍ୱଦେବ ଏକପ୍ରକାର ଶ୍ରାଦ୍ଧର ଅନ୍ତର୍ଗତ ଯେଉଁ ଗୃହସ୍ଥଙ୍କ ପିତା ପୂର୍ଣ୍ଣିମା ତିଥିରେ ମୃତ୍ୟୁବରଣ କରିଥିବେ, ତାଙ୍କ ଉଦ୍ଦେଶ୍ୟରେ ଅମାବାସ୍ୟା ଦିନ ମହାଳୟା ବିଧିରେ ଶ୍ରାଦ୍ଧ କରାଯିବ
ମୁଖ୍ୟତଃ ଦୁଇପ୍ରକାର ଶ୍ରାଦ୍ଧ ପାଳିତ ହୋଇ ଆସୁଛି: ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ପିତା କିମ୍ବା ମାତା ଜଣକୁ ଉଦ୍ଦେଶ୍ୟ କରି ଗୋଟିଏ ପିଣ୍ଡଦେଇ ଶ୍ରାଦ୍ଧ କଲେ ଏକୋଦ୍ଦିଷ୍ଟ ଶ୍ରାଦ୍ଧ କହନ୍ତି ଏହା ମଧ୍ୟାହ୍ନରେ ଆରମ୍ଭ କରାଯାଇଥାଏ ଏହି ଶ୍ରାଦ୍ଧରେ ଅଗ୍ନୌକରଣ ନାହିଁ କିମ୍ୱା ବିଶ୍ୱେଦେବାଙ୍କୁ ଆବାହନ କରାଯାଏ ନାହିଁ ବାର୍ଷିକ ଶ୍ରାଦ୍ଧରେ କର୍ତ୍ତା ପାର୍ବଣ ବିଧି ଅନୁସାରେ ନିଜର ତିନି ପୁରୁଷଙ୍କୁ ପିଣ୍ଡଦାନ କରିଥାଏ, କିନ୍ତୁ ମହାଳୟା ଶ୍ରାଦ୍ଧରେ ଅଜାଘର ତିନିପୁରୁଷଙ୍କୁ ସେଥିରେ ସାମିଲ କରି ପିଣ୍ଡ ଦାନର ବ୍ୟବସ୍ଥା ଅଛି ଏହି ଶ୍ରାଦ୍ଧ ଅପରାହ୍ନ ସମୟରେ କରାଯାଏ ଶ୍ରାଦ୍ଧକର୍ତ୍ତା ତର୍ପଣ ଶେଷ କରି, ଶାଳଗ୍ରାମ କିମ୍ୱା ବିଷ୍ଟର (କର୍ମସ୍ଥଳକୁ ନିମନ୍ତ୍ରୀତ ଦେବତାଙ୍କ ସ୍ଥାନରେ କଳ୍ପିତ କ୍ଷୁଦ୍ରାବୟବ କୁଶର ମୋଡ଼ା) ଦ୍ୱାରା ଶ୍ରାଦ୍ଧ ମଣ୍ଡଳର ପଶ୍ଚିମ ଦିଗରେ ବିଶ୍ୱେଦେବାଙ୍କୁ ପୂର୍ବମୁହାଁ କରି ସ୍ଥାପନ କରିବେ ସେହିପରି ପିତୃଙ୍କ ପ୍ରତିନିଧି ସ୍ୱରୂପ ଶାଳଗ୍ରାମ କିମ୍ୱା ବିଷ୍ଟର ଦ୍ୱାରା ନିଜର ପିତା, ପିତାମହ ଓ ବୃଦ୍ଧ ପ୍ରପିତାମହଙ୍କୁ ‘ଉତ୍ତର’ ମୁଖା କରି ବସାଇବେ ଭକ୍ତି ସହାକାରେ ଆବାହନ ପୂର୍ବକ ବସିବାକୁ ପ୍ରାର୍ଥନା କରିବେ ତାପରେ ଅର୍ଘ୍ୟ, ଚନ୍ଦନ, ପୁଷ୍ପ, ବସ୍ତ୍ର, ଧୂପ ଓ ଦୀପ ପ୍ରଦାନ ପରେ, ତାଙ୍କର ଅନୁମତି