ସ୍ନେହଲତା ମହାନ୍ତି

ଉଇକିପିଡ଼ିଆ‌ରୁ
(Snehalata Mohantyରୁ ଲେଉଟି ଆସିଛି)
ସ୍ନେହଲତା ମହାନ୍ତି
Born (1932-03-23) ୨୩ ମାର୍ଚ୍ଚ ୧୯୩୨ (ବୟସ ୯୧)
ବାଘସାହି, ଜଗତସିଂହପୁର
Nationalityଭାରତୀୟ
Occupationଶିଶୁ ସାହିତ୍ୟିକା
Spouseପୂର୍ଣ୍ଣଚନ୍ଦ୍ର ମହାନ୍ତି
Parent(s)ଦିବ୍ୟସିଂହ ମହାନ୍ତି, ଇନ୍ଦ୍ରମଣି ଦେବୀ
Relativesଆନନ୍ଦ ଚନ୍ଦ୍ର ମହାନ୍ତି(ଶ୍ୱଶୁର)
Awardsକେନ୍ଦ୍ର ସାହିତ୍ୟ ଏକାଡେମୀ 'ବାଳ ସାହିତ୍ୟ ପୁରସ୍କାର' ୨୦୧୫[୧]

ସ୍ନେହଲତା ମହାନ୍ତି, (ଜନ୍ମ: ୨୩ ମାର୍ଚ୍ଚ ୧୯୩୨) କେନ୍ଦ୍ର ସାହିତ୍ୟ ଏକାଡେମୀ 'ବାଳ ସାହିତ୍ୟ ପୁରସ୍କାର' ପ୍ରାପ୍ତ,[୨] ଜଣେ ଓଡ଼ିଆ ଶିଶୁ ସାହିତ୍ୟିକା । ଆକାଶବାଣୀ ଓ ଦୂରଦର୍ଶନର ବହୁ କାର୍ଯ୍ୟକ୍ରମରେ ମଧ୍ୟ ସେ ଅଂଶଗ୍ରହଣ କରିଛନ୍ତି ।

ବାଲ୍ୟଜୀବନ ଓ ଶିକ୍ଷା[ସମ୍ପାଦନା]

ସ୍ନେହଲତା ମହାନ୍ତି ୧୯୩୨ ମସିହା ମାର୍ଚ୍ଚ ୨୩ ତାରିଖରେ ଜଗତସିଂହପୁର ନିକଟସ୍ଥ ବାଘସାହି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ପିତାଙ୍କ ନାମ ଥିଲା ଦିବ୍ୟସିଂହ ମହାନ୍ତି ଓ ମାତାଙ୍କ ନାମ ଇନ୍ଦ୍ରମଣି ଦେବୀ । ପିତା ନୂଆପଡାର ତହସିଲଦାର ଥିବାରୁ, ଘରର ଆର୍ଥିକ ଅବସ୍ଥା ସ୍ୱଛଳ ଥିଲା । ସ୍ନେହଲତାଙ୍କୁ ୮ବର୍ଷ ବସସ ବେଳକୁ ମାତା ଇନ୍ଦ୍ରମଣିଙ୍କର ଦେହାନ୍ତ ଘଟିଥିଲା । ସିପି, ନିମ୍ନ ପ୍ରାଥମିକ ବିଦ୍ୟାଳୟରୁ, ସ୍ନେହଲତା ନିଜର ପ୍ରାଥମିକ ଶିକ୍ଷାରମ୍ଭ କରିଥିଲେ । ୧୯୪୦ ମସିହାରେ ସେ ତୃତୀୟ ଶ୍ରେଣୀ ପାସ କରିଥିଲେ । ଏହି ପରୀକ୍ଷାରେ ସେ ସମଗ୍ର କଟକ ସର୍କଲରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ୧୯୪୨ ମସିହାରେ ମାତ୍ର ୧୦ବର୍ଷ ବୟସରେ ସେ ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ କରିଥିଲେ । ସେତେବେଳକୁ ପିତା ତାଙ୍କର ପାଠପଢାରେ ଡୋରି ବାନ୍ଧିଦେଲେ । ୧୯୫୦ ମସିହା ମାର୍ଚ୍ଚ ୧୧ ଦିନ, ସ୍ନେହଲତାଙ୍କର ବିବାହ ବାଲିକୁଦା ନିବାସୀ ଆନନ୍ଦ ଚନ୍ଦ୍ର ମହାନ୍ତିଙ୍କର ଜ୍ୟେଷ୍ଟ ପୁତ୍ର ପୂର୍ଣ୍ଣଚନ୍ଦ୍ରଙ୍କ ସହ ସଂଗଠିତ ହୋଇଥିଲା । ପୂର୍ଣ୍ଣଚନ୍ଦ୍ର ପୁଲିସ ଚାକିରି କରୁଥିଲେ ।

