ଦେବୁ ବୋଷ
ଦେବୁ ବୋଷ | |
---|---|
ଜନ୍ମ | ରବୀନ୍ଦ୍ରନାଥ ବୋଷ ଡିସେମ୍ବର ୨, ୧୯୪୨
କଟକ |
ମୃତ୍ୟୁ | ୨୩ ଅଗଷ୍ଟ ୨୦୧୮ | (ବୟସ ୭୫)
ଭୁବନେଶ୍ୱର | |
ଜାତୀୟତା | ଭାରତୀୟ |
ବୃତ୍ତି | ଅଭିନେତା |
ବୈବାହିକ-ସାଥୀ | ମଧୁମିତା ବୋଷ[୨] |
ପିତାମାତା(s) | ରାଧାଗୋବିନ୍ଦ ବୋଷ, ପ୍ରତିମା ବୋଷ[୨] |
ଦେବୁ ବୋଷ (ଜନ୍ମନାମ: ରବୀନ୍ଦ୍ରନାଥ ବୋଷ[୨]) ଜଣେ ଓଡ଼ିଆ କଥାଚିତ୍ର ଜଗତ ଅଭିନେତା ଥିଲେ ।[୩] ତପସ୍ୟା କଥାଚିତ୍ରରୁ, ସେ ଓଡ଼ିଆ ସିନେମାରେ ଅଭିନୟ କରିବା ଆରମ୍ଭ କରିଥିଲେ ।[୪] ଅଭିନୟ ବ୍ୟତୀତ, ସେ ନୃତ୍ୟ କ୍ଷେତ୍ରରେ ମଧ୍ୟ ନିପୂଣ ଥିଲେ । ଗୁରୁ କେଳୁଚରଣ ମହାପାତ୍ରଙ୍କଠାରୁ ସେ ନୃତ୍ୟ ଶିକ୍ଷାଗ୍ରହଣ କରିଥିଲେ ।[୫] ଦେବୁ ଓଡ଼ିଆ କଥାଚିତ୍ରର ନୃତ୍ୟ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ । ଚଳଚ୍ଚିତ୍ର ବ୍ୟତୀତ, ଦେବୁ ବୋଷ 'ଦିଗନ୍ତ' ନାମକ ନାଟ୍ୟ ଅନୁଷ୍ଠାନ ସହିତ ଜଡ଼ିତ ରହି ବହୁ ନାଟକରେ ଅଭିନେତା ଓ ନିର୍ଦ୍ଦେଶକ ମଧ୍ୟ ସାଜିଥିଲେ । ୨୦୧୮ ଅଗଷ୍ଟ ୨୨ତାରିଖରେ ହାଇଦ୍ରାବାଦଠାରେ[୬] ତାଙ୍କର ଦେହାନ୍ତ ହୋଇଥିଲା ।[୭] ତାଙ୍କ ଅଭିନୀତ ଶେଷ ଚଳଚ୍ଚିତ୍ର ଆପନା ହାତ ଜଗନ୍ନାଥ ୨୦୧୫ ମସିହାରେ ମୁକ୍ତିଲାଭ କରିଥିଲା ।[୨] ସେ ଓଡ଼ିଆ ଧାରାବାହିକ ସତ୍ୟ ଜରିଆରେ ଧାରାବାହିକରେ ଅଭିନୟ ଆରମ୍ଭ କରିଥିଲେ ଏବଂ ତାଙ୍କ ଅଭିନୀତ ଶେଷ ଧାରାବାହିକ ଥିଲା ତରଙ୍ଗ ଟିଭିରେ ପ୍ରସାରିତ ଧାରାବାହିକ ଦୁର୍ଗା ।[୨] ଦେବୁ ବୋଷ ହିନ୍ଦୀ କଥାଚିତ୍ର ଆଶ୍ରମ ଓ ହିନ୍ଦୀ ଧାରାବାହିକ ବୋହୂରେ ଅଭିନୟ କରିଥିଲେ ।[୨] ଶ୍ରମ ଅଧିକାରୀ ଭାବରେ ସେ ଚାକିରୀରେ ଯୋଗ ଦେଇଥିଲେ ଏବଂ ଶିଳ୍ପ ଉନ୍ନୟନ ନିଗମର ସାଧାରଣ ପ୍ରବନ୍ଧକ ଭାବରେ ଅବସର ନେଇଥିଲେ ।[୨]
କଥାଚିତ୍ରରେ ଭୂମିକା
[ସମ୍ପାଦନା]ଅଭିନେତା ଭାବରେ
[ସମ୍ପାଦନା]- ରାସ୍ତା (୨୦୧୪)
- ଖାସ୍ ତୁମରି ପାଇଁ (୨୦୧୪)
- ତୋ ବାଟ ଚାହିଁଚି ରାତି ସାରା (୨୦୧୪)
- ଗଡ଼ବଡ଼ (୨୦୧୩)
- ପ୍ରେମିକା (୨୦୧୩)
- ହାତ ଧରି ଚାଲୁଥା (୨୦୧୩)
- ଅଶୋକ ସମ୍ରାଟ (୨୦୧୩)
- ନଈ ସେପାରୀ କନକ ଗୋରୀ (୨୦୧୩)