କ୍ରମେ ଶ୍ରାଦ୍ଧର ପରଥମ ପିଣ୍ଡ ଅଗ୍ନିଦେବଙ୍କୁ ଓ ଦ୍ୱିତୀୟ ପିଣ୍ଡ ସୋମପ ପିତରଙ୍କୁ ପ୍ରଦାନ କରିବେ ବିଶ୍ୱେଦେବା ଓ ପିତୃପୁରୁଷଙ୍କ ପତ୍ରରେ ଅନ୍ନବ୍ୟଞ୍ଜନାଦି ପରିବେଷଣ କରି ସେମାନେ ତୃପ୍ତି ସହକାରେ ଭୋଜନ କଲେ ବୋଲି ଜାଣିବା ପରେ ବିକୀର୍ଣ୍ଣ ପିଣ୍ଡ ଦେବେ ତାପରେ କର୍ତ୍ତା ବିଶ୍ୱଦେବର ପତ୍ର ଓ ବାହ୍ୟ ବଳିପତ୍ରର ଉତ୍ସର୍ଗ କର୍ମ ନ କରି, ପିତୃପୁରୁଷଙ୍କ ଅନୁମତି ନେଇ ଭୂମିରେ ପିଣ୍ଡ ଦାନ କରିବେ ଓ ଶେଷରେ ବୈଶ୍ୱଦେବର ଅତିଥିପତ୍ର ଓ ବାହ୍ୟବଳିପତ୍ର ଉତ୍ସର୍ଗ କର୍ମ ଶେଷ କରି ଶ୍ରାଦ୍ଧ ସମାପନ କରିବେ ପାର୍ବଣ ଶ୍ରାଦ୍ଧରେ ତିନିଗୋଟି ପିଣ୍ଡ ଓ ମହାଳୟା ଶ୍ରାଦ୍ଧରେ ଛଅଗୋଟି ପିଣ୍ଡ ପ୍ରଦାନ କରାଯାଏ ପ୍ରତି ପିଣ୍ଡସହ ଗୋଟିଏ ଲେପଭାଗ (ଛୋଟ ପିଣ୍ଡ) ଦିଆଯାଏ ଏହି ଲେପଭାଗ ତିନିପୁରୁଷଙ୍କ ପୂର୍ବଜ, ଯଥା ବୃଦ୍ଧପ୍ରପିତାମହ, ଅତିବୃଦ୍ଧ ପ୍ରପିତାମହ ଓ ଅତିତୀବୃଦ୍ଧ ପ୍ରପିତାମହଙ୍କ ଉଦ୍ଦେଶ୍ୟରେ ଏହା ଅର୍ପଣ କରାଯାଏ ଏଥିରେ ପିଣ୍ଡଗ୍ରହିତା ଓ ଲେପଭାଗ ଗ୍ରହିତା ମିଶି ଛଅ ପୁରୁଷଙ୍କୁ ପିଣ୍ଡ ଦିଆଯାଏ ଏଥିସହ କର୍ତ୍ତା ମିଶିଲେ ମୋଟ ସାତପୁରୁଷ ଏମାନଙ୍କୁ ସପିଣ୍ଡ କହନ୍ତି ଏଥୁଁ ଅଧିକ ତିନିପୁରୁଷଙ୍କୁ ସୋଦକ ଓ ତହିଁରୁ ଉର୍ଦ୍ଧ ତିନି ପୁରୁଷଙ୍କୁ ଗୋତ୍ରଜ କହନ୍ତି ଦୀପଦାନ ଶ୍ରାଦ୍ଧ ବା ପୟାଶ୍ରାଦ୍ଧ କାର୍ତ୍ତିକମାସ ଅମାବାସ୍ୟା ଦିନ କରାଯାଏ ଏହି ଶ୍ରାଦ୍ଧରେ ଅନ୍ନବ୍ୟଞ୍ଜନ ଦ୍ୱାରା ପିଣ୍ଡ ଦେବାର ବ୍ୟବସ୍ଥା ନାହିଁ ଶ୍ରାଦ୍ଧକର୍ତ୍ତା କ୍ରତୁ ଆଦି ଦଶ ବିଶ୍ୱେଦେବା, ସନକ ଆଦି ସପ୍ତ ମନୁଷ୍ୟ, ପିତା ଓ ମାତାଙ୍କର ତିନି ପୁରୁଷ, ଅଜା ଓ ଆଇଙ୍କର ତିନି