ରଚନାବଳୀ[ସମ୍ପାଦନା]

ସ୍ନେହଲତା ମହାନ୍ତି, ମୁଖ୍ୟତଃ ଶିଶୁସାହିତ୍ୟ[୩] ଲେଖୁଥିଲେ ମଧ୍ୟ ବଡ଼଼ମାନଙ୍କ ପାଇଁ ଗଳ୍ପ, କବିତା ଓ ପ୍ରବନ୍ଧ ରଚନା କରିଛନ୍ତି । ତାଙ୍କର ୩୩ଖଣ୍ଡ ଶିଶୁସାହିତ୍ୟ ପୁସ୍ତକ ପ୍ରକାଶିତ ହୋଇସାରିଛି ଓ ବହୁ ପୁସ୍ତକ ପ୍ରକାଶନ ଅପେକ୍ଷାରେ ଅଛି । "ମନପବନ" ପତ୍ରିକାରେ ତାଙ୍କର ପ୍ରଥମ ଲେଖା ପ୍ରକାଶ ପାଇଥିଲା ।

  • ନ ତିଅଣ ଛ ଭଜା
  • ଶିଶୁଗୀତିକା
  • ମୁଁ ବୈଜ୍ଞାନିକ ହେବି
  • ନୂଆ ଦୁନିଆ
  • ସପନ କଥା
  • ନିଦଛଡା ଔଷଧ
  • ମେଳର ବଳ
  • ହସ, ଖୁସି ଓ ମଉଜ
  • ବଗ ବଗୁଲୀ
  • ଝୁଲୁରେ ହାତୀ ଝୁଲ
  • ମନଲାଖି ଗପ ଓ ଗୀତ
  • ଝୁମକୁ ଝୁମା
  • ହନୁକୁ ପାନେ
  • ସବୁଠାରୁ ବଡ଼
  • ଅଲିଭା ଦୀପ[୪]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • କେନ୍ଦ୍ର ସାହିତ୍ୟ ଏକାଡେମୀ 'ବାଳ ସାହିତ୍ୟ' ପୁରସ୍କାର, ୨୦୧୫[୫]
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୧[୬]
  • ପ୍ରଜାତନ୍ତ୍ର ପୁରସ୍କାର - ୧୯୬୧
  • ନିଖିଳ ଉତ୍କଳ ପୁଲିସ ସାଂସ୍କୃତିକ ସମ୍ମିଳନୀ ପୁରସ୍କାର - ୧୯୬୨
  • ନିଖିଳ ଉତ୍କଳ ଲେଖିକା ସମ୍ମିଳନୀ - ୧୯୬୨
  • ଓଡ଼ିଶା ଶିଶୁ ସାହିତ୍ୟ ସମାଜ ପୁରସ୍କାର - ୧୯୬୫
  • ଆକାଶବାଣୀ ଦିଲ୍ଲୀ କେନ୍ଦ୍ର ପୁରସ୍କାର - ୧୯୯୩
  • ଆକାଶବାଣୀ ହୀରକ ଜୟନ୍ତୀ ପୁରସ୍କାର - ୨୦୦୮
  • ଅନନ୍ତ ପଟ୍ଟନାୟକ ଶିଶୁ ସାହିତ୍ୟ ସମ୍ମାନ, ୨୦୦୭ (ଶିଶୁ ସାହିତ୍ୟ ଲେଖକ ସମ୍ମେଳନ, ଓଡ଼ିଶା ପ୍ରଦତ୍ତ)

ଆଧାର[ସମ୍ପାଦନା]

  1. http://www.orissadiary.com/CurrentNews.asp?id=59867[permanent dead link]
  2. http://www.iamin.in/en/bhubaneswar/news/two-odia-litterateurs-get-kendra-sahitya-akademi-award-63299[permanent dead link]
  3. Jagannath Mohanty (2009). Encyclopaedia of Education, Culture and Children's Literature: v. 4. Children's literature and education. Deep & Deep Publications. pp. 24–. ISBN 978-81-8450-151-3.
  4. "ପିଲାଙ୍କ ମନ ବୁଝି ସେମାନଙ୍କ ପାଇଁ ଲେଖେ". ଧରିତ୍ରୀ ୨୫/୦୬/୨୦୧୫ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୦. 25 June 2015. {{cite news}}: |access-date= requires |url= (help)
  5. "ଶିଶୁରେ ସାହିତ୍ୟ ଦେଖିଲି; ସାହିତ୍ୟକୁ ଶିଶୁ ମାନିନେଲି". ପ୍ରମେୟ ୨୫/୦୬/୨୦୧୫ ପୃଷ୍ଠା ୧୨. 25 June 2015. Archived from the original on 5 March 2016. Retrieved 25 June 2015.
  6. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 15 April 2017.