Jump to content

ବନମାଳି ମହାରଣା

ଉଇକିପିଡ଼ିଆ‌ରୁ
(Banamali Maharanaରୁ ଲେଉଟି ଆସିଛି)
ବନମାଳି ମହାରଣା
ଜନ୍ମ(1941-05-16)୧୬ ମଇ ୧୯୪୧
ମୃତ୍ୟୁ୧୭ ନଭେମ୍ବର ୨୦୧୮(2018-11-17) (ବୟସ ୭୭)
ବୃତ୍ତିଓଡ଼ିଶୀ ମର୍ଦ୍ଦଳ ଗୁରୁ
ଶୈଳୀଓଡ଼ିଶୀ ସଙ୍ଗୀତ
ପୁରସ୍କାରକେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ

ବନାମାଳି ମହାରଣା (୧୬ ମଇ ୧୯୪୧ - ୧୭ ନଭେମ୍ବର ୨୦୧୮) କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ଜଣେ ମର୍ଦ୍ଦଳ ଗୁରୁ ଥିଲେ । ଓଡ଼ିଶୀ ମର୍ଦ୍ଦଳକୁ ଏକ ଶାସ୍ତ୍ରୀୟ ବାଦ୍ୟ ହିସାବରେ ପରିଚିତ କରାଇବାରେ ବନମାଳିଙ୍କ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

ଆଦ୍ୟ ଜୀବନ

[ସମ୍ପାଦନା]

ବନମାଳି ପୁରୀ ଜିଲ୍ଲାର ଶିଳ୍ପୀଗ୍ରାମ ରଘୁରାଜପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ପିଲାଦିନରୁ ସେ ସଙ୍ଗୀତପ୍ରତି ଆକର୍ଷିତ ଥିଲେ ମଧ୍ୟ ସଙ୍ଗୀତରେ କୌଣସି ଧରାବନ୍ଧା ଶିକ୍ଷା ପାଇନଥିଲେ । କିନ୍ତୁ ସେ ମୋହନ ସୁନ୍ଦର ଦେବ ଗୋସ୍ୱାମୀଙ୍କ ରାସଲୀଳା ପ୍ରତି ବହୁତ ପ୍ରଭାବିତ ଥିଲେ । କ୍ରମେ ସେ ମୋହନ ସୁନ୍ଦରଙ୍କ ଦଳରେ ଢୋଲ ଓ ଖୋଳ ବଜେଇବା ଆରମ୍ଭ କରିଥିଲେ । ପରେ,ସେ ଅନ୍ନପୂର୍ଣ୍ଣା ଥିଏଟରରେ ଯୋଗଦେଇଥିଲେ ।ସେଠାରେ ତାଙ୍କୁ ସିଂହାରୀ ଶ୍ୟାମସୁନ୍ଦର କର ଓ କ୍ଷେତ୍ରମୋହନ କରଙ୍କଠାରୁ ତାଳବାଦ୍ୟର ପ୍ରକୃତ ଶିକ୍ଷା ମିଳିଥିଲା ।[] ରଘୁରାଜପୁର ଗ୍ରାମରେ ଜନ୍ମଗ୍ରହଣ କରିଥିବା କେଳୁଚରଣ ମହାପାତ୍ର ହିସାବରେ ତାଙ୍କର ବଡ଼ ଭାଇଥିଲେ । ବନମାଳି, କେଳୁଚରଣଙ୍କ ନୃତ୍ୟ ପ୍ରଦର୍ଶନରେ ସବୁବେଳେ ମର୍ଦ୍ଦଳ ବାଦନ କରୁଥିଲେ । ବନମାଳି କଟକର କଳାବିକାଶ କେନ୍ଦ୍ରରୁ ମର୍ଦ୍ଦଳ ଶିଖେଇବା ଆରମ୍ଭ କରିଥିଲେ ଓ ପରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ମର୍ଦ୍ଦଳ ବିଭାଗରେ ଯୋଗ ଦେଇଥିଲେ । [] ୧୯୯୯ମସିହାରେ, ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରୁ ମର୍ଦ୍ଦଳ ବିଭାଗର ମୁଖ୍ୟ ଭାବରେ ସେବାନିବୃତ ହୋଇଥିଲେ । କେଳୁଚରଣଙ୍କ ବ୍ୟତିତ ବନମାଳି ସଂଯୁକ୍ତା ପାଣିଗ୍ରାହୀ, ପ୍ରିୟମ୍ବଦା ମହାନ୍ତି ହେଜମାଦି, ସୋନାଲ ମାନସିଂହ, ଅରୁଣା ମହାନ୍ତିସୁଜାତା ମହାପାତ୍ର ଆଦିଙ୍କ ସହିତ ବହୁବାର ମର୍ଦ୍ଦଳ ବାଦନ କରିଥିଲେ ।[]

ପୁରସ୍କାର ଓ ସମ୍ମାନ

[ସମ୍ପାଦନା]
  1. "Noted percussionist Guru Banamali Maharana passed away". United News of India. 17 November 2018. Retrieved 1 December 2018.
  2. "add add Eminent percussionist Guru Banamali Maharana passes away". pti news. Retrieved 30 November 2018.
  3. "Mardala exponent Banamali Maharana passes away". New India Express. Retrieved 30 November 2018.
  4. "Eminent percussionist Guru Banamali Maharana passes away". Business Standard. Retrieved 30 November 2018.
  5. "୩ଜଣଙ୍କୁ ମିଳିବ ଗଙ୍ଗାଧର ସ୍ମୃତି ପୁରସ୍କାର". dharitri.com/e-Paper. Retrieved 10 February 2021.