Jump to content

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା

ଉଇକିପିଡ଼ିଆ‌ରୁ
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା
ଫାଇଲ:Council of Higher Secondary Education, Odisha logo.png
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା
ସ୍ଥାପନା23 ଅକ୍ଟୋବର 1982 (1982-10-23) (୪୨ ବର୍ଷ ପୂର୍ବରୁ)
ପ୍ରକାରରାଜ୍ୟ ସରକାର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା
ମୁଖ୍ୟାଳୟପ୍ରଜ୍ଞାପୀଠ, ସାମନ୍ତରାପୁର, ଭୁବନେଶ୍ୱର, ଓଡ଼ିଶା, ଭାରତ
ଅବସ୍ଥାନପ୍ରଜ୍ଞାପୀଠ, ସାମନ୍ତରାପୁର, ଭୁବନେଶ୍ୱର, ଓଡ଼ିଶା, ଭାରତ
ମୁଖ୍ୟ ଭାଷାଓଡ଼ିଆଇଂରାଜୀ
ୱେବ୍‌ସାଇଟhttp://www.chseodisha.nic.in

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା (ସି.ଏଚ୍.ଏସ୍.ଇ.(ଓ) ଭାବେ ସଂକ୍ଷିପ୍ତରେ ଲିଖିତ) ଭାରତର ଓଡ଼ିଶା ରାଜ୍ୟ ସରକାରଙ୍କ ଅଧୀନରେ ଥିବା ସରକାରୀ ଏବଂ ଘରୋଇ ବିଦ୍ୟାଳୟ ଓ କଲେଜ ପାଇଁ ଉଚ୍ଚ ମାଧ୍ୟମିକ (ଏକାଦଶ ଓ ଦ୍ଵାଦଶ ଶ୍ରେଣୀ ପାଠ୍ୟକ୍ରମ) ପ୍ରଦାନ କରୁଥିବା ଏକ ଶିକ୍ଷା ବୋର୍ଡ ।[][] ଏହା ଭୁବନେଶ୍ୱରଠାରେ ଅବସ୍ଥିତ ।

ଇତିହାସ

[ସମ୍ପାଦନା]

ଓଡ଼ିଶା ଉଚ୍ଚ ମାଧ୍ୟମିକ ଆଇନ, ୧୯୮୨ ଅନୁସାରେ ୧୯୮୨ ମସିହାରେ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପ୍ରତିଷ୍ଠା କରାଯାଇଥିଲା । ଏହା ୧୯୮୨ ଅକ୍ଟୋବର ୨୩ ତାରିଖରେ ଓଡ଼ିଶା ରାଜ୍ୟପାଳଙ୍କଦ୍ୱାରା କାର୍ଯ୍ଯକ୍ଷମ କରାଯାଇଥିଲା ।

ଓଡ଼ିଶାରେ ଉଚ୍ଚ ମାଧ୍ୟମିକ ଶିକ୍ଷାର ନିୟନ୍ତ୍ରଣ ଏବଂ ବିକାଶ କରିବା ପାଇଁ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଗଠନ କରାଯାଇଥିଲା । ଏହାର ପ୍ରାଶାସନିକ କାର୍ଯ୍ୟ ଭୁବନେଶ୍ୱରଗୌତମ ନଗରରେ ୧୯୮୨ ସେପ୍ଟେମ୍ବର ୭ରୁ ଏକ ଭଡ଼ାଘରୁ ଆରମ୍ଭ ହୋଇଥିଲା । କିଛି ବର୍ଷ ପରେ ପରିଷଦ ଭୁବନେଶ୍ୱରସାମନ୍ତରାପୁର ଠାରେ ନିଜର ପ୍ରାଶାସନିକ କୋଠା ନିର୍ମାଣ କଲା ଏବଂ ୧୯୯୬ ଜାନୁଆରୀ ୨ ତାରିଖରୁ ନିଜ ଭିତ୍ତିଭୂମିରେ କାର୍ଯ୍ୟ କରିବା ଆରମ୍ଭ କଲା । କ୍ୟାମ୍ପସର ନୂଆ ନାମକୁ ପ୍ରଜ୍ଞାପୀଠ ନାମରେ ନାମିତ କରାଯାଉଛି ।[]

ପାଠ୍ୟକ୍ରମ

[ସମ୍ପାଦନା]

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE(O)) କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷା କ୍ଷେତ୍ରରେ ବିଭିନ୍ନ ବିଷୟରେ HSE ପରୀକ୍ଷା ପରିଚାଳନା କରେ । ଯଥା :-

