ପୂଜା (ଉପାସନା)
ଉଇକିପିଡ଼ିଆ ରୁ
ହିନ୍ଦୁ ପୂଜାବିଧି ସାଧାରଣତଃ ପଞ୍ଚୋପଚାର ଓ ଷୋଡ଼ଶୋପଚାରରେ କରାଯାଇଥାଏ ଓ ବିଶେଷ ପୂଜା ଉପଲକ୍ଷେ ୧୮ ଓ ୩୬ ଉପଚାର ଦ୍ଵାରା ପୂଜା କରାଯାଇଥାଏ । ତାନ୍ତ୍ରିକ ମାନେ ୬୪ ଉପଚାରରେ ଦେବୀଙ୍କୁ ପୂଜା କରିଥାଆନ୍ତି ।
ବିଷୟସୂଚୀ |
ପଞ୍ଚୋପଚାର ବିଧି (୫ ଉପଚାର ବିଧି) [ସମ୍ପାଦନା]
ଏଥିରେ ପାଞ୍ଚଟି ସୋପାନରେ ପୂଜାବିଧି ସମ୍ପୂର୍ଣ୍ଣ ହୋଇଥାଏ ।[୧]
- ଗନ୍ଧ: ଚନ୍ଦନ ପ୍ରଦାନ କରିବା
- ପୁଷ୍ପ: ଫୁଲ ଅର୍ପଣ କରିବା (ପ୍ରତ୍ୟେକ ଦେବତାଙ୍କୁ କେତେକ ନିର୍ଦ୍ଦିଷ୍ଟ ଫୁଲ ଦିଆଯାଏ ।)
- ଧୂପ: ଧୂପକାଠି ଓ ଝୁଣା ଇତ୍ୟାଦି ପଦାର୍ଥର ଧୂଆଁ ଦେବା
- ଦୀପ: ଦୀପ ପ୍ରଜ୍ଜ୍ଵଳନ କରିବା
- ନୈବେଦ୍ୟ: ଖାଦ୍ୟପଦାର୍ଥ ଅର୍ପଣ କରିବା
ଦଶୋପଚାର ବିଧି (୧୦ ଉପଚାର ବିଧି) [ସମ୍ପାଦନା]
- ପାଦ୍ୟ
- ଅର୍ଘ୍ୟ
- ଆଚମନ
- ସ୍ନାନ
- ବସ୍ତ୍ର
- ଗନ୍ଧ
- ପୁଷ୍ପ
- ଧୂପ
- ଦୀପ
- ନୈବେଦ୍ୟ
ଷୋଡ଼ଶୋପଚାର ବିଧି (୧୬ ଉପଚାର ବିଧି)[୨] [ସମ୍ପାଦନା]
- ଆସନ
- ସ୍ଵାଗତ
- ପାଦ୍ୟ
- ଅର୍ଘ୍ୟ
- ଆଚମନୀୟ
- ମଧୁପର୍କ (ମଧୁପର୍କ ମୁଦ୍ରା: ଦକ୍ଷିଣ ହସ୍ତର ମଧ୍ୟମା ଓ ଅନାମିକା ଅଗ୍ରରେ ବୁଢ଼ା ଆଙ୍ଗୁଠି ସଂଯୋଗ କରି ଅଧୋମୁଖ କରିବା)
- ପୁନରାଚମନୀୟ
- ସ୍ନାନ
- ବସନ
- ଆଭରଣ
- ଗନ୍ଧ
- ପୁଷ୍ପ
- ଧୂପ
- ଦୀପ
- ନୈବେଦ୍ୟ
- ମୁଖବାସ
ଅଷ୍ଟାଦଶୋପଚାର ବିଧି (୧୮ ଉପଚାର ବିଧି) [ସମ୍ପାଦନା]
- ଆସନ
- ସ୍ଵାଗତ
- ପାଦ୍ୟ ଓ ଅର୍ଘ୍ୟ
- ଆଚମନୀୟ
- ସ୍ନାନ
- ବସ୍ତ୍ର
- ଉପବୀତ/ ଯଜ୍ଞୋପବୀତ
- ଅଳଙ୍କାର (ଭୂଷଣ)
- ଗନ୍ଧ
- ପୁଷ୍ପ
- ଧୂପ
- ଦୀପ
- ନୈବେଦ୍ୟ
- ଦର୍ପଣ
- ପୁଷ୍ପମାଲ୍ୟ
- ଅନୁଲେପନ
- ନମସ୍କାର
- ଦେବବିସର୍ଜନ
ଷଡ଼ତ୍ରିଂଶୋପଚାର ବିଧି (୩୬ ଉପଚାର ବିଧି) [ସମ୍ପାଦନା]
- ଆସନ
