ତନ୍ତ୍ର

ଉଇକିପିଡ଼ିଆ‌ରୁ
ଶ୍ରୀ ଯନ୍ତ୍ର

ତନ୍ତ୍ର ହିନ୍ଦୁ ସମାଜରେ ପ୍ରଚଳିତ ଉପାସନା ପଦ୍ଧତିର ଏକ ଅଂଶ ବିଶେଷ । ତନ୍ତ୍ରର ଶାବ୍ଦିକ ଉଦ୍ଭବ ହେଲା ତନୋତି ତ୍ରାୟତି ତନ୍ତ୍ର (तनोति त्रायति तन्त्र)ରୁ ଯାହାର ଅଭିପ୍ରାୟ ହେଉଛି ବିସ୍ତାର ଓ ମୁକ୍ତି। ଏଠାରେ ତନ୍ତ୍ର ଶବ୍ଦର ଅଭିପ୍ରାୟ ଗୂଢ଼ ସାଧନା । ଶିବ ଓ ଶକ୍ତିଙ୍କ ଉପାସନାକୁ ତନ୍ତ୍ର ଶାସ୍ତ୍ର ବୋଲି କୁହାଯାଏ। ତନ୍ତ୍ର ଶାସ୍ତ୍ର ମତରେ ଏହି ଜଗତ ହେଲା ଶିବ ଓ ଶକ୍ତିଙ୍କ ଦିବ୍ୟ ଲୀଳା । ହିନ୍ଦୁ,ବୌଦ୍ଧଜୈନ ଧର୍ମରେ ତନ୍ତ୍ର ପରମ୍ପରା ଦେଖିବାକୁ ମିଳିଥାଏ ।

ସଂସ୍କୃତ ଶବ୍ଦ ତନ୍ତ୍ରର ଅନ୍ୟ ଏକ ଅର୍ଥ ହେଲା "ବୁଣିବା" ଅର୍ଥ ଅବିଛିନ୍ନତା[୧])। ଏହା ପୁରାତନ ହିନ୍ଦୁ ପରମ୍ପରାର ଅଂଶ ଓ ଗୂଢ଼ ଜ୍ଞାନର ସମାହାର ଅଟେ। ତନ୍ତ୍ର ହିନ୍ଦୁ, ବୋନପୋ, ବୌଦ୍ଧ, ଓଜୈନ ଆଦି ଧର୍ମରେ ଏକ ପ୍ରତିଷ୍ଠିତ ପରମ୍ପରା। ତନ୍ତ୍ର ନାନା ଭାବରେ ଦକ୍ଷିଣ ଏସିଆ, ଚୀନ, ଜାପାନ, ତିବ୍ଦତ, କୋରିଆ, କାମ୍ପୁଚିଆ, ବର୍ମା, ଇଣ୍ଡୋନେସିଆମଙ୍ଗୋଲିଆ ଆଦି ଦେଶରେ ପରିଦୃଷ୍ଟ ହୋଇଥାଏ।[୨]

ତନ୍ତ୍ରଗୁଡ଼ିକୁ ବୈଦିକ ସମୟର ପରବର୍ତ୍ତୀ ରଚନା ବୋଲି କୁହାଯାଏ ଓ ସାହିତ୍ୟ ରୂପରେ ଯେମିତି ପୁରାଣ ଗ୍ରନ୍ଥାବଳୀ ମଧ୍ୟଯୁଗର ଦାର୍ଶନିକ-ଧାର୍ମିକ ରଚନା ବୋଲି କୁହାଯାଏ, ସେହି ପ୍ରକାର ତନ୍ତ୍ରଗୁଡ଼ିକରେ ମଧ୍ୟ ପ୍ରାଚୀନ-ଅଖ୍ୟାନ, କଥନିକା ଆଦିର ସମାବେଶ ହୋଇଥାଏ। ବିଷୟବସ୍ତୁ ଦୃଷ୍ଟିରୁ ଏ ସବୁ ଧର୍ମ, ଦର୍ଶନ, ସୃଷ୍ଟିରଚନା ଶାସ୍ତ୍ର, ପ୍ରଚୀନ ବିଜ୍ଞାନ ଆଦିର ଏନସାକ୍ଲୋପିଡିଆ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।

