ବୈଜୟନ୍ତ ପଣ୍ଡା

ଉଇକିପିଡ଼ିଆ‌ରୁ
ବୈଜୟନ୍ତ ପଣ୍ଡା
କାର୍ଯ୍ୟକାଳ
୨୦୦୯ – ୧୯ ଜୁଲାଇ ୨୦୧୮
ପୂର୍ବ ଅଧିକାରୀଅର୍ଚ୍ଚନା ନାୟକ
ନିର୍ବାଚନ ମଣ୍ଡଳୀକେନ୍ଦ୍ରାପଡ଼ା
କାର୍ଯ୍ୟକାଳ
୪ ଅପ୍ରେଲ ୨୦୦୦ – ୨୦୦୯
ନିର୍ବାଚନ ମଣ୍ଡଳୀଓଡ଼ିଶା
ବ୍ୟକ୍ତିଗତ ସବିଶେଷ
ଜନ୍ମ
ବୈଜୟନ୍ତ ପଣ୍ଡା

(1964-01-12) ୧୨ ଜାନୁଆରୀ ୧୯୬୪ (ବୟସ ୬୦)
କଟକ, ଓଡ଼ିଶା
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି (ପୂର୍ବରୁ ବିଜୁ ଜନତା ଦଳ)
ଜୀବନ ସାଥୀ
ଜାଗି ମଙ୍ଗତ ପଣ୍ଡା
(m. ୧୯୯୪)
ବାପା/ବୋଉଇଲା ପଣ୍ଡା (ମାଆ)
ବଂଶୀଧର ପଣ୍ଡା (ବାପା)
ଘରଭୁବନେଶ୍ୱର, ଓଡ଼ିଶା (ସ୍ଥାୟୀ)
ନୂଆ ଦିଲ୍ଲୀ (ବର୍ତ୍ତମାନ)
ଶିକ୍ଷାନୁଷ୍ଠାନମିସିଗାନ ଟେକ୍ନୋଲୋଜିକାଲ ୟୁନିଭର୍ସିଟି
ପେଷାଶିଳ୍ପପତି, ରାଜନୀତିଜ୍ଞ
ସନ୍ତକ
ୱେବସାଇଟOfficial Website

ବୈଜୟନ୍ତ ପଣ୍ଡା (ଜନ୍ମ: ୧୨ ଜାନୁଆରୀ ୧୯୬୪) ହେଉଛନ୍ତି ଭାରତୀୟ ଜନତା ପାର୍ଟିର ଜଣେ ରାଜନୀତିଜ୍ଞ ଓ ଶିଳ୍ପପତି । ସେ କେନ୍ଦ୍ରାପଡ଼ା ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଲୋକ ସଭାରେ ପ୍ରତିନିଧିତ୍ୱ କରିଥିଲେ ।

ବିଜୁ ଜନତା ଦଳରୁ ସେ ନିର୍ଦଳୀୟ କାର୍ଯ୍ୟକ୍ରମ କରୁଥିବାର ତାଙ୍କ ଉପରେ ୨୪ ଜାନୁୟାରୀ ୨୦୧୮ ମସିହାରେ ଆରୋପ କରାଯାଇଥିଲା ଏବଂ ଦଳରୁ ବହିଷ୍କାର କରାଯାଇଥିଲା । ୨୮ ମଇ ୨୦୧୮ ମସିହାରେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ ।[୧] ସେ ଏହି ଆରୋପକୁ ପ୍ରତ୍ୟାଖ୍ୟାନ କରିଥିଲେ, ତାଙ୍କ ବିରୁଦ୍ଧରେ ଷଡଯନ୍ତ୍ର ହୋଇଥିବା କହିଥିଲେ ।[୨] ସନ ୨୦୦୦ରୁ ୨୦୦୯ ମସିହା ପର୍ଯ୍ୟନ୍ତ ସେ ସ୍ୱାଧୀନ ଭବେ ରାଜ୍ୟସଭାର ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ । ୨୦୧୯ ମସିହା ମାର୍ଚ୍ଚ ମାସ ୪ ତାରିଖରେ ସେ ନୁଆଦିଲ୍ଲୀଠାରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ । [୩] କେନ୍ଦ୍ରାପଡ଼ାରୁ ୨୦୧୯ ଭାରତୀୟ ସାଧାରଣ ନିର୍ବାଚନରେ ସେ ଲୋକ ସଭା ସଦସ୍ୟ ହେବାପାଇଁ ଛିଡ଼ା ହୋଇଥିଲେ, କିନ୍ତୁ ବିଜୁ ଜନତା ଦଳର ପ୍ରତିଦ୍ୱନ୍ଦୀ ଅନୁଭବ ମହାନ୍ତିଙ୍କଠାରୁ ହାରିଯାଇଥିଲେ ।[୪]


ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଶିଳ୍ପ ପତି ବଂଶୀଧର ପଣ୍ଡା ଏବଂ ଇଲା ପଣ୍ଡା ତାଙ୍କର ପିତା ଏବଂ ମାତା ଥିଲେ । ୧୨ ଜାନୁୟାରୀ ୧୯୬୪ ମସିହାରେ କଟକରେ ସେ ଜନ୍ମଗ୍ରହଣ କରିଥିଲେ । ଯନ୍ତ୍ର ଶିକ୍ଷା ଏବଂ ପରିଚାଳନା (Engineering & Management) ବିଷୟରେ ସେ ମିସିଗାନ ଟେକ୍ନୋଲୋଜିକାଲ ବିଶ୍ୱବିଦ୍ୟାଳୟରୁ ପଢ଼ିଥିଲେ । ସେ ସ୍ୱର୍ଗତ ବିଜୁ ପଟ୍ଟନାୟକ ଏବଂ ତାଙ୍କର ପୁତ୍ର ତଥା ବିଜୁ ଜନତା ଦଳର ପ୍ରତିଷ୍ଠାତା, ନବୀନ ପଟ୍ଟନାୟକଙ୍କୁ ରାଜନୈତିକ କ୍ଷେତ୍ରରେ ସହାୟତା କରିଥିଲେ ।

ଜାଗି ମଙ୍ଗତ ପଣ୍ଡାଙ୍କୁ ସେ ୧୩ ଅଗଷ୍ଟ ୧୯୯୪ ମସିହାରେ ବିବାହ କରିଥିଲେ । ତାଙ୍କର ପତ୍ନୀ ଏବେ ଅରଟେଲ କମ୍ୟୁନିକେସନ କମ୍ପାନୀର ମ୍ୟନେଜିଙ୍ଗ ଡାଇରେକ୍ଟର ଅଛନ୍ତି ।[୫][୬]

ଆଧାର[ସମ୍ପାଦନା]

  1. "Unwanted" Jay Panda Quits Naveen Patnaik's BJD Before 2019 Odisha Polls". NDTV.
  2. "BJD MP Baijayant Panda suspended for 'anti-party activities' - Times of India". The Times of India (in ଇଂରାଜୀ). Retrieved 2018-01-24.
  3. https://m.timesofindia.com/india/baijayant-panda-joins-bjp-blasts-bjd/amp_articleshow/68259112.cms
  4. "ବୈଜୟନ୍ତଙ୍କୁ ହରାଇଲେ ଅନୁଭବ". Sambad (in ଆମେରିକୀୟ ଇଂରାଜୀ). 2019-05-24. Retrieved 2019-05-24.
  5. http://investing.businessweek.com/research/stocks/private/person.asp?personId=2985709&privcapId=2945138
  6. "Jay & Jagi Panda". Atelier. Archived from the original on 28 March 2019. Retrieved 30 August 2013.

ବାହାର ଆଧାର[ସମ୍ପାଦନା]