କାହ୍ନୁ ଚରଣ ମିଶ୍ର
କାହ୍ନୁ ଚରଣ ମିଶ୍ର | |
---|---|
ଜନ୍ମ | ବକ୍ତାରପୁର, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା ଜିଲ୍ଲା | ୧ ଜାନୁଆରୀ ୧୯୨୨
ମୃତ୍ୟୁ | ୫ ଡିସେମ୍ବର ୨୦୦୧ | (ବୟସ ୭୯)
ଜାତୀୟତା | ଭାରତୀୟ |
ବୃତ୍ତି | ଅଧ୍ୟାପକ |
ବୈବାହିକ-ସାଥୀ | ପ୍ରିୟମ୍ବଦା ମିଶ୍ର |
ପିତାମାତା | ବଳରାମ ମିଶ୍ର (ପିତା) |
କାହ୍ନୁ ଚରଣ ମିଶ୍ର (୧ ଜାନୁଆରୀ ୧୯୨୨ - ୫ ଡିସେମ୍ବର ୨୦୦୧) ଜଣେ ଆଧୁନିକ ଓଡ଼ିଆ କବି ଓ ସମାଲୋଚକ । ସେ ନିଜ ଅଲୋଚନା ପୁସ୍ତକ 'ବିଦଗ୍ଧକବି ଅଭିମନ୍ୟୁ' ପାଇଁ ୧୯୮୫ରେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇଥିଲେ ।[୧]
ଜୀବନୀ
[ସମ୍ପାଦନା]କାହ୍ନୁ ଚରଣ, ୧୯୨୨ ମସିହାରେ କେନ୍ଦ୍ରାପଡ଼ା ଜିଲ୍ଲାର ବକ୍ତାରପୁର ବ୍ରାହ୍ମଣ ଶାସନରେ ଜନ୍ମଗ୍ରହଣ କରିଥିଲେ । ମାତ୍ର ୯ ବର୍ଷ ବୟସରେ ମାଇନର ସ୍କୁଲରେ ପଢ଼ୁଥିବାବେଳେ ଯଦୁମଣି ମଙ୍ଗରାଜଙ୍କ ନେତୃତ୍ୱରେ ୧୯୩୦ ମସିହା ଲବଣ ସତ୍ୟାଗ୍ରହରେ ଯୋଗ ଦେଇ ୧୫ ଦିନ କାରାଗାରରେ ଥିଲେ । ୧୯୩୭ରେ କଲିକତାରୁ ମାଟ୍ରିକ୍ ଓ ବଙ୍ଗବାସୀ କଲେଜରୁ ଇଣ୍ଟରମିଡ଼ିଏଟ୍ ଓ ସ୍ନାତକ ପାସ୍ କଲେ । କଲିକତା ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ବିଭାଗରେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ପାଇ ସ୍ୱର୍ଣ୍ଣପଦକ ଲାଭ କରିଥିଲେ । କଲିକତା ରହଣୀ ସମୟରେ ସେ ଓଡ଼ିଆ ମଜୁରିଆମାନଙ୍କ ପାଇଁ ବହୁବଜାରର ଦାସ୍ ଲେନରେ ଏକ ନୈଶ୍ୟ ବିଦ୍ୟାଳୟ ଆରମ୍ଭ କରିଥିଲେ । ସେଥିପାଇଁ କଲିକତା କର୍ପୋରେସନ ତାଙ୍କୁ ମାସିକ ଅଠର ଟଙ୍କା ଅନୁଦାନ ଦେଉଥିଲେ । ସେଠାରେ ସ୍ନାତକ ପଢ଼ୁଥିବାବେଳେ ଛାତ୍ରନେତା ବିଶ୍ୱନାଥ ମୁଖାର୍ଜୀଙ୍କ ପ୍ରକାଶିତ 'Do and