- ଅଭ୍ୟଞ୍ଜନ (ତେଲ ଲଗାଇଦେବା)
- ଉଦ୍ବର୍ତ୍ତନ
- ନିରୁକ୍ଷଣ
- ସମ୍ମାର୍ଜନ
- ସର୍ପି
- ସ୍ନାପନ
- ଆବାହନ
- ପାଦ୍ୟ
- ଅର୍ଘ୍ୟ
- ଆଚମନୀୟ
- ବସ୍ତ୍ର
- ଯଜ୍ଞୋପବୀତ
- ଅଳଙ୍କାର
- ଗନ୍ଧ
- ପୁଷ୍ପ
- ଧୂପ
- ଦୀପ
- ତାମ୍ବୁଳ
- ନୈବେଦ୍ୟ
- ପୁଷ୍ପମାଳ
- ଅନୁଲେପନ
- ଶଯ୍ୟା
- ଚାମର
- ବ୍ୟଜନ
- ଆଦର୍ଶ ଦର୍ଶନ
- ନମସ୍କାର
- ନର୍ତ୍ତନ
- ଗୀତ
- ବାଦ୍ୟ
- ଗାନ
- ସ୍ତୁତି
- ହୋମ
- ପ୍ରଦକ୍ଷିଣ
- ଦନ୍ତକାଷ୍ଠ (ଦାନ୍ତଖୁଣ୍ଟା) ପ୍ରଦାନ
- ଦେବବିସର୍ଜନ
ଚତୁଷଷ୍ଟି ଉପଚାର (୬୪ ଉପଚାର ବିଧି)[୩] [ସମ୍ପାଦନା]
ତନ୍ତ୍ର ମତରେ ଦେବୀପୂଜାର ୬୪ ଗୋଟି ଉପଚାର ବା ଅଙ୍ଗ ଯଥା:
- ଆସନାରୋପଣ: ଆସନରେ ବସାଇବା
- ସୁଗନ୍ଧ ତୈଳାଭ୍ୟଙ୍ଗ: ଫୁଲରି ତେଲ ମାଲିଶ କରିବା
- ମଜ୍ଜନଶାଳା ପ୍ରବେଶନ: ଗାଧୁଆ ଘରକୁ ନେବା
- ମଜ୍ଜନମଣିପୀଠୋପବେଶନ: ଗାଧୁଆ ଘରେ ଚଉକିରେ ବସାଇବା
- ଦିବ୍ୟ ସ୍ନାନୀୟ: ବଟା ଗନ୍ଧଦ୍ରବ୍ୟ ବୋଳିବା
- ଉଦ୍ବର୍ତ୍ତନ: ଗାତ୍ରମାର୍ଜନ; ଦେହ ଘଷିବା
- ଉଷ୍ଣୋଦକ ସ୍ନାନ: ଉଷୁମ ପାଣିରେ ଗାଧୋଇଦେବା
- କନକ କଳସ ସ୍ଥିତ ସକଳ ତୀର୍ଥ ଜଳାଭିଷେକ: ସୁନା କଳସରେ ଥିବା ତୀର୍ଥ ଜଳରେ ସ୍ନାନ କରାଇବା
- ଧୌତ ବସ୍ତ୍ର ପରିମାର୍ଜନ: ପାଲଟା ଲୁଗା ସଫା କରିବା
- ଅରୁଣ ଦୁକୂଳ ପରିଧାନ : ନାଲି ପାଟଶାଢ଼ୀ ପିନ୍ଧାଇବା
- ଅରୁଣ ଦୁକୂଳୋତ୍ତରୀୟ: ନାଲି ପାଟଓଢ଼ଣୀ ପକାଇବା
- ଆଲେପ ମଣ୍ଡପ ପ୍ରବେଶନ: ଚିତା ଘେନିବା ନିମିତ୍ତ ମଣ୍ଡପକୁ ନେବା
- ଆଲେପ ମଣିପୀଠୋପବେଶନ: ଚିତା ଘେନିବା ପାଇଁ ମଣ୍ଡପରେ ଚଉକିରେ ବସାଇବା
- ଚନ୍ଦନାଗୁରୁ କୁଙ୍କୁମ କର୍ପୁର କସ୍ତୁରୀ ଗୋରୋଚନା ଦିବ୍ୟଗନ୍ଧ ସର୍ବାଙ୍ଗୁଲେପନ: ବିଭିନ୍ନ ସୁଗନ୍ଧି ଦ୍ରବ୍ୟ ଦେହରେ ବୋଳିବା
