ବସନ୍ତ କୁମାରୀ ପଟ୍ଟନାୟକ

ଉଇକିପିଡ଼ିଆ‌ରୁ
(ବସନ୍ତ କୁମାର ପଟ୍ଟନାୟକରୁ ଲେଉଟି ଆସିଛି)
ବସନ୍ତ କୁମାରୀ ପଟ୍ଟନାୟକ
ଜନ୍ମ
ବସନ୍ତ କୁମାରୀ ପଟ୍ଟନାୟକ

(1923-12-15)୧୫ ଡିସେମ୍ବର ୧୯୨୩
ତେଲେଙ୍ଗାବଜାର, କଟକ
ମୃତ୍ୟୁ୨୯ ମାର୍ଚ୍ଚ ୨୦୧୩(2013-03-29) (ବୟସ ୮୯)
ଜାତୀୟତାଭାରତୀୟ
ଶିକ୍ଷାସ୍ନାତକୋତ୍ତର (ଅର୍ଥନୀତି)
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ
ପ୍ରସିଦ୍ଧିକବି, ଗାଳ୍ପିକା ଓ ଔପନ୍ୟାସିକା[୧] [୨][୩]
ପିତାମାତା(s)ଶ୍ରୀବତ୍ସ ପଟ୍ଟନାୟକ, ସୁନ୍ଦରମଣୀ ପଟ୍ଟନାୟକ
ସମ୍ପର୍କୀୟରାଜକିଶୋର ପଟ୍ଟନାୟକ
ପୁରସ୍କାରଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ
ଦସ୍ତଖତ

ବସନ୍ତ କୁମାରୀ ପଟ୍ଟନାୟକ (୧୫ ଡିସେମ୍ବର ୧୯୨୩ - ୨୯ ମାର୍ଚ୍ଚ ୨୦୧୩) ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ ପ୍ରାପ୍ତ ଜଣେ ଓଡ଼ିଆ ସାହିତ୍ୟିକା ।[୪] ଅମଡ଼ାବାଟ[୫], ଚୋରାବାଲି, ଅଲିଭାଚିତା, ପାଲଟା ଢେଉ ଆଦି ତାଙ୍କର ଜଣାଶୁଣା ରଚନା ।[୬]

ବସନ୍ତ କୁମାରୀ ୧୯୨୩ ମସିହା ଡିସେମ୍ବର ୧୫ ତାରିଖରେ କଟକର ତେଲେଙ୍ଗାବଜାରଠାରେ ଜନ୍ମଗ୍ରହଣ କରିଥିଲେ । ଶ୍ରୀବତ୍ସ ପଟ୍ଟନାୟକ ଓ ସୁନ୍ଦରମଣୀ ପଟ୍ଟନାୟକ ଥିଲେ ତାଙ୍କର ପିତା ଓ ମାତା । ସେ ଅର୍ଥନୀତିରେ ସ୍ନାତକୋତ୍ତର ଲାଭ କରିଥିଲେ ମଧ୍ୟ, ସାହିତ୍ୟକୁ ସମୟ ନଦେଇପାରିବାର ଆଶଙ୍କା ଯୋଗୁଁ ଚାକିରି କରିନଥିଲେ ।

ସାହିତ୍ୟ ସର୍ଜନା[ସମ୍ପାଦନା]

ଗଳ୍ପଲିଖନରୁ, ବସନ୍ତଙ୍କର ସାହିତ୍ୟିକ ଜୀବନ ଆରମ୍ଭ ହୋଇଥିଲା । ପରବର୍ତ୍ତୀ ସମୟରେ, ସେ କବିତା, ଉପନ୍ୟାସ, ଏକାଙ୍କିକା ଓ ଅନୁବାଦ ସାହିତ୍ୟରେ ମଧ୍ୟ ପ୍ରବେଶ କରିଥିଲେ । ଜେ. କୃଷ୍ଣମୂର୍ତ୍ତୀଙ୍କଦ୍ୱାରା ପ୍ରଭାବିତ ବସନ୍ତ କୁମାରୀ, ତାଙ୍କର ବହୁ ପୁସ୍ତକ ଓଡ଼ିଆରେ ଅନୁବାଦ କରିଛନ୍ତି ।