Die' ପତ୍ରିକାର ପ୍ରୁଫ ରିଡ଼ର ଓ ବ୍ରଜବନ୍ଧୁ ନୈଶ୍ୟ ବିଦ୍ୟାଳୟର ପ୍ରଧାନ ଶକ୍ଷକ ଦାୟିତ୍ୱ ନିର୍ବାହ କରିଥିଲେ । ୧୯୪୨-୪୩ କଲିକତା ଛାତ୍ର ସଂଘର ଯୁଗ୍ମ ସଂପାଦକ ଥିଲେ । ରେଭେନସା, ସାମନ୍ତ ଚନ୍ଦ୍ରଶେଖର କଲେଜ, ପୁରୀରେ ଅଧ୍ୟାପନା ପରେ ସେ ବ୍ରହ୍ମ୍ପୁର ବିଶ୍ୱବିଦ୍ୟାଳୟରେ ପ୍ରଫେସର ପଦବୀରେ ଯୋଗ ଦେଲେ । ପୂର୍ବରୁ ତାଙ୍କ ନିବନ୍ଧ 'The Cult of Jagannath' ପାଇଁ ସେ କଲିକତା ବିଶ୍ୱବିଦ୍ୟାଳୟରୁ ପିଏଚ୍ ଡ଼ି ଉପାଧି ଓ ସ୍ୱର୍ଣ୍ଣପଦକ ଲାଭ କରିଥିଲେ । ଦୀର୍ଘ ୩୮ ବର୍ଷର ଅଧ୍ୟାପନା ପରେ ଶେଷରେ ୧୯୮୧ରେ ବ୍ରହ୍ମ୍ପୁର ବିଶ୍ୱବିଦ୍ୟାଳୟରୁ ଅବସର ନେଇ ଭୁବନେଶ୍ୱରରେ 'Institute of Orissan Studies' (୧୯୮୨) ବା ଓଡ଼ଶା ସଂସ୍କୃତି ପରିଷଦ ପ୍ରତିଷ୍ଠା କଲେ । ପୁନଶ୍ଚ ଜଗନ୍ନାଥ ସୋସାଇଟିର ଆମନ୍ତ୍ରଣ କ୍ରମେ ସେ ୧୯୯୩ରେ ଆମେରିକାର ହାର୍ଭାର୍ଡ଼ ବିଶ୍ୱବିଦ୍ୟାଳୟ, ଡେଟ୍ରୟେଟ୍, ମିନିଆପୋଲିସ୍, ନାଶଭିଲେ ଆଦି ସହରରେ ଅଭିଭାଷଣ ପ୍ରଦାନ କରିଥିଲେ ।[୨][୩]
ସାହିତ୍ୟ ସର୍ଜନା
[ସମ୍ପାଦନା]ଓଡ଼ିଶାର ଧର୍ମ, ସାହିତ୍ୟ ଓ ସଂସ୍କୃତିକୁ ଭାରତ ଓ ଭାରତ ବାହାରେ ପ୍ରଚାର ଓ ପ୍ରସାର ପାଇଁ ସେ ଥିଲେ ସଂକଳ୍ପବଦ୍ଧ । ଓଡ଼ିଶା ସଂସ୍କୃତି ପରିଷଦ ଆନୁକୁଲ୍ୟରେ ଭାରତବର୍ଷର ଲବ୍ଧପ୍ରତିଷ୍ଠ ଗବେଷକମାନଙ୍କୁ ଆମନ୍ତ୍ରିତ କରି ୧୮ଗୋଟି ଜାତୀୟ ପାଠଚକ୍ର ଆୟୋଜନ କରିପାରିଥିଲେ । ପାଠଚକ୍ରରେ ଉପସ୍ଥାପିତ ଇଂରାଜୀ ଓ ଓଡ଼ିଆ ପ୍ରବନ୍ଧଗୁଡ଼ିକୁ ପୁସ୍ତକାକାରରେ ସଂକଳିତ କରିଥିଲେ । ସେ ଜଗନ୍ନାଥ ଧର୍ମ, ସିଦ୍ଧାନ୍ତ ଦର୍ପଣ ଭଳି ୧୬ଖଣ୍ଡ ଇଂରାଜୀ ପୁସ୍ତକର ସଂପାଦନା କରିବା ସହିତ ୧୨ଗୋଟି ଇଂରାଜୀ ପ୍ରବନ୍ଧର ଉପସ୍ଥାପନା ମଧ୍ୟ କରିପାରିଥିଲେ ।[୪][୫]
ରଚନାବଳୀ
[ସମ୍ପାଦନା]ପ୍ରବନ୍ଧ
