ବନ୍ଧା କୋବି ଚଟଣୀ

ଉଇକିପିଡ଼ିଆ‌ରୁ
ବନ୍ଧା କୋବି ଚଟଣୀ
ଆରମ୍ଭ
ମୂଳ ଜାଗାଭାରତ
ଅଞ୍ଚଳଓଡ଼ିଶା
ଖାଇବାର ସବିଶେଷ
ମୂଳ ଉପାଦାନବନ୍ଧା କୋବି, ରାଶି, ରସୁଣ, ଅଦା, କଞ୍ଚାଲଙ୍କା, ତେନ୍ତୁଳି, ଲୁଣ, ହଳଦୀ, ଜିରା, ତେଲ

ବନ୍ଧା କୋବି ଚଟଣୀ ଭାରତର ଓଡ଼ିଶାରେ ରନ୍ଧାଯାଉଥିବା ଏକ ଖାଦ୍ୟ ।

ଉପାଦାନ[ସମ୍ପାଦନା]

ତିଆରି ପ୍ରଣାଳୀ[ସମ୍ପାଦନା]

ବନ୍ଧାକୋବିକୁ କାଟି, ଧୋଇ, ଛାଣି ରଖନ୍ତୁ। ରାଶିକୁ ଭାଜି ରଖନ୍ତୁ। କଡ଼ାରେ ତେଲ ଗରମ କରି ଜିରା ଫୁଟାନ୍ତୁ। ଜିରା ଫୁଟିଯିବା ପରେ କଞ୍ଚାଲଙ୍କା, ରସୁଣ ଓ ଅଦା ଛୋଟ ଛୋଟ ଖଣ୍ଡ କରି ପକାଇ ଦିଅନ୍ତୁ। ଭାଜି ହୋଇଗଲା ପରେ ରଖିଥିବା ବନ୍ଧା କୋବିକୁ ପକାନ୍ତୁ। ଏହା ପରେ ଲୁଣ, ହଳଦୀ ଦେଇ ଘୋଡ଼ାଇ ଦିଅନ୍ତୁ। ତିନି ମିନିଟ୍ ପରେ ଦରସିଝା ଅବସ୍ଥାରେ ତାକୁ ଓହ୍ଲାଇ ତେନ୍ତୁଳି ଓ ରଖିଥିବା ଭଜା ରାଶି ସହିତ ବାଟି ପରସି ଦିଅନ୍ତୁ।

ଏହି ଚଟଣୀ ଭାତ ସହିତ ଖାଇବାକୁ ଭଲ ଲାଗେ।

ଆଧାର[ସମ୍ପାଦନା]

  • ଖାଆନ୍ତୁ ଓ ଖୁଆନ୍ତୁ – ଅରୁଣା ମହାନ୍ତି - ପ୍ରଜାତନ୍ତ୍ର ସାପ୍ତାହିକୀ-(୨-୮ ଡିସେମ୍ବର ୨୦୦୧)