ପୁରୁଷମାନଙ୍କୁ ଆବାହନ କରି, ସେମାନଙ୍କୁ ସୁଆଁଫୁଲ, ଚନ୍ଦନ, ପୁଷ୍ପ, ଧୂପ, ଦୀପ ଇତ୍ୟାଦି ଅର୍ପଣ କରିବା ପରେ ଆଖୁ, କଦଳୀ, ନଡ଼ିଆ ଦ୍ୱାରା ତୃପ୍ତ କରାଯାଏ ତାପରେ ଦୀପ ଦାନ କରି ଶେଷରେ କାଉଁରିଆ ନିଆଁହୁଳାକୁ ଧରି ବିସର୍ଜନ ମନ୍ତ୍ର ପାଠ କରି ଶ୍ରାଦ୍ଧ ସମାପନ କରାଯାଏ
ହିନ୍ଦୁ ପରମ୍ପରାରେ ପିତୃପୁରୁଷଙ୍କ ସନ୍ତୁଷ୍ଟି ପାଇଁ ଏକାଧିକ ଶ୍ରାଦ୍ଧ କର୍ମ କରାଯାଏ ସେସବୁ ମଧ୍ୟରେ ମହାଳୟା ଶ୍ରାଦ୍ଧ ଶ୍ରେଷ୍ଠ ପିତୃଗଣଙ୍କ ଉଦ୍ଦେଶ୍ୟରେ ଦାନ ଓ ଉତ୍ସର୍ଗ ଆଦି ପାଳନ କରାଯାଉଥିବାରୁ ଏହାକୁ ପିତୃପର୍ବ କୁହାଯାଏ ଭାଦ୍ରବ ମାସ କୃଷ୍ଣ ପକ୍ଷ ପ୍ରତିପଦା ଠାରୁ ଅମାବସ୍ୟା ପର୍ଯ୍ୟନ୍ତ ପନ୍ଦର ଦିନକୁ ପିତୃପକ୍ଷ କୁହାଯାଏ ଚତୁର୍ଦ୍ଦଶୀ ଯାଏଁ ତର୍ପଣ କଲାପରେ ଅମାବସ୍ୟା ଦିନ ପିଣ୍ଡ ଦାନ କରାଯାଏ ସୂର୍ଯ୍ୟ କନ୍ୟା ରାଶିରେ ଥିବାବେଳେ ଯେଉଁ ଅମାବାସ୍ୟା ପଡ଼େ ତାହା ମହାଳୟା ଅମାବାସ୍ୟା ମହାଳୟା ଅମାବାସ୍ୟାରେ ଅନୁଷ୍ଠିତ ଶ୍ରାଦ୍ଧକୁ ମହାଳୟା ଶ୍ରାଦ୍ଧ, ସାମ୍ବତ୍ସରିକ ଶ୍ରାଦ୍ଧ ବା ପାର୍ବଣ ଶ୍ରାଦ୍ଧ ବା ମଉଳା ଶ୍ରାଦ୍ଧ କୁହାଯାଏ
ମହଳୟା ଶ୍ରାଦ୍ଧର ତର୍ପଣରେ ବ୍ରହ୍ମା, ବିଷ୍ଣୁ, ରୁଦ୍ର, ପ୍ରଜାପତି, ଅଚାର୍ଯ୍ୟ, ବେଦ, ଛନ୍ଦ, ଗନ୍ଧର୍ବଗଣ, ଦେବଗଣ, ପୁରୁଣାଚାର୍ଯ୍ୟ, ସମ୍ବତ୍ସର, ଶାବୟବ, ନାଗଗଣ, ଯକ୍ଷ, ଭକ୍ଷ, ପିଶାଚ, ବନସ୍ପତି, ଔଷଧ, ଭୂତଗ୍ରାମ, ଚତୁଷ୍ଟୟ ଏବଂ ପୃଥିବୀ ଇତ୍ୟାଦି କୋଡ଼ିଏ ଦେବଗଣଙ୍କୁ ଗୋଟିଏ ଥର ତର୍ପଣ; ସନତ, ସନନ୍ଦ, ସନତନ, କପିଳ, ଆସୁରୀ, ଡୋବୁ, ଏବଂ ପଞ୍ଚଶିଖ ଇତ୍ୟାଦି ସାତ ଋଷିଙ୍କୁ ଦୁଇ ଥର ତର୍ପଣ ଏବଂ ପିତୃପୁରୁଷଗଣଙ୍କୁ ତିନିଥର