ଏଣ୍ଡୁରି ପିଠା

ଉଇକିପିଡ଼ିଆ ରୁ
ଏଣ୍ଡୁରି ପିଠା
ଏଣ୍ଡୁରି ପିଠା
ଆରମ୍ଭ
ମୂଳ ଜାଗା ଭାରତ
ଅଞ୍ଚଳ ଓଡ଼ିଶା
ଖାଇବାର ସବିଶେଷ
ବାଢ଼ିବାର ତାତି ଗରମ
ମୂଳ ଉପାଦାନ ଚାଉଳ ଚୂନା ଓ ବିରି

ଏଣ୍ଡୁରି ପିଠା ଏକ ଓଡ଼ିଆ ଖାଦ୍ୟ ଯାହା ଚାଉଳ ଚୂନା ଓ ବିରିରୁ ତିଆରି ବହଳିଆ ମଣ୍ଡକୁ ବାମ୍ଫରେ ରଖି ସିଝାଇ ତିଆରି କରାଯାଏ ।

ଉପାଦାନ[ସମ୍ପାଦନା]

ଏଣ୍ଡୁରୀ ପିଠା ର ଅନ୍ୟ ଏକ ରୂପ

ଅରୁଆ ଚାଉଳ ଚୂନା, ବିରି ବଟା, ଲୁଣ, ଚିନି ଆଦିକୁ ମିଶାଇ କେଇଘଣ୍ଟା ରଖାଯାଏ । ଗୋଟିଏ ହାଣ୍ଡିର ମୁହଁରେ କନାବାନ୍ଧି ସେହିହାଣ୍ଡିକୁ ଚୁଲି ଉପରେ ରଖାଯାଏ । ଏହାକୁ ‘ ଅଥରା ହାଣ୍ଡି ’ କହନ୍ତି । ଏହି ଅଥରାହାଣ୍ଡି ଉପରେ ହଳଦୀପତ୍ରରେ ପୁରମିଶା ‘ଆଣ’ ଲଦି ହାଣ୍ଡି ଉପରେ ପଲମ ବା ଘୋଡ଼ଣି ଢାଙ୍କି ଦିଆଯାଏ I କିଛି ସମୟପରେ ବାମ୍ଫ ଭିତରେ ପିଠା ସିଝିଗଲେ, ତାକୁ କାଢି ଅଣାଯାଏ ଏବଂ ଏହା ହିଁ ଏଣ୍ଡୁରି ପିଠା । ଏହା ଦେଖିବାକୁ ଲମ୍ବା ଓ ନରମ ହୋଇଥାଏ । ପୁର ଏଣ୍ଡୁରୀ ଓଡ଼ିଶାର ଗ୍ରାମାଞ୍ଚଳ ରେ ବନାହେଉଥିବା ଏଣ୍ଡୁରି ପିଠାର ଏକ ଅନ୍ୟରୂପ ।

ଆଧାର[ସମ୍ପାଦନା]