- କେଶଭାର କାଳାଗୁରୁ ଧୂପ ଓ ମଲ୍ଲିକା ମାଳତୀ ଚମ୍ପକାଦି ସର୍ବର୍ତ୍ତୁ କୁସୁମମାଳା ଭୂଷଣ: କେଶକୁ ଧୂପଦ୍ଵାରା ସୁଗନ୍ଧିତ କରିବା ଓ ସବୁ ଋତୁର ଫୁଲର ମାଳ ପିନ୍ଧାଇବା
- ଭୂଷଣ ମଣ୍ଡପ ପ୍ରବେଶନ: ଅଳଙ୍କାର ପିନ୍ଧିବା ମଣ୍ଡପକୁ ନେବା
- ଭୂଷଣ ମଣିପୀଠୋବେଶନ: ଭୂଷଣ ମଣ୍ଡପର ଆସନରେ ବସାଇବା
- ନବମଣି ମୁକୁଟ: ନବରତ୍ନ ଖଚିତ ମୁକୁଟ ପିନ୍ଧାଇବା
- ଚନ୍ଦ୍ର ଶକଳା: ମୁଣ୍ଡରେ ଚନ୍ଦ୍ର ପଗଡ଼ୀ ପିନ୍ଧାଇବା
- ସୀମନ୍ତ ସିନ୍ଦୁର: ସିଁଥିରେ ଦିନ୍ଦୂର ଦେବା
- ତିଳକ ରତ୍ନ: କପାଳରେ ତିଳକ ଦେବା
- କାଳାଞ୍ଜନ: ଆଖିରେ କଜ୍ଜଳ ଦେବା
- କର୍ଣ୍ଣପାଳୀ ଯୁଗଳ: କାନରେ କୁଣ୍ଡଳ ବା କାପ ଦେବା
- ନାସାଭରଣ: ନାକରେ ଅଳଙ୍କାର ଦେବା
- ଅଧର ଯାବକ: ଓଠ ରଙ୍ଗାଇବା
- ଗ୍ରଥନ ଭୂଷଣ: ବେକରେ କଣ୍ଠି ଦେବା
- କନକ ଚିତ୍ର ପଦକ: ବେକରେ ସୁନା ପଦକ ଦେବା
- ମହା ପଦକ: ବେକରେ ବଡ଼ ପଦକ ଦେବା
- ମୁକ୍ତାବଳି: ବେକରେ ମୁକ୍ତାହାର ଦେବା
- ଏକାବଳି: ବେକରେ ଏକସରିଆ ହାର ଦେବା
- ଦେବଚ୍ଛନ୍ଦକ: ବେକରେ ବଡ଼ ହାର ଦେବା
- କେୟୁର ଯୁଗଳ ଚତୁଷ୍ଟୟ: ଚାରି ବାହୁରେ ଦୁଇସରିଆ ବାଜୁ
- ବଳୟାବଳି: ହାତର ଖଡୁ
- ଉର୍ମିକାବଳି: ଏକ ପ୍ରକାର ଖଡୁ
- କାଞ୍ଚୀଦାମ: ଗୋଠ
- କଟିସୂତ୍ର: ଅଣ୍ଟା ସୂତା
- ଶୋଭାଖ୍ୟାଭରଣ: ନଳୀ ଗୋଡ଼ର ଅଳଙ୍କାର
- ପାଦ କଟକ: ଗୋଡ଼ ଖଡୁ ବା ପାହୁଡ଼
- ରତ୍ନ ନୂପୁର: ଘାଗୁଡ଼ି ବା ବାଜେଣୀ ବା ବଳା
- ପଦାଙ୍ଗୁରୀୟକ: ଗୋଡ଼ ମୁଦି
- ଏକ କରେ ପାଶ: ପ୍ରଥମ ହସ୍ତରେ ଶସ୍ତ୍ର ପ୍ରଦାନ
- ଅନ୍ୟକରେ ଅଙ୍କୁଶ: ଦ୍ଵିତୀୟ ହସ୍ତରେ ଶସ୍ତ୍ର ପ୍ରଦାନ
- ଇତର କରେ ଚାପ: ତୃତୀୟ ହସ୍ତରେ ଶସ୍ତ୍ର ପ୍ରଦାନ
- ଅପର କରେ ବାଣ: ଚତୁର୍ଥ ହସ୍ତରେ ଶସ୍ତ୍ର ପ୍ରଦାନ ଓ ଅନ୍ୟ ହସ୍ତରେ ଆୟୁଧାରୋପଣ
- ଶ୍ରୀମନ୍ମାଣିକ୍ୟ ପାଦୁକା: ରତ୍ନ କଠାଉ