ତର୍ପଣରେ ଅପ୍ୟାୟିତ କରାଯାଏ ପିତୃ ତର୍ପଣରେ ପିତାଙ୍କୁ ରୁଦ୍ର ରୂପେ, ପିତାମହଙ୍କୁ ବସୁରୂପେ ଓ ପ୍ରପିତାମହଙ୍କୁ ଆଦିତ୍ୟରୂପେ କଳ୍ପିତ କରାଯାଏ ପିଣ୍ଡଦାତାଙ୍କ ଆଳୟରେ ସର୍ବଦେବ, ଋଷି, ଏବଂ ପିତୃପୁରୁଷଙ୍କ ଉପସ୍ଥିତ ହେତୁ ଏହାଙ୍କୁ ମହାଳୟା ଶ୍ରଦ୍ଧ କୁହାଯାଏ ଭାଦ୍ରବ ମାସ କୃଷ୍ଣ ପକ୍ଷ ପ୍ରତିପଦା ଠାରୁ ଅମାବାସ୍ୟା, ଏହି ୧୫ ଦିନ ମଧ୍ୟରେ ଜଣେ ଯେକୌଣସି ଦିନ ଶ୍ରାଦ୍ଧ ଦେଇପାରେ, ଏଥିପାଇଁ ଏହାକୁ ପିତୃପକ୍ଷ କୁହଯାଏ
ପିତୃଲୋକରେ ଦୁଇପ୍ରକାର ପିତର ଅବସ୍ଥାନ କରନ୍ତି ଯଥା: ନିତ୍ୟପିତର ଓ ସାଧାରଣ ପିତର ନିତ୍ୟପିତର ହେଲେ ଅଗ୍ନିଷ୍ୱାତ୍ତ, ବହିର୍ଷଦ, ସୋମପ, ଆଜ୍ୟପ, ସାଗ୍ନିକ ଓ ନିରଗ୍ନିକ ଏମାନେ ସଦାସର୍ବଦା ପ୍ରତ୍ୟେକ ପ୍ରାଣୀଙ୍କର ବଂଶବୃଦ୍ଧି ଇଚ୍ଛାରେ ମହାସମାଧିରେ ମଜ୍ଜି ରହନ୍ତି ଦକ୍ଷ କନ୍ୟା ସ୍ୱଧା ଏହି ପିତରମାନଙ୍କୁ ବିବାହ କରିଥିଲେ ଗୃହସ୍ଥମାନେ କେବଳ ତିଳୋଦକ ଦ୍ୱାରା ସ୍ୱଧା ଉଚ୍ଚାରଣ କରି ଏହି ପିତରମାନଙ୍କୁ ତୃପ୍ତି କରିଥାନ୍ତି ଯେଉଁମାନେ ଇହଲୋକରୁ ମୃତ୍ୟୁପରେ ପିତୃଲୋକକୁ ଗମନ କରନ୍ତି, ସେମାନଙ୍କୁ ସାଧାରଣ ପିତର କୁହାଯାଏ ଏହି ସାଧାରଣ ପିତର ହେଲେ ଆମ୍ଭମାନଙ୍କର ପିତୃପୁରୁଷ ପିତୃଋଣରୁ ମୁକ୍ତି ପାଇବାପାଇଁ ପ୍ରତ୍ୟକ ଗୃହସ୍ଥ ନିଜ ନିଜର ପିତୃପୁରୁଷଙ୍କୁ ତିଳୋଦକ ଓ ପିଣ୍ଡ ପ୍ରଦାନ କରିବା ପରମ୍ପରା ଆଜି ପର୍ଯ୍ୟନ୍ତ ଚଳି ଆସୁଛି ସୃଷ୍ଟି ଆରମ୍ଭରେ ପିତୃଶ୍ରାଦ୍ଧର ବ୍ୟବସ୍ଥା ନଥିଲା, ସମସ୍ତେ ଅମର ଥିଲେ ଅତ୍ରୀଋଷିଙ୍କ ପ୍ରପୌତ୍ରର ଅକାଳ ବିୟୋଗ ହେତୁ ଅତ୍ରୀଋଷିଙ୍କ ଅନୁମୋଦନ କ୍ରମେ ପିତୃଶ୍ରାଦ୍ଧର ପ୍ରଚଳନ ଆରମ୍ଭ ହେଲା
