ଛେନାପୋଡ଼
ଛେନାପୋଡ଼ |
|
| ଆରମ୍ଭ | |
|---|---|
| ଅଲଗା ନାଆଁ | ପୋଡ଼ |
| ମୂଳ ଜାଗା | ଭାରତ |
| ଅଞ୍ଚଳ | ଓଡ଼ିଶା |
| ଖାଇବାର ସବିଶେଷ | |
| ଖାଇବାର ମେଳଣ | ମିଠା |
| ମୂଳ ଉପାଦାନ | ଘରତିଆରି ଛେନା, ଚିନି, ସୁଜି, କାଜୁ ଓ କିସମିସ |
ଛେନାପୋଡ଼ ଗୋଟିଏ ଓଡ଼ିଆ ମିଠା । ଏହା ଛେନା, ଚିନି, ସୁଜି, କାଜୁ ଓ କିସମିସରେ ତିଆରି କରାଯାଏ । ଛେନାପୋଡ଼ର ଆକ୍ଷରିକ ମାନେ ପୋଡ଼ା ଜାଇଥିବା ଛେନା ବା ପୋଡ଼ିକରି ତିଆରି କରାଯାଇଥିବା ଛେନାରେ ତିଆରି ଏକ ମିଠା । ଏହା ବାଦାମି ହେବାଯାଏଁ ଏହାକୁ ପୋଡ଼ାଯାଇ ତିଆରି କରାଯାଇଥାଏ ।[୧] ଏହା ଜଗନ୍ନାଥଙ୍କର ଛପନ ଭୋଗ ଭିତରୁ ଗୋଟିଏ ।
ବିଷୟସୂଚୀ |
ଇତିହାସ [ସମ୍ପାଦନା]
ଏହା ଓଡ଼ିଶାର ନୟାଗଡ଼ ଜିଲାରେ ବାରଶହ ଶତାବ୍ଦୀରେ ଜନ୍ମ ନେଇଅଛି । ସେଠାକାର "ବିଦ୍ୟାଧର ସାହୁ" ନାମକ ଜଣେ ଗୁଡ଼ିଆ ଦିନେ ରାତିରେ ବଳକା ଛେନାରେ ଗୁଡ଼ ମିଶାଇ ତାହାକୁ ସାରାରାତି ଚୁଲି ଉପରେ ରଖିଦେଇଥିଲେ ଯାହା ତାହା ପର ଦିନ ସକାଳେ ଛେନାପୋଡ଼ର ରୂପ ନେଇଥିଲା ।
ଓମଫେଡ଼ ଏହାର ବିକାଶ ଓ ବାହାରେ ବିକ୍ରି ପାଇଁ ନୂଆ ନୂଆ ଯୋଜନା ମାନ ଆରମ୍ଭ କରିଛି ।[୨][୩][୪][୫]
ଉପାଦାନ [ସମ୍ପାଦନା]
- ୨ ଛୋଟ ଚାମଚ ଚିପୁଡ଼ା ଛେନା
- ୩ ଛୋଟ ଚାମଚ ସୁଜି
- ୧୫ ଛୋଟ ଚାମଚ ଚିନି
- ୧ କପ କିସମିସ
- ୧ କପ କାଜୁ
- ଗୁଜୁରାତି ଅଳେଇଚ
- ୧ କପ ପାଣି
ପ୍ରଣାଳୀ [ସମ୍ପାଦନା]
ଛେନା, ସୁଜି ଓ ଚିନିକୁ ମିଶାଇ ଏକ ବହଳିଆ ମଣ୍ଡ ତିଆରି କରାଯାଇଥାଏ । ଏହାକୁ ଏକ ସରୁ ଫନ୍ଦ ଥିବା ଥାଳିରେ ରଖି ପତ୍ରରେ ଘୋଡ଼ାଇ ନିଆଁରେ ପୋଡ଼ାଯାଇଥାଏ ।ଏହା ପରେ ଏହା ଉପରେ ଅଙ୍ଗାର ଆଦି ରଖି ପୋଡ଼ାଯାଇ ଏହି ମିଠାକୁ ତିଆରି କରାଯାଇଥାଏ ।
ଆଧାର [ସମ୍ପାଦନା]
- ↑ "The Sweet Bypass On NH5". UpperCrust. http://www.uppercrustindia.com/oldsite/12crust/twelve/season8.htm.
- ↑ just-food.com editorial team (August 2002). "Orissa invests in marketing traditional confectionery product". http://www.just-food.com/article.aspx?id=70974.
- ↑ Rajaram Satpathy (15 August 2002). "Sweet wars: Chhenapoda vs rasagolla". Times of India. http://timesofindia.indiatimes.com/articleshow/19188687.cms.
- ↑ "Chhena poda". The Hindu. 11 April 2009. http://www.hindu.com/mp/2009/04/11/stories/2009041151580500.htm.
- ↑ "Chhena poda". The Hindu. 11 April 2009. http://www.hindu.com/mp/2009/04/11/stories/2009041152550700.htm.
|
||||||||||||||||||||||||||||||||