ସତ୍ୟମେବ ଜୟତେ
ଦେଖଣା

"ସତ୍ୟମେବ ଜୟତେ" (satyam-eva jayate सत्यमेव जयते) (ଆକ୍ଷରିକ ଅର୍ଥ: "ସତର ସଦା ଜୟ ହୁଏ") ମୁଣ୍ଡକ ଉପନିଷଦର ଏକ ହିନ୍ଦୁ ମନ୍ତ୍ର ।[୧] ଭାରତର ସ୍ୱାବଧିନତା ପରେ ଏହାକୁ ଜାତୀୟ ବାଣୀ ଭାବରେ ଗ୍ରହଣ କରାଗଲା ।[୨] ଜାତୀୟ ଚିହ୍ନ ତଳେ ଏହା ଦେବନାଗରୀ ଲିପିରେ ଖୋଦିତ ହୋଇଛି । ଭାରତୀୟ ଟଙ୍କାର ଏକ ପାଖରେ ମଧ୍ୟ ଏହା ଅଙ୍କିତ । ଏହା ଖ୍ରୀ.ପୂ. ୨୫୦ରେ ଉତ୍ତର ପ୍ରଦେଶର ବାରାଣାସୀଠାରେ ସ୍ଥାପିତ ଅଶୋକଙ୍କ ସିଂହର ଏକ ଅନୁକରଣ, କିନ୍ତୁ ଏଥିରେ ବାଣୀଟି ନାହିଁ । ମୁଣ୍ଡକ ଉପନିଷଦର ୩.୧.୬ ରେ[୨] ଥିବା ମୂଳ ମନ୍ତ୍ରଟି ହେଲା:
ସତ୍ୟମେବ ଜଯତେ ନାନୃତମ୍ ସତ୍ୟନ ପନ୍ଥାବ ବିତତୋବଦେବଯାନଃ ।
ଯେନାକ୍ରମନ୍ୟୁତ୍ୟଷଯୋ ହ୍ୟାତ୍ମକାମୋ ଯତ୍ର ତତ୍ତ୍ୟସ୍ୟ ପରମଂ ନିଧାନଂ ॥
ଅର୍ଥ:
ସତର ସଦା ଜୟ ହୁଏ, ମିଛର ନୁହେଁ ।
ମୁନି ଋଷିମାନଙ୍କ ଦେଇ ସତର ପାବନର ପଥ ବ୍ୟାପକ ହୋଇଛି । କାମନାର ବିନାଶ ସାଧନ କରି ମୁନି ଋଷିମାନେ ମହାସତ ନିକଟରେ ପହଞ୍ଚିଥାନ୍ତି ।[୩]
ଆଧାର
[ସମ୍ପାଦନା]- ↑ "ଆର୍କାଇଭ୍ କପି". Archived from the original on 2011-08-13. Retrieved 2012-07-23.
{{cite web}}: Cite has empty unknown parameter:|1=(help) - 1 2 Department related parliamentary standing committee on home affairs (2005-08-25). "One hundred and sixteenth report on the state emblem of India (Prohibition of improper use) Bill, 2004". New Delhi: Rajya Sabha Secretariat, New Delhi: 6.11.1. Retrieved 2008-09-26.
{{cite journal}}: Cite journal requires|journal=(help) - ↑ Swami Krishnananda. "The Mundaka Upanishad:Third Mundaka, First Khanda".