ଜଣେ ଗୃହସ୍ଥ ପକ୍ଷରେ ଜିବଦ୍ଦଶା ମଧ୍ୟରେ ପାଞ୍ଚଗୋଟି ଋଣ ସୁଝିବାର ବ୍ୟବସ୍ଥା ଅଛି, ଯଥା: ପିତୃଋଣ, ଦେବଋଣ, ଋଷିଋଣ, ମନୁଷ୍ୟଋଣ ଓ ଭୂତଋଣ ସେଥିମଧ୍ୟରୁ ପ୍ରଥମେ ପିତୃଋଣରୁ ମୁକ୍ତି ପାଇବା ଉଚିତ କାରଣ ପିତାମାତାଙ୍କ ଯୋଗୁଁ ଏ ଶରୀର ମିଳିଛି ମାତୃ ସ୍ତନ୍ୟପାନ ଓ ପିତାଙ୍କ ଅର୍ଜିତ ଧନରୁ ଶିକ୍ଷା ଓ ଯୋଗ୍ୟତା ମିଳିଛି ଓ ଗୃହସ୍ଥା ଜୀବନର ଆରମ୍ଭ ହୋଇଛି
ମଣିଷ ଜନ୍ମବେଳେ ତିନିଟି ଋଣ ଶୁଝିବାକୁ ବାଧ୍ୟ ହୋଇ ଆସିଥାଏ ସେଗୁଡ଼ିକ ହେଲା ଦେବଋଣ, ଋଷିଋଣ ଓ ପିତୃଋଣ ଦେବଋଣ ଅଧ୍ୟୟନ ଦ୍ଵାରା, ଋଷିଋଣ ଯାଗଯଜ୍ଞ ଦ୍ଵାରା ଏବଂ ପିତୃଋଣ ନିଜେ ପିତା ହେବା ଦ୍ଵାରା ଶୁଝାଯାଇଥାଏ ଅପୁତ୍ରିକ ପିତାମାନେ ମୋକ୍ଷ ପାଆନ୍ତି ନାହିଁ ବୋଲି ଧର୍ମମତେ ବିଶ୍ଵାସ ରହିଛି ପୁତ୍ରର ପିଣ୍ଡଦାନ ଦ୍ବାରା ସ୍ଵର୍ଗତ ପିତାମାତା ଏବଂ ପୂର୍ବଜଙ୍କୁ ମୁକ୍ତି ମିଳେ ଏବଂ ଏହିକ୍ରମରେ ବଂଶାନୁକ୍ରମ ଚାଲୁରହେ ଏହି ପିଣ୍ଡଦାନ ବ୍ୟବସ୍ଥାକୁ ଶ୍ରାଦ୍ଧ କୁହାଯାଏ ଅନ୍ୟ ମତେ ପୂର୍ବପୁରୁଷଙ୍କୁ ପ୍ରତି ଶ୍ରଦ୍ଧା ଓ ସମ୍ମାନକୁ ଶ୍ରାଦ୍ଧ କୁହାଯାଏ ଶ୍ରାଦ୍ଧ ଦିବସରେ ଶୁଦ୍ଧପୂତ ଅନ୍ତରରେ ଭକ୍ତି ସହକାରେ ସ୍ନାନପୂର୍ବକ ଦେବଗଣ, ଋଷିଗଣ, ପିତୃ ତଥା ମାତୃଗଣଙ୍କୁ ତିଳ-ତଣ୍ଡୁଳ ମିଶ୍ରିତ ଜଳ ଦାନ କରାଯାଏ ଏହାକୁ ତର୍ପଣ ବା ତର୍ପଣ ଶ୍ରାଦ୍ଧ କହନ୍ତି ତିଳ ଅର୍ଥ ରାଶି, ତଣ୍ଡୁଳ ଅର୍ଥାତ ଅନ୍ନ ଏବଂ ତା ସହିତ ତୁଳସୀ ଜଳ କୁ ତ୍ରିଳୋତ୍ରୟ ବା ତିଳୋଦକ କହନ୍ତି ଏଥିରେ ନିଜ ତିନି ପୁରୁଷ ସହ ଅଜା ଆଇଙ୍କ ସମେତ ତାଙ୍କ ଘରୁ ତିନି ପୁରୁଷଙ୍କ ଶ୍ରାଦ୍ଧ ପକାଯାଏ ପିତୃପୁରୁଷ ଶ୍ରଦ୍ଧରେ ପିତା, ପିତାମହ ଓ ପ୍ରପିତାମହ ମିଶି ତିନି ପୁରୁଷଙ୍କୁ ‘ସୋଦକ’ ଏବଂ ତାଙ୍କର ତିନି ପୁରୁଷଙ୍କୁ ଗୋତ୍ରଜ ବୋଲି କହାଯାଏ ଏହିପରି ସେମାନେ ଛଅ ପୁରୁଷ ଏଥି ସହ କର୍ତ୍ତାକୁ ଯୋଡ଼ିଲେ ସାତପୁରୁଷର ଶ୍ରାଦ୍ଧ ପଡ଼େ ପିଣ୍ଡଦାନ କରୁଥିବା ବ୍ୟକ୍ତି ପିଣ୍ଡକୁ ଆଘ୍ରାଣ କରିବାକୁ ବାଧ୍ୟ କାରଣ ଭକ୍ତ ଠାକୁରଙ୍କୁ ସମର୍ପିତ ନୈବେଦ୍ୟ ନିଶ୍ଚୟ ପାଇବେ, ନଚେତ ଏହା ଏକ ଅପରାଧ ବୋଲି ଧରାଯିବ
ପୌରାଣିକ ବିଶ୍ୱାସ ଅନୁଯାୟୀ, ମହାଦାନୀ କର୍ଣ୍ଣଙ୍କର ମୃତ୍ୟୁପରେ ତାଙ୍କ ଦାତାପଣିଆର ପୁରସ୍କାର ସ୍ଵରୂପ ଯମପୁରରେ ତାଙ୍କୁ ସୁନା, ରୁପା ମିଳିଲା, କିନ୍ତୁ ଅଭୁକ୍ତ ରଖାଗଲା, କିଛି ଖାଦ୍ୟ ଦିଆଗଲା ନାହିଁ, କାରଣ ଜୀବିତାବସ୍ଥାରେ ସେ କେବେ କୌଣସି ବ୍ୟକ୍ତିକୁ ଅନ୍ନଦାନ ଦେଇନଥିଲେ ସେ ଚିନ୍ତିତ ହୋଇ ଯମରାଜଙ୍କୁ ପ୍ରାର୍ଥନା କରିବାରୁ, ତାଙ୍କୁ ମାତ୍ର ଚଉଦ ଦିନ ପାଇଁ ମର୍ତ୍ତ୍ୟମଣ୍ଡଳକୁ ପଠାଯାଇଥିଲା ସେହି ଚଉଦଦିନ ମଧ୍ୟରେ ସେ ବ୍ରାହ୍ମଣ ତଥା ଗରିବମାନଙ୍କୁ ଅନ୍ନଦାନ ଦେଇଥିଲେ ଫଳସ୍ବରୂପ ତାଙ୍କୁ ଆଉ ଯମପୁରରେ ଅନ୍ନରୁ ବଞ୍ଚିତ ହେବାକୁ ପଡ଼ି ନ ଥିଲା ମର୍ତ୍ତ୍ୟଲୋକରେ କର୍ଣ୍ଣ କଟାଇଥିବା ସେହି ଚଉଦଦିନ ପିତୃପକ୍ଷ ଥିଲା
ପିତୃଲୋକ ର ଅବସ୍ଥାନ [ସମ୍ପାଦନା]
ଚନ୍ଦ୍ରର ଗୋଟିଏ ଅଂଶ ସବୁବେଳେ ପୃଥିବୀ ଆଡ଼କୁ ରହେ, ଅନ୍ୟ ଅଂଶ ପୃଥିବୀ ଆଡ଼କୁ କେବେ ବି ଆସେ ନାହିଁ, ତାହାକୁ ପିତୃଲୋକ କୁହାଯାଏ
ଆଧାର [ସମ୍ପାଦନା]
ଅଧିକ ତଥ୍ୟ [ସମ୍ପାଦନା]
|
||||||||||||||||||||||||||||||||||||||
| ଏହି ଲେଖାଟି ଏକ ଅସଂପୂର୍ଣ୍ଣ ଲେଖା, ଆପଣ ଏହାକୁ ଏଠାରେ ବଦଳାଇ ଉଇକିପିଡ଼ିଆକୁ ଉନ୍ନତ କରିପାରିବେ । |