- ମେଟ୍ରିକ୍ ଫେଲ୍ (୨୦୧୨)
- ତୋର ମୋର କଥା ହେବା ଚୁପ୍ ଚାପ୍ (୨୦୧୧)
- ଆସିବୁ କେବେ ସାଜି ମୋ ରାଣୀ (୨୦୧୦)
- ତୋ'ର ମୋ'ର ଯୋଡ଼ି ସୁନ୍ଦର (୨୦୧୦)
- ଡନ୍ (୨୦୧୦)
- ଆକାଶେ କି ରଙ୍ଗ ଲାଗିଲା (୨୦୦୯)
- ଡ୍ରିମ୍ ଗାର୍ଲ (୨୦୦୯)
- ଛାତି ଚିରି ଦେଲେ ତୁ (୨୦୦୮)
- ସତ୍ୟମେବ ଜୟତେ (୨୦୦୮)
- ସମୟ ହାତରେ ଡୋରି (୨୦୦୭)
- ଲାଲ ଟୁକ୍ ଟୁକ୍ ସାଧବବୋହୂ (୨୦୦୭)
- ଲକ୍ଷ୍ମୀ ପ୍ରତିମା (୨୦୦୭)
- ନାରୀ ନୁହେଁ ତୁ ନାରାୟଣୀ (୨୦୦୨)
- ଫେରିଆ ମୋ ସୁନା ଭଉଣୀ (୨୦୦୭)
- ପ୍ରେମ ଋତୁ ଆସିଲାରେ (୨୦୦୬)
- ଆଇ ଲଭ୍ ମାଇଁ ଇଣ୍ଡିଆ (୨୦୦୬)
- ଥ୍ୟାଙ୍କ ୟୁ ଭଗବାନ (୨୦୦୬)
- ଦେ ମା ଶକ୍ତି ଦେ (୨୦୦୬)
- ରକତେ ଲେଖିଚି ନାଁ (୨୦୦୬)
- ଶାଶୁଘର ଚାଲିଯିବି (୨୦୦୬)
- ପ୍ରିୟା ମୋ ପ୍ରିୟା (୨୦୦୫)
- ଅର୍ଜୁନ (୨୦୦୫)
- ପ୍ରଥମ ପ୍ରେମ (୨୦୦୫)
- ଟୋପାଏ ସିନ୍ଦୂର ଦି ଟୋପା ଲୁହ (୨୦୦୫)
- କଣ୍ଢେଇ ଆଖିରେ ଲୁହ (୨୦୦୪)
- ରଖିବ ଯଦି ସେ ମାରିବ କିଏ (୨୦୦୪)
- ସାଥୀରେ (୨୦୦୪)
- ଅ ଆକାରେ ଆ (୨୦୦୪)
- ଯେ ପାଞ୍ଚେ ପର ମନ୍ଦ(୨୦୦୩)[୮]
- ସୁନା ସଙ୍ଖାଳୀ (୨୦୦୩)
- ସିନ୍ଦୂର ନୁହେଁ ଖେଳଘର (୨୦୦୨)
- ସେଇ ଝିଅଟି (୨୦୦୨)
- ସମୟ ଖେଳୁଛି ଚକା ଭଉଁରୀ (୨୦୦୨)
- ବାବୁ ପର୍ଶୁରାମ (୨୦୦୦)
- କାଶିଆ କପିଳା (୨୦୦୦)
- ସୁନା ହରିଣୀ (୧୯୯୯)
- କଳ୍କୀ ଅବତାର (୧୯୯୯)
- ରାକ୍ଷୀ ଭିଜିଗଲା ଆଖି ଲୁହରେ (୧୯୯୯)
- ପୁଅ ଭାଙ୍ଗିଦେଲା ସୁନା ସଂସାର (୧୯୯୯)
- ସନ୍ତାନ (୧୯୯୮)
- ସିଂହବାହିନୀ (୧୯୯୮)
- ସୌଭାଗ୍ୟବତୀ (୧୯୯୮)
- ସୁନା ପାଲିଙ୍କି (୧୯୯୮)
- ଗଙ୍ଗା ଯମୁନା (୧୯୯୭)
- ନାରୀ ବି ପିନ୍ଧିପାରେ ରକ୍ତ ସିନ୍ଦୂର (୧୯୯୭)
- ରାମ ଲକ୍ଷ୍ମଣ (୧୯୯୭)
- ପୁଅ ମୋର ଭୋଳାଶଙ୍କର (୧୯୯୬)
- ସୁହାଗ ସିନ୍ଦୁର (୧୯୯୬)
- କୁଳ ନନ୍ଦନ (୧୯୯୫)
- ମଣି ନାଗେଶ୍ୱରୀ (୧୯୯୫)
- ରଣଭୂମି (୧୯୯୫)
- ଅକୁହା କଥା (୧୯୯୪)
- ଗଢ଼ି ଜାଣିଲେ ଘର ସୁନ୍ଦର (୧୯୯୪)
- ରଖିଲେ ଶିବ ମାରିବ କିଏ (୧୯୯୪)
- ସାଗର ଗଙ୍ଗା (୧୯୯୪)
- ସୁନା ଭାଉଜ (୧୯୯୪)
