ଚନ୍ଦ୍ରଶେଖର ଦାସବର୍ମା
ଚନ୍ଦ୍ରଶେଖର ଦାସବର୍ମା | |
---|---|
ଜନ୍ମ | ଥୋରିଆ ସାହି, କଟକ | ୧ ମାର୍ଚ୍ଚ ୧୯୪୫
ମୃତ୍ୟୁ | ୧୬ ମଇ ୨୦୨୨ | (ବୟସ ୭୭)
ଜାତୀୟତା | ଭାରତୀୟ |
ଜାତୀୟତା | ଭାରତୀୟ |
ବୃତ୍ତି | ଯନ୍ତ୍ରୀ |
ସମ୍ପର୍କୀୟ | ଅଜୟ ମହାପାତ୍ର (ପୁତୁରା) |
ପୁରସ୍କାର | କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଅନୁବାଦ ସମ୍ମାନ, ୧୯୯୯ |
ଚନ୍ଦ୍ରଶେଖର ଦାସବର୍ମା (୧ ମାର୍ଚ୍ଚ ୧୯୪୫-୧୬ ମଇ ୨୦୨୨) ଜଣେ ଓଡ଼ିଆ ସାହିତ୍ୟିକ ଥିଲେ । ସେ ଗଳ୍ପ, ପ୍ରବନ୍ଧ, ନାଟକ, ଆଲୋଚନା ଓ ଅନୁବାଦ ସାହିତ୍ୟରେ ନିଜ ଲେଖନୀ ଚାଳନା କରିଥିଲେ । ବୃତ୍ତିରେ ସେ ଜଣେ ଯନ୍ତ୍ରୀ ଥିଲେ ଓ ଓଡ଼ିଶା ସରକାରଙ୍କ ଅଧିନରେ କାର୍ଯ୍ୟ କରି ମୁଖ୍ୟଯନ୍ତ୍ରୀ ପଦବୀରେ ଥାଇ ଅବସର ଗ୍ରହଣ କରିଥିଲେ । ସେ ୨୦୦୪ରୁ ୨୦୦୬ ପର୍ଯ୍ୟନ୍ତ ଓଡ଼ିଶା ସାହିତ୍ୟ ଏକାଡ଼େମୀର ସମ୍ପାଦକ ଏବଂ ୨୦୦୮ରୁ ୨୦୧୦ ପର୍ଯ୍ୟନ୍ତ ଉପସଭାପତି ଭାବରେ ଦାୟିତ୍ୱ ତୁଲାଇଥିଲେ ।[୧]
ରଚନାବଳୀ
[ସମ୍ପାଦନା]ଚନ୍ଦ୍ରଶେଖର, ୧୯୭୦ ମସିହାରୁ ଲେଖାଲେଖି ଆରମ୍ଭ କରିଥିଲେ । ଓଡ଼ିଆ ସାହିତ୍ୟର ବହୁ ବିଭାଗରେ ସେ ନିଜ ଲେଖନୀ ଚାଳନା କରିଥିଲେ । ସେ ୨୫୦ରୁ ଅଧିକ ଗପ, ୯ଟି ଅନୁବାଦ ପୁସ୍ତକ, ୩ଟି ନାଟ୍ୟ ସଂକଳନ, ଗୋଟିଏ ପ୍ରବନ୍ଧ ଓ ଗୋଟିଏ ଆଲୋଚନା ଗ୍ରନ୍ଥ ରଚନା କରିଥିଲେ । ସେ କଥାକାର, ତ୍ରିବେଣୀ, ଅଧୁନା ଓ ପୁନେଇ ଜହ୍ନ ପତ୍ରିକାର ସମ୍ପାଦନା କରିଥିଲେ । ହିନ୍ଦୀ ଲେଖକ କ୍ରିଷନ ଚନ୍ଦରଙ୍କର ପୁସ୍ତକକୁ ଗୋଟିଏ ଗଧର ଆତ୍ମକଥା ନାମରେ ଓଡ଼ିଆ ଭାଷାକୁ ଅନୁବାଦ କରି ସେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଅନୁବାଦ ପୁରସ୍କାର ଲାଭ କରିଥିଲେ । ସେହିପରି ୨୦୧୪ ମସିହାରେ ତାଙ୍କ ଗଳ୍ପ ସଂକଳନ ଝଡ଼ ଓ ଅନ୍ୟାନ୍ୟ ଗଳ୍ପ ସଂସ୍କୃତ ଭାଷାରେ ଅନୁବାଦିତ ହୋଇ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ଲାଭ କରିଥିଲା ।
ରଚନାବଳୀ
[ସମ୍ପାଦନା]ଗଳ୍ପ ସଂକଳନ
[ସମ୍ପାଦନା]- ଅନ୍ୟ ମଣିଷ
- ତୁଠ
- ନୂଆ ପୁରୁଣା
- ସଂପର୍କ
- ଅନ୍ୱେଷଣ
- ପାଷାଣୀ କନ୍ୟା
- ମେଘୁଆ ଆକାଶ
- ଇନ୍ଦ୍ରଧନୁ
- ମୋପାସା ରେସ୍ତୋରାଁ
- ଏକ ଯବ ସ୍ୱର ଅନେକ
- ସ୍ୱପ୍ନର ସହର
- ବୋମା
- ଝଡ଼ ଓ ଅନ୍ୟାନ୍ୟ ଗପ
- ଉଜୁଡ଼ା ଘରର ନକ୍ସା
- ପ୍ରେମ ଓ ସୁନାମି
- ଗଳ୍ପ ସମଗ୍ର -୧
- ଗଳ୍ପ ସମଗ୍ର -୨
- ଗଳ୍ପ ସମଗ୍ର -୩
ଅନ୍ୟାନ୍ୟ
[ସମ୍ପାଦନା]- ୯ଟି ଅନୁବାଦ ପୁସ୍ତକ
- ୩ଟି ନାଟ୍ୟ ସଂକଳନ
- ୧ଟି ପ୍ରବନ୍ଧ
- ୧ଟି ଆଲୋଚନା
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଅନୁବାଦ ସମ୍ମାନ - ୧୯୯୯[୨]
- ଫକୀର ମୋହନ କ୍ଷୁଦ୍ରଗଳ୍ପ ସମ୍ମାନ - ୧୯୯୯
- ଆଦିକବି ସାରଳା ଦାସ ସମ୍ମାନ
- ଉପେନ୍ଦ୍ର ଭଞ୍ଜ ପୁରସ୍କାର
- ଚିନ୍ତା ଓ ଚେତନା ପୁରସ୍କାର
- ଗୋକର୍ଣ୍ଣିକା ପୁରସ୍କାର
- ଜୀବନ ରଙ୍ଗ ପୁରସ୍କାର[୩]
ଆଧାର
[ସମ୍ପାଦନା]- ↑ "ଗାଳ୍ପିକ ଚନ୍ଦ୍ରଶେଖରଙ୍କ ପରଲୋକ". www.dharitri.com. ଧରିତ୍ରୀ. Archived from the original on 17 May 2022. Retrieved 17 May 2022.
- ↑ Sahitya Akademy (2008). General Information. Sahitya Akademy. Retrieved 17 May 2022.
{{cite book}}
: CS1 maint: url-status (link) - ↑ "କଥାକାର ଚନ୍ଦ୍ରଶେଖର ଦାସବର୍ମାଙ୍କ ପରଲୋକ". No. ସମ୍ବାଦ ୧୭/୦୫/୨୦୨୨ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୭. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 17 May 2022. Retrieved 17 May 2022.