ସତ୍ୟମେବ ଜୟତେ

ଉଇକିପିଡ଼ିଆ‌ରୁ
ଭାରତର ଜାତୀୟ ଚିହ୍ନ

"ସତ୍ୟମେବ ଜୟତେ" (satyam-eva jayate सत्यमेव जयते) (ଆକ୍ଷରିକ ଅର୍ଥ: "ସତର ସଦା ଜୟ ହୁଏ") ମୁଣ୍ଡକ ଉପନିଷଦର ଏକ ହିନ୍ଦୁ ମନ୍ତ୍ର ।[୧] ଭାରତର ସ୍ୱାବଧିନତା ପରେ ଏହାକୁ ଜାତୀୟ ବାଣୀ ଭାବରେ ଗ୍ରହଣ କରାଗଲା ।[୨] ଜାତୀୟ ଚିହ୍ନ ତଳେ ଏହା ଦେବନାଗରୀ ଲିପିରେ ଖୋଦିତ ହୋଇଛି । ଭାରତୀୟ ଟଙ୍କାର ଏକ ପାଖରେ ମଧ୍ୟ ଏହା ଅଙ୍କିତ । ଏହା ଖ୍ରୀ.ପୂ. ୨୫୦ରେ ଉତ୍ତର ପ୍ରଦେଶର ବାରାଣାସୀଠାରେ ସ୍ଥାପିତ ଅଶୋକଙ୍କ ସିଂହର ଏକ ଅନୁକରଣ, କିନ୍ତୁ ଏଥିରେ ବାଣୀଟି ନାହିଁ । ମୁଣ୍ଡକ ଉପନିଷଦର ୩.୧.୬ ରେ[୨] ଥିବା ମୂଳ ମନ୍ତ୍ରଟି ହେଲା:

ସତ୍ୟମେବ ଜଯତେ ନାନୃତମ୍ ସତ୍ୟନ ପନ୍ଥାବ ବିତତୋବଦେବଯାନଃ ।
ଯେନାକ୍ରମନ୍ୟୁତ୍ୟଷଯୋ ହ୍ୟାତ୍ମକାମୋ ଯତ୍ର ତତ୍ତ୍ୟସ୍ୟ ପରମଂ ନିଧାନଂ ॥

ଅର୍ଥ:

ସତର ସଦା ଜୟ ହୁଏ, ମିଛର ନୁହେଁ ।
ମୁନି ଋଷିମାନଙ୍କ ଦେଇ ସତର ପାବନର ପଥ ବ୍ୟାପକ ହୋଇଛି । କାମନାର ବିନାଶ ସାଧନ କରି ମୁନି ଋଷିମାନେ ମହାସତ ନିକଟରେ ପହଞ୍ଚିଥାନ୍ତି ।[୩]

ଆଧାର[ସମ୍ପାଦନା]

  1. http://archive.is/20120723060738/timesofindia.indiatimes.com/entertainment/music/news-and-interviews/Hindus-laud-Mick-Jagger-for-singing-in-Sanskrit/articleshow/9580267.cms
  2. ୨.୦ ୨.୧ Department related parliamentary standing committee on home affairs (2005-08-25). "One hundred and sixteenth report on the state emblem of India (Prohibition of improper use) Bill, 2004". New Delhi: Rajya Sabha Secretariat, New Delhi: 6.11.1. Retrieved 2008-09-26. {{cite journal}}: Cite journal requires |journal= (help)
  3. Swami Krishnananda. "The Mundaka Upanishad:Third Mundaka, First Khanda".