ରଚନାବଳୀ[ସମ୍ପାଦନା]

  • ଅମଡ଼ାବାଟ (ଉପନ୍ୟାସ)
  • ଚୋରାବାଲି (ଉପନ୍ୟାସ, ଅମଡ଼ାବାଟର ଦ୍ୱିତୀୟ ଭାଗ)
  • ଅଲିଭାଚିତା (ଉପନ୍ୟାସ)
  • ସଭ୍ୟତାର ସଜ (ଗଳ୍ପ ସଂକଳନ)
  • ପାଲଟା ଢେଉ(ଗଳ୍ପ ସଂକଳନ)
  • ଜୀବନ ଚିହ୍ନ (ଗଳ୍ପ ସଂକଳନ)[୭]
  • ଚିତାନଳ (କବିତା ସଂକଳନ)
  • ଜୁଆର ଭଟ୍ଟା (ଏକାଙ୍କିକା)
  • ପରିଚିତିରୁ ମୁକ୍ତି (ଜେ. କୃଷ୍ଣମୂର୍ତ୍ତୀଙ୍କ ପୁସ୍ତକର ଅନୁବାଦ)
  • କୃଷ୍ଣମୂର୍ତ୍ତୀଙ୍କ ଟିପାଖାତା (ଜେ. କୃଷ୍ଣମୂର୍ତ୍ତୀଙ୍କ ପୁସ୍ତକର ଅନୁବାଦ)
  • ଅସମ୍ଭବ ପ୍ରଶ୍ନ(ଜେ. କୃଷ୍ଣମୂର୍ତ୍ତୀଙ୍କ ପୁସ୍ତକର ଅନୁବାଦ)
  • ପରିବର୍ତ୍ତନ ଏକାନ୍ତ ଜରୁରୀ (ଜେ. କୃଷ୍ଣମୂର୍ତ୍ତୀଙ୍କ ପୁସ୍ତକର ଅନୁବାଦ)[୮]

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ, ୨୦୦୧[୯]
  • ଉତ୍କଳ ସାହିତ୍ୟ ସମାଜ ଉପନ୍ୟାସ ସମ୍ମାନ, ୧୯୯୬

ଆଧାର[ସମ୍ପାଦନା]

  1. Nagendra (1988). Indian literature. Prabhat Prakashan. pp. 497–. Retrieved 1 April 2013.
  2. Shormishtha Panja; Sumanyu Satpathy (1 February 2004). Signifying the self: women and literature. Macmillan India, Limited. pp. 45–. ISBN 978-1-4039-2405-6. Retrieved 1 April 2013.
  3. "ଆର୍କାଇଭ୍ କପି". Archived from the original on 2016-03-31. Retrieved 2013-04-01. {{cite web}}: Cite has empty unknown parameter: |1= (help)
  4. "ବସନ୍ତ କୁମାରୀ ପଟ୍ଟନାୟକ". odiasahitya.com. Retrieved 15 December 2017.
  5. ବସନ୍ତ କୁମାରୀ ପଟ୍ଟନାୟକ, ଅମଡ଼ା ବାଟ, Wikidata Q25644107
  6. http://orissa.gov.in/literature/novel.htm
  7. Basanta Kumari Patnaik (1966). Jivan-chihna. Shanti Niwas Bani Madir. Retrieved 1 April 2013.
  8. "ଅମଡ଼ାବାଟ'ର ବାଟୋଇ". ସମ୍ବାଦ ଭୁବନେଶ୍ୱର ସଂସ୍କରଣ ୧୫/୧୨/୨୦୧୫ ପୃଷ୍ଠା ୪. Retrieved 15 December 2015.[permanent dead link]
  9. "ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ପ୍ରାପ୍ତ ସାରସ୍ୱତ ସାଧକ/ ସାଧିକା". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 15 December 2017.