ଖେଚେଡ଼ି

ଉଇକିପିଡ଼ିଆ ରୁ
ଖେଚେଡ଼ି
କାଦୁଆ ଖେଚେଡ଼ି
ଆରମ୍ଭ
ମୂଳ ଜାଗା ଭାରତୀୟ ଉପମହାଦେଶ
ଅଞ୍ଚଳ ଓଡ଼ିଶା, ବିହାର, ଝାଡ଼ଖଣ୍ଡ, ପଶ୍ଚିମ ବଙ୍ଗଳା, ପଞ୍ଜାବ
ଖାଇବାର ସବିଶେଷ
ମୂଳ ଉପାଦାନ ଚାଉଳ, ଡାଲି, ମସଲା

ଖେଚେଡ଼ି ଏକ ପାରମ୍ପାରିକ ଓଡ଼ିଆ ଖାଦ୍ୟ, ତେବେ ଭାରତର ବାକି ଜାଗାରେ ମଧ୍ୟ ଏହା ଖିଆଯାଇଥାଏ । ତିଆରି କରିବାର ପ୍ରଣାଳୀ ଅଲଗା ଅଲଗା ଜାଗାରେ ଅଲଗା ପ୍ରକାର ହୋଇଥାଏ ଓ ନାମ ମଧ୍ୟ ଅଲଗା ହୋଇଥାଏ । ଓଡ଼ିଶାରେ ତିଆରି ଖେଚେଡ଼ି ଶୁଖିଲା ହୋଇଥାଏ ଓ ଏଥିରେ ଚିନିର ବ୍ୟବହାର ହୋଇଥାଏ ।

ଉପାଦାନ[ସମ୍ପାଦନା]

ପ୍ରକାର[ସମ୍ପାଦନା]

ସିମେଇ ଖେଚେଡ଼ି

ଜଗନ୍ନାଥ ମନ୍ଦିରରେ ଭୋଗରେ ଲାଗୁଥିବା ଖେଚେଡ଼ି[ସମ୍ପାଦନା]

ସକାଳ ଧୂପରେ, ଷୋଡ଼ଶପଚାର ବିଧିରେ ଶ୍ରୀମନ୍ଦିର ରତ୍ନବେଦିରେ ଅର୍ପଣ କରାଯାଉଥିବା ବିଭିନ୍ନ ପ୍ରକାର ଖେଚେଡ଼ି ହେଲା:

  • ନୁଖୁରା ଖେଚୁଡ଼ି
  • ସାନ ଖେଚୁଡ଼ି
  • ଶ୍ରୀ ବଳଭଦ୍ର ଖେଚୁଡ଼ି
  • ତୈଳ ଖେଚୁଡ଼ି

ଅନ୍ୟାନ୍ୟ[ସମ୍ପାଦନା]

  • ପଞ୍ଚୁବର୍ଣ୍ଣ ଖେଚେଡ଼ି
ନାନା ପ୍ରକାରର ପରିବାକୁ ଡାଲି ଓ ଚାଉଳ ସହ ମିଶାଇ ଏହା ତିଆରି କରାଯାଏ । ଏହା ଶୁଖିଲା ହୋଇଥାଏ । ପଞ୍ଚୁବର୍ଣ୍ଣ ଖେଚେଡ଼ି ପର୍ବ ପର୍ବାଣୀରେ ତିଆରି କରାଯାଇଥାଏ ।
  • କାଦୁଆ ଖେଚେଡ଼ି
ଏହା ସାଧାରଣତଃ ବହଳିଆ ହୋଇଥାଏ ।
  • ସିମେଇ ଖେଚେଡ଼ି/ପଲଉ: ଏହା ସିମେଇ, ଗାଜର, କ୍ୟାପ୍ସିକମ, ପିଆଜ ଆଦି ପକାଇ ଓଡ଼ିଆ ରାନ୍ଧଣା ପ୍ରଣାଳୀରେ ତିଆରି କରାଯାଇଥାଏ ।

ପ୍ରଣାଳୀ[ସମ୍ପାଦନା]

ପରିବା (ବିନ, ଗାଜର, ବିଟ ଆଦି)କୁ ଧୋଇ ତେଲ/ଘିଅରେ ଭାଜି ଦିଆଯାଏ । ଚାଉଳକୁ ଧୋଇ ଘିଅ/ତେଲରେ ଭାଜି ପରିବା, ଘିଅରେ ମସଲା ଭାଜି ଡାଲି ସହ ମିଶାଇ ପାଣି ଦେଇ ସିଝାଇ ଦିଆଯାଏ ।

ପରଷା[ସମ୍ପାଦନା]

ପଞ୍ଚୁବର୍ଣ ଖେଚେଡ଼ିକୁ ଘୁଗୁନି, ଆଳୁଦମ ଓ ବାକି ଅନେକ ତରକାରି ସହ ପରଷାଯାଇପାରେ ।