  • ଆଧୁନିକ ଭାରତୀୟ ଭାଷା
  1. ଇଂରାଜୀ (ବୈକଳ୍ପିକ)
  2. ଓଡ଼ିଆ
  3. ତେଲୁଗୁ
  4. ବଙ୍ଗଳା
  5. ସଂସ୍କୃତ
  6. ହିନ୍ଦୀ
  7. ଊର୍ଦ୍ଦୁ
  8. ପାର୍ସୀ
  • ENGLISH (ବାଧ୍ୟତାମୂଳକ)
  • ପରିବେଶ ବିଦ୍ୟା
  • ଯୋଗ
  • ସାଧାରଣ ସଙ୍ଗଣକ ବିଦ୍ୟା
  • ପଦାର୍ଥ ବିଜ୍ଞାନ
  • ରସାୟନ ବିଜ୍ଞାନ
  • ଗଣିତ
  • ଜୀବବିଜ୍ଞାନ (ପ୍ରାଣୀବିଜ୍ଞାନ ଓ ଉଦ୍ଭିଦବିଜ୍ଞାନ)
  • ଭୂ-ବିଜ୍ଞାନ
  • ଇତିହାସ
  • ରାଜନୀତି ବିଜ୍ଞାନ
  • ଅର୍ଥନୀତି
  • ଶିଳ୍ପ ସମ୍ପର୍କ ଓ ଶ୍ରମଶକ୍ତି ପରିଚାଳନା
  • ତର୍କଶାସ୍ତ୍ର
  • ଭୂଗୋଳ
  • ଗୃହବିଜ୍ଞାନ
  • ଶିକ୍ଷା
  • ମନୋବିଜ୍ଞାନ
  • ଭାରତୀୟ ସଙ୍ଗୀତ
  • ନୃ-ବିଜ୍ଞାନ
  • ସମାଜଶାସ୍ତ୍ର
  • ପରିସଂଖ୍ୟାନ
  • ସୂଚନା ଓ ପ୍ରଯୁକ୍ତିବିଦ୍ଯା
  • ଜୈବ-ପ୍ରଯୁକ୍ତିବିଦ୍ଯା
  • କମ୍ପ୍ୟୁଟର୍ ବିଜ୍ଞାନ
  • ବୈଦ୍ୟୁତିକଶାସ୍ତ୍ର
  • ଲେଖାଶାସ୍ତ୍ର
  • ବ୍ୟାବସାୟିକ ଅଧ୍ଯୟନ ଓ ପରିଚାଳନା
  • ବ୍ୟାବସାୟିକ ଗଣିତ ଓ ପରିସଂଖ୍ୟାନ
  • ବିକ୍ରୟପାଠ
  • ବ୍ୟାବସାୟିକ ଅର୍ଥନୀତି
  • ବ୍ୟାଙ୍କିଙ୍ଗ୍ ଓ ବୀମା
  • ବ୍ୟୟ ଲେଖାଙ୍କନ
  • ଔଦ୍ୟୋଗିକୀର ମୌଳିକ ତତ୍ତ୍ୱ
  • ଲେଖା-ପରିଚାଳନାର ମୌଳିକ ତତ୍ତ୍ଵ
  • ଇଚ୍ଛାଧୀନ ଭାଷା
  1. ଓଡ଼ିଆ
  2. ସଂସ୍କୃତ
  3. ହିନ୍ଦୀ
  4. ଊର୍ଦ୍ଦୁ
  5. ପାର୍ସୀ
  6. ବଙ୍ଗଳା
  7. ତେଲୁଗୁ
  • ପଶୁପାଳନ
  • ପକ୍ଷୀପାଳନ
  • ଚିତ୍ରକଳା
  • ତାବଲା
  • ବଂଶୀ
  • ସୀତାର
  • ଭାୟୋଲିନ୍
  • କାର୍ଯ୍ୟାଳୟ ପରିଚାଳନା
  • ମାତ୍ସ୍ୟପାଳନ
  • ମୋବାଇଲ୍ ପ୍ରଯୁକ୍ତିବିଦ୍ୟା
  • ପର୍ଯ୍ଯଟନ ଓ ଭ୍ରମଣ ପରିଚାଳନା
  • ପର୍ଯ୍ଯଟନ ଓ ସେବା
  • ନାଟକ
  • ନିର୍ମାଣ
  • ଶସ୍ୟ ଉତ୍ପାଦନ
  • ଦୃଶ୍ୟ ଶ୍ରାବ୍ୟ କୌଶଳ
  • ବୀମା
  • ଛଉ ନୃତ୍ୟ
  • ବ୍ୟାଙ୍କିଙ୍ଗ୍
  • ଅଟୋମୋଟିଭ୍
  • ସ୍ୱାସ୍ଥ୍ୟସେବା
  • ଛପା ପ୍ରଯୁକ୍ତିବିଦ୍ୟା
  • ପ୍ରାକ୍-ବିଦ୍ୟାଳୟ ପରିଚାଳନା
  • ପାରମ୍ପରିକ ହସ୍ତକଳା
  • ବସ୍ତ୍ର-କାରିଗର
  • କର ସହାୟକ
  • ଲେଖାଙ୍କନ ଓ ଲେଖାପରୀକ୍ଷା
  • ମୂର୍ତ୍ତିକକା
  • ସୌନ୍ଦର୍ଯ୍ୟ ଓ ଶରୀର-କଲ୍ୟାଣ
  • ଅନ୍ତଃସ୍ଥଳୀୟ ମତ୍ସ୍ୟଚାଷ
  • ଉଦ୍ୟାନ କୃଷି
  • ରେଶମକୀଟ-ପାଳନ
  • ଲେଖାଙ୍କନ
  • ପ୍ରାଥମିକ ଚିକିତ୍ସା
  • କୃଷି
  • ପରିଧାନ ପ୍ରଯୁକ୍ତିବିଦ୍ୟା
  • ବିକ୍ରୟ
  • ପ୍ଲମ୍ବର୍
  • ଖାଦ୍ୟ ପ୍ରକ୍ରିୟାକରଣ
  • କମ୍ପ୍ୟୁଟର୍ କୌଶଳ
  • ଗ୍ରାଫିକ୍ସ୍ କଳା
  • ଅଟୋମୋଟିଭ୍
  • ଆପ୍ୟାୟନ ଓ ଭୋଜନାଳୟ ପରିଚାଳନା
  • ଯାନବାହନ ପ୍ରଯୁକ୍ତିବିଦ୍ଯା
  • ଗୃହ-ବିଦ୍ୟୁତ୍-ଉପକରଣ ମରାମତି ଓ ରକ୍ଷଣାବେକ୍ଷଣ
  • ଶକ୍ତିଚାଳିତ କୃଷିଯନ୍ତ୍ର ମରାମତି ଓ ରକ୍ଷଣାବେକ୍ଷଣ
  • ଓଡ଼ିଶୀ ନୃତ୍ୟ
  • ଓଡ଼ିଶୀ ସ୍ୱର
  • ଓଡ଼ିଶୀ ପଖବାଜ
  • ଓଡ଼ିଶୀ ମର୍ଦ୍ଦଳ
  • ହିନ୍ଦୁସ୍ଥାନୀ ସ୍ଵର
  • ହିନ୍ଦୁସ୍ଥାନୀ ଭାୟୋଲିନ୍