- ସ୍ଵସମାନ ବେଶାଭରଣ ଭୂଷିତ ଦେବତାମାନଙ୍କ ସହ ସିଂହାସନାରୋହଣ: ନାନାପ୍ରକାର ବେଶଭୂଷାରେ ସଜ୍ଜିତ ହୋଇଥିବା ଦେବତାମାନଙ୍କ ସଙ୍ଗେ ସିଂହାସନରେ ବସାଇବା
- ପରମଶିବ ପର୍ଯ୍ୟଙ୍କୋପବେଶନ: ପଲଙ୍କରେ ବସାଇବା
- ଅମୃତାଶନ ଚଷକ: ଅମୃତ ପାନପାତ୍ର
- ଆଚମନୀୟ: ଭୋଜନ ପୂର୍ବରୁ ଚଳୁପାଇଁ ଜଳ
- କର୍ପୂର ବିଟୀକା: କର୍ପୂରର ଗୁଳା
- ଆନନ୍ଦୋଲ୍ଲାସ ବିଳାସହାସ: ପ୍ରେମହାସ୍ୟ
- ମଙ୍ଗଳାରାତ୍ରିକ: ମଙ୍ଗଳ ଆଳତି
- ଶ୍ଵେତଚ୍ଛତ୍ର: ଧଳା ଛତା
- ଚାମର ଯୁଗଳ: ଦୁଇଟି ଚଅଁର
- ଦର୍ପଣ: ଆରସୀ
- ତାଳବୃନ୍ତ: ବିଞ୍ଚଣା
- ଗନ୍ଧ: ଚନ୍ଦନ
- ପୁଷ୍ପ: ଫୁଲ
- ଧୂପ: ଝୁଣା ଆଦିର ଧୂପ
- ଦୀପ: କର୍ପୂର,ଘିଅର ପ୍ରଦୀପ
- ନୈବେଦ୍ୟ: ଭୋଜ୍ୟ-ଭକ୍ଷ୍ୟ; ଖାଦ୍ୟ ଦ୍ରବ୍ୟ ଅର୍ପଣ
- ପୁନରାଚମନୀୟ: ଆଞ୍ଚୁଆ ପାଣି
- ତାମ୍ବୁଳ: ପାନ
- ବନ୍ଦନ: ସ୍ତୁତି
ଆଧାର [ସମ୍ପାଦନା]
- ↑ "Panchopachara Puja". blessingsonthenet.com. 2012. http://www.blessingsonthenet.com/information%20centre/information-2.asp?id=S0004&serialnosub=4&desctitle=Puja+Basics&subdesctitle=Panchopachara+Puja&serialno=1. Retrieved 18 March 2012.
- ↑ "upacharas". salagram.net. 2004. http://www.salagram.net/upacharas.html. Retrieved 25 December 2012. "Sodasa Upachara"
- ↑ ପୂର୍ଣ୍ଣଚନ୍ଦ୍ର ଓଡ଼ିଆଭାଷାକୋଷ, ପୃଷ୍ଠା: ୪୯୩୮
ଅଧିକ ତଥ୍ୟ [ସମ୍ପାଦନା]
| ଉଇକିପିଡ଼ିଆ କମନସରେ: Puja ଉପରେ ମାଧ୍ୟମ ରହିଅଛି |
- bnaiyer.com:Home Pooja Methods
- Murti Puja on Hindupedia, the Hindu Encyclopedia
- Why do Hindus have a puja room ?
|
||||||||||||||||||||||||||||||||||||||