ଓଡ଼ିଆ ବାହାଘର
ଓଡ଼ିଆ ବାହାଘର ବଂଶ ରକ୍ଷା ଓ ସମାଜ ରକ୍ଷା ସକାଶେ ପୁରୁଷ ଓ ସ୍ତ୍ରୀର ମିଳନ ବା ପରିଣୟ ବିବାହ ଭାବେ ପରିଚିତ । ଏହା ପରସ୍ପର ସହ ଉପଯୁକ୍ତ ମେଳ ଖାଉଥିବା ଦୁଇଟି ଭିନ୍ନ ବ୍ୟକ୍ତିବିଶେଷଙ୍କୁ ନେଇ ସମ୍ପନ୍ନ ହୋଇଥାଏ । ଓଡିଆ ବାହାଘର ମୂଖ୍ୟତଃ ଓଡିଆ ହିନ୍ଦୁ ମାନଙ୍କ ମଧ୍ୟରେ ଘଟିଥାଏ । ଓଡ଼ିଆ ବାହାଘରର ବହୁତ ରୀତି ଓ ପରମ୍ପରା ଅଛି। ପାରମ୍ପରିକ ଦୃଷ୍ଟିରୁ ଏହା ସଂସ୍କୃତ ଏବଂ ଓଡିଆ ଭାଷାରେ ବୋଲା ଯାଉଥିବା ମନ୍ତ୍ରକୁ ନେଇ ପରିଚାଳିତ ହେଇଥାଏ । ଏହାର ପ୍ରସ୍ତୁତି କେବଳ ବାହାଘର ଦିନ ନୁହେଁ, ବରଂ ବହୁଦିନ ପୂର୍ବରୁ ଚାଲିଥାଏ।
ବିଷୟସୂଚୀ |
ବାହାଘର ମୂଳାଧାର[ସମ୍ପାଦନା]
ବେଦ ଅନୁସାରେ ଏକ ସୁଗମ ତଥା ଆନନ୍ଦମୟ ଜୀବନ ଯାପନ ପାଇଁ, ଏକ ସଫଳ ଦାମ୍ପତ୍ୟ ଜୀବନ ନିହାତି ଲୋଡା ଏବଂ ସେଥିରେ ସ୍ଵାମୀ-ସ୍ତ୍ରୀ ମଧ୍ୟରେ ଆପୋଷ ବୁଝାମଣା, ଖୁସିର ଆବଣ୍ଟନ ଓ ଅନ୍ତରଙ୍ଗତା ରହିବା ଉଚିତ । ତେଣୁ, କୌଣସି ବାହାଘର କେବଳ ନିଜର ଭୋଗବିଳାସ ପାଇଁ କରା ଯାଏନି, ବରଂ ଏହା ଏକ ସାମାଜିକ ତତସହିତ ଏକ ଆଧ୍ୟାତ୍ମିକ ଦାୟିତ୍ଵ ବହନ କରିବାର ମାଧ୍ୟମ ଅଟେ । ସାଧାରଣ ସ୍ଵାମୀ-ସ୍ତ୍ରୀ ଯୋଡିକୁ "ଜୀବନସାଥି"ରେ ପରିଣତ କରାଇବାରେ ଏକ ସୁସଙ୍ଗଠିତ ଦାମ୍ପତ୍ୟ ଜୀବନ ସହାୟ ହୋଇଥାଏ । [୧]
ମୂଖ୍ୟ ନିତୀନିୟମ ଓ ପରମ୍ପରା[ସମ୍ପାଦନା]
ବାହାଘର ପୂର୍ବ ରୀତିନୀତି[ସମ୍ପାଦନା]
ଆହୁରି ଦେଖନ୍ତୁ[ସମ୍ପାଦନା]
ଆଧାର[ସମ୍ପାଦନା]
- ↑ Marriage is a Sacred Bond and Pledge http://www.akhandjyoti.org/?Akhand-Jyoti/2003/Mar-Apr/MarriageSacredBond/