ପାଠ୍ୟ-ଖସଡ଼ା

[ସମ୍ପାଦନା]

ପରିଷଦ ପ୍ରତିବର୍ଷ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷା ନିମିତ୍ତ ସ୍ରୋତ ଅନୁଯାୟୀ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ନିମନ୍ତେ ପାଠ୍ୟଖସଡ଼ା ପ୍ରସ୍ତୁତ କରେ । ଏହା ଇଂରାଜୀ (ବାଧ୍ୟତାମୂଳକ), ଗଣିତ, ଜୀବବିଜ୍ଞାନ, ସମାଜଶାସ୍ତ୍ର, ପଦାର୍ଥ ବିଜ୍ଞାନ ଓ ରସାୟନ ବିଜ୍ଞାନ ପାଇଁ ଜାତୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ (NCERT) ଓ ଅନ୍ୟାନ୍ୟ ବିଷୟ ପାଇଁ ଓଡ଼ିଶା ରାଜ୍ୟ ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା (Bureau) ଦ୍ଵାରା ପ୍ରକାଶିତ ପାଠ୍ୟପୁସ୍ତକ ପ୍ରସ୍ତାବିତ କରିଥାଏ ।

ଦ୍ରଷ୍ଟବ୍ଯ

[ସମ୍ପାଦନା]
  1. Nava Kishor Das (2012). Odisha. Anthropological Survey of India by Seagull Books. ISBN 978-81-7046-293-4.
  2. "କମିଲା ସିଲାବସ, ଦୂର ହେଲା ଦ୍ୱନ୍ଦ୍ୱ". www.zeenews.india.com. zee news. {{cite web}}: |access-date= requires |url= (help); |archive-url= requires |url= (help); Missing or empty |url= (help)
  3. "About CHSE". Archived from the original on 2019-09-11. Retrieved 2020-09-24.