ଗୁଣପୁର ମହାବିଦ୍ୟାଳୟ
(Gunupur Collegeରୁ ଲେଉଟି ଆସିଛି)
ଗୁଣପୁର ମହାବିଦ୍ୟାଳୟ | |
---|---|
ସ୍ଥାପିତ | ୧୯୭୩ |
ପ୍ରକାର | ସର୍ବସାଧାରଣ |
ଅବସ୍ଥାନ | ଗୁଣପୁର , ଓଡ଼ିଶା, ଭାରତ |
ପରିସର | ୪ ଏକର |
ୱେବସାଇଟ | www.Gunupurcollege.org |
ଏହି ମହାବିଦ୍ୟାଳୟଟି ଗୁଣପୁର ସହରର ଶେଷଭାଗରେ ଅବସ୍ଥିତ । ଓଡ଼ିଶାର ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସହ ଏହା ଅନୁବନ୍ଧିତ[୧] ।
ଇତିହାସ[ସମ୍ପାଦନା]
ସ୍ଥାନୀୟ ଲୋକଙ୍କଦ୍ୱାରା ଏହି ଅନୁଷ୍ଠାନଟି ୧୯୭୩ ମସିହାରେ ଗୁଣୁପୁରଠାରେ ପ୍ରତିଷ୍ଠା କରାଯାଇଥିଲା । +୨ ପାଠ୍ୟକ୍ରମର ଶିକ୍ଷାଦାନ ପାଇଁ ଏହି ଅନୁଷ୍ଠାନଟି, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ସହ ଅନୁବନ୍ଧିତ ହୋଇଥିଲା । ଶ୍ରୀଯୁକ୍ତ ଏମ୍ ସୂର୍ଯ୍ୟନାରାୟଣ ଏହାର ପ୍ରଥମ ଅଧ୍ୟକ୍ଷ୍ୟ । କଳା, ବିଜ୍ଞାନ ଓ ବାଣିଜ୍ୟରେ ସ୍ନାତକ ପାଠ୍ୟକ୍ରମ ପାଇଁ ଏଠାରେ ବ୍ୟବସ୍ଥା ରହିଛି । ପ୍ରତିଷ୍ଠା ବର୍ଷରୁ ଏ ଯାବତ ଯେତେ ସବୁ ଛାତ୍ର ଉଚ୍ଚ ପଦ ପଦବୀରେ ରହି ବିଦ୍ୟାଳୟ ପାଇଁ ସୁନାମ ଅର୍ଜନ କରିଛନ୍ତି, ତନ୍ମଧ୍ୟରୁ ଡକ୍ଟର ପ୍ରଶାନ୍ତ କୁମାର ତ୍ରୀପାଠି[୨][୩] (ଅଧୁନା Indian Institute of Technology Madrasରେ ସହକାରୀ ପ୍ରଫେସର୍ ଭାବେ କାର୍ଯ୍ୟରତ), ଅନ୍ୟତମ ।
ଆଧାର[ସମ୍ପାଦନା]
ବାହାର ଲିଙ୍କ[ସମ୍ପାଦନା]
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |