Jump to content

ତାରକସି କାମ

ଉଇକିପିଡ଼ିଆ‌ରୁ
(ଜୁଡ଼ାଫୁଲରୁ ଲେଉଟି ଆସିଛି)
କଟକର ରୂପା ତିଆରି ତରକାଶୀ କାନଫୁଲ
ନାରୀମାନେ ଜୁଡ଼ାରେ ଖୋସୁଥିବା ରୂପା ତାରକସି ବେଲକଣ୍ଟା

ତାରକସି କାମ ଏକ ଭାରତୀୟ ଧାତୁକଳା । ଏହା ଓଡ଼ିଶାର କଟକରୁ ଆରମ୍ଭ ହୋଇଥିଲା ।[] ବଣିଆମାନେ ମୁଖ୍ୟତଃ ରୂପାର ସୂକ୍ଷ୍ମ ତାରରେ ଅଳଙ୍କାର ଓ ଅନ୍ୟାନ୍ୟ ସାଜସଜ୍ଜା ସରଞ୍ଜାମ ତିଆରି କରିଥାନ୍ତି ।[]

ଆରମ୍ଭ

[ସମ୍ପାଦନା]
୧୮୭୩ ମସିହାରେ କଟକର ବଣିଆମାନଙ୍କର ତାରକସି କାମ

ଏହା ୫୦୦ ବର୍ଷରୁ ଅଧିକ ପୁରୁଣା ଏକ ପାରମ୍ପରିକ କଳା ଯାହା କଟକ ଓ ଆଖ ପାଖର ସ୍ଥାନୀୟ କାରିଗରମାନେ ଅନେକ ପିଢ଼ି ଧରି କରିଆସୁଛନ୍ତି । [] ଅଧୁନା, ଅଧିକାଂଶ ରୂପା କାରିଗର କଟକର । ଅତୀତରେ ଓଡ଼ିଶାର ବିଦେଶ ବଣିଜ କାଳରେ ସାଧବମାନେ ଇଣ୍ଡୋନେସିଆ ଆହୁରି ଅନେକ ଦକ୍ଷିଣ ଏସିଆର ଦେଶସବୁକୁ ଏସବୁ ନେବା ବେଳରେ ଏହି କଳା ସମୃଦ୍ଧି ଲାଭ କରିଥିଲା । [][]

କାରିଗରୀ

[ସମ୍ପାଦନା]

ପାରମ୍ପାରିକ ଭାବେ ତାରକସି କାମରେ ବ୍ୟବହାର ହେଉଥିବା ରୂପା ତାର ପାଇଁ ରୂପାକୁ ଅତି ପତଳା କଣା ଭିତରେ ପଶାଇ ଟାଣି ସରୁ ତାର ତିଆରି କରାଯାଇଥାଏ । ପରେ ବଣିଆମାନେ ଏହି ତାରକୁ ବ୍ୟବହାର କରି ଅଳଙ୍କାର ଆଦି ତିଆରି କରନ୍ତି ।[]

  1. Cultural Heritage of Orissa: Justice Sri Harihar Mahapatra Felicitation Volume. Institute of Oriental and Orissan Studies. 1993.
  2. 1 2 The Orissa Historical Research Journal. Superintendent of Research and Museum. 1984.
  3. "ଆର୍କାଇଭ୍ କପି". Archived from the original on 2012-03-03. Retrieved 2011-09-17. {{cite web}}: Cite has empty unknown parameter: |1= (help)
  4. http://cuttackcitylife.blogspot.com/2007/06/Tarakashi.html[permanent dead link]
  5. "ଆର୍କାଇଭ୍ କପି". Archived from the original on 2010-01-14. Retrieved 2011-09-17. {{cite web}}: Cite has empty unknown parameter: |1= (help)

ବାହାର ଲିଙ୍କ

[ସମ୍ପାଦନା]