ତ୍ରିପୁରା ମିଶ୍ର

ଉଇକିପିଡ଼ିଆ‌ରୁ
ତ୍ରିପୁରା ମିଶ୍ର
Tripura Mishra receiving award during 2nd Odisha State Tele Awards ceremony in 2014 (cropped).jpg
ଭୁବନେଶ୍ୱରରେ ୨୦୧୪ ଓଡ଼ିଆ ରାଜ୍ୟ ଟେଲି ପୁରସ୍କାର ଗ୍ରହଣ କରୁଛନ୍ତି ତ୍ରିପୁରା ମିଶ୍ର
ଜନ୍ମ ଓ ଜନ୍ମସ୍ଥାନ
ତ୍ରିପୁରା ମିଶ୍ର

ଜୀବିକା(ଓଡ଼ିଆ) ଅଭିନେତ୍ରୀ
କାର୍ଯ୍ୟକାଳ୧୯୭୫-୧୯୮୮
ଜୀବନସାଥିଶ୍ରୀରାମ ପଣ୍ଡା[୧]
ସନ୍ତାନ
ବାପା ବୋଉପୁଷ୍ପଲତା ମିଶ୍ର

ତ୍ରିପୁରା ମିଶ୍ର ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ଅଭିନେତା ଶ୍ରୀରାମ ପଣ୍ଡାଙ୍କର ପତ୍ନୀ ।[୨][୩] ୧୯୯୨ ମସିହାରେ ଶ୍ରୀରାମ ସାଂସାରିକ ଜୀବନରୁ ସନ୍ୟାସ ନେବା ପରେ ତ୍ରିପୁରା ଅଭିନୟକୁ ଛାଡ଼ି ମହାବିଦ୍ୟାଳୟରେ ଅଧ୍ୟାପିକା ଭାବରେ କାର୍ଯ୍ୟ କରୁଛନ୍ତି । ତ୍ରିପୁରା ଯାଯାବର, ସମୟ[୪] , ସିନ୍ଦୂର ବିନ୍ଦୁ, କୃଷ୍ଣ ସୁଦାମା[୫] ଆଦି ଚଳଚ୍ଚିତ୍ରରେ ଅଭିନୟ କରଛନ୍ତି ।

୨୬ତମ ରାଜ୍ୟ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ବିତରଣ ଉତ୍ସବରେ ତ୍ରିପୁରାଙ୍କୁ ଜୁରି ଭାବରେ ସମ୍ମାନୀତ କରାଯାଇଥିଲା ।[୬] ୨୦୧୮ ମସିହାରେ ଫେବୃଆରୀ ୪ ତାରିଖରେ ଦ୍ୱାଦଶ ଚଳଚ୍ଚିତ୍ର ଓ ଟେଲିଭିଜିନ ଆୱାର୍ଡ ଶୋ ଟାଇମ୍‌-୨୦୧୮ରେ ତ୍ରିପୁରା ମିଶ୍ରଙ୍କୁ ଜୀବନବ୍ୟାପି ସାଧନା ସମ୍ମାନ ପ୍ରଦାନ କରାଯାଇଥିଲା ।[୭]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ତ୍ରିପୁରା ଗଞ୍ଜାମ ଜିଲ୍ଲାର ଖଲିକୋଟ ଅଞ୍ଚଳର ଶ୍ୟାମସୁନ୍ଦରପୁର ଶାସନରେ ଜନ୍ମଗ୍ରହଣ କରିଥିଲେ । ମା ପୁଷ୍ପଲତା ମିଶ୍ର ଥିଲେ ତାଙ୍କର ସଙ୍ଗୀତ ଶିକ୍ଷାର ଆଦ୍ୟଗୁରୁ ।[୮] ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଇତିହାସ ବିଭାଗରେ ସ୍ନାତକୋତ୍ତର ହାସଲ କରିଥିଲେ । ସେ ଇତିହାସର ପର୍ବପର୍ବାଣି ଉପରେ ଗବେଷଣା କରି ଡକ୍ଟରେଟ ଉପାଧି ହାସଲ କରିଛନ୍ତି ।[୯]

ଅଭିନୟ ଜୀବନ[ସମ୍ପାଦନା]

ଭୁବନେଶ୍ୱରରେ ୨୦୧୪ ଓଡ଼ିଆ ରାଜ୍ୟ ଟେଲି ପୁରସ୍କାର ଗ୍ରହଣ କରୁଛନ୍ତି ତ୍ରିପୁରା ମିଶ୍ର ।

ତ୍ରିପୁରା ୧୯୭୫ ମସିହାରେ ଯାଯାବର କଥାଚିତ୍ରରେ ଅଭିନୟ କରିଥିଲେ । ଏହା ପରେ ସେ ସେହି ବର୍ଷ ସମୟ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ୧୯୭୬ରେ ସିନ୍ଦୂର ବିନ୍ଦୁ ଏବଂ କୃଷ୍ଣ ସୁଦାମାରେ ଅଭିନୟ କରିଥିଲେ । ୧୯୮୦ ମସିହାରେ ତପସ୍ୟା, ୧୯୮୧ରେ ମାନସୀ, ୧୯୮୩ରେ ସୁବର୍ଣ୍ଣ ସୀତା, ୧୯୮୮ରେ କୁରୁକ୍ଷେତ୍ର ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।

ଅଭିନୀତ କଥାଚିତ୍ର[ସମ୍ପାଦନା]

ବର୍ଷ ଚଳଚ୍ଚିତ୍ର ଭୂମିକା ମନ୍ତବ୍ୟ
୧୯୭୫ ଯାଯାବର ସୁଜାତା
ସମୟ ସୁଲେଖା
୧୯୭୬ ସିନ୍ଦୂର ବିନ୍ଦୁ
କୃଷ୍ଣ ସୁଦାମା ସୁମତୀ
୧୯୮୦ ତପସ୍ୟା
୧୯୮୧ ମାନସୀ
୧୯୮୩ ସୁବର୍ଣ୍ଣ ସୀତା
୧୯୮୮ କୁରୁକ୍ଷେତ୍ର

ବୈବାହିକ ଜୀବନ ଏବଂ ପରିବାର[ସମ୍ପାଦନା]

୧୯୭୮ ମସିହାରେ ତ୍ରିପୁରା ମିଶ୍ର ଅଭିନେତା ଶ୍ରୀରାମ ପଣ୍ଡାଙ୍କୁ ବିବାହ କରିଥିଲେ । ତାଙ୍କର ଦୁଇଟି ସନ୍ତାନ ଅଛନ୍ତି । ଶ୍ରୀରାମ ପଣ୍ଡା ୧୯୯୨ ମସିହାରେ ଗୃହସ୍ଥ ଜୀବନରୁ ସନ୍ୟାସ ନେବା ପରେ ତ୍ରିପୁରା ଏକୁଟିଆ ତାଙ୍କର ସନ୍ତାନ‌ଦ୍ୱୟଙ୍କୁ ବଡ଼ କରିଛନ୍ତି । ସେତେବେଳେ ଶ୍ରୀରାମଙ୍କ କଥାଚିତ୍ରର ଚରିତ୍ରରେ କ୍ୟାଭେଣ୍ଡର ସିଗାରେଟର ମଡ଼େଲ ଭାବରେ ସିଗାରେଟ ଟାଣିବା ଅନେକଙ୍କୁ ସିଗାରେଟ ଟାଣିବା ପାଇଁ ଅନୁପ୍ରାଣିତ କରିଥିଲା । ଏହି କଥାରେ ମର୍ମାହତ ହୋଇ ଶ୍ରୀରାମ ସନ୍ୟାସ ଧର୍ମ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଥିଲେ ।[୧୦] ତ୍ରିପୁରା ଅଭିନୟ ଛାଡ଼ି ପରେ ମହାବିଦ୍ୟାଳୟର ଅଧ୍ୟାପିକା ଭାବରେ ଯୋଗଦେଇଥିଲେ ।[୩]

ଆଧାର[ସମ୍ପାଦନା]

  1. Singhal, Minati (16 November 2012). "Sriram Panda to receive Jaydev Award". The Times of India. Retrieved 28 March 2017.
  2. SHILPI SAMPAD; SUBHASHISH MOHANTY (7 April 2012). "'I wanted to get rid of my vices...'". The Telegraph. Retrieved 28 March 2017.
  3. ୩.୦ ୩.୧ "5 Ollywood Couples Who Split-Up". Odisha Sun Times. 4 November 2015. Retrieved 28 March 2017.
  4. "୧୯୭୬ର ଓଡ଼ିଆ ଚଳଚ୍ଚିତ୍ର 'ସମୟ'ର ସ୍କି୍ରନିଂ". ସର୍ବସାଧାରଣ. 8 July 2016. Retrieved 28 March 2017.
  5. "ପ୍ରଦର୍ଶିତ ହେଲା 'କୃଷ୍ଣ ସୁଦାମା'". ସମ୍ବାଦ. 30 November 2016. Retrieved 28 March 2017.
  6. Sahoo, Shyamsundar (13 December 2015). "୨୬ତମ ରାଜ୍ୟ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ବିତରଣ ଉତ୍ସବ ଆୟୋଜିତ". OdiaPua.com. Retrieved 28 March 2017.
  7. "ଚଳଚ୍ଚିତ୍ର ଓ ଟେଲିଭିଜନ ଆୱାର୍ଡ ଶୋ ଟାଇମ୍‌: ଶ୍ରେଷ୍ଠ ନାୟକ ଅରିନ୍ଦମ, ନାୟିକା ଏଲିନା". ଧରିତ୍ରୀ. 5 February 2018. Archived from the original on 24 June 2018. Retrieved 24 June 2018.
  8. "ଆଜିର ଅତିଥୀ". ସମାଜ ୨୦/୦୩/୨୦୧୮ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨. Retrieved 21 March 2018.
  9. "Srimati Bhagyabati: Tripura Mishra Wife Of Sriram Panda". Kanak News. 9 April 2015. Retrieved 28 March 2017.
  10. Chakra, Shyamhari (17 June 2008). "A crusader on and off screen!". The Hindu. Retrieved 28 March 2017.

ଅଧିକ ତ‌ଥ୍ୟ[ସମ୍ପାଦନା]