ପୋଟଳ ରସା

ଉଇକିପିଡ଼ିଆ‌ରୁ
(ଆଳୁ ପୋଟଳ ରସାରୁ ଲେଉଟି ଆସିଛି)
ପୋଟଳ ରସା
ପୋଟଳ ସହ ଆଳୁ ମିଶାଇ ସମାନ ପ୍ରଣାଳୀରେ ରନ୍ଧାଯାଇଥିବା "ପୋଟଳ ଆଳୁ ରସା" ।
ଆରମ୍ଭ
ମୂଳ ଜାଗାଭାରତ
ଅଞ୍ଚଳଓଡ଼ିଶା
ଖାଇବାର ସବିଶେଷ
ମୂଳ ଉପାଦାନପୋଟଳ, ନଡ଼ିଆ କ୍ଷୀର

ପୋଟଳ ରସା ଏକ ପାରମ୍ପରିକ ଓଡ଼ିଆ ଖାଦ୍ୟ[୧][୨][୩][୪] ଏହା ସାଧାରଣତଃ ପୋଟଳକୁ ନଡ଼ିଆ କ୍ଷୀରରେ ରାନ୍ଧି ତିଆରି କରାଯାଇଥାଏ ।[୫] ଏହାର ଅନ୍ୟ ଏକ ପରିବର୍ତ୍ତନ ହେଲା ଆଳୁ-ପୋଟଳ ରସା ।[୬]

ପ୍ରକାରଭେଦ[ସମ୍ପାଦନା]

ଦେଉଳିଆ ପୋଟଳ ରସା ପିଆଜ, ରସୁଣ ଆଦି ନ ପଡ଼ି ସାଧାରଣତଃ ଜଗନ୍ନାଥ ମନ୍ଦିର[୭] ଓ ଅନ୍ୟାନ୍ୟ ମନ୍ଦିର ଭୋଗରେ ନଡ଼ିଆ, ଜିରା, ଅଦା ଆଦି ସହ ରନ୍ଧା ହେଉଥିଲା ବେଳେ ଅନ୍ୟାନ୍ୟ ରନ୍ଧାରେ ଏଥିରେ ଆଳୁ ସହ ମସଲାରେ ପିଆଜ ଓ ରସୁଣ ବଟା, ଗରମ ମସଲା, ଚିନି, ଦହି, ଓ ଚାରମଗଚ ଆଦି ପଡ଼ି ରନ୍ଧା ଯାଇଥାଏ ।

ସାମଗ୍ରୀ[ସମ୍ପାଦନା]

ଦେଉଳିଆ ପୋଟଳ ରସା ତିଆରି ପାଇଁ ପୋଟଳ, ଜିରା, ବଟା ନଡ଼ିଆ ରସ, ନାଲିଲଙ୍କାଗୁଣ୍ଡ, ହଳଦୀଗୁଣ୍ଡ, ସୋରିଷ ତେଲ ଓ ଲୁଣ ଆଦି ବ୍ୟବହୃତ ହେଉଥିବା ବେଳେ ଘରୋଇ ରନ୍ଧାରେ ପିଆଜବଟା, ଅଦାବଟା, ରସୁଣବଟା, ଗରମ ମସଲା, ଚିନି, ଦହି, ଓ ଚାରମଗଚ ଆଦି ମଧ୍ୟ ବ୍ୟବହୃତ ହୋଇଥାଏ । ପୋଟଳ ଆଳୁ ରସା ପାଇଁ ଆଳୁ ପଡ଼ିଥାଏ ।

ପ୍ରଣାଳୀ[ସମ୍ପାଦନା]

ପୋଟଳ ରସା ଉଭୟ ପିଆଜ ଓ ରସୁଣ ପଡ଼ି ବା ଏ ଦୁଇ ମସଲାକୁ ବାଦ ତଥା ନଡ଼ିଆ କ୍ଷୀର ସହ/ବାଦ ଦେଇ ଦେଇ ରନ୍ଧାଯାଇପାରେ । ପିଆଜ ଓ ରସୁଣ ନ ପଡୁଥିଲେ ପୋଟଳକୁ ଚାରିଫାଳ କରି ମୁଣ୍ଡି ଲାଗି ଥାଇ ତେଲରେ ଛଣାଯାଏ । ଅଦା, ଜିରା ଓ ଲଙ୍କାକୁ ବାଟି ନଡ଼ିଆ କ୍ଷୀରରେ ମିଶାଇ ଅଳ୍ପ ତେଲରେ ଜିରା, ଅଦା, ଲଙ୍କା ଆଦି ଫୁଟାଇ ସେଥିରେ ସେହି କ୍ଷୀର ଓ ଲୁଣ ଏବଂ ହଳଦୀଗୁଣ୍ଡ ମିଶାଇ ଫୁଟାଯାଏ । ଏହି କ୍ଷୀର ଫୁଟି ଆସିଲେ ସେଥିରେ ଛଣା ପୋଟଳକୁ ମିଶାଇ ଝୋଳ ମରିଆସିବା ଯାଏ ଫୁଟାଯାଏ । ପିଆଜ ଓ ରସୁଣ ପଡୁଥିଲେ ପିଆଜ, ରସୁଣବଟାକୁ ଅଳ୍ପ ତେଲରେ କସି ଚାରମଗଚ ବଟା ଦେଇ ନାଲିଲଙ୍କା, ହଳଦୀ, ଗରମ ମସଲା ଦେଇ ପୁଣି କସାଯାଏ । ଏହି ମସଲା ଭଲକରି ଭାଜିହେଲେ ପୋଟଳ ମିଶାଯାଇ ଲୁଣ, ଚିନି ଓ ଦହି ମିଶାଇ ଭଜାଯାଏ । ଅଳ୍ପ ଝୋଳ ଥିବା ବେଳେ ଧନିଆପତ୍ର ଦେଇ ପରଷାଯାଇଥାଏ ।[୫]

ଆଧାର[ସମ୍ପାଦନା]

  1. Orissa Review. Published and issued by Home (Public Relations) Department, Government of Orissa. 1975.
  2. Indian Literature. Sahitya Akademi. 2003.
  3. KRISHNA GOPAL DUBEY (27 September 2010). THE INDIAN CUISINE. PHI Learning Pvt. Ltd. pp. 284–. ISBN 978-81-203-4170-8.
  4. Orissa reference: glimpses of Orissa. TechnoCAD Systems. 2001.
  5. ୫.୦ ୫.୧ Laxmi Parida (1 April 2003). Purba: Feasts From The East: Oriya Cuisine from Eastern India. iUniverse. ISBN 978-0-595-26749-1.
  6. Rocky Singh; Mayur Sharma (25 July 2014). Highway on my Plate - II: the indian guide to roadside eating. Random House India. pp. 391–. ISBN 978-81-8400-642-1.
  7. Narayan Miśra (2007). Annals and Antiquities of the Temple of Jagannātha. Sarup & Sons. pp. 134–. ISBN 978-81-7625-747-3.