ମିର୍ଜ। ନାଥନ, ଇବନ-ବତୁତା ଏବଂ ଶାହାବୁଦ୍ଦିନଙ୍କ ଭଳି ପୁରାତନ କାଳର ବିଦ୍ୱାନମାନଙ୍କ ଲେଖାଗୁଡ଼ିକରେ ମଧ୍ୟ ପ୍ରାଗ୍ଜ୍ୟୋତିଷପୁରର ତନ୍ତ୍ରମନ୍ତ୍ର ବିଷୟରେ ଉଲ୍ଲେଖ ଥିବା ଦେଖିବାକୁ ମିଳେ। ହିନ୍ଦୁ ଶାସ୍ତ୍ର ଅନୁସାରେ ଭଗବାନ କୃଷ୍ଣ ଭଗଦତ୍ତଙ୍କ ପିତା ନରକାସୁର ସହିତ ମଧ୍ୟ ମାୟା(ତନ୍ତ୍ର) ଯୁଦ୍ଧ କରିଥିଲେ। [୩]

ତନ୍ତ୍ରର ବିଷୟ ବସ୍ତୁ[ସମ୍ପାଦନା]

ତନ୍ତ୍ରଗୁଡ଼ିକର ବିଷୟ ବସ୍ତୁକୁ ମୋଟାମୋଟି ନିମ୍ନ ପ୍ରକାରର ବିଭାଜନ କରାଯାଇପାରେ -

  • ଜ୍ଞାନ, ବା ଦର୍ଶନ,
  • ଯୋଗ,
  • କର୍ମକାଣ୍ଡ,
  • ବିଶିଷ୍ଟ-ସାଧନା, ପଦ୍ଧତି ତଥା ସମାଜିକ ଆଚାର-ବିଚାରାଦିର ନିୟମ।

ସାଂଖ୍ୟ ତଥା ବେଦାନ୍ତର ଅଦ୍ୱୈତ ବିଚାରର ପ୍ରଭାବ ତନ୍ତ୍ର ଗ୍ରନ୍ଥାଦିରେ ଦେଖିବାକୁ ମିଳିଥାଏ। ତନ୍ତ୍ରରେ ପ୍ରକୃତିସହିତ ଶିବ ଅଦ୍ୱୈତ ଉଭୟଙ୍କ କଥା କୁହାଯାଇଛି, ପରନ୍ତୁ ତନ୍ତ୍ର ଦର୍ଶନରେ ‘ଶକ୍ତି’ (ଈଶ୍ୱରଙ୍କ ଶକ୍ତି)ଉପରେ ବିଶେଷ ଜୋର ଦିଆ ‌ଯାଇଛି।

ତନ୍ତ୍ରର ତିନିଟି ପରମ୍ପରା[ସମ୍ପାଦନା]

ତନ୍ତ୍ରର ତୀନ ପରମ୍ପରା ରହିଛି–

  • ଶୈବ ଆଗମ ବା ଶୈବ ତନ୍ତ୍ର,
  • ବୈଷ୍ଣବ ସଂହିତା, ତଥା
  • ଶାକ୍ତ ତନ୍ତ୍ର

ଶୈବ ଆଗମ[ସମ୍ପାଦନା]

ଶୈବ ଆଗମର ଚାରିଟି ବିଚାରିଟିଧାରା ଅଛି–

1. ଶୈବସିଦ୍ଧାନ୍ତ,

2. ତମିଲ ଶୈବ,

3. କାଶ୍ମୀରୀ ଶୈବଦର୍ଶନ, ତଥା

4. ବୀରଶୈବ ବା ଲିଂଗାୟତ ଶୈବ ଦର୍ଶନ

ଆଗମର ଭାରତୀୟ ପରମ୍ପରାରେ ଅତ୍ୟନ୍ତ ମହତ୍ୱପୂର୍ଣ ସ୍ଥାନ ହୈ। ପ୍ରାଚୀନ ମନ୍ଦିର, ପ୍ରତିମା, ଭବନ, ଏବଂ ଧାର୍ମିକ-ଆଧ୍ୟାତ୍ମିକ ବିଧି ଆଦିର ନିର୍ଧାରଣ ତନ୍ତ୍ରଦ୍ୱାରାହିଁ ହୋଇଛି।

ଶୈବ ସିଦ୍ଧାନ୍ତ[ସମ୍ପାଦନା]