- ଭାଗ୍ୟ ହାତେ ଡୋରି (୧୯୯୩)
- ମା' ଯାହାର ସାହା (୧୯୯୨)
- କୋଟିଏ ମଣିଷ ଗୋଟିଏ ଜଗା (୧୯୯୧)
- ତୋ ବିନୁ ଅନ୍ୟଗତି ନାହିଁ (୧୯୯୧)
- ଚକାଡୋଳା କରୁଚି ଲୀଳା (୧୯୯୦)
- ହିସାବ କରିବ କାଳିଆ (୧୯୯୦)
- ଠାକୁର ଅଛନ୍ତି ଚଉବାହାକୁ (୧୯୯୦)
- ବିଧିର ବିଧାନ (୧୯୮୯)
- ଆସୁଛି ମୋ କାଳିଆସୁନା (୧୯୮୯)
- ମମତାର ଡୋରି (୧୯୮୯)
- ବଡ଼ ଭାଉଜ (୧୯୮୮)
- ପୁଅ ମୋର କଳା ଠାକୁର (୧୯୮୮)
- ବଧୂ ନିରୁପମା (୧୯୮୭)
- ଭୁଲି ହୁଏନା (୧୯୮୭)
- ଏଇ ତ ଦୁନିଆଁ (୧୯୮୭)
- ସୁନା ଚଢ଼େଇ (୧୯୮୭)
- ସହରୀ ବାଘ (୧୯୮୫)
- ଗୃହଲକ୍ଷ୍ମୀ (୧୯୮୫)
- ଚକାଭଉଁରି (୧୯୮୫)
- ଗଙ୍ଗଶିଉଳୀ (୧୯୮୪)
- କାବେରୀ (୧୯୮୩)
- ତପସ୍ୟା ୧୯୮୦[୯]
ଆଧାର
[ସମ୍ପାଦନା]- ↑ "୭୫ ବର୍ଷ ବୟସରେ ଅଭିନେତା ଦେବୁ ବୋଷଙ୍କ ପରଲୋକ | Kanak News". Kanak News. 23 August 2018. Archived from the original on 27 August 2018. Retrieved 4 September 2018.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "ଚାଲିଗଲେ ବାପା". ସମାଜ. 24 August 2018. Retrieved 27 August 2018.[permanent dead link]
- ↑ Orissa reference: glimpses of Orissa. TechnoCAD Systems. 2001.
- ↑ "ଆର୍କାଇଭ୍ କପି". Archived from the original on 2019-02-27. Retrieved 2018-08-23.
{{cite web}}
: Cite has empty unknown parameter:|1=
(help) - ↑ "ଚାଲିଗଲେ ବାପା". ସମାଜ. 24 August 2018. Retrieved 27 August 2018.[permanent dead link]
- ↑ http://www.dharitri.com/main/news/65427
- ↑ http://sambad.in/state/veteran-actor-debu-bose-passed-away-at-hydrabad-199326/
- ↑ http://sambad.in/story/debu-bose-played-villain-199337/
- ↑ ଧରିତ୍ରୀ ୦୫/୦୨/୨୦୧୪ରେ ପ୍ରକାଶିତ 'ଧରିତ୍ରୀ ଆଳାପ'
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଦେବୁ ବୋଷ