[ସମ୍ପାଦନା]- କଥା ଓ କାହାଣୀ (୧୯୫୩)
- ସାହିତ୍ୟ ସମୀକ୍ଷା (୧୯୫୪)
- ଆଲୋଚନା ମାଳା (୧୯୫୭)
- ଓଡ଼ିଶୀ ବୈଷ୍ଣବ ଧର୍ମ (୧୯୬୧)
- ଦୃଷ୍ଟି ଓ ସୃଷ୍ଟି (୧୯୬୬)
- ଶ୍ରୀଜଗନ୍ନାଥ ଓ ନବକଳେବର (୧୯୬୯)
- ଓଡ଼ିଆ ସାହିତ୍ୟରେ ଧର୍ମଧାରା (୧୯୭୮)
- କବି ଭୀମଭୋଇ (୧୯୮୦)
- ବିଦଗ୍ଧ କବି ଅଭିମନ୍ୟୁ (୧୯୮୪)
- ଧର୍ମ ସମାଜ ଓ ସାହିତ୍ୟ (୧୯୮୫)
- ସଉରା ଭାଷା (୧୯୯୪, ଯୁଗ୍ମ: ଜଗନ୍ନାଥ ଦାସ)
- ମନ୍ଥନ (୨୦୦୪, ଉପନ୍ୟାସ)
- ମନ୍ଥନ ୨ୟ ଭାଗ (୨୦୦୫, ଉପନ୍ୟାସ)
ଇଂରାଜୀ
[ସମ୍ପାଦନା]- The cult of Jagannath (୧୯୭୧)
- Religious integration in Jagannath cult (୧୯୮୧)
- Abhimanyu Samanta Simhara (୧୯୯୦)
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଉତ୍କଳ ପାଠକ ସଂସଦ ସମ୍ମାନ, ୨୦୦୦
- ଓଡ଼ିଶା ସଂସ୍କୃତି ପରିଷଦ ପୁରସ୍କାର, ୧୯୮୫
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୫ ବିଦଗ୍ଧକବି ଅଭିମନ୍ୟୁ ନିମନ୍ତେ
ଆଧାର
[ସମ୍ପାଦନା]- ↑ http://odishasahityaakademi.org/English/sahitya-award4.php
- ↑ ମହାନ୍ତି, ନଗେନ୍ଦ୍ର ନାଥ (୨୦୦୫). ଓଡ଼ିଆ ଚରିତ କୋଷ, ୧ମ ଭାଗ. ନୂଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୧୭୮-୭୯. ISBN 81-903352-1-9.
- ↑ ସ୍ମରଣିକା – କାହ୍ନୁ ଚରଣ ମିଶ୍ର. ଭୁବନେଶ୍ୱର. ୨୦୦୧.
{{cite book}}
: CS1 maint: location missing publisher (link) - ↑ ସ୍ମୃତିରେ ଅନୁଭୂତିରେ ପ୍ରଫେସର କାହ୍ନୁଚରଣ. ୨୦୦୨.
- ↑ ମହାରଣା, ସୁରେନ୍ଦ୍ର କୁମାର (୨୦୧୫). ଓଡ଼ିଆ ସାହିତ୍ୟର ଇତିହାସ (୩ୟ ed.). କଟକ: ଓଡ଼ିଶା ବୁକ୍ ଷ୍ଟୋର୍. pp. ୬୨୧. ISBN 81-7400-331-2.