ଶୈବ ସିଦ୍ଧାନ୍ତ ଅନ୍ତର୍ଗତ ୨୮ ଆଗମ ତଥା ୧୫୦ ଉପାଗମ ରହିଥିବାର କୁହା ଯାଇଛି।

ଶୈବ ସିଦ୍ଧାନ୍ତ ଅନୁସାରେ ସୈଦ୍ଧାନ୍ତିକ ରୂପରେ ଶିବ ହିଁ କେବଳ ଚେତନ ତତ୍ତ୍ୱ ଅଟନ୍ତି, ତଥା ପ୍ରକୃତି ଜଡ଼ ତତ୍ତ୍ୱ ଅଟେ। ଶିବଙ୍କ ମୂଳାଧାର ଶକ୍ତି ଅଟେ। ଶକ୍ତିଦ୍ୱାରା ହିଁ ବନ୍ଧନ ଏବଂ ମୋକ୍ଷ ପ୍ରାପ୍ତ ହୋଇଥାଏ।

କାଶ୍ମୀରୀ ଶୈବଦର୍ଶନ[ସମ୍ପାଦନା]

ଏହାର ପ୍ରମୁଖ ଗ୍ରନ୍ଥ ଶିବସୂତ୍ର ଅଟେ। ଏଥିରେ ଶିବଙ୍କ ପ୍ରତ୍ୟଭିଜ୍ଞାଦ୍ୱାରା ହିଁ ଜ୍ଞାନ ପ୍ରାପ୍ତି ହୁଏ ବୋଲି କୁହା ଯାଇଛି। ଜଗତ ଶିବଙ୍କର ଅଭିବ୍ୟକ୍ତି ତଥା ଶିବଙ୍କ ଶକ୍ତିରୁ ଉତ୍ପନ୍ନ ବା ସଂଭବ ହୋଇଛି। ଏହି ଦର୍ଶନକୁ ‘ତ୍ରିକ’ ଦର୍ଶନ ବୋଲି ମଧ୍ୟ କୁହାଯାଇଛି କାରଣ ଏହା – ଶିବ, ଶକ୍ତି ତଥା ଜୀବ (ପଶୁ) ତିନିଙ୍କର ଅସ୍ତିତ୍ୱକୁ ସ୍ୱୀକାର କରିଥାଏ।

ବୀରଶୈବ ଦର୍ଶନ[ସମ୍ପାଦନା]

ଏହି ଦର୍ଶନର ମହତ୍ୱପୂର୍ଣ ଗ୍ରନ୍ଥ “ବାଚନମ” ଅଟେ, ଯେଉଁଥିରେ ‘ଶିବଙ୍କ ଉକ୍ତି’ ରହିଛି।

ଏହି ଦର୍ଶନ ପାରମ୍ପରିକ ତଥା ଶିବଙ୍କୁ ହିଁ ପୂର୍ଣତୟା ସମସ୍ତ କାରକ, ସଂହାରକ, ସର୍ଜକ ମାନିଥାଏ। ଏଥିରେ ଜାତିଗତ ଭେଦଭାବ ନାହିଁ।

ଏହି ଦର୍ଶନରେ ଗୁରୁ ପରମ୍ପରାର ବିଶେଷ ମହତ୍ତ୍ୱ ରହିଛି।

ବୈଷ୍ଣବ ସଂହିତା[ସମ୍ପାଦନା]

ବୈଷ୍ଣବ ସଂହିତାର ଦୁଇଟି ବିଚାରିଟିଧାରା ରହିଛି– ବୈଖାନସ ସଂହିତା, ତଥା ପଂଚାରାତ୍ର ସଂହିତା।

ବୈଖାନସ ସଂହିତା – ଏହା ବୈଷ୍ଣବ ପରମ୍ପରାର ତପ ଏବଂ ସାଧନ ଉପରେ କେନ୍ଦ୍ରିତ ପରମ୍ପରା ଅଟେ।

ପଂଚରାତ୍ର ସଂହିତା – ପଂଚରାତ୍ରର ଅର୍ଥ– ‘ପଂଚନିଶାର ତନ୍ତ୍ର’। ପଂଚରାତ୍ର ପରମ୍ପରାରେ ବିଶ୍ୱର ସୃଷ୍ଟି, ସୃଷ୍ଟି ରଚନା ଆଦିର ବିବେଚନ ରହିଛି। ଏଥିରେ ସାଂଖ୍ୟ ତଥା ଯୋଗ ଦର୍ଶନାଦିର ମାନ୍ୟତାର ସମାବେଶ ଦେଖିବାକୁ ମିଳିଥାଏ। ବୈଖାନସ ପରମ୍ପରା ଅପେକ୍ଷା ପଂଚରାତ୍ର ପରମ୍ପରା ଅଧିକ ଲୋକପ୍ରିୟ। ଏହାର ୧୦୮ଟି ରହିଛି ବୋଲି କୁହାଯାଏ। ବୈଷ୍ଣବ ପରମ୍ପରାରେ ଭକ୍ତି ବାଦୀ ବିଚାରିଟିଧାରା ଅତିରିକ୍ତ ଶକ୍ତିର ସିଦ୍ଧାନ୍ତ ବି ସମାହିତ।

