ଗୁରୁ
|
|
This article may require cleanup to meet Wikipedia's quality standards. Please improve this article if you can. The talk page may contain suggestions. |
ଗୁରୁ
ଭିତର ଚିଜ |
[ଏହାକୁ ବଦଳାନ୍ତୁ] ଶବ୍ଦାର୍ଥ
ଗୁରୁ ଶବ୍ଦର ଅର୍ଥ ହେଲା, ଏମିତି ଜଣେ ମଣିଷ, ଯାହାଙ୍କର କୌଣସି ଏକ କ୍ଷେତ୍ରରେ ବିଶେଷ ଜ୍ଞାନ ଓ ଦକ୍ଷତା ରହିଛି, ଏବଂ ଯିଏ ଏହାକୁ ଅନ୍ୟମାନଙ୍କର ମାର୍ଗଦର୍ଶନ ପାଇଁ ବ୍ୟବହାର କରନ୍ତି । ଗୁ ଶବ୍ଦର ଅର୍ଥ ହେଲା ଅନ୍ଧାର ଓ ରୁ ଶବ୍ଦର ଅର୍ଥ ହେଲା ଆଲୁଅ । ଯିଏ ଅନ୍ଧାରରୁ ଆଲୁଅକୁ ବାଟ କଢ଼େଇ ନିଅନ୍ତି, ତାଂକୁ ଗୁରୁ ବୋଲାଯାଏ ।
[ଏହାକୁ ବଦଳାନ୍ତୁ] ହିନ୍ଦୁ ଧର୍ମ
ଅଜ୍ଞାନର ଅନ୍ଧାରରୁ ଜ୍ଞାନର ଆଲୋକକୁ ଯିଏ ଘେନି ଯାଆନ୍ତି ତାଙ୍କୁ ଭାରତୀୟ ପୁରାଣ ଓ ଦର୍ଶନରେ ଗୁରୁ କୁହାଯାଥାଏ । ଏହି ମତେ ପ୍ରଥମ ଗୁରୁ ମାତା, ପିତା ଅଟନ୍ତି ଏବଂ ଶିକ୍ଷା ଗୁରୁ, ଦୀକ୍ଷା ଗୁରୁ ଭେଦରେ ଜୀବନରେ ଅନେକ ଗୁରୁ ଅଛନ୍ତି। ପୁରାଣ ଚରିତ୍ର ଅବଧୂତ ବା ଦତ୍ତାତ୍ରେୟ ମୁନି ଚବିଶ ଗୁରୁ କରିଥିଲେ। ଗୁରୁ ମଧ୍ୟ ବିରାଟ ଏବଂ ମହାନ ବ୍ୟକ୍ତିତ୍ଵକୁ ବୁଝାଇଥାଏ । ନିଜର ଆପ୍ରାଣ ଚେଷ୍ଟାରେ ମଧ୍ୟ ଯାହା ସମ୍ଭବ ହୋଇ ପାରେନା, ତାହା ଗୁରୁକୃପାଦ୍ଵାରା ଅଚିରେ ଉପଲବ୍ଧ ହୋଇଯାଏ ବୋଲି ବିଶ୍ଵାସ କରଯାଇଥାଏ । ପୁରାଣମତେ ଗୁରୁ କୌଣସି ଶରୀର ନୁହଁନ୍ତି, ଗୁରୁ ହେଉଛନ୍ତି ଏକ ସତ୍ତା ଓ ଏକ ଅନୁଭବ ।
ହିନ୍ଦୁଧର୍ମ ଓ ଅନ୍ୟାନ୍ୟ ଧାର୍ମିକ ପରମ୍ପରାରେ ଗୁରୁ କରିବାକୁ ବହୁତ ଗୁରୁତ୍ୱ ଦିଆଯାଇଛି । ଆତ୍ମ ସାକ୍ଷାତକାର କରିବାପାଇଁ ଗୁରୁଙ୍କର ସହାୟତା ମୌଳିକ ଆବଶ୍ୟକତା ରହିଛି ବୋଲି ଏଥିରେ କୁହାଯାଇଛି । ଆଧୁନିକ ଭାରତରେ ଗୁରୁ ଶବ୍ଦକୁ ମୁଖ୍ୟତଃ ଶିକ୍ଷକ ହିସାବରେ ବ୍ୟବହାର କରାଯାଉଛି ।
ଗୁରୁ ଗୀତାରେ କୁହାଯାଇଛି ଯିଏ ଗୁ(ଗୁଣମୁକ୍ତ) ଓ ରୁ (ନିରାକାର) ସେ ହେଉଛନ୍ତି ଗୁରୁ।
[ଏହାକୁ ବଦଳାନ୍ତୁ] ବୌଦ୍ଧଧର୍ମ
ଥେରବାଦ ବୌଦ୍ଧବାଦରେ ବୋଧିଦାତା ବ୍ୟକ୍ତିଙ୍କୁ ବହୁ ସମ୍ମାନ ଦିଆଯାଇଥାଏ ଓ ଗୁରୁ ଉପାଧିରେ ଭୂଷିତ କରାଯାଇଥାଏ, ସେ ଉତ୍ସାହର ମୂଳାଧାର ରୂପେ ବିବେଚିତ ହୋଇଥାନ୍ତି । ଜଣେ ସାଧାରଣ ଶିକ୍ଷକ କେବେ ଗୁରୁ ଭାବେ ବିବେଚିତ ହୋଇନଥାନ୍ତି, ତାହାଙ୍କୁ କଲ୍ୟାଣ-ମିତାତ କୁହାଯାଇଥାଏ ।
ତନ୍ତ୍ର ବୌଦ୍ଧ ସାଧନାରେ "ଗୁରୁ ଯୋଗ"ର ବିଧି ରହିଛି, ଯେଉଁଥିରେ ଅନ୍ତ ଚେତନାରେ ଗୁରୁଙ୍କୁ ଅନୁଭବ କରିବା ଗୁରୁଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ ଦାନ କରାଯାଇଥାଏ । ଗୁରୁଙ୍କୁ ବଜ/ବଜ୍ର (ଅର୍ଥ: ହୀରା) ଗୁରୁ ମଧ୍ୟ କୁହାଯାଇଥାଏ ।[୧]
[ଏହାକୁ ବଦଳାନ୍ତୁ] ପାଶ୍ଚାତ୍ୟ ଦର୍ଶନ
ପାଶ୍ଚାତ୍ୟ ଦର୍ଶନରେ କୌଣସି ନିର୍ଦିଷ୍ଟ ପରମ୍ପରା ବା ଧର୍ମର ପରିସୀମା ଭିତରେ ନ ଥାଇ ବି ଯିଏ ଅନେକ ଅନୁଗାମୀ ଏକାଠି କରନ୍ତି, ତାଂକୁ ଗୁରୁ ବୋଲି କୁହାଯାଏ । ଗୁରୁ ଶବ୍ଦକୁ କୌଣସି କୌଶଳ ଅଥବା ବ୍ୟବସାୟରେ ନିପୁଣ ବ୍ୟକ୍ତିଙ୍କ ପାଇଁ ମଧ୍ୟ ବ୍ୟବହାର କରାଯାଏ ।
[ଏହାକୁ ବଦଳାନ୍ତୁ] ଆଧାର
- ↑ Strong, John S. (1995). The experience of Buddhism: sources and interpretations. Belmont, CA: Wadsworth Pub. Co. pp. 76. ISBN 0-534-19164-9.
| ଗୁରୁ ଶବ୍ଦଟି ଖୋଲା ଅଭିଧାନ, ଉଇକିଅଭିଧାନରେ ଖୋଜନ୍ତୁ । |