ରାମଚନ୍ଦ୍ର ପ୍ରତିହାରୀ
ରାମଚନ୍ଦ୍ର ପ୍ରତିହାରୀ | |
---|---|
ଜନ୍ମ | ହରଚଣ୍ଡୀ ସାହି, ପୁରୀ[୧] | ୧୭ ଜାନୁଆରୀ ୧୯୩୬
ମୃତ୍ୟୁ | ୨୭ ଜାନୁଆରୀ ୨୦୧୯ | (ବୟସ ୮୩)
ବୃତ୍ତି | ଅଭିନେତା |
ସକ୍ରିୟ ବର୍ଷ | ୧୯୫୧-୧୯୯୭ |
ରାମଚନ୍ଦ୍ର ପ୍ରତିହାରୀ (୧୭ ଜାନୁଆରୀ ୧୯୩୬[୨] - ୨୭ ଜାନୁଆରୀ ୨୦୧୯[୩]) ଓଡ଼ିଆ କଥାଚିତ୍ର ଜଗତ ଓ ରଙ୍ଗମଞ୍ଚର ଜଣେ ଜଣାଶୁଣା ଅଭିନେତା ଓ ନିର୍ଦ୍ଦେଶକ ଥିଲେ । ସେ ୨୦୦ରୁ ଅଧିକ ନାଟକରେ ଅଭିନୟ, ୧୦୦ରୁ ଉର୍ଦ୍ଧ୍ୱ ନାଟକରେ ନିର୍ଦ୍ଦେଶନା, ୨୦ରୁ ଉର୍ଦ୍ଧ୍ୱ ଓଡ଼ିଆ କଥାଚିତ୍ର ଓ ଗୋଟିଏ ହିନ୍ଦୀ କଥାଚିତ୍ରରେ ଅଭିନୟ କରିଛନ୍ତି । ସେ ୧୯୫୭ରୁ ଆକାଶବାଣୀର ଜଣେ ସ୍ୱୀକୃତିପ୍ରାପ୍ତ ଅଭିନେତା ଅଟନ୍ତି ।
ରାମଚନ୍ଦ୍ର, ଅଭାବ ଅନଟନ ଯୋଗୁ ବେଶୀ ପାଠ ପଢ଼ି ପାରିନଥିଲେ । ପିଲାଦିନରୁ ସଙ୍ଗୀତ ପ୍ରତି ରୁଚି ରହିଥିଲା । ୧୯୫୧ ମସିହାରେ, "ଉତ୍କଳ ନାଟ୍ୟ ସଂଘ" ଅନୁଷ୍ଠାନ ଆନୁକୁଲ୍ୟରେ ପୌରାଣିକ ନାଟକ "କର୍ଣ୍ଣାଜୁନ"ରେ ସେ ଶକୁନି ଭୂମିକାରେ ଅଭିନୟ କରି ଲୋକଲୋଚନକୁ ଆସିଥିଲେ । ୧୯୫୨ରୁ ୧୯୫୭ ପର୍ଯ୍ୟନ୍ତ ସେ ଜଗନ୍ନାଥ ମନ୍ଦିରରେ ଜଣେ ସୁପକାର ଭାବରେ କାମ କରିଥିଲେ ।
ନାଟକ ଜୀବନ
[ସମ୍ପାଦନା]ସଙ୍ଗୀତକାର, ଅଭିନେତା ଏବଂ ନିର୍ଦ୍ଦେଶକ ଆଦି ରାମଚନ୍ଦ୍ର ନାଟକର ବହୁ ବିଭାଗରେ କାମ କରିଛନ୍ତି । ବାଲ୍ୟବନ୍ଧୁ "ଜଗବନ୍ଧୁ ମିଶ୍ର" ତାଙ୍କୁ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ସହିତ ପରିଚୟ କରେଇଥିଲେ । ୧୯୬୧ ମସିହାରେ ବ୍ରହ୍ମପୁରରେ ସେ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚର ଏକ କ୍ୟାମ୍ପରେ କାମ କରିବା ଆରମ୍ଭ କରିଥିଲେ । ଦରମା ଥିଲା ୪ଅଣା । ୧୯୬୬ ମସିହାରେ ସେ "ମଞ୍ଚରୂପା ନାଟକ ଏକାଡେମୀ" ଓ ୧୯୮୬ ମସିହାରେ "ଶିଳ୍ପୀ ନାଟକ ଏକାଡେମୀ" ଗଠନ କରି ବାସ୍ତବଧର୍ମୀ ନାଟକ ପରିବେଷଣ କରିବା ଆରମ୍ଭ କରିଥିଲେ ।
ଅଭିନୀତ/ନିର୍ଦ୍ଦେଶିତ ନାଟକ
[ସମ୍ପାଦନା]- ପାୟଲ(ହିନ୍ଦୀ)
- କଙ୍ଗନ(ହିନ୍ଦୀ)
- ବନ୍ଧନ(ହିନ୍ଦୀ)
- କଳାପାହାଡ଼
- ବକ୍ସି ଜଗବନ୍ଧୁ
- ଭାଇଭାଉଜ
- ମାଣିକଯୋଡ଼ି
- ଘରସଂସାର
- ସୁନାଫରୁଆ
- ପହିଲି ରଜ
- କଂସାକବାଟ
- ବାଡୁଅ ଝିଅ
- ସିଂହଦ୍ୱାର
- ବାଇଶି ପାହାଚ
- ସୁନା ପଞ୍ଜୁରୀ
- ସ୍ୱର୍ଣ୍ଣଚମ୍ପା
- ଚିଡିଆଖାନା
- ଦେବଯାନୀ
- କୁଳଚନ୍ଦ୍ରମା
- ମାଟିର ମଣିଷ
- ବାର ବରଷର କବରତଳୁ
- ନାୟିକା ମିଳିଛି
- ହୋଟେଲ ମୋନାଲିସା
କଥାଚିତ୍ର ଜୀବନ
[ସମ୍ପାଦନା]୧୯୬୨ ମସିହାରେ ନୂଆ ବୋଉ କଥାଚିତ୍ରରୁ ଅଭିନେତା ଜୀବନ ଆରମ୍ଭ କରିଥିବା ରାମଚନ୍ଦ୍ର, ବର୍ତ୍ତମାନ ସୁଦ୍ଧା ୨୪ରୁ ଅଧିକ ଓଡ଼ିଆ କଥାଚିତ୍ରରେ ଅଭିନୟ କରିସାରିଛନ୍ତି ।
ଅଭିନୀତ ଓଡ଼ିଆ କଥାଚିତ୍ର
[ସମ୍ପାଦନା]କଥାଚିତ୍ର | ମୁକ୍ତିଲାଭ ବର୍ଷ | ନିର୍ଦ୍ଦେଶକ |
---|---|---|
ଏଇ ମିଳନ ଯୁଗ ଯୁଗର | ୨୦୧୦ | |
ଜୟ ଜଗନ୍ନାଥ | ୨୦୦୭ | ସବ୍ୟସାଚୀ ମହାପାତ୍ର |
ଆରତୀ | ୧୯୮୧ | ଜେ. ଏଚ୍. ସତ୍ତାର |
ଅନୁରାଧା | ୧୯୮୦ | |
ନୀଳମାଧବ | ୧୯୭୯ | ଜେ ପି ଭଗତ |
ମୁକ୍ତି | ୧୯୭୭ | ବ୍ୟୋମକେଶ ତ୍ରିପାଠୀ |
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]- ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ, (୨୦୧୨)[୪]
- କନକ ମଞ୍ଜରି ଭୂମିପୁତ୍ର ସମ୍ମାନ (୨୦୧୧)[୫][୬]
- ଜୟଦେବ ପୁରସ୍କାର (୨୦୦୭)[୭]
- ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, ଶ୍ରେଷ୍ଠ ଅଭିନେତା, ୧୯୭୯, (ନୀଳମାଧବ)[୮]
ଆଧାର
[ସମ୍ପାଦନା]- ↑ Chakra, Shyamhari (2012). "The Hindu : FEATURES / FRIDAY REVIEW : An ode of Odisha". thehindu.com. Retrieved 21 January 2013.
Harachandi Sahi in the town where he was born
- ↑ "ପରିଚୟ ଦେଇଛି ଶକୁନି ଭୂମିକା". ଧରିତ୍ରୀ ୨୬/୦୭/୨୦୧୬ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୧. Retrieved 28 Jan 2019.
- ↑ "Famed Annapurna actor Paratihari dies". The Pioneer. Retrieved 28 January 2019.
- ↑ "The Hindu : NATIONAL / OTHER STATES : Kelucharan Mohapatra awards presented". thehindu.com. 2012. Retrieved 21 January 2013.
Guru Kelucharan Mohapatra awards to two prominent arts exponents of the State – Ramachandra Pratihari for theatre
- ↑ expressbuzz.com: Cine stars celebrate Platinum jubilee[permanent dead link]
- ↑ welcomeorissa.com: Cine stars celebrate Platinum jubilee[permanent dead link]
- ↑ "orissadiary.com: Jayadev Award for Ramchandra Pratihari". Archived from the original on 2012-03-17. Retrieved 2012-02-17.
- ↑ "Veteran Actor Ramachandra Pratihari Passes Away". OMMCOM NEWS. Archived from the original on 18 October 2020. Retrieved 28 January 2019.
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ରାମଚନ୍ଦ୍ର ପ୍ରତିହାରୀ
- ଇଣ୍ଟରନେଟ ମୁଭି ଡାଟାବେସରେ ରାମଚନ୍ଦ୍ର ପ୍ରତିହାରୀ