ଆସାମରେ ତନ୍ତ୍ର[ସମ୍ପାଦନା]

ପୁରାତନ କାଳରେ ଆସାମର ପ୍ରସିଦ୍ଧ ଶକ୍ତିପୀଠ କାମାକ୍ଷା ତନ୍ତ୍ରବାଦର କେନ୍ଦ୍ରବିନ୍ଦୁ ଥିଲା। ଏଠାକୁ ବୌଦ୍ଧ ସନ୍ନ୍ୟାସୀମାନେ ତନ୍ତ୍ର ସାଧନା ଲାଗି ଆସୁଥିଲେ। ପରବର୍ତ୍ତୀ କାଳରେ ଏହି ତନ୍ତ୍ର ସାଧକମାନେ ଆସାମର ବିଭିନ୍ନ ଅଞ୍ଚଳକୁ ଚାଲିଯାଇଥିଲେ ଓ ମୁଖ୍ୟତଃ ହାଜୋ ଏବଂ ମୟଙ୍ଗରେ ଅଧିକ ସଂଖ୍ୟାରେ ବସବାସ କରିଥିଲେ। ଅଷ୍ଟମରୁ ନବମ ଶତାଦ୍ଦୀ କାଳରେ ଆସାମର ମୟଙ୍ଗ ତନ୍ତ୍ରବାଦ ପାଇଁ ପରିଚିତ ଥିଲା। ଏହାପରେ ଏହି ତନ୍ତ୍ରବାଦବୌଦ୍ଧ ସନ୍ନ୍ୟାସୀମାନଙ୍କଦ୍ୱାରା ଦ୍ୱାଦଶ ଶତାଦ୍ଦୀ ବେଳେ ବହୁ ଭାବରେ ଅଗ୍ରଗତି ଲାଭ କରିଥିଲା। ଫଳରେ ହିନ୍ଦୁ ଓ ବୌଦ୍ଧ ଧର୍ମଧାରାର ‘ଗୁପ୍ତ ବିଦ୍ୟା’ ସମ୍ମିଶ୍ରଣରେ ମୟଙ୍ଗର ତନ୍ତ୍ର ବେଶ ଖ୍ୟାତି ଅର୍ଜ୍ଜନ କରିଥିଲା। [୩]

ବାହ୍ୟ ଆଧାର[ସମ୍ପାଦନା]

  • ବିଜ୍ଞାନ ଭୈରବ (ଗୁଗଲ ପୁସ୍ତକ ; ଲେଖକ - ବ୍ରଜ ବଲ୍ଲଭ ଦ୍ୱିବେଦୀ)
  • ବୀର ସାଧନ (ତାଂତ୍ରିକ ପରମ୍ପରାକୁ ସୁରକ୍ଷିତ ରଖିବାର ପରିଯୋଜନା)

ଅଧିକ ପଠନ[ସମ୍ପାଦନା]

