ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ
ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ | |
---|---|
ପ୍ରତିଷ୍ଠା | ୧୯୭୮ |
ପ୍ରକାର | ସର୍ବସାଧାରଣ |
ଅଧ୍ୟକ୍ଷ | ଡଃ ମହେନ୍ଦ୍ର ମିଶ୍ର |
ଅବସ୍ଥାନ | ବ୍ରହ୍ମପୁର, ଓଡ଼ିଶା, ଭାରତ |
ୱେବସାଇଟ | binayakacharyacollege.in |
ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ ବ୍ରହ୍ମପୁର ସହରର ହରିଡାଖଣ୍ଡି ଅଞ୍ଚଳରେ ଅବସ୍ଥିତ । ଓଡ଼ିଶାର ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସହ ଏହା ଅନୁବନ୍ଧିତ ।[୧]
ଇତିହାସ[ସମ୍ପାଦନା]
ସ୍ୱର୍ଗତ ବିନାୟକ ଆଚାର୍ଯ୍ୟଙ୍କ ସ୍ମୃତିରେ ପ୍ରତିଷ୍ଠିତ ଏହି ଅନୁଷ୍ଠାନଟି ୧୯୭୮-୭୯ ଶିକ୍ଷାବର୍ଷରେ ଖଲ୍ଲିକୋଟ ମହାବିଦ୍ୟାଳୟର ଏକ ପରିବର୍ଦ୍ଧିତ ଶାଖା ଭାବରେ ଆସ୍କା ରୋଡ୍ସ୍ଥିତ ମୁନିସିପାଲ ହାଇସ୍କୁଲ ପରିସରରେ କାର୍ଯ୍ୟ କରିବା ଆରମ୍ଭ କଲା । ତେବେ ୧୯୮୧-୮୨ ଶିକ୍ଷାବର୍ଷରୁ ଏହା ମୂଳ ମହାବିଦ୍ୟାଳୟରୁ ଅଲଗା ହୋଇ ଏକ ସ୍ୱତନ୍ତ୍ର ଅନୁଷ୍ଠାନର ମର୍ଯ୍ୟାଦା ପାଇଲା । ୩୧ ଅକ୍ଟୋବର ୧୯୮୯ ପରଠାରୁ ଏହି ମହାବିଦ୍ୟାଳୟ ହରିଡାଖଣ୍ଡିସ୍ଥିତ ନିଜସ୍ୱ କୋଠାରେ ଚାଲୁଅଛି । ମହାବିଦ୍ୟାଳୟଟି NAACଦ୍ୱାରା C++ ମାନ୍ୟତା ପ୍ରାପ୍ତ ହୋଇଛି ।।[୨]
ପାଠ୍ୟକ୍ରମ[ସମ୍ପାଦନା]
କଳା, ବିଜ୍ଞାନ ଓ ବାଣିଜ୍ୟରେ ସ୍ନାତକ ପାଠ୍ୟକ୍ରମ ପାଇଁ ଏଠାରେ ବ୍ୟବସ୍ଥା ରହିଛି ।
ଆଧାର[ସମ୍ପାଦନା]
- ↑ "List of Colleges in Berhampur University". Retrieved 30 June 2017.
- ↑ "NAAC ACCREDITED INSTITUTIONS". Retrieved 30 June 2017.
ବାହାର ଲିଙ୍କ[ସମ୍ପାଦନା]
![]() | ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |