Jump to content

ଭୀମଶଙ୍କର ଜ୍ୟୋତିର୍ଲିଙ୍ଗ (ଡାକିନ୍ୟାଂ), ଭୀମପୁର

ଉଇକିପିଡ଼ିଆ‌ରୁ
(Bhimashankar Jyotirlinga (Dakinyam), Bhimpurରୁ ଲେଉଟି ଆସିଛି)
ଭୀମଶଙ୍କର ଜ୍ୟୋତିର୍ଲିଙ୍ଗ (ଡାକିନ୍ୟାଂ), ଭୀମପୁର
ଭୀମଶଙ୍କର ଜ୍ୟୋତିର୍ଲିଙ୍ଗ(ଡାକିନ୍ୟାଂ), ଭୀମପୁର
ଭୀମଶଙ୍କର ଜ୍ୟୋତିର୍ଲିଙ୍ଗ(ଡାକିନ୍ୟାଂ), ଭୀମପୁର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtରାୟଗଡ଼ା
Location
Country ଭାରତ
Elevation91 m (299 ft)
Website
"bhimsankarjyotirling"

ଭୀମଶଙ୍କର ଜ୍ୟୋତିର୍ଲିଙ୍ଗ (ଡାକିନ୍ୟାଂ), ଭୀମପୁରସ୍ଥ ଶିବଲିଙ୍ଗ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଅନ୍ୟତମ ବୋଲି ବିଶ୍ୱାସ କରାଯାଏ[]

ଇତିହାସ

[ସମ୍ପାଦନା]

ମହର୍ଷି ବେଦବ୍ୟାସଙ୍କ ରଚିତ ତଥା ବାବାଜୀ ବୈଷ୍ଣବ ଚରଣ ଦାସଙ୍କ ଅନୁବାଦିତ ଲିଙ୍ଗପୁରାଣ[] ଅନୁସାରେ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧରୁ ଗୋଟିକର ଅବସ୍ଥିତି ହେଉଛି "ଡାକିନ୍ୟେ ଭୀମଶଙ୍କରେ" । ମହେନ୍ଦ୍ରତନୟା ନଦୀ ଉପକୂଳ ତଥା ମହେନ୍ଦ୍ରଗିରିର ପଶ୍ଚିମାଞ୍ଚଳରେ ଅବସ୍ଥିତ ବିସ୍ତିର୍ଣ୍ଣ ଅଞ୍ଚଳ ଡାକିନୀ ଅଞ୍ଚଳ ଭାବେ ପୂରାଣ ପ୍ରସିଦ୍ଧ[] । ଭୀମପୁରର ଏହି ପୁରାଣ ପ୍ରସିଦ୍ଧ ସ୍ଥଳରେ ଅବସ୍ଥିତ ଶିବଲିଙ୍ଗକୁ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗର ଅନ୍ତର୍ଭୁକ୍ତ କରିବାରେ ଭିନ୍ନ ଭିନ୍ନ ମତ ରହିଛି[][][][]ଆଦି ଶଙ୍କରାଚାର୍ଯ୍ୟଙ୍କ ରଚିତ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ସ୍ତୋତ୍ରରେ[] ମଧ୍ୟ "ଡାକିନ୍ୟେ ଭୀମଶଙ୍କର" ଏହି ଶିବଲିଙ୍ଗକୁ ଲକ୍ଷ୍ୟ କରେ ବୋଲି ଅନେକେ ବିଶ୍ୱାସ କରନ୍ତି । ଉକ୍ତ ଶିବଲିଙ୍ଗର ବିଶେଷତ୍ୱ ହେଉଛି ଯେ ଏହାଙ୍କ ଶକ୍ତି ଚତୁଷ୍କୋଣ ବିଶିଷ୍ଟ ଏବଂ ଏହି ଲିଙ୍ଗରେ ଉପବୀତ ଚିହ୍ନ ରହିଛି । କାରୁକାର୍ଯ୍ୟ ରଚିତ କେତେକ ପ୍ରସ୍ତର ଖଣ୍ଡ ୧୫ ଫୁଟ ୯ ଇଞ୍ଚ ଦୈର୍ଘ୍ୟବିଶିଷ୍ଟ କେତେକ ଇଟାର ସନ୍ଧାନ ମଧ୍ୟ ଏଠାରେ ମିଳିଛି । ମହେନ୍ଦ୍ରଗିରିରେ ଥିବା ମନ୍ଦିରର ପଥର କାରୁକାର୍ଯ୍ୟ ସହିତ ଏଗୁଡ଼ିକର ସାମଞ୍ଜସ୍ୟ ରହିଛି [] । ୧୯୭୪ ମସିହାରେ ପ୍ରତ୍ନତତ୍ତ୍ୱ ବିଭାଗଦ୍ୱାରା ଖନନ ହେବାପରେ ଏହା ଲୋକ ଲୋଚନକୁ ଆସିଲା । ନିକଟସ୍ଥ ମହେନ୍ଦ୍ର ତନୟା ନଦୀ ଉପରେ ମାଛଡିଆଁ ଜଳପ୍ରପାତ ରହିଛି ଏକ ଜଳପ୍ରପାତ । ନାଁ ତା'ର ମାଛଡ଼ିଆଁ । ଏଠାକାର ଚିତ୍ତାକର୍ଷକ ଓ ଭୀମଭୈରବ ଦୃଶ୍ୟରେ ଆକୃଷ୍ଟ ହୋଇ ବହୁ ତୀର୍ଥଯାତ୍ରୀ ବର୍ଷ ତମାମ ଆସିଥାନ୍ତି ।

ଭୂଗୋଳ

[ସମ୍ପାଦନା]

ଭୀମଶଙ୍କର ଜ୍ୟୋତିର୍ଲିଙ୍ଗ (ଡାକିନ୍ୟାଂ), ଭୀମପୁରର ଭୌଗୋଳିକ ଅବସ୍ଥିତି ହେଉଛି Lat. ୧୯° ୦୯′ ୩୨″ ଉ: ଏବଂ Long. ୮୩° ୫୫′′ ୦୪″ ପୂ:। ରାୟଗଡ଼ା ଜିଲ୍ଲା ସଦରମହକୁମାଠାରୁ ୧୦୦ କି.ମି. ଓ ଗୁଣୁପୁର ସହରଠାରୁ ୩୫ କି.ମି. ଦୂରରେ ଅବସ୍ଥିତ ଏହି ପ୍ରସିଦ୍ଧ ପୀଠ । ଗୁଣପୁରଠାରୁ ପକ୍କା ସଡକ ପଥ ଚାଲକମ୍ବା, ଖଇରା, ଆମ୍ବାବାଡି, ଟିଟିମିରି ଓ ମୁଣ୍ଡା ଗ୍ରାମ ଦେଇ ଏଠାରେ ପହଞ୍ଚି ହେବ । ନିକଟସ୍ଥ ରେଳଷ୍ଟେସନ ହେଉଛି ଗୁଣୁପୁର ।

  1. Jyotirlinga Bhimashankar Jyotirlinga in Wikipedia
  2. "ଲିଙ୍ଗପୁରାଣ"
  3. "Hindu database" Bhimsankar temple in Bhimpur
  4. "Bhabeshpatel" Archived 2014-12-31 at the Wayback Machine. ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ
  5. Sumasurya" Archived 2014-12-31 at the Wayback Machine. ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ
  6. "ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ"
  7. "Sarvamsivamayam"
  8. "Adishankaracharya" Dwadash jyotirlinga strotam
  9. ସମାଜ, ଖବର କାଗଜ (08.03.2015). "ସମାଜ". Samajepaper. {{cite news}}: |access-date= requires |url= (help); Check date values in: |date= (help)

ଅଧିକ ତଥ୍ୟ

[ସମ୍ପାଦନା]