  • Anandamurti, Shrii Shrii (1959). Tantra and its Effect on Society. Ananda Marga Pubs. {{cite book}}: Text "city:Bhagalpur" ignored (help)
  • Anandamurti, Shrii Shrii (Ac. Vijayananda Avt. Editor) (1994). Discourses on Tantra, vol. 1. AMPS-Ananda Printers. ISBN 81–7252–112–X. {{cite book}}: |author= has generic name (help); Check |isbn= value: invalid character (help); Text "city:Kolkata" ignored (help)
  • Anandamurti, Shrii Shrii (Ac. Vijayananda Avt. Editor) (1994). Discourses on Tantra, vol. 2. AMPS-Ananda Printers. ISBN 81–7252–112–X. {{cite book}}: |author= has generic name (help); Check |isbn= value: invalid character (help); Text "city:Kolkata" ignored (help)
  • Anandamurti, Shrii Shrii (Ac. Narayanananda Avt. Editor, Ac. Vijayananda Avt. transl. from Bengali)) (1985). Namah Shivaya Shantaya. AMPS-Ananda Printers. ISBN 81-7252-098-0. {{cite book}}: |author= has generic name (help); Text "city:Calcutta" ignored (help)CS1 maint: multiple names: authors list (link)
  • Arnold, Edward A., ed. (2009). As Long As Space Endures: Essays on the Kalacakra Tantra in Honor of H.H. the Dalai Lama. Ithaca, NY: Snow Lion Publications. ISBN 978-1-55939-303-4.
  • Avalon, Arthur (1928). The Serpent Power. Ganesh & Co. ISBN 81-85988-05-6.
  • Bagchi, P.C. (1986). Kaulajnana-nirnaya of the School of Matsyendranath Varanasi: Prachya Prakashan. Michael Magee, transl.
  • Davidson, Ronald M. (2003). Indian Esoteric Buddhism: A Social History of the Tantric Movement. New York: Columbia University Press. ISBN 81-208-1991-8.
  • Davidson, Ronald M. (2005). Tibetan Renaissance: Tantric Buddhism in the Rebirth of Tibetan Culture. New York: Columbia University Press. ISBN 0-231-13471-1.
  • Feuerstein, Georg (1998). Tantra: The Path of Ecstasy. Boston: Shambhala. ISBN 1-57062-304-X.
  • Guenon, Rene (2004). Studies in Hinduism: Collected Works (2nd ed.). Sophia Perennis. ISBN 978-0-900588-69-3.
  • Gyatso, Geshe Kelsang (2003). Tantric Grounds and Paths. Tharpa Publications. ISBN 978-0-948006-33-3.
  • Gyatso, Geshe Kelsang (2005). Mahamudra Tantra. Tharpa Publications. ISBN 978-0-948006-93-7.
  • Gyatso, Tenzin; Tsong-ka-pa, Jeffrey Hopkins (1987). Deity Yoga. Ithaca, NY: Snow Lion Publications. ISBN 0-937938-50-5.
  • Kane, Pandurang Vaman. History of Dharmashastra. Pune: Bhandarkar Oriental Research Institute.
  • Magee, Michael, tr. (1984). Yoni Tantra.{{cite book}}: CS1 maint: multiple names: authors list (link)
  • Mahendranath, Shri Gurudev (1990). The Scrolls of Mahendranath. Seattle: International Nath Order.
  • McDaniel, June (2004). Offering Flowers, Feeding Skulls: Popular Goddess Worship in West Bengal. New York: Oxford University Press.
  • Mookerji, Ajit (1997). The Tantric Way: Art, Science, Ritual. London: Thames & Hudson.
  • Rao, T. A. Gopinatha (1981). Elements in Hindu Iconography. Vol. 1. Madras: Law Printing House.
  • Smith, Frederick M. (2006). The Self Possessed: Deity and Spirit Possession in South Asian Literature. Columbia University Press, USA. ISBN 0-231-13748-6.
  • Urban, Hugh (2002). "The Conservative Character of Tantra: Secrecy, Sacrifice and This-Worldly Power in Bengali Śākta Tantra". International Journal of Tantric Studies. 6 (1).
  • Walker, Benjamin (1982). Tantrism: Its Secret Principles and Practices. London: Acquarian Press. ISBN 0-85030-272-2.
  • Wallis, Glenn (2002). Mediating the Power of Buddhas: Ritual in the Mañjuśrīmūlakalpa. Albany: State University of New York Press.
  • White, David Gordon (2003). Kiss of the Yogini: "Tantric Sex" in its South Asian Contexts. Chicago: University of Chicago Press.
  • White, David Gordon (1998). The Alchemical Body: Siddha Traditions in Medieval India. Chicago: University of Chicago Press.
  • Woodroffe, John (1913). Mahanirvana Tantra: Tantra of the Great Liberation. Arthur Avalon, transl. Retrieved January 13, 2010.

ପାଦଟୀକା[ସମ୍ପାଦନା]

  1. Norbu, p. 49
  2. White (2000), p. 7
  3. ୩.୦ ୩.୧ "ତନ୍ତ୍ର ଓ ମନ୍ତ୍ରରେ ମୋହାଚ୍ଛନ୍ନ ଏକ ଗାଁ". ୨୭.୪.୧୩. Archived from the original on 2020-08-03. Retrieved 2013-04-22. {{cite web}}: Check date values in: |date= (help)

ଆଧାର[ସମ୍ପାଦନା]

  • Norbu, Chögyal Namkhai (1999). The Crystal and The Way of Light: Sutra, Tantra and Dzogchen. Snow Lion Publications. ISBN 1559391359.
  • White, David Gordon (ed.) (2000). Tantra in Practice. Princeton University Press. ISBN 0-691-05779-6. {{cite book}}: |first= has generic name (help)