ତାରକସି କାମ
ଦେଖଣା
(ବେଲକଣ୍ଟାରୁ ଲେଉଟି ଆସିଛି)
ତାରକସି କାମ ଏକ ଭାରତୀୟ ଧାତୁକଳା । ଏହା ଓଡ଼ିଶାର କଟକରୁ ଆରମ୍ଭ ହୋଇଥିଲା ।[୧] ବଣିଆମାନେ ମୁଖ୍ୟତଃ ରୂପାର ସୂକ୍ଷ୍ମ ତାରରେ ଅଳଙ୍କାର ଓ ଅନ୍ୟାନ୍ୟ ସାଜସଜ୍ଜା ସରଞ୍ଜାମ ତିଆରି କରିଥାନ୍ତି ।[୨]
ଆରମ୍ଭ
[ସମ୍ପାଦନା]ଏହା ୫୦୦ ବର୍ଷରୁ ଅଧିକ ପୁରୁଣା ଏକ ପାରମ୍ପରିକ କଳା ଯାହା କଟକ ଓ ଆଖ ପାଖର ସ୍ଥାନୀୟ କାରିଗରମାନେ ଅନେକ ପିଢ଼ି ଧରି କରିଆସୁଛନ୍ତି । [୩] ଅଧୁନା, ଅଧିକାଂଶ ରୂପା କାରିଗର କଟକର । ଅତୀତରେ ଓଡ଼ିଶାର ବିଦେଶ ବଣିଜ କାଳରେ ସାଧବମାନେ ଇଣ୍ଡୋନେସିଆ ଆହୁରି ଅନେକ ଦକ୍ଷିଣ ଏସିଆର ଦେଶସବୁକୁ ଏସବୁ ନେବା ବେଳରେ ଏହି କଳା ସମୃଦ୍ଧି ଲାଭ କରିଥିଲା । [୪][୫]
କାରିଗରୀ
[ସମ୍ପାଦନା]ପାରମ୍ପାରିକ ଭାବେ ତାରକସି କାମରେ ବ୍ୟବହାର ହେଉଥିବା ରୂପା ତାର ପାଇଁ ରୂପାକୁ ଅତି ପତଳା କଣା ଭିତରେ ପଶାଇ ଟାଣି ସରୁ ତାର ତିଆରି କରାଯାଇଥାଏ । ପରେ ବଣିଆମାନେ ଏହି ତାରକୁ ବ୍ୟବହାର କରି ଅଳଙ୍କାର ଆଦି ତିଆରି କରନ୍ତି ।[୨]
ଆଧାର
[ସମ୍ପାଦନା]- ↑ Cultural Heritage of Orissa: Justice Sri Harihar Mahapatra Felicitation Volume. Institute of Oriental and Orissan Studies. 1993.
- ↑ ୨.୦ ୨.୧ The Orissa Historical Research Journal. Superintendent of Research and Museum. 1984.
- ↑ "ଆର୍କାଇଭ୍ କପି". Archived from the original on 2012-03-03. Retrieved 2011-09-17.
{{cite web}}
: Cite has empty unknown parameter:|1=
(help) - ↑ http://cuttackcitylife.blogspot.com/2007/06/Tarakashi.html[permanent dead link]
- ↑ "ଆର୍କାଇଭ୍ କପି". Archived from the original on 2010-01-14. Retrieved 2011-09-17.
{{cite web}}
: Cite has empty